Posted inRasifala

ରାଶିଫଳ: ମଙ୍ଗଳବାର, ମେ ୧୪ ତାରିଖ – Daily Horoscope

ମେଷ
ଆଜି ଦ୍ୱିଜା ନକ୍ଷତ୍ର ସାହାଯ୍ୟ, ସହଯୋଗ ଲାଭକରି ହାତକୁ ନେଇଥିବା କାମ ସମ୍ପନ୍ନ କରିପାରିବେ। ବନ୍ଧୁଙ୍କ ପରାମର୍ଶରେ ପରିବାରର ସହମତି ନେଇ କୌଣସି ଦୀର୍ଘମିଆଦୀ ଯୋଜନା ଶୁଭାରମ୍ଭ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। କର୍ମକ୍ଷେତ୍ରର କଅଁଳ କଥା କହି ପରିସ୍ଥିତିକୁ ସୁଧାରିନେବେ।
ବୃଷ
ବୃଷ
ସ୍ବଗୃହୀ ଶନି ଦଶମ କେନ୍ଦ୍ରସ୍ଥ ଯୋଗୁ କର୍ମକ୍ଷେତ୍ରରେ ଦାୟିତ୍ୱବୋଧ ଅସୁସ୍ଥ ମାନସିକତାକୁ ନିମନ୍ତ୍ରଣ କରିବ। କର୍ମାରମ୍ଭ କ୍ଷେତ୍ରରେ ନିଷ୍ପତ୍ତିର ପରିବର୍ତ୍ତନ ସାଙ୍ଗକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ପଡ଼ିପାରେ। ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ। ବନ୍ଧୁଙ୍କ ପକ୍ଷପାତିତାକୁ କେନ୍ଦ୍ରକରି ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିପାରେ।
ମିଥୁନ
ମିଥୁନ
ଆଜିର ଗ୍ରହ ସ୍ଥିତି ପ୍ରଭାବରୁ କୌଣସି କାମ ଅଟକି ରହିବ ନାହିଁ। ବନ୍ଧୁଙ୍କ ସାହାଯ୍ୟରୁ ଅର୍ଥନୈତିକ ସ୍ଥିତିରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେବ। ମୃଗଶିରା ନକ୍ଷତ୍ର ସକାଶେ ଶତ୍ରୁତାର ସାମ୍‌ନା ସାମ୍‌ନିର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ, କିନ୍ତୁ ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ।
କର୍କଟ
କର୍କଟ
ପାପଗ୍ରହ ଦୃଷ୍ଟିବର୍ଜିତ କର୍ମସ୍ଥ ଚନ୍ଦ୍ରଙ୍କ ଯୋଗୁ ଅର୍ଥ, ସମ୍ମାନ, ପ୍ରତିଷ୍ଠା ଓ ପ୍ରଶଂସା ପାଇପାରିବେ। ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ସକାଳୁଆ ଯାତ୍ରା ଓ ମଙ୍ଗଳଜନକ କାମ ଆହ୍ଲାଦଦାୟକ ହେବ। ପାରିବାରିକ, ବ୍ୟବସାୟିକ, ଆନୁଷ୍ଠାନିକ କାର୍ଯ୍ୟକ୍ରମ ସହ ବନ୍ଧୁସମ୍ପର୍କରୁ ଆଶାନୁଯାୟୀ ସୁଫଳ ପାଇବେ।
ସି˚ହ
ସି˚ହ
ଆଜି ଦୁଃସ୍ଥାନସ୍ଥ ମଙ୍ଗଳ ଯୋଗୁ ସାମାଜିକ ଓ ପାରିବାରିକ କ୍ଷେତ୍ରର ସ୍ଥିତି ଭଲ ରହିବ ନାହିଁ। ବୁଧଙ୍କ ପ୍ରଭାବରୁ ସାଙ୍ଗସାଥୀଙ୍କ ସାହଚର୍ଯ୍ୟରେ ବକେୟା ଅର୍ଥ ଆଦାୟ କରିପାରିବେ। ଉଚ୍ଚବର୍ଗର ବ୍ୟକ୍ତିଙ୍କ ସହଯୋଗ ପାଇ ସ୍ଥଗିତ କାମର ପୁନଃ ଆରମ୍ଭ କରିପାରନ୍ତି। ବହୁ ଦିନରୁ ହଜିଯାଇଥିବା ଜିନିଷଟିର ଖୋଜଖବର ଆଜି ପାଇଯିବେ।
କନ୍ୟା
ସପ୍ତମ କେନ୍ଦ୍ରର ପାପଗ୍ରହଜନିତ ସାମୟିକ ପ୍ରତିବାଦର ସ୍ବର ଏବଂ ପ୍ରତିରୋଧର ଆଶଙ୍କାରେ ମନ ହଲଚଲ ହୋଇପାରେ। ବନ୍ଧୁଙ୍କ ସହ ବାକ୍‌ ଅସଂଯମ ଯୋଗୁ ସୁସମ୍ପର୍କ ବ୍ୟାହତ ହେବା ସୂଚନା ରହିଛି। ଚିତ୍ରା ନକ୍ଷତ୍ର ସମସ୍ୟାମୂଳକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ। ଯେସାକୁ ତେସା ନୀତିରେ କାମକରି ସମାଲୋଚିତ ହେବେ।
ତୁଳା
ତୁଳା
ତୃତୀୟ ଷଷ୍ଠାଧିପ ଧନ ସ୍ଥାନକୁ ଭାଇ, ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ସମସ୍ୟା ସୃଷ୍ଟିହୋଇପାରେ। ବିଶାଖା ନକ୍ଷତ୍ରର ମାନସିକ ଦ୍ୱନ୍ଦ୍ୱଜନିତ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ।
ବିଛା
ବିଛା
ଆପଣଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ହେତୁ ମାନସିକ ଅସ୍ଥିରତା ଲାଗି ରହିବ। ଦୀର୍ଘଦିନରୁ ଲାଗିରହିଥିବା ସମସ୍ୟାର ସମାଧାନ ହେବା କାରଣରୁ ବ୍ୟସ୍ତତା ଦୂରହୋଇଯିବ। ଅନୁରାଧା ନକ୍ଷତ୍ର ସକାଶେ ଖଳଲୋକମାନେ ଅପପ୍ରଚାର କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ
ଧନୁ
ସମସ୍ୟାର ଆଶୁ ସମାଧାନପୂର୍ବକ କାମ ହାସଲ ପାଇଁ ଅନୁକୂଳ ସୁ୍‌ଯୋଗ ସୃଷ୍ଟି ଆଶା ରହିଛି। ମୂଳା ନକ୍ଷତ୍ରର ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେବ। କର୍ମକ୍ଷେତ୍ରରେ, ରପ୍ତାନି ବାଣିଜ୍ୟରେ, ପରିବହନରେ ଅସଫଳ ହୋଇପାରନ୍ତି। ବିଶିଷ୍ଟ ବ୍ୟକ୍ତିଙ୍କ ପୃଷ୍ଠପୋଷକତାରେ ରାଜନୀତିରେ ପ୍ରଶଂସିତ ହେବା ସୂଚନା ରହିଛି।
ମକର
ମକର
ପୂର୍ବ ନିର୍ଦ୍ଧାରିତ ଯୋଜନା ବଦଳାଇବା କଷ୍ଟକର ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ଉପକୃତ ହେବେ। ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଦ୍ୱାରକୁ ଗମନ କରିବାକୁ ପଡ଼ିପାରେ। ଶ୍ରବଣା ନକ୍ଷତ୍ର ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଏବଂ ଆକସ୍ମିକ ଭାବରେ ଦୂରଯାତ୍ରାର ସୁଯୋଗ ପାଇବେ।
କୁମ୍ଭ
କୁମ୍ଭ
କଠିନ ଶ୍ରମ ସାଙ୍ଗକୁ ଖାଦ୍ୟରେ ବ୍ୟତିକ୍ରମ ହେତୁ ଅଜୀର୍ଣ୍ଣ ଓ ଆମାଶୟ ଦେଖାଦେଇପାରେ। ଶତଭିଷା ନକ୍ଷତ୍ର ପାଇଁ ବେଖାତିର ମନୋଭାବ ନେଇ ବନ୍ଧୁମାନେ ଅସହଯୋଗ କରିପାରନ୍ତି। ତର୍କବିତର୍କ ଶେଷରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ଆଶଙ୍କା ଦେଖାଦେଇପାରେ।
ମୀନମୀନ

ଆପଣଙ୍କ କଥା ଓ କାମରେ ଫରକ ନ ଥିବା କାରଣରୁ ସଫଳତା ଅବଶ୍ୟମ୍ଭାବୀ। ଦିନଟିରେ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ । ରେବତୀ ନକ୍ଷତ୍ର ମୁହଁରେ ମଧୁର କଥା କହୁଥିଲେ ମଧ୍ୟ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri