Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ୍‌ ୧୪ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଙ୍କ ଏକଦଶରେ ବୃହସ୍ପତିଙ୍କ ଯୋଗୁ ଧାର୍ମିକ କାର୍ଯ୍ୟାରମ୍ଭ, ପ୍ରତ୍ୟେକ କାମକୁ ଶୃଙ୍ଖଳିତ ଭାବରେ ସମ୍ମାନର ସହ ସମାପନ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିଲେ ମଧ୍ୟ ସାମୟିକ ସୁସ୍ଥତା ଅନୁଭବ କରିବେ। ଭଟ୍ଟା ପଡିଯାଇଥିବା ବନ୍ଧୁଙ୍କ ସହ ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଆର୍ଥିକ ଦିଗଟି ଭଲ ରହିବା ହେତୁ ମନ ଖୁସି ରହିବ।
ବୃଷ
ବୃଷ
ରବି ଓ ଶୁକ୍ର ଦ୍ୱାଦଶସ୍ଥ ହେତୁ ଦୂର ଯାତ୍ରା କରିବାକୁ ପଡିପାରେ। ତୃତୀୟାଧିପତି ନୀଚସ୍ଥ ଓ ଶନିଦୃଷ୍ଟ ଯୋଗୁ ଆମତ୍ୀୟଙ୍କ ଅସଲ ପରିଚୟ ପାଇ ଭୁଲ୍‌ ଧାରଣା ଦୂର ହେବ। ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ରାହୁଙ୍କ ପ୍ରଭାବରେ ନିଷ୍ପତ୍ତି ନେବାରେ ଭୁଲ୍‌ କରିପାରନ୍ତି। ପରକଥାରେ ମୁଣ୍ଡ ପୂରାଇ ସମସ୍ୟାକୁ ଡାକି ଆଣିବା ଠିକ୍‌ ହେବନି।
ମିଥୁନ
ମିଥୁନ
ଆଜି ରାଶିରେ ମଙ୍ଗଳ ହେତୁ କୌଣସି ମୂଲ୍ୟବାନ ଜିନିଷପ୍ରାପ୍ତି ପାଇଁ ଚେଷ୍ଟା ଚଳାଇପାରନ୍ତି। ଆତ୍ମୀୟ କିମ୍ବା ପରିଚିତଙ୍କ ପ୍ରତିକୂଳ ଆଚରଣ ମାନସିକସ୍ତରକୁ କ୍ଷତବିକ୍ଷତ କରିପାରେ। ପୁନର୍ବସୁ ନକ୍ଷତ୍ର ସକାଶେ ଆନୁଷ୍ଠାନିକ କାମରୁ କିମ୍ବା ସଭାସମିତିରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନିତ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ।
କର୍କଟ
କର୍କଟ
ଦଶମଭାବରେ ଗ୍ରହମାନଙ୍କ ଉପବେଶନ କର୍ମକ୍ଷେତ୍ର, ପାରିବାରିକ ଓ ସାମୂହିକ କାର୍ଯ୍ୟରେ ସୁଫଳ ପ୍ରଦାନ କରିବ। ଅନୁକୂଳ ସ୍ଥାନରେ ରହି ନୂତନ ଘରଟିଏ କିଣିବା କିମ୍ବା ଯାନବାହନ କିଣିବାକୁ ମନ ବଳାଇବେ। ସ୍ତ୍ରୀଙ୍କ ପରାମର୍ଶ ମାନି ଚଳିଲେ କେତେକାଂଶରେ ଉପକୃତ ହେବେ।
ସି˚ହ
ସି˚ହ
ଭାଗ୍ୟ ସ୍ଥାନରେ ରବିଙ୍କ ସହ ବୁଧ ଓ ଚନ୍ଦ୍ର ଥିବାରୁ ପାରିବାରିକ ଏବଂ କର୍ମକ୍ଷେତ୍ର ସନ୍ତୋଷଜନକ ରହିବ। ଘର ଭିତରେ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡିବେ। କାର୍ଯ୍ୟବ୍ୟସ୍ତ କାରଣରୁ କୌଣସି କଥା ଠିକ୍‌ ରହିବ ନାହିଁ କିମ୍ବା ଠିକଣା ସମୟରେ ମନେ ପଡି ନ ପାରେ। ଅପେକ୍ଷା କରିଥିବା ଲୋକଟିର ଦେଖା ନ ପାଇ ବିରକ୍ତି ଅନୁଭବ କରିବେ।
କନ୍ୟା
ବୁଧଙ୍କ ରାଶି ପ୍ରତି ପ୍ରତ୍ୟକ୍ଷ ଦୃଷ୍ଟି ନିରାମୟ ସ୍ବାସ୍ଥ୍ୟ, ବନ୍ଧୁଙ୍କ ସମାଦର ସହ ଶୁଭଖବର ମନକୁ ଆହ୍ଲାଦିତ କରିବ। ଯେମିତି ଚାହିଁବେ ସେମିତି ପାଇବେ। କର୍ମକ୍ଷେତ୍ରରେ ସହକର୍ମୀଟିର ଭୁଲ୍‌ ବୁଝାମଣାକୁ ସୁଧାରି ନେବାରେ ସମର୍ଥ ହେବେ। କିନ୍ତୁ ଚିତ୍ରା ନକ୍ଷତ୍ର ପରିବାରରେ ସ୍ନେହ, ଶ୍ରଦ୍ଧା ଓ ଅନାଦର ଭାବକୁ ନେଇ ଦୁଶ୍ଚିନ୍ତା ଲାଗି ରହିବ।
ତୁଳା
ତୁଳା
ଚନ୍ଦ୍ର ନକ୍ଷତ୍ରସ୍ଥ କେନ୍ଦ୍ରକୋଣାଧିପଙ୍କ ପ୍ରଭାବରେ ପାରିବାରିକ ସ୍ତରରେ ପିଲାଙ୍କ ବିଳମ୍ବ ବିବାହକୁ ନେଇ ଚିନ୍ତା ବଢିଯିବ। ଅନ୍ୟର ପ୍ରରୋଚନାରେ ପ୍ରଭାବିତ ହୋଇ ଭୁଲ୍‌ କାମରୁ ଦୂରେଇ ରହିବା ଭଲ ହେବ। ଅର୍ଥ ସମ୍ପର୍କୀୟ କଥାବାର୍ତ୍ତାରେ ବନ୍ଧୁଙ୍କଠାରୁ ଶୁଭ ସୂଚନା ପାଇବେ। ଅସମ୍ପୂର୍ଣ୍ଣ କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଚେଷ୍ଟିତ ହେବେ।
ବିଛା
ବିଛା
ଅଷ୍ଟଭାବସ୍ଥ ମଙ୍ଗଳଙ୍କ ଦୁର୍ବଳତା ସ୍ବାସ୍ଥ୍ୟ ସମସ୍ୟା ସଙ୍ଗକୁ ବନ୍ଧୁସମ୍ପର୍କ ହ୍ରାସ ଘଟାଇପାରେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ପାଇଁ ଦିନଟି ଭଲ, କିନ୍ତୁ ବେଶି ତକଲିପି ହେବ। ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଭାବିବେ। ପାରିବାରିକ ସମସ୍ୟାର ସମାପ୍ତି ଘଟାଇବେ ଅବଶ୍ୟ ଜଣେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।
ଧନୁ
ଧନୁ
ଦେବଗୁରୁ ତୃତୀୟଭାବରୁ ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଏକାଧାରରେ ମାନସିକ, ଶାରୀରିକ ଓ ଆର୍ଥିକ ଦିଗରୁ ଉନ୍ନତ ଫଳ ପାଇବେ। ପରିବାର ଓ ପରିବହନରେ ମତାନ୍ତର ସମ୍ଭାବନାକୁ ଏଡିହେବ ନାହିଁ। ସାଧାରଣ କଥାକୁ କେନ୍ଦ୍ରକରି ଭାଇ ଭାଇ ଭିତରେ ମତପାର୍ଥକ୍ୟ ଦେଖାଦେବ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ମକର
ମକର
କର୍ମାଧିପଙ୍କ ସୁଦୃଷ୍ଟିରୁ କର୍ମକ୍ଷେତ୍ର ସମସ୍ୟାର ସରଳ ସମାଧାନ ପାଇଁ ଚେଷ୍ଟା କରିପାରନ୍ତି। ମଙ୍ଗଳଙ୍କ ପ୍ରଭାବରେ ଜମିଜମା, ଯାନବାହନ କ୍ରୟବିକ୍ରୟରେ ସୁଫଳ ଲାଭ କରିବେ। ସମ୍ପର୍କୀୟଙ୍କ ସହାୟତାରେ ଅଟକି ରହିଥିବା କାମ ସମ୍ପନ୍ନ ସୁଯୋଗ ମିଳିବ। ବୁଧଙ୍କ ନୀଚତ୍ୱ ହେତୁ ସ୍ନାୟବିକ ଦୁର୍ବଳତା, ବନ୍ଧୁ ସମ୍ପର୍କରେ ନୂ୍ୟନତା ଅନୁଭବ କରିପାରନ୍ତି।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ଚନ୍ଦ୍ର ରବିରଶ୍ମିରେ ମାନସିକ ଅସ୍ଥିରତା ଲାଗି ରହିବ। ସମସ୍ୟା ଭିତରେ ବୁଡି ରହିଥିଲେ ମଧ୍ୟ କାମର ଚାପ ଆଦୌ ବିଶ୍ରାମ ନେବା ସକାଶେ ଅବସର ଦେବନାହିଁ। ଆପଣ ନିଜକୁ ଆତ୍ମସଂଯମ ଓ ନିୟନ୍ତ୍ରଣ ମଧ୍ୟରେ ରଖିପାରିଲେ ଉପକୃତ ହେବେ। ନିଜ ପରିସରରେ ନିଜର ଲୋକମାନେ ମିଥ୍ୟା ଅଭିଯୋଗ କରିପାରନ୍ତି।
ମୀନମୀନ
ଦ୍ୱାଦଶସ୍ଥ ବୃହସ୍ପତି ହେତୁ ଅସହିଷ୍ଣୁ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ ପାଇଁ ପ୍ରତିକୂଳତା ସୃଷ୍ଟିକରିବ। ପରିବାରରେ ଭୁଲ ବୁଝାମଣାରୁ ଆପଣଙ୍କ ଉପରକୁ ଦୋଷ ଆସିପାରେ। ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ବାକ୍‌ ବିତଣ୍ଡା ଆଶଙ୍କା ରହିଛି। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ କ୍ଷେତ୍ରରେ ବିଳମ୍ବରେ ହେଲେ ମଧ୍ୟ କାମ ହାସଲର ଆଶା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri