Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୧୬ ତାରିଖ – Daily Horoscope

ମେଷ
ଆଜି ଶୁକ୍ର ନକ୍ଷତ୍ରସ୍ଥ ଚନ୍ଦ୍ର ସାମାଜିକ ସ୍ତରରେ ସମ୍ମାନ, ଆର୍ଥିକ ଅଭିବୃଦ୍ଧି, ପାରିବାରିକ ସୁଖ, ସୌହାର୍ଦ୍ଦ୍ୟ ପ୍ରଦାନ କରିବ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାରରେ ଅନ୍ୟକୁ ଆପଣାର କରିବେ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।
ବୃଷ
ବୃଷ
ପାପଯୁକ୍ତ ନୀଚସ୍ଥ ରବିଜନିତ ସମସ୍ୟା ଜାଲରେ ଛନ୍ଦି ହୋଇପାରନ୍ତି। ଅଟକିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ଶିଳ୍ପ,ବାଣିଜ୍ୟ,ପରିବହନ ଓ ବ୍ୟବସାୟ ଭଲରେ ଚାଲିବ । ପରିବହନ କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ଝଗଡାର ଆଶଙ୍କା ରହିଛି।
ମିଥୁନ
ମିଥୁନ
ଧନାଧିପତିଙ୍କ ଶୁଭତ୍ୱ କାରଣରୁ ଅର୍ଥନୈତିକ ଅଭିବୃଦ୍ଧି ସଙ୍ଗକୁ ବିଭିନ୍ନ ଯୋଜନା ଆରମ୍ଭ କରି ଖୁସି ହୋଇପାରନ୍ତି। ଆତ୍ମୀୟଙ୍କ ସହ ସମ୍ପର୍କ ହାନି ଫଳରେ ଦୁଶ୍ଚିନ୍ତା ବଢିଯାଇପାରେ। ରାଜନୀତି କ୍ଷେତ୍ରରେ ନେତୃତ୍ୱ ନେଇ ଖୁସି ରହିବେ। ବ୍ୟବସାୟୀମାନେ ପରିଶ୍ରମ ଅନୁସାରେ ଫଳ ଲାଭ ନ କରି ନିରାନନ୍ଦ ରହିପାରନ୍ତି।
କର୍କଟ
କର୍କଟ
ଏକାଦଶରେ ମଙ୍ଗଳ ଥିବାରୁ ଜମିଜମା, ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଶୁଭଫଳ ମିଳିବ। ଦାୟିତ୍ୱ ନେଇଥିବା କାମଟିକୁ ସୁରୁଖୁରୁରେ କରିବା କାରଣରୁ ଟେନସନ୍‌ କମିଯିବ । ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ ପଡୋଶୀ ମୁଖ୍ୟ ଭୂମିକା ଗ୍ରହଣ କରିବେ । ବନ୍ଧୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାହେତୁ ସାମୟିକ ଖୁସି ହେବେ।
ସି˚ହ
ସି˚ହ
ରବିଙ୍କ ସମ୍ମୁଖରେ ବୁଧ ଯୋଗୁ ନିକଟସ୍ଥ ବ୍ୟକ୍ତି ସାହାଯ୍ୟ ସହଯୋଗ କରିପାରନ୍ତି। ଆର୍ଥିକ ଦିଗରୁ ଉପକୃତ ହୋଇ ସ୍ଥଗିତ କାମ ତ୍ୱରାନ୍ବିତ କରିବେ। ପରିବାରରେ ପାରସ୍ପରିକ ସହଯୋଗ ଜୀବନକୁ ରସାଣିତ ଓ ମଧୁମୟ କରିବ। ସାମାଜିକ ସ୍ତରରେ ସାହିତ୍ୟ, କଳା, ସାମ୍ବାଦିକତା ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
ଚନ୍ଦ୍ରଙ୍କ ସହ ପ୍ରତ୍ୟେକ କେନ୍ଦ୍ରରେ ଗ୍ରହଥିବାରୁ ଦୁର୍ଲଭ ଯୋଗ ଆପଣଙ୍କ ସାମଗ୍ରିକ ଆଶା ପୂରଣରେ ସାହାଯ୍ୟ କରିବ। ଆତ୍ମୀୟଙ୍କ ସହଯୋଗ, ସମ୍ମାନ ପାଇ ଖୁସି ରହିବେ। ପାରିବାରିକ ସ୍ତରରେ ଅର୍ଥ କିମ୍ବା ଅଳଙ୍କାର ଦେବା ନେବାକୁ ନେଇ ଝଗଡା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ସୁଫଳ ପାଇବେ।
ତୁଳା
ତୁଳା
ମଙ୍ଗଳ ଓ ବୃହସ୍ପତି ଷଡାଷ୍ଟକ ସ୍ଥିତିରେ ରହିଥିବାରୁ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ସୃଷ୍ଟି ହେବ। ଆଜି ରାସ୍ତାରେ ଯିବା ସମୟରେ ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହୋଇପାରେ । ଜଣେ ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ଧର୍ମକାର୍ଯ୍ୟ କିମ୍ବା ସାଂସ୍କୃତିକ କାର୍ଯ୍ୟ ସକାଶେ ଉତ୍ସାହିତ ରହିବେ।
ବିଛା
ବିଛା
ରାଶିକୁ ରାଶ୍ୟାଧିପ ମଙ୍ଗଳ ଦେଖୁଥିବାରୁ ସ୍ବାସ୍ଥ୍ୟ ଭଲ ରହିବ। ରୋଗପୀଡା ଲାଘବ ହେବା କାରଣରୁ ଆନନ୍ଦ ଅନୁଭବ କରିବେ। ଯଥା ସମୟରେ ସବୁ କାମଗୁଡିକ ସମ୍ପନ୍ନ ହେବାରୁ ମନ ଏକ ପ୍ରକାର ଖୁସୀ ହୋଇଯିବ । ସାଧାରଣ କଥାକୁ କେନ୍ଦ୍ର କରି ଅପରାହ୍ନରେ ଟେନସନ୍‌ ବଢିପାରେ।
ଧନୁ
ଧନୁ
କେନ୍ଦ୍ରସ୍ଥ ଗୁରୁ ହେତୁ ପୂର୍ବ ପରିକଳ୍ପିତ ଯୋଜନାଟିକୁ କାଯର୍‌ୟକାରୀ କରିବାକୁ ମନ ବଳାଇ ପାରନ୍ତି। କିଛି ସମୟ ପୂର୍ବରୁ ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହେବେ। ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ବନ୍ଧୁଙ୍କ ସହ ନୂଆ ସ୍ଥାନ ଭ୍ରମଣ ସୁଯୋଗ ଜୁଟିବ।
ମକର
ମକର
ଆଜି ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆଜି ଦିନରେ ସବୁଠି ଆଦର, ସମ୍ମାନ ପାଇବେ। ଆବଶ୍ୟକତା ପୂରଣ ସକାଶେ ଧାର କରଜ କରି କାମ ତୁଲାଇବେ। ସମ୍ପର୍କୀୟମାନେ ପ୍ରତ୍ୟେକ ସ୍ତରରେ ସାହାଯ୍ୟ କରିବେ। ତଥାପି ଅଶ୍ଳେଷାର କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡିକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ।
କୁମ୍ଭ
କୁମ୍ଭ
କର୍ମସ୍ଥାନଟି କର୍ମାଧିପତିଙ୍କ ଦୃଷ୍ଟି ହେତୁ ସ୍ଥଗିତ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ। ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି। ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ , ଅନ୍ୟଥା ହରାଇବାକୁ ପଡିପାରେ।
ମୀନମୀନ
ଚତୁର୍ଥାଧିପ ଭାଗ୍ୟସ୍ଥ ହେତୁ ପରିବାରର ଅଶାନ୍ତ ପରିବେଶକୁ ସ୍ବାଭାବିକ କରିବାରେ ବନ୍ଧୁମାନଙ୍କର ଭୂମିକା ଅବିସ୍ମରଣୀୟ ରହିବ । ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରି ପାରନ୍ତି। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି । ପରିବାର ଭିତରେ ବୁଝାମଣା ସମ୍ପର୍କରେ ଉନ୍ନତି ଘଟିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri