Posted inRasifala

ରାଶିଫଳ: ଗୁରୁବାର, ଜୁଲାଇ ୧୫ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର କୋଣ ଭାବରେ ଥିବାରୁ ନିକଟରେ ରହୁ ନଥିବା ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ହେବେ। ଶୁକ୍ର ଓ ମଙ୍ଗଳ ଚତୁର୍ଥସ୍ଥ ହେତୁ ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି। ଅଫିସରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଈର୍ଷାଳୁ ଲୋକେଅସୁବିଧାରେ ପକାଇପାରନ୍ତି। ପାରିବାରିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ହେବ।
ବୃଷ
ବୃଷ
ଆର୍ଥିକ ସମସ୍ୟା କେତେକ ପାରିବାରିକ ଆବଶ୍ୟକତାକୁ ଅଟକାଇ ଦେବ। ଭାଗ୍ୟସ୍ଥାନ ପ୍ରତି ଗ୍ରହଦୃଷ୍ଟି ପ୍ରଭାବରେ ଯେଉଁ କାମରେ ହାତଦେବେ ଅବଶ୍ୟ ସଫଳତା ପାଇବେ। ନିର୍ମାଣ,ବ୍ୟବସାୟ, ସାମ୍ବାଦିକତା, ଏଜେନ୍ସିପ୍‌, ମାଲିମକଦ୍ଦମା ପ୍ରଭୃତିରେ ଉନ୍ନତି କରିବେ। କୌଣସି ବନ୍ଧୁ ସାହାଯ୍ୟ କରିବାକୁ ଅନୁରୋଧ କରିପାରନ୍ତି।
ମିଥୁନ
ମିଥୁନ
ଆଜିର ବୁଧାଦିତ୍ୟ ଯୋଗ ପ୍ରଭାବରୁ ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ କରିବେ। ଅର୍ଥ ଲାଭ କାରଣରୁ ମନ ଭଲ ରହିବ ଓ କାମଗୁଡ଼ିକ ମଧ୍ୟ ଶୃଙ୍ଖଳିତ ହୋଇଯିବ। ସ୍ବାସ୍ଥ୍ୟ ସମସ୍ୟା ଲାଗିରହିବା କାରଣରୁ ମନରେ ସରସତା ରହି ନ ପାରେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।
କର୍କଟ
କର୍କଟ
ରାଶ୍ୟାଧିପତି ସ୍ବଗୃହସ୍ଥ ଯୋଗୁ କର୍ମକ୍ଷେତ୍ରରେ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ। ପାରିବାରିକ କ୍ଷେତ୍ରରେ ଅତିପ୍ରିୟ ବନ୍ଧୁଙ୍କ ପରାମର୍ଶରେ ସାନ୍ତ୍ବନା ମିଳିବ। ସାମାନ୍ୟ ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ଉପରିସ୍ଥଙ୍କ ଆଦେଶ ପାଳନପୂର୍ବକ ଦୂରଯାତ୍ରାର ସୁଯୋଗ ପାଇବେ।
ସି˚ହ
ସି˚ହ
ରାଶିରେ ଚନ୍ଦ୍ରଙ୍କ ସ୍ଥିତି ମାନସିକ ଅଶାନ୍ତି ସାଙ୍ଗକୁ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ମନକଥା ମନରେ ଗୋପନ ରଖି ପିଠି ଥାପୁଡ଼େଇ କାମ ହାସଲ କରିବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ଆଖିଦୃଷ୍ଟିଆ ସଫଳତା ହାସଲ କରିପାରିବେ ନାହିଁ।
କନ୍ୟା
କର୍ମଭାବସ୍ଥ ରବି ଓ ବୁଧଜନିତ ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ। ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ନିଜ ଲୋକମାନଙ୍କ ଦ୍ୱାରା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଶୁଭଗ୍ରହ ପ୍ରଭାବରୁ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। କେତେକ ଆକସ୍ମିକ ଅସୁବିଧା ଉପୁଜିବା କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ତୁଳା
ତୁଳା
କର୍ମଭାବସ୍ଥ ରାଶ୍ୟାଧିପତି ହେତୁ ବନ୍ଧୁମାନଙ୍କୁ ଉପଯୁକ୍ତ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କିନ୍ତୁ ଆଜି ଦିନ ଭିତରେ କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଯେତେ ଭଲ କାମ କଲେ ମଧ୍ୟ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ। ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହିଁ ଅବଶ୍ୟ ବିଶେଷ ଲାଭ ନ ହୋଇପାରେ ।
ବିଛା
ବିଛା
ମୁଖଭାବାଧିପତି କେନ୍ଦ୍ରସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ଅନ୍ୟକୁ ସନ୍ତୁଷ୍ଟ କରିବେ। ନୀଚାରୋହୀ ଶୁକ୍ରଙ୍କ ଦୁର୍ବଳତା କାରଣରୁ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ଯୋଗୁ ମନ ଅଶାନ୍ତ ରହିବ। ବନ୍ଧୁଙ୍କ ଜରିଆରେ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ଲଘୁକ୍ରୋଧ କାରଣରୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
ଧନୁ
ଧନୁ
ବୃହସ୍ପତିଙ୍କ ଦୁର୍ବଳତା ଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିପାରନ୍ତି। ସମ୍ପର୍କୀୟଙ୍କ ନିକଟରୁ ହଠାତ୍‌ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ବହୁତ ଦିନରୁ ଅଟକି ରହିଯାଇଥିବା କାମ ହାସଲ କରିବାରେ ସମର୍ଥ ହେବେ।
ମକର
ମକର
ଆଜି ଅଷ୍ଟମଚନ୍ଦ୍ର କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ମଧ୍ୟରେ ଗତି କରିବେ। ଅନ୍ୟାନ୍ୟ କ୍ଷେତ୍ର ତଥା ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ନୀଚ୍ଚ ମନୋଭାସମ୍ପନ୍ନବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ପୂର୍ବପରି ସମସ୍ୟା ମଧ୍ୟରେ ଗତି କରିବ।
କୁମ୍ଭ
କୁମ୍ଭ
ଚନ୍ଦ୍ରଙ୍କ ପ୍ରତ୍ୟକ୍ଷଦୃଷ୍ଟି ଜନିତ ସ୍ବାର୍ଥହାସଲ ଅଭାବରୁ ନିଜ ଲୋକଟି ହଠାତ୍‌ ଶତ୍ରୁତା କରିବାକୁ ପଛାଇବ ନାହିଁ। ବନ୍ଧୁଙ୍କ ନିକଟରୁ ପ୍ରାପ୍ୟଧନରେ ବାଧା ସୃଷ୍ଟି ହେବାରେ ପଡୋଶୀଙ୍କ ପରୋକ୍ଷ ପ୍ରଭାବ ରହିପାରେ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ତ ହୋଇପାରନ୍ତି।
ମୀନମୀନ
ଗୁରୁକୃପାରୁ ଗତକାଲିର ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିପାରିବାରେ ସମର୍ଥ ହେବେ। ମାଲି ମାକଦ୍ଦମାରେ ସଫଳତା ହାସଲ କରିବେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବାରେ ବନ୍ଧୁ ସାହାଯୟ କରିପାରନ୍ତି। ଧର୍ମକାର୍ଯ୍ୟରେ ବ୍ୟୟ ବରାଦ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଶୁକ୍ର ସହ ମଙ୍ଗଳ ଯୁକ୍ତ ଯୋଗୁ ବିଳାସ ଉପକରଣ କ୍ରୟ ସକାଶେ ମନ ବଳାଇବେ। ଅସ୍ଥିରତାଯୁକ୍ତ କାମରେ ସଫଳତା ପାଇବା କଷ୍ଟକର ହେବ।...

ରାଶିଫଳ: ରବିବାର , ଫେବୃଆରୀ ୨୫ ତାରିଖ – Daily Horoscope

ମେଷ ଆର୍ଥିକ ଅବସ୍ଥା ଭଲ ରହିଲେ ମଧ୍ୟ ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ। ବାଣିଜ୍ୟ, ବ୍ୟବସାୟ, ରାଜନୀତି, ଯୋଗାଯୋଗ ଏବଂ ସାଙ୍ଗଠନିକ କାର୍ଯ୍ୟରେ...

ରାଶିଫଳ: ଶନିବାର, ଫେବୃଆରୀ 24 ତାରିଖ – Daily Horoscope

ମେଷ ବିଜାତୀୟ ବ୍ୟକ୍ତିଙ୍କ ପ୍ରତିରୋଧରେ ପ୍ରଗତିର ପଥରୋଧ ଘଟିପାରେ। କୃତ୍ତିକା ନକ୍ଷତ୍ର ସକାଶେ ଯାତ୍ରା, ବନ୍ଧୁମିଳନ ଓ ମନୋରଞ୍ଜନ ପାଇଁ ବହୁତ ଭଲ। କର୍ମକ୍ଷେତ୍ରରେ ଗଡ଼ବଡ଼...

ରାଶିଫଳ: ଶୁକ୍ରବାର , ଫେବୃଆରୀ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଅର୍ଥ ସାହାଯ୍ୟ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ପୂରଣ କରିବ। ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ। ସାହାଯ୍ୟକାରୀ ମନୋବୃତ୍ତି ପୋଷଣ...

ରାଶିଫଳ: ଗୁରୁବାର, ଫେବୃଆରୀ ୨୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ସମସ୍ୟାକୁ ନେଇ ଭାବପ୍ରବଣତା ବଢ଼ିଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହେବ। ସଭାସମିତି, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ।...

ରାଶିଫଳ: ବୁଧବାର, ଫେବୃଆରୀ ୨୧ ତାରିଖ – Daily Horoscope

ମେଷ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ପଡ଼ୋଶୀମାନେ ଭଲ କାମ କଲେ ମଧ୍ୟ...

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୨୦ ତାରିଖ – Daily Horoscope

ମେଷ ପୂର୍ବରୁ ଯଦି କିଛି ସମସ୍ୟା ରହିଥାଏ ତାହା ମଧ୍ୟ ଅପରାହ୍ନରେ ସୁଧୁରିଯିବ। ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ, ମରାମତି, ଯାନ୍ତ୍ରିକ ଜିନିଷ କିଣାବିକା, ସବୁ...

ରାଶିଫଳ: ସୋମବାର, ଫେବୃଆରୀ ୧୯ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନ ଚନ୍ଦ୍ର ଦୃଷ୍ଟିରେ ଥିବାରୁ ଯାହା ବହୁତ ଦିନହେଲା ହୋଇପାରିନି ତାହା ଆଜି ଆକସ୍ମିକ ଭାବରେ ହୋଇଯିବ। ଆଜି ଉଚ୍ଚସ୍ଥ ମଙ୍ଗଳ ରାଶିକୁ ଅବଲୋକନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri