Posted inRasifala

ରାଶିଫଳ: ଗୁରୁବାର, ଜୁଲାଇ ୧୫ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର କୋଣ ଭାବରେ ଥିବାରୁ ନିକଟରେ ରହୁ ନଥିବା ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ହେବେ। ଶୁକ୍ର ଓ ମଙ୍ଗଳ ଚତୁର୍ଥସ୍ଥ ହେତୁ ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି। ଅଫିସରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଈର୍ଷାଳୁ ଲୋକେଅସୁବିଧାରେ ପକାଇପାରନ୍ତି। ପାରିବାରିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ହେବ।
ବୃଷ
ବୃଷ
ଆର୍ଥିକ ସମସ୍ୟା କେତେକ ପାରିବାରିକ ଆବଶ୍ୟକତାକୁ ଅଟକାଇ ଦେବ। ଭାଗ୍ୟସ୍ଥାନ ପ୍ରତି ଗ୍ରହଦୃଷ୍ଟି ପ୍ରଭାବରେ ଯେଉଁ କାମରେ ହାତଦେବେ ଅବଶ୍ୟ ସଫଳତା ପାଇବେ। ନିର୍ମାଣ,ବ୍ୟବସାୟ, ସାମ୍ବାଦିକତା, ଏଜେନ୍ସିପ୍‌, ମାଲିମକଦ୍ଦମା ପ୍ରଭୃତିରେ ଉନ୍ନତି କରିବେ। କୌଣସି ବନ୍ଧୁ ସାହାଯ୍ୟ କରିବାକୁ ଅନୁରୋଧ କରିପାରନ୍ତି।
ମିଥୁନ
ମିଥୁନ
ଆଜିର ବୁଧାଦିତ୍ୟ ଯୋଗ ପ୍ରଭାବରୁ ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ କରିବେ। ଅର୍ଥ ଲାଭ କାରଣରୁ ମନ ଭଲ ରହିବ ଓ କାମଗୁଡ଼ିକ ମଧ୍ୟ ଶୃଙ୍ଖଳିତ ହୋଇଯିବ। ସ୍ବାସ୍ଥ୍ୟ ସମସ୍ୟା ଲାଗିରହିବା କାରଣରୁ ମନରେ ସରସତା ରହି ନ ପାରେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।
କର୍କଟ
କର୍କଟ
ରାଶ୍ୟାଧିପତି ସ୍ବଗୃହସ୍ଥ ଯୋଗୁ କର୍ମକ୍ଷେତ୍ରରେ କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ। ପାରିବାରିକ କ୍ଷେତ୍ରରେ ଅତିପ୍ରିୟ ବନ୍ଧୁଙ୍କ ପରାମର୍ଶରେ ସାନ୍ତ୍ବନା ମିଳିବ। ସାମାନ୍ୟ ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ଉପରିସ୍ଥଙ୍କ ଆଦେଶ ପାଳନପୂର୍ବକ ଦୂରଯାତ୍ରାର ସୁଯୋଗ ପାଇବେ।
ସି˚ହ
ସି˚ହ
ରାଶିରେ ଚନ୍ଦ୍ରଙ୍କ ସ୍ଥିତି ମାନସିକ ଅଶାନ୍ତି ସାଙ୍ଗକୁ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ମନକଥା ମନରେ ଗୋପନ ରଖି ପିଠି ଥାପୁଡ଼େଇ କାମ ହାସଲ କରିବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ଆଖିଦୃଷ୍ଟିଆ ସଫଳତା ହାସଲ କରିପାରିବେ ନାହିଁ।
କନ୍ୟା
କର୍ମଭାବସ୍ଥ ରବି ଓ ବୁଧଜନିତ ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ। ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ନିଜ ଲୋକମାନଙ୍କ ଦ୍ୱାରା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଶୁଭଗ୍ରହ ପ୍ରଭାବରୁ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। କେତେକ ଆକସ୍ମିକ ଅସୁବିଧା ଉପୁଜିବା କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ତୁଳା
ତୁଳା
କର୍ମଭାବସ୍ଥ ରାଶ୍ୟାଧିପତି ହେତୁ ବନ୍ଧୁମାନଙ୍କୁ ଉପଯୁକ୍ତ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କିନ୍ତୁ ଆଜି ଦିନ ଭିତରେ କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଯେତେ ଭଲ କାମ କଲେ ମଧ୍ୟ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ। ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହିଁ ଅବଶ୍ୟ ବିଶେଷ ଲାଭ ନ ହୋଇପାରେ ।
ବିଛା
ବିଛା
ମୁଖଭାବାଧିପତି କେନ୍ଦ୍ରସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ଅନ୍ୟକୁ ସନ୍ତୁଷ୍ଟ କରିବେ। ନୀଚାରୋହୀ ଶୁକ୍ରଙ୍କ ଦୁର୍ବଳତା କାରଣରୁ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ଯୋଗୁ ମନ ଅଶାନ୍ତ ରହିବ। ବନ୍ଧୁଙ୍କ ଜରିଆରେ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ଲଘୁକ୍ରୋଧ କାରଣରୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
ଧନୁ
ଧନୁ
ବୃହସ୍ପତିଙ୍କ ଦୁର୍ବଳତା ଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିପାରନ୍ତି। ସମ୍ପର୍କୀୟଙ୍କ ନିକଟରୁ ହଠାତ୍‌ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ବହୁତ ଦିନରୁ ଅଟକି ରହିଯାଇଥିବା କାମ ହାସଲ କରିବାରେ ସମର୍ଥ ହେବେ।
ମକର
ମକର
ଆଜି ଅଷ୍ଟମଚନ୍ଦ୍ର କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ମଧ୍ୟରେ ଗତି କରିବେ। ଅନ୍ୟାନ୍ୟ କ୍ଷେତ୍ର ତଥା ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ନୀଚ୍ଚ ମନୋଭାସମ୍ପନ୍ନବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ପୂର୍ବପରି ସମସ୍ୟା ମଧ୍ୟରେ ଗତି କରିବ।
କୁମ୍ଭ
କୁମ୍ଭ
ଚନ୍ଦ୍ରଙ୍କ ପ୍ରତ୍ୟକ୍ଷଦୃଷ୍ଟି ଜନିତ ସ୍ବାର୍ଥହାସଲ ଅଭାବରୁ ନିଜ ଲୋକଟି ହଠାତ୍‌ ଶତ୍ରୁତା କରିବାକୁ ପଛାଇବ ନାହିଁ। ବନ୍ଧୁଙ୍କ ନିକଟରୁ ପ୍ରାପ୍ୟଧନରେ ବାଧା ସୃଷ୍ଟି ହେବାରେ ପଡୋଶୀଙ୍କ ପରୋକ୍ଷ ପ୍ରଭାବ ରହିପାରେ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ତ ହୋଇପାରନ୍ତି।
ମୀନମୀନ
ଗୁରୁକୃପାରୁ ଗତକାଲିର ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିପାରିବାରେ ସମର୍ଥ ହେବେ। ମାଲି ମାକଦ୍ଦମାରେ ସଫଳତା ହାସଲ କରିବେ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବାରେ ବନ୍ଧୁ ସାହାଯୟ କରିପାରନ୍ତି। ଧର୍ମକାର୍ଯ୍ୟରେ ବ୍ୟୟ ବରାଦ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri