Posted inRasifala

ରାଶିଫଳ: ଗୁରୁବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ
ଆଜି ସାମଗ୍ରିକ କ୍ଷେତ୍ରରେ ଶୁଭଫଳ ଲାଭକରି ଆନନ୍ଦ ଅନୁଭବ କରିବେ। ବନ୍ଧୁଙ୍କ ପରାମର୍ଶରେ କୌଣସି ନୂତନ କର୍ମାରମ୍ଭ କରିପାରନ୍ତି। ଅବଶ୍ୟ ଅସମର୍ଥିତ ସୂତ୍ରରୁ କୌଣସି ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପାରିବାରିକ ସମସ୍ୟାକୁ ସୁଧାରି ନେବାରେ ପଡ଼ୋଶୀ ସାହାଯ୍ୟ କରିବେ।
ବୃଷ
ବୃଷ
ନିଜ ଲୋକମାନଙ୍କର ଭୁଲ୍‌ ଧାରଣା ବୃଦ୍ଧିପାଇ କଳହର ରୂପ ନେଇପାରେ। ଆଜି ଆପଣ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବେ। ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ମଧ୍ୟାହ୍ନପରେ ପାଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ସହ ନୂତନ ସମସ୍ୟା ସୃଷ୍ଟି ହେବ।
ମିଥୁନ
ମିଥୁନ
ସତର୍କତା କିମ୍ବା ଅନ୍ୟମନସ୍କଜନିତ ଧନହାନି ଘଟିବାର ସୂଚନା ରହିଛି। କର୍ମକ୍ଷେତ୍ରରେ ବାଦବିବାଦ କ୍ରମେ ଜଟିଳ ହେବ ମାତ୍ର ପରିଶେଷରେ ସଫଳତା ହାସଲ କରିବେ। ତଥାପି ପ୍ରତ୍ୟେକ କାମରେ ଆଗପଛ ବିଚାର କରି ହାତ ଦେବା ଭଲ ହେବ। ପୂର୍ବ ବିବାଦକୁ କେନ୍ଦ୍ରକରି ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ କାର୍ଯ୍ୟବ୍ୟସ୍ତତା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଆପଣଙ୍କ ଲୋକପ୍ରିୟତାରୁ ମିତ୍ରମାନେ ଈର୍ଷାପରାୟଣ ହୋଇପାରନ୍ତି। ମାତ୍ରାଧିକ ଭ୍ରମଣ ଯୋଗୁ ସନ୍ଧ୍ୟା ସମୟରେ କ୍ଳାନ୍ତି ଅନୁଭବ କରିବେ। କୌଣସି ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ।
ସି˚ହ
ସି˚ହ
ନିଜ ଚିନ୍ତାଧାରାର ବିପରୀତ କାର୍ଯ୍ୟକଳାପକୁ ଦେଖିଲେ ମଧ୍ୟ ନ ଦେଖିଲା ପରି ରହିବାକୁ ବାଧ୍ୟ ହେବେ। ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବାରୁ ମନ ଖୁସି ରହିବ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ଅନ୍ୟଦ୍ୱାରା ଅନୁପ୍ରେରିତ ହୋଇ ଭୁଲ୍‌ ବୁଝାମଣା ଯୋଗୁ ପାରିବାରିକ କ୍ଷେତ୍ର ବିବାଦୀୟ ରହିବ।
କନ୍ୟା
ସମସ୍ୟା ପିଛା ନ ଛାଡିଲେ ମଧ୍ୟ ଆପଣ ନୀରବ ନ ରହି ପ୍ରତିକାରମୂଳକ ପଦକ୍ଷେପ ନେଇପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ବିଳମ୍ବରେ ପାଇବେ। ଦୀର୍ଘଦିନରୁ ଶଯ୍ୟାଶାୟୀ ରୋଗିଣା ପିତାଙ୍କ ସ୍ବାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ।
ତୁଳା
ତୁଳା
ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ର ପ୍ରାୟତଃ ଭଲ ରହିବା ଯୋଗୁ ଆଶ୍ୱସ୍ତିଲାଭ କରିବେ। ଗତକାଲିଠାରୁ ସମ୍ପୂର୍ଣ୍ଣ କରିବାକୁ ଭାବୁଥିବା କାମଟିକୁ ଆଜି ସନ୍ଧ୍ୟାସୁଦ୍ଧା ଶେଷ କରିପାରିବେନି। ସଂଗଠନ, ସଭାସମିତି ଓ ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ନିଜ ପରିଜନଙ୍କ ସହିତ ସତ୍‌ସଙ୍ଗ, ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ।
ବିଛା
ବିଛା
ମନକଥା ମନରେ ରଖି କାମ କରିଚାଲିବେ କିନ୍ତୁ ସୁଫଳ ଆଶା ଦୁରୂହ ହୋଇପାରେ। କିଛି ପାଇବା ଆଶାରେ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ଟିକାଟିପ୍ପଣୀ ଦେଇପାରନ୍ତି। ପାରସ୍ପରିକ ସୌହାର୍ଦ୍ଦ୍ୟ ଜନିତ ପରିବାରରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ।
ଧନୁ
ଧନୁ
ବନ୍ଧୁଙ୍କ ମାଧ୍ୟମରେ ସକାଳୁ ସକାଳୁ ଶୁଭଖବର ପାଇ ମନ ହାଲୁକା ହୋଇଯିବ। ପରିସ୍ଥିତିରେ ପଡି ବାଧ୍ୟବାଧକତାରେ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିପାରନ୍ତି। ଶିଳ୍ପ, ବ୍ୟବସାୟରେ ପ୍ରତିବନ୍ଧକ ଦୂର ହେବା ସାଙ୍ଗକୁ ଲାଭବାନ ହେବେ। ମନ ଭିତରେ ଯାହା ଥାଉନା କାହିଁକି ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।
ମକର
ମକର
ସ୍ବାସ୍ଥ୍ୟ ନିୟନ୍ତ୍ରଣାଧୀନ ରହିବା ସାଙ୍ଗକୁ ପଡ଼ୋଶୀଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇ ଖୁସି ହେବେ। ପାରିବାରିକ ପରିସ୍ଥିତି ପୂର୍ବପରି ରହିବା ଯୋଗୁ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି। ଧୈର୍ଯ୍ୟର ସହ ସମସ୍ୟାଗୁଡିକର ମୁକାବିଲା କରିବାରେ ସମର୍ଥ ହେବେ। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
କୁମ୍ଭ
କୁମ୍ଭ
ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପମାନିତ ହେବେ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ବ୍ୟବସାୟ, ପରିବହନ, ଆନୁଷ୍ଠାନିକ କାମ ପାଇଁ ଅସୁବିଧା ରହିବ ନାହିଁ।
ମୀନମୀନ

ବିବାଦୀୟ ସ୍ଥିତିଜନିତ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇପାରେ। ଆର୍ଥିକ ସ୍ଥିତି ଭଲ ରହିବା ସହ ବନ୍ଧୁମିଳନରୁ ଖୁସି ରହିବେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ପହଂଚିବାରେ ବିଳମ୍ବ ଘଟିବାର ସୂଚନା ରହିଛି। ଶିକ୍ଷାରେ ଉନ୍ନତି, ସନ୍ତାନଙ୍କ ସମସ୍ୟାର ସମାଧାନ, ବ୍ୟବସାୟରୁ ଲାଭଜନିତ ମାନସିକ ସ୍ଥିତି ଭଲ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri