Posted inRasifala

ରାଶିଫଳ: ଗୁରୁବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ
ଆଜି ଟିକିଏ କଥାରେ କ୍ରୋଧ ପ୍ରକାଶ କରି ପରିବେଶକୁ ଗମ୍ଭୀର କରିଦେଇପାରନ୍ତି। କର୍ମକ୍ଷେତ୍ରକୁ ଯିବା ବାଟରେ ଅପ୍ରିୟ ସତ୍ୟ କହିବା ସମସ୍ୟା ସୃଷ୍ଟିର କାରଣ ହୋଇପାରେ। ଧନାଧିପ ବଳହୀନ ମଙ୍ଗଳଙ୍କ ସହ ରହିଥିବାରୁ ଅର୍ଥ ସମ୍ପର୍କକୁ ନେଇ ବିବାଦ ଦେଖାଦେବ। ଚୁ-ନାମାକ୍ଷର ବ୍ୟକ୍ତି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ପାଇବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ହୋଇ ପାରନ୍ତି। ବ-ନାମାକ୍ଷର ବ୍ୟକ୍ତିମାନେ ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଖୁସି ରହିବେ। କଳା, ସଙ୍ଗୀତ, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ସଭାସମିତି, ତର୍କ ବିତର୍କ ଆଲୋଚନାରେ ଭାଗ ନେଇ ପ୍ରଶଂସିତ ହେବେ। ସନ୍ତାନଙ୍କ ବିବାହ ସମସ୍ୟା ନେଇ ପରିବାରରେ ଦୁଶ୍ଚିନ୍ତା ବଢ଼ିପାରେ।
ମିଥୁନ
ମିଥୁନ
ଆଜି ଘ-ନାମାକ୍ଷର ବ୍ୟକ୍ତିମାନେ ବିଶେଷ ଖର୍ଚ୍ଚାନ୍ତ ହେବା କାରଣରୁ ମନ ଭଲ ରହି ନ ପାରେ। ଏଣେ ସାଧାରଣ କଥାକୁ ନେଇ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହେବାର ଆଶଙ୍କା ରହିଛି। ଅବଶ୍ୟ ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ପ୍ରଶାସନିକ ସ୍ତରରେ ଓ ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବଢ଼ିବ।
କର୍କଟ
କର୍କଟ
ଆଜି ଆପଣଙ୍କର କୌଣସି କାମ ଅଟକିବ ନାହିଁ ଏବଂ ବିଭିନ୍ନ ଦିଗରୁ ପ୍ରୋସତ୍ାହନ ଲାଭ କରିବା ସହ ଅନୁକୂଳ ବାତାବରଣରୁ ଖୁସି ରହିବେ। ବାଣିଜ୍ୟ, ଯାନ୍ତ୍ରିକ ଶିଳ୍ପ ଓ ପରିବହନରେ ଆଶାନୁରୂପ ଫଳ ପାଇବେ। ଶତ୍ରୁ ଚେଷ୍ଟା କଲେ ମଧ୍ୟ କ୍ଷତି କରିପାରିବେ ନାହିଁ। ହେ-ନାମାକ୍ଷର ବ୍ୟକ୍ତିଙ୍କ ଲାଗି ଆର୍ଥିକ ଦିଗଟି ଭଲ ରହିବ।
ସି˚ହ
ସି˚ହ
ଆଗାମୀ ସମୟକୁ ଆଖିଆଗରେ ରଖି କାମ କରନ୍ତୁ, ସବୁକିଛି ଠିକ୍‌ ହୋଇଯିବ। ବନ୍ଧୁଙ୍କ ଅର୍ଥ ସାହାଯ୍ୟ ଅଟକି ରହିଯାଇଥିବା କାମକୁ ତ୍ୱରାନ୍ବିତ କରିବ। ମ-ନାମାକ୍ଷର ବ୍ୟକ୍ତିମାନେ ପଦାଧିକାରୀଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ଅସମର୍ଥ ହୋଇପାରନ୍ତି। ବ୍ୟବସାୟ ସମ୍ପର୍କିତ ସମସ୍ୟା ମଧ୍ୟାହ୍ନରେ ଦୂର ହୋଇଯିବ।
କନ୍ୟା
ସାଧାରଣ କଥାକୁ କେନ୍ଦ୍ରକରି ମାନସିକ ସ୍ଥିତି ବିଗିଡ଼ି ଯାଇପାରେ। ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ଥିବା ଆଶା ମନରେ ଦୁଃଖ ଦେଇପାରେ। ପୂ-ନାମାକ୍ଷର ବ୍ୟକ୍ତିମାନଙ୍କ ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ କିନ୍ତୁ ବ୍ୟସ୍ତତା ବଢ଼ିଯିବ। ଅବହେଳିତ କାମ କିମ୍ବା ଆଳସ୍ୟ ଯୋଗୁ ବନ୍ଧୁ ମହଲରେ ଅପମାନିତ ହୋଇପାରନ୍ତି।
ତୁଳା
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ଅବଲମ୍ବନପୂର୍ବକ କାମ କରିବା ଭଲ ହେବ। ବନ୍ଧୁଙ୍କ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ପରିବାରରେ ଛୋଟ ଛୋଟ କଥାକୁ ନେଇ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ରୁ-ନାମାକ୍ଷର ବ୍ୟକ୍ତିମାନଙ୍କୁ ସନ୍ତାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ସକାଶେ ବିଶେଷ ଚିନ୍ତା କରିବାକୁ ପଡ଼ିପାରେ।
ବିଛା
ବିଛା
ନ-ନାମାକ୍ଷର ବ୍ୟକ୍ତିଙ୍କ ସାଧାରଣ କଥାରେ ଭୁଲ୍‌ ବୁଝାମଣାଜନିତ ପାରିବାରିକ ସମସ୍ୟା ଦେଖାଦେବ। ସାମାଜିକ ସ୍ତରରେ ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। ପରିବହନରେ ଆଗାମୀ କ୍ଷେତ୍ର ସକାଶେ ନିଜକୁ ପ୍ରସ୍ତୁତ କରିପାରନ୍ତି। ସମସ୍ୟା ରହିଥିଲେ ମଧ୍ୟ କାମ ସମ୍ପାଦନ କରିବାରେ କୌଣସି ଅସୁବିଧା ହେବନାହିଁ।
ଧନୁ
ଧନୁ
ଭି-ନାମାକ୍ଷର ବ୍ୟକ୍ତି ମନ୍ଥର ଗତିରେ କର୍ମକ୍ଷେତ୍ରରେ ଆଶାତୀତ ସଫଳତା ପାଇବେ। ପିଲାଙ୍କ ସଫଳତା, ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ, ଯାତ୍ରାର ସୁଯୋଗ ଲାଭରୁ ଖୁସି ରହିବେ। ଆଜିର ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ। ନୂତନ କାର୍ଯ୍ୟାରମ୍ଭ ସକାଶେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।
ମକର
ମକର
ଏକାଧିକ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। କର୍ମକ୍ଷେତ୍ରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ପାରିବାରିକ ସ୍ତରରେ ଜିଦ୍‌ଖୋର ପ୍ରକୃତିରୁ ଅନର୍ଥ ସୃଷ୍ଟି ହେବ। ଖ-ନାମାକ୍ଷର ବ୍ୟକ୍ତିଙ୍କର ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ଯେତେ ପ୍ରତିବନ୍ଧକ ଆସିଲେ ମଧ୍ୟ ଦୃଢ଼ତାର ସହ କାମ ହାସଲରେ ସମର୍ଥ ହେବେ। ଗୋ-ନାମାକ୍ଷର ବ୍ୟକ୍ତିଙ୍କର ସଭାସମିତିରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଜମିଜମା କାରବାର, ନିର୍ମାଣ, ପ୍ରଶାସନ, ଗଣଯୋଗାଯୋଗ କ୍ଷେତ୍ରରେ ଉନ୍ନତ ଫଳ ପାଇବେ।
ମୀନମୀନ
ଦ-ନାମାକ୍ଷର ବ୍ୟକ୍ତିମାନଙ୍କର ଆଜିର ପ୍ରତ୍ୟୁଷ ଯାତ୍ରା ଓ ନୂତନ କର୍ମାରମ୍ଭ ପ୍ରୀତିପଦ ରହିବ। ନୂତନ ବନ୍ଧୁ ସମ୍ପର୍କ ଆଜିର ଏକ ଗୁରୁତ୍ୱପୂର୍ଣ୍ଣ କାମକୁ ସାକାର କରିବାରେ ସାହାଯ୍ୟ କରିବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ଅପରିଚିତ ବ୍ୟକ୍ତିକୁ ବିଶ୍ୱାସ କରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri