Posted inRasifala

ରାଶିଫଳ: ରବିବାର, ଫେବୃୟାରୀ ୧୩ ତାରିଖ – Daily Horoscope

ମେଷ
ସତର୍କତା ଅବଲମ୍ବନ କଲେ ମଧ୍ୟ ବିଭିନ୍ନ ପ୍ରକାରର ସମସ୍ୟା ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି। କର୍ମକ୍ଷେତ୍ରରେ କିମ୍ବା ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ। ସଭାସମିତିରେ ବନ୍ଧୁମାନଙ୍କ ସହ ଆଲୋଚନାରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ
ବୃଷ
ବୃଷ
ଶାରୀରିକ ଅସୁସ୍ଥତା ସାଙ୍ଗକୁ ପାରିବାରିକ ଅଶାନ୍ତି ଓ ଅର୍ଥାଭାବର ସାମ୍ନା କରିବାକୁ ପଡ଼ିପାରେ। ବନ୍ଧୁମାନେ ସାମୟିକ ସୁଯୋଗକୁ ନିଜର ସ୍ବାର୍ଥ ସାଧନ ଦିଗରେ ଲଗାଇପାରନ୍ତି। ଭୁଲ୍‌ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ତିକ୍ତତା ସୃଷ୍ଟି ସମ୍ଭାବନା ରହିଛି। ଯାନ୍ତ୍ରିକ ଜିନିଷ, ଯାନବାହନ କିମ୍ବା ଗୃହୋପକରଣ କ୍ରୟ କରିପାରନ୍ତି।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ନିଜ ନିଜ ଜିଦ୍‌ରେ ଅଟଳ ରହିବା କାରଣରୁ କଳହ ଲାଗିପାରେ। ଅର୍ଥ ସମ୍ବନ୍ଧୀୟ କଥା, ଚୁକ୍ତିପତ୍ର, ଜମିଜମା କାରବାରରେ ମାନସିକ ଆଘାତ ପାଇପାରନ୍ତି। ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁମାନେ ସାହାଯ୍ୟ କରିବେ। ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ, କିନ୍ତୁ ଫେରିବା ସମୟରେ ପୂର୍ବର ଆନନ୍ଦ ଆଉ ନ ଥିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ବନ୍ଧୁଙ୍କୁ ସାହାଯ୍ୟ ଓ ବଦାନ୍ୟତା ଦେଖାଇଲେ ମଧ୍ୟ ତାହାର ମୂଲ୍ୟ ସେ ବୁଝିପାରିବେ ନାହିଁ। ସଭାସମିତିରେ କିମ୍ବା ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ପ୍ରକାଶନ, ପ୍ରଶାସନ, ସାମ୍ବାଦିକତା କ୍ଷେତ୍ରରେ ସମ୍ମାନ ପାଇବେ। ପଡ଼ୋଶୀଙ୍କ ଅଭିଯୋଗ ସକାଶେ ମନରେ ଭାବାନ୍ତର ସୃଷ୍ଟି ହେବ।
ସି˚ହ
ସି˚ହ
ଦିନଟିରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଗୁରୁତ୍ୱପୂର୍ଣ୍ଣ କାମଟିକୁ ଭୁଲିଯାଇପାରନ୍ତି। ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ ସାହାଯ୍ୟ କରିବ। ବ୍ୟବସାୟିକ କ୍ଷେତ୍ର ଓ ପ୍ରଶାସନିକ ସ୍ତରରେ ପରିସ୍ଥିତି ସେତେଟା ଭଲ ରହି ନ ପାରେ। ଆକସ୍ମିକ ଭାବରେ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗଁୁ ମନରେ ସରସତା ରହିବ ନାହିଁ।
କନ୍ୟା
ଆଜିର କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରି କାର୍ଯ୍ୟ ହାସଲ କରିବେ। ଗଠନମୂଳକ କିମ୍ବା ସାମୂହିକ କାମରେ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ସଭାସମିତିରେ ତଥା ଆଲୋଚନା କ୍ଷେତ୍ରରେ ସମ୍ମାନୀୟ ବ୍ୟକ୍ତି ସହାୟତା କରିବେ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ପଛରେ ନାନାଦି କଥା କହିପାରନ୍ତି।
ତୁଳା
ତୁଳା
ଆତ୍ମୀୟଙ୍କ ସହଯୋଗରୁ ସମାଧାନର ସୂତ୍ର ବାହାର କରିବାରେ ସମର୍ଥ ହେବେ। ଦୀର୍ଘଦିନର ଅଭିଳାଷ ପୂରଣ ହେବ ଓ ଯୋଜନାକୁ ବାସ୍ତବ ରୂପ ଦେବେ। ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ, କିନ୍ତୁ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ମାଲିମକଦ୍ଦମା, ଜମିଜମା ସମସ୍ୟା, ସମାଧାନ ଦିଗକୁ ମୁହାଁଇବ।
ବିଛା
ବିଛା
ମାନସିକ ଅସ୍ଥିରତା କାରଣରୁ ଯାହା ଭାବୁଥିବେ କାମ କରିବା ବେଳକୁ ତାହା ଠିକ୍‌ ଓଲଟା ହୋଇଯିବ। ପ୍ରିୟଜନଙ୍କ ସହ ଏକ ସାଧାରଣ କିମ୍ବା ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ଅଫିସରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।
ଧନୁ
ଧନୁ
ପ୍ରତ୍ୟେକ ସ୍ତରରେ ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣ ହେବେ। ବୈବାହିକ କର୍ମ ସମ୍ପାଦନ ପାଇଁ ନୂତନ ବନ୍ଧୁ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି। ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ହେତୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। କୌଣସି ପ୍ରକାରର ସତ୍ୟତା ନ ଥାଇ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିପାରନ୍ତି।
ମକର
ମକର
ବିଭିନ୍ନ ଦିଗରୁ ମାନସିକ ଚାପ ଓ ପ୍ରତିବନ୍ଧକର ସାମ୍ନା କରି କାମ ହାସଲ କରିବାକୁ ପଡ଼ିବ। ସ୍ତ୍ରୀଙ୍କ ସହ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ଅଶୋଭନୀୟ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ଦୂରେଇଯିବ। ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହେବେ।
କୁମ୍ଭ
କୁମ୍ଭ
ଅଧିକାଂଶ ସମୟ ଅନ୍ୟମନସ୍କ ରହିବା କାରଣରୁ କିଛିନା କିଛି ବ୍ୟତିକ୍ରମ ଅବଶ୍ୟ ସୃଷ୍ଟି ହେବ। ଅଭିମାନୀ ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ସରକାରୀ କ୍ଷେତ୍ରରୁ ଆଶା କରିଥିବା କୌଣସି କାଗଜପତ୍ର ସମ୍ପର୍କୀୟ ଶୁଭ ସୂଚନା ପାଇବେ। ରାଜନୀତି କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।
ମୀନମୀନ
ଆଜି ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସାଙ୍ଗକୁ ପ୍ରଶଂସିତ ହୋଇପାରନ୍ତି। ବନ୍ଧୁମାନଙ୍କ ଅନୁରୋଧକୁ ଉପେକ୍ଷା ନ କରି ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ଢଳିପାରେ। ଆର୍ଥିକ ସ୍ବଚ୍ଛଳତା ବଢ଼ିଯିବା କାରଣରୁ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। ସାମାଜିକ ସ୍ତରରେ ଉନ୍ନତିମୂଳକ କାମ ସକାଶେ ଦିନଟି ବହୁତ ଭଲ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri