Posted inRasifala

ରାଶିଫଳ: ଗୁରୁବାର, ଡିସେମ୍ବର ୧୫ ତାରିଖ – Daily Horoscope

ମେଷ
ପ୍ରତ୍ୟେକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ସମସ୍ୟାର ମୁଖ୍ୟ କାରଣ ହେବ। ଉଦ୍ଦେଶ୍ୟମୂଳକ ଭାବେ ନିକଟ ସମ୍ପର୍କୀୟମାନେ ଭଲକୁ ଭେଲରେ ପରିବେଷଣ କରିବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଲେଖାପଢ଼ାରୁ ଉଚ୍ଚ ପ୍ରଶଂସା ମିଳିବ।
ବୃଷ
ବୃଷ
ଚାହୁଁଥିବା ଜିନିଷ ପାଇବା ଓ ଆଶା କରୁଥିବା କାମରେ ସଫଳତା ହେତୁ ମାନସିକ ସ୍ଥିତି ଭଲ ରହିବ। ବିଭିନ୍ନ ଘରୋଇ ଝାମେଲା କାରଣରୁ ମନଟା ଭଲ ରହିବ ନାହିଁ। ପୁଣି କେତେକ କ୍ଷେତ୍ରରେ ମନ ବଳାଇପାରନ୍ତି, ଯାହାକି ଅନର୍ଥର କାରଣ ହୋଇପାରେ। ପରିବାରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ।
ମିଥୁନ
ମିଥୁନ
ଆଜିର ଦିନଟିରେ ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ହୋଇଯିବ। କ୍ରନିକ୍‌ ରୋଗଜନିତ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ଲାଗି ମନ ବଳାଇ କର୍ମମୁଖର ହେବେ। ରାଜନୈତିକ ସ୍ତରରେ ଲକ୍ଷ୍ୟ ହାସଲରେ ସମର୍ଥ ହେବେ ଓ ସଫଳତା ମଧ୍ୟ ପାଇବେ।
କର୍କଟ
କର୍କଟ
ଆଗାମୀ ସମୟର ପରିସ୍ଥିତି ଯେତେଟା ଜଟିଳ ମନେକରୁଛନ୍ତି ବାସ୍ତବରେ ସେମିତି କିଛି ହେବନି। ଅର୍ଥସଙ୍କଟ ହେତୁ ବ୍ୟବସାୟ, ବାଣିଜ୍ୟ ଓ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ପାରଷ୍ପରିକ ଜିଦ୍‌ଖୋର ମନୋବୃତ୍ତି ହେତୁ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ସୃଷ୍ଟି ହେବ।
ସି˚ହ
ସି˚ହ
ପ୍ରତ୍ୟୁଷରୁ ହଠାତ୍‌ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସାହାଯ୍ୟରୁ ମନୋବଳ ବୃଦ୍ଧି ପାଇବ ଓ ସ୍ଥଗିତ କାମ ଆରମ୍ଭ କରିବାକୁ ମନ ବଳାଇବେ। ବିଭିନ୍ନ ପ୍ରକାର ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଅପ୍ରିୟ ସତ୍ୟ କହି ସହକର୍ମୀଙ୍କ ଚକ୍ଷୁଶୂଳ ହୋଇପାରନ୍ତି।
କନ୍ୟା
ଜଣେ ବାଲ୍ୟବନ୍ଧୁଙ୍କ ଅନୁରୋଧରେ କୌଣସି କାମ କରିବା ଲାଗି ପ୍ରସ୍ତୁତି କରିପାରନ୍ତି। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ମାଲିମକଦ୍ଦମା, ତର୍କ ବିତର୍କ, ସଭାସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ। ପରିସ୍ଥିତିରେ ପଡ଼ି ନିଜକୁ ସଂକୁଚିତ କରି ରଖିବାକୁ ବାଧ୍ୟହେବେ।
ତୁଳା
ତୁଳା
 କୌଣସି ବନ୍ଧୁଙ୍କ ଉପରେ ସାଧାରଣ କଥାରେ ରାଗିବା କାରଣରୁ ବିବାଦ ବଢ଼ିପାରେ। ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେତୁ ଆଶ୍ୱସ୍ତି ଲାଭ କରିବେ। ନିଜ ଦୋଷରୁ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ପାଇବେ ନାହିଁ। କଳା, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ବିଛା
ବିଛା
ମାନସିକ ଅସୁସ୍ଥତା କାରଣରୁ ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିବ। ଦବ୍ର୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗିପାରନ୍ତି। ଅଫିସ୍‌ରେ ଅସଂଯତ କାର୍ଯ୍ୟକଳାପ ପାଇଁ ସମାଲୋଚିତ ହେବେ। ସାହିତ୍ୟ, ସାମ୍ବାଦିକତା, ରାଜନୀତି, ସଂଗଠନ ଓ କ୍ରୀଡ଼ା, ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ଉଚ୍ଚସ୍ତରରୁ କୌଣସି ଖବର ପାଇ ନିଜକୁ ପ୍ରସ୍ତୁତ ରଖିବାକୁ ଚେଷ୍ଟା କରିବେ। ଭୁଲ୍‌ ବୁଝାମଣା ହେତୁକ ସମସ୍ୟା ସୁଧାରିବା ଲାଗି ଆପ୍ରାଣ ଉଦ୍ୟମ ଚଳାଇପାରନ୍ତି। ପାଖପଡ଼ୋଶୀ କିମ୍ବା ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରଶଂସାକୁ ସହି ନ ପାରି ବାଧିଲା ଭଳି ଅପଶବ୍ଦ କହିପାରନ୍ତି। ଯାନବାହନରେ ସତର୍କତା ରକ୍ଷା କରନ୍ତୁ।
ମକର
ମକର
ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ମାତ୍ର ତରବରିଆ ଭାବେ ଯାଆନ୍ତୁ ନାହିଁ। ପିଲାମାନଙ୍କ କଳହକୁ କେନ୍ଦ୍ରକରି ପଡ଼ୋଶୀ ଲଘୁ କ୍ରୋଧ ପ୍ରକାଶ କରିପାରନ୍ତି। ରପ୍ତାନି, କାରବାର ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ। ସ୍ବଜନ ଶତ୍ରୁତା କାରଣରୁ ସମ୍ପର୍କୀୟମାନେ ହତାଦର କରିପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରର ସମସ୍ୟା ସମାଧାନ ସକାଶେ ଚେଷ୍ଟାକରି ସଫଳତା ପାଇବେ। ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବାଣିଜ୍ୟ, ବ୍ୟବସାୟ, ପରିବହନରୁ ବହୁତ ଲାଭ ମିଳିବ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଲାଗି ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ।
ମୀନମୀନ
ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ। ଆତ୍ମୀୟଙ୍କ ସହଯୋଗରୁ ପ୍ରାପ୍ୟ ଅର୍ଥ ଓ ସମ୍ମାନ ପାଇବାରେ କୌଣସି ଅସୁବିଧା ହେବନାହିଁ। ସଭାସମିତି କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହୋଇପାରନ୍ତି। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରିବାକୁ ପଡ଼ିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri