Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ୍‌ ୧୫ ତାରିଖ – Daily Horoscope

ମେଷ
ଶନି ଓ ମଙ୍ଗଳ ଷଡ଼ାଷ୍ଟକ ହେତୁ କର୍ମକ୍ଷେତ୍ରରେ ବିବାଦଗ୍ରସ୍ତ ହୋଇପାରନ୍ତି। ବନ୍ଧୁଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା ଅଧାରୁ ଅଟକିଯାଇପାରେ। ରାଜନୈତିକ, ଆନୁଷ୍ଠାନିକ ତଥା ସାଂଗଠନିକ ସ୍ଥିତି ମଜଭୁତ ରହିବ। ଶୁକ୍ରଙ୍କ ପ୍ରଭାବରେ ଅନ୍ୟମାନଙ୍କୁ ଆପ୍ୟାୟିତ କରି ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅକ୍ଷୁଣ୍ଣ ରଖିବାରେ ସମର୍ଥ ହେବେ।
ବୃଷ
ବୃଷ
ଆଜି ମୁଖଭାବରେ ମଙ୍ଗଳ ଥିବାରୁ ଆପଣଙ୍କ ରୋକ୍‌ଠୋକ୍‌ କଥା ବନ୍ଧୁସମ୍ପର୍କକୁ ହ୍ରାସ କରିବ। ରୋହିଣୀ ପାଇଁ ନିଜ ଲୋକ ବିରୋଧ କରୁଥିଲେ ମଧ୍ୟ ଶୁଭେଚ୍ଛୁମାନେ ସୁହାଇଲା ଭଳି କଥା କହିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ରଶାସନ, ଆଇନ ଓ ରାଜନୈତିକ ସଂଗଠନର ପ୍ରଚେଷ୍ଟା ଭଲରେ ଚାଲିବ।
ମିଥୁନ
ମିଥୁନ
ଏକାଦଶରେ ରବିଙ୍କ ସହ ଶୁକ୍ର ଥିବାରୁ କଥା ଓ କାମରେ ସନ୍ତୁଷ୍ଟ କରାଇ ବନ୍ଧୁଙ୍କୁ ଆପଣେଇ ନେବେ। ବିଭିନ୍ନ ଯୋଜନା କ୍ଷେତ୍ରରେ ସମସ୍ୟା ସମାଧାନପୂର୍ବକ ଅନୁକୂଳ ବାତାବରଣ ସୃଷ୍ଟି ହେବ। ପରିବାରରେ ସମ୍ପର୍କ ହାନି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ରାଜନୀତି କ୍ଷେତ୍ରରେ ତଥା ସାଂଗଠନିକ ସ୍ତରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
କର୍କଟ
କର୍କଟ
ଆଜି ପାପଗ୍ରହଯୁକ୍ତ ଚନ୍ଦ୍ରଜନିତ ସ୍ବାସ୍ଥ୍ୟ, ଯାତ୍ରା, ବ୍ୟବସାୟ ଓ କିଛି ନୂତନ କାମ ସମ୍ପର୍କରେ ଦୁଶ୍ଚିନ୍ତା ଦେଖାଦେବ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଯୋଜନାଗୁଡ଼ିକୁ ବିଫଳ କରିବ। ବନ୍ଧୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଆଶ୍ୱସ୍ତି ଲାଭ କରିବେ। ପ୍ରତିଯୋଗିତା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ରାଦିରେ ଉନ୍ନତ ଫଳ ପାଇବେ।
ସି˚ହ
ସି˚ହ
ଭାଗ୍ୟସ୍ଥ ରବି ହେତୁ ଆପଣଙ୍କ ସକାଶେ ଆଜି ପ୍ରତ୍ୟେକ କ୍ଷେତ୍ର ଅନୁକୂଳ। ଜମିଜମା କ୍ରୟବିକ୍ରୟ,ନିର୍ମାଣାଧୀନ କାମ, ଆମଦାନୀ କାରବାର,ବିଦେଶ ଯାତ୍ରା,ପ୍ରଶାସନିକ କ୍ଷେତ୍ର ପାଇଁ ଦିନଟି ବହୁତ ଭଲ। ଯାତ୍ରାରେ ଅସାବଧାନତା ହେତୁକ ଧନହାନିର ଆଶଙ୍କା ରହିଛି। ନିଜର କାର୍ଯ୍ୟଦକ୍ଷତାକୁ ନେଇ ବନ୍ଧୁ ଗହଣରେ ପ୍ରଶଂସିତ ହେବେ।
କନ୍ୟା
ବୁଧଙ୍କ ଦୁର୍ବଳତା ହେତୁ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ର ଅଶାନ୍ତ ରହିପାରେ। ବିରୋଧୀଙ୍କ ଦ୍ୱାରା ହଠାତ୍‌ କୌଣସି ଗୁଜବ ମନକୁ ଚହଲାଇ ଦେବାର ଆଶଙ୍କା ରହିଛି। ସାମାଜିକ ସ୍ତରରେ ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।
ତୁଳା
ତୁଳା
ଶୁକ୍ର ଓ ମଙ୍ଗଳ ତୃତୀୟ ଏକାଦଶସ୍ଥ ଯୋଗୁ ଆଜି ଆପଣ ପ୍ରତିଦ୍ୱନ୍ଦ୍ୱିତା କଲେ ଲାଭ କିଛି ହେବନି। କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିଥିବା ହେତୁ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ। ଆମତ୍ୀୟଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ।
ବିଛା
ବିଛା
ଅଷ୍ଟମସ୍ଥ ରାଶ୍ୟାଧିପତି ନୀଚାଭିମୁଖୀ ହେତୁ ଭଲ ବଦଳରେ ସମସ୍ୟାବହୁଳତା ଧୈର୍ଯ୍ୟଚ୍ୟୁତି ଘଟାଇପାରେ। ଅନୁରାଧା ନକ୍ଷତ୍ର ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ପଡ଼ୋଶୀଙ୍କ ନିମନ୍ତ୍ରଣ କ୍ରମେ ମନୋରଞ୍ଜନରେ ଆଗ୍ରହ ପ୍ରକାଶ କରିପାରନ୍ତି। ଅଫିସିଆଲି କାମ ସକାଶେ ଅପରାହ୍ନରେ ଟେନ୍‌ସନ୍‌ ବଢ଼ିପାରେ।
ଧନୁ
ଧନୁ
ପାପଗ୍ରହ ମଧ୍ୟସ୍ଥ ବୃହସ୍ପତିଙ୍କ ଯୋଗୁ ଆପଣଙ୍କ ପାଇଁ ସମୟର ପ୍ରତିକୂଳ ବାତାବରଣ ଲାଗିରହିବ। ସାମାଜିକ ସ୍ତରରେ ନିଜକୁ ନ ସୁଧାରିଲେ ଅସୁବିଧାର ସମ୍ମୁଖୀନ ହେବେ। ଅଭାବ ନ ଥିଲେ ମଧ୍ୟ କୌଣସି ବ୍ୟକ୍ତିର ପରୋକ୍ଷ ମନ୍ତ୍ରଣା ମାନସିକ ସୁସ୍ଥତାକୁ ନଷ୍ଟ କରିବ। ଅବଶ୍ୟ ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
ମକର
ମକର
ଶୁକ୍ରଙ୍କ ପ୍ରଭାବରୁ ବନ୍ଧୁଙ୍କ କଥା ମାନି କାମ କଲେ ଉପକୃତ ହେବେ। ବ୍ୟବସାୟ, ପରିବହନ, ପ୍ରଶାସନ, ପ୍ରକାଶନ, ସାହିତ୍ୟ, ସାମ୍ବାଦିକତା ତଥା ରଚନାତ୍ମକ କାମ ପାଇଁ ପ୍ରକୃଷ୍ଟ ଦିବସ। ଶ୍ରବଣା ନକ୍ଷତ୍ରର ବହୁତ ମାନସିକ ଦୁଶ୍ଚିନ୍ତା କାରଣରୁ ରକ୍ତଚାପ ମଧ୍ୟ ବୃଦ୍ଧି ପାଇପାରେ। ଧାର କରଜ କରି କାମ ତୁଲାଇ ନେବେ ସିନା ସମ୍ପର୍କୀୟ ସାହାଯ୍ୟ କରିବେନି।
କୁମ୍ଭ
କୁମ୍ଭ
ଉଚ୍ଚସ୍ଥ ରବି ଓ ରାଶିସ୍ଥ ବୃହସ୍ପତି ଯୋଗୁ ପ୍ରତ୍ୟେକ କାମ ସମ୍ପନ୍ନ କଲେ ହେଁ ଟେନ୍‌ସନ୍‌ ଜମା ଛାଡିବ ନାହିଁ। ନୂତନ ଜିନିଷ କ୍ରୟ ପାଇଁ ମନ ବଳାଇ ପାରନ୍ତି। ଅବଶ୍ୟ ଉଦାରତାଗୁଣ ସକାଶେ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଉପକୃତ ହେବେ। ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ, ଯାହାକି ଅନର୍ଥର କାରଣ ହୋଇପାରେ।
ମୀନମୀନ
ବୁଧଙ୍କ ପ୍ରଭାବରେ ଆପଣଙ୍କ ଚିନ୍ତାଧାରା ଭଲ ହେଲେ ମଧ୍ୟ ସତ କହି ସମସ୍ୟାକୁ ଡାକି ଆଣିବେ। ଅବଶ୍ୟ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଦେଖେଇ ଶିଖେଇ ବହୁତ କଥା କହିପାରନ୍ତି। କେତେକ କ୍ଷେତ୍ରରେ ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବ। ବ୍ୟବସାୟର ଲାଭ ଅର୍ଥ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବିନିଯୋଗ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

ରାଶିଫଳ: ଶନିବାର, ଫେବୃଆରୀ ୭ ତାରିଖ – Daily Horoscope

ମେଷ ମଙ୍ଗଳ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ଯାହା ଭାବୁଥିଲେ ତାହା ଆଜି ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଯାତ୍ରା, ଆଲୋଚନା, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ।…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୬ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ଦୃଷ୍ଟିରେ ଚନ୍ଦ୍ର ଥିବାରୁ ଉଦାସ ରହିପାରନ୍ତି ଏବଂ କାମ ସକାଶେ ନିରୁତ୍ସାହିତ ରହିବେ। ସନ୍ତାନଙ୍କ ବୈବାହିକ ସମ୍ବନ୍ଧ ସମ୍ପର୍କିତ ଆଲୋଚନା କରିପାରନ୍ତି। କିନ୍ତୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୫ ତାରିଖ – Daily Horoscope

ମେଷ  ଆଜି ଉତ୍ତରାଫାଲଗୁନୀ ନକ୍ଷତ୍ରରେ ଚନ୍ଦ୍ର କର୍ମଜଞ୍ଜାଳଜନିତ ବ୍ୟସ୍ତତା ବୃଦ୍ଧି କରାଇପାରନ୍ତି। ସ୍ବାସ୍ଥ୍ୟୋନ୍ନତି ଓ କାର୍ଯ୍ୟସିଦ୍ଧିରୁ ଯେତିକି ଖୁସି ହେବେ ଭ୍ରାତୃବିବାଦ ଓ ବନ୍ଧୁସମ୍ପର୍କହାନିରୁ ସେତିକି ଦୁଃଖୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri