୧୫ ଫୁଟ ଲମ୍ବରେ ଭୁଶୁଡ଼ି ଗଲାଣି ରାସ୍ତା

ସୋରଡ଼ା,୧୪ା୧୨(ଡି.ଏନ୍‌.ଏ.): ଜାତୀୟ ରାଜପଥରୁ ସହର ମଧ୍ୟକୁ ସଂଯୋଗ କରୁଥିବା ନେତାଜୀ ସାହି ରାସ୍ତାର କଇଠପଲି ସାହି ନିକଟରେ ରାସ୍ତାପାର୍ଶ୍ୱ ୧୫ ଫୁଟ ଲମ୍ବରେ ଭୁଶୁଡି ଗଲାଣି। ପୂର୍ବରୁ ରାସ୍ତାପାର୍ଶ୍ୱ ଗଭୀର ମଧ୍ୟକୁ ଖସିପଡ଼ିବା ଭୟ ଥିବା ବେଳେ ଏବେ ରାସ୍ତା ମଧ୍ୟ ଭାଙ୍ଗିଗଲାଣି। ଦୀର୍ଘବର୍ଷ ହେଲା ଉକ୍ତ ସ୍ଥାନରେ ଗାର୍ଡଓ୍ବାଲ ନିର୍ମାଣ ପାଇଁ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ଯତୀନ ମୋହନ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନି ଚନ୍ଦ୍ର ପ୍ରଧାନଙ୍କୁ ବହୁବାର ସମସ୍ୟା ସମାଧାନ ପାଇଁ କୁହାଯାଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଗାର୍ଡଓ୍ବାଲ ନିର୍ମାଣ କଲେନି। ଉକ୍ତ ରାସ୍ତା ଦେଇ ପ୍ରତିଦିନ ଶହ ଶହ ଦୁଇ ଚକିଆ ଯାନ ସମେତ ବିଦ୍ୟାଳୟ/ମହାବିଦ୍ୟାଳୟ ଛାତ୍ରୀଛାତ୍ର ବ୍ୟବସାୟୀଙ୍କ ସମେତ ତହସିଲ, ବ୍ୟାଙ୍କ, ପୋଷ୍ଟ ଅଫିସ, ବ୍ଲକ କାର୍ଯ୍ୟାଳୟ,ଉପନିବନ୍ଧକଙ୍କ,ଶିଶୁବିକାଶ,କୃଷି ଆଦି କାର୍ଯ୍ୟାଳୟକୁ ଜନସାଧାରଣ ଯାତାୟାତ କରିଥାନ୍ତି। ସେହି ରାସ୍ତା ଦେଇ ସେଠାରେ ଟିକେ ଅସାବଧାନ ହେଲେ ରାସ୍ତା ପାର୍ଶ୍ୱ ୧୫ ଫୁଟ ତଳକୁ ଖସିପଡ଼ିବା ନିଶ୍ଚିତ। ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ରାସ୍ତା ପାର୍ଶ୍ୱରେ ୧୫ ଫୁଟ ଲମ୍ବ ଓ ୧୫ ଫୁଟ ଓସାରରେ ଗାର୍ଡଓ୍ବାଲର ଆବଶ୍ୟକତାକୁ ଦୃଷ୍ଟିରେ ରଖିବା ନିର୍ମାଣ ହେବା କଥା। ଯଥା ଶୀଘ୍ର ନିର୍ମାଣ କାର୍ଯ୍ୟ କରିବାକୁ ସହରବାସୀ ଅନୁରୋଧ କରିଥିବା ବେଳେ ଏ ସମ୍ପର୍କରେ ଏନ୍‌ଏସିର ନୂତନ ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦୂତିକୃଷ୍ଣ ପାତ୍ରଙ୍କୁ ଯୋଗାଯୋଗ କରିବାରୁ ତୁରନ୍ତ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆ ଆଡ୍ଡାରେ ଚଢାଉ: ୪୫ ଜୁଆଡ଼ି ଗିରଫ, ୧ଲକ୍ଷ ୮୯ ହଜାର ଜବତ

ବ୍ରହ୍ମପୁର ଅଫିସ,୨୨ା୧୦-ପୋଲିସ ବ୍ରହ୍ମପୁର ସହରରେ ବୁଧବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜୁଆଆଡ୍ଡା ଠାବ କରିଛି। ଏଠାରୁ ୪୫ ଜୁଆଡ଼ିଙ୍କୁ ଗିରଫ କରାଯାଇଥିବାବେଳେ...

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ଆଜି ଆସିବ ଆଜ୍ଞାମାଳ

ବ୍ରହ୍ମପୁର ଅଫିସ୍‌,୯।୪: ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନେଇ ଜିଲା ପ୍ରଶାସନ ଓ ଯାତ୍ରା ପରିଚାଳକଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ...

୫ଶହ ଟଙ୍କା ଭଡ଼ାଘରେ ସୋସାଇଟି କାର୍ଯ୍ୟାଳୟ

ଭଞ୍ଜନଗର,୧୩।୨(ଡି.ଏନ.ଏ.):କୃଷକମାନଙ୍କ ଉନ୍ନତି ପାଇଁ ବିଭିନ୍ନ ସେବା ସମବାୟ ସମିତି ସଂସ୍ଥା କାର୍ଯ୍ୟ କରୁଛି। ଭଞ୍ଜନଗର ବ୍ଲକରେ ୧୩ଟି ସେବା ସମବାୟ ସମିତି କାର୍ଯ୍ୟାଳୟ ଅଛି ।...

ଜ୍ୱାଇଁଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ଶଳା, ଶାଶୁ, ସ୍ତ୍ରୀ ସମେତ ୪ ଅଟକ

ବ୍ରହ୍ମପୁର ଅଫିସ,୧୪।୩: ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ପଞ୍ଚାୟତରେ ଶୁକ୍ରବାର ରାତିରେ ଜ୍ୱାଇଁଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ଶନିବାର ସଦର...

ବିଦ୍ୟାଳୟରେ ବିଳମ୍ବରେ ପହଞ୍ଚୁଛନ୍ତି ଶିକ୍ଷୟିତ୍ରୀ ଶିକ୍ଷକ

ବୁଗୁଡ଼ା,୨୬।୫(ଡି.ଏନ.ଏ.): ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ୧୧୯ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ୨୮ ଉଚ୍ଚ ବିଦ୍ୟାଳୟ ଏପରି ମୋଟ ୧୪୭ ବିଦ୍ୟାଳୟ...

ଟ୍ରାକ୍ଟର ଓଲଟି ଜଣେ ମୃତ

ପାତ୍ରପୁର,୧୧ା୧୨(ଡି.ଏନ୍‌.ଏ.)-ଜରଡ଼ା ଥାନା ପୋଇଚାନ୍ଦିଆ କେନାଲ ନିକଟରେ ମଙ୍ଗଳବାର ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖାରିଆଗୁଡ଼ାର ମୂରଲି ନାଇକ (୨୫)। ମୂରଲି ଧାନ...

ଡ୍ରେନ୍‌ ନାହିଁ, ବର୍ଷା ହେଲେ ଘରେ ପଶୁଛି ପାଣି

ରାଇକିଆ,୩୦।୫(ଡ଼ି.ଏନ.ଏ)- ରାଇକଆ ଷ୍ଟେଟ୍‌ ବ୍ୟାଙ୍କ ରୋଡ଼ରୁ ପଡ଼ିଶିଲା ଯିବା ରାସ୍ତାରେ ସାମାନ୍ୟ ବର୍ଷା ହେଲେ ପାଣି ଜମୁଛି ା ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁ ଏଭଳି...

୧୦ରେ ବିଏମ୍‌ସି ଭାଙ୍ଗିବ ଗିରି ମାର୍କେଟ କୋଠା

ବ୍ରହ୍ମପୁର ଅଫିସ,୨।୧୧: ବ୍ରହ୍ମପୁର ସହରର ବହୁ ପୁରାତନ ୫୦ ବର୍ଷ ପୁରୁଣା ଗିରି ମାର୍କେଟ କୋଠା ଆସନ୍ତା ୧୦ ତାରିଖରେ ଭଙ୍ଗା ଯିବାକୁ ନେଇ ବ୍ରହ୍ମପୁର...

Advertisement
Archives

Model This Week