୧୫ ଫୁଟ ଲମ୍ବରେ ଭୁଶୁଡ଼ି ଗଲାଣି ରାସ୍ତା

ସୋରଡ଼ା,୧୪ା୧୨(ଡି.ଏନ୍‌.ଏ.): ଜାତୀୟ ରାଜପଥରୁ ସହର ମଧ୍ୟକୁ ସଂଯୋଗ କରୁଥିବା ନେତାଜୀ ସାହି ରାସ୍ତାର କଇଠପଲି ସାହି ନିକଟରେ ରାସ୍ତାପାର୍ଶ୍ୱ ୧୫ ଫୁଟ ଲମ୍ବରେ ଭୁଶୁଡି ଗଲାଣି। ପୂର୍ବରୁ ରାସ୍ତାପାର୍ଶ୍ୱ ଗଭୀର ମଧ୍ୟକୁ ଖସିପଡ଼ିବା ଭୟ ଥିବା ବେଳେ ଏବେ ରାସ୍ତା ମଧ୍ୟ ଭାଙ୍ଗିଗଲାଣି। ଦୀର୍ଘବର୍ଷ ହେଲା ଉକ୍ତ ସ୍ଥାନରେ ଗାର୍ଡଓ୍ବାଲ ନିର୍ମାଣ ପାଇଁ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ଯତୀନ ମୋହନ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନି ଚନ୍ଦ୍ର ପ୍ରଧାନଙ୍କୁ ବହୁବାର ସମସ୍ୟା ସମାଧାନ ପାଇଁ କୁହାଯାଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଗାର୍ଡଓ୍ବାଲ ନିର୍ମାଣ କଲେନି। ଉକ୍ତ ରାସ୍ତା ଦେଇ ପ୍ରତିଦିନ ଶହ ଶହ ଦୁଇ ଚକିଆ ଯାନ ସମେତ ବିଦ୍ୟାଳୟ/ମହାବିଦ୍ୟାଳୟ ଛାତ୍ରୀଛାତ୍ର ବ୍ୟବସାୟୀଙ୍କ ସମେତ ତହସିଲ, ବ୍ୟାଙ୍କ, ପୋଷ୍ଟ ଅଫିସ, ବ୍ଲକ କାର୍ଯ୍ୟାଳୟ,ଉପନିବନ୍ଧକଙ୍କ,ଶିଶୁବିକାଶ,କୃଷି ଆଦି କାର୍ଯ୍ୟାଳୟକୁ ଜନସାଧାରଣ ଯାତାୟାତ କରିଥାନ୍ତି। ସେହି ରାସ୍ତା ଦେଇ ସେଠାରେ ଟିକେ ଅସାବଧାନ ହେଲେ ରାସ୍ତା ପାର୍ଶ୍ୱ ୧୫ ଫୁଟ ତଳକୁ ଖସିପଡ଼ିବା ନିଶ୍ଚିତ। ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ରାସ୍ତା ପାର୍ଶ୍ୱରେ ୧୫ ଫୁଟ ଲମ୍ବ ଓ ୧୫ ଫୁଟ ଓସାରରେ ଗାର୍ଡଓ୍ବାଲର ଆବଶ୍ୟକତାକୁ ଦୃଷ୍ଟିରେ ରଖିବା ନିର୍ମାଣ ହେବା କଥା। ଯଥା ଶୀଘ୍ର ନିର୍ମାଣ କାର୍ଯ୍ୟ କରିବାକୁ ସହରବାସୀ ଅନୁରୋଧ କରିଥିବା ବେଳେ ଏ ସମ୍ପର୍କରେ ଏନ୍‌ଏସିର ନୂତନ ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦୂତିକୃଷ୍ଣ ପାତ୍ରଙ୍କୁ ଯୋଗାଯୋଗ କରିବାରୁ ତୁରନ୍ତ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?