Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୧୩ ତାରିଖ – Daily Horoscope

ମେଷ
ଭଲ ସମ୍ପର୍କ ନ ଥିବା ଲୋକଙ୍କ କପଟ କଥାରେ ପାରିବାରିକ ସମସ୍ୟା ସୃଷ୍ଟିହେବ। ବିରକ୍ତ ମନର ଅପ୍ରିୟ ସତ୍ୟ କଥା ସହକର୍ମୀଙ୍କ ମନରେ ଆଘାତ ସୃଷ୍ଟିକରିବ। କର୍ମକ୍ଷେତ୍ରରେ ଦୂରଦର୍ଶିତାପୂର୍ବକ କାର୍ଯ୍ୟ ସମ୍ପାଦନ ବନ୍ଧୁଗହଣରେ ପ୍ରଶଂସାର ଦ୍ୟୋତକ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପାରିବାରିକ ସ୍ଥିତି କେତେକାଂଶରେ ଭଲ ରହିବ।
ବୃଷ
ବୃଷ
ଶାରୀରିକ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମାନସିକ ଶାନ୍ତି ଫେରିପାଇବେ। ଯାତ୍ରା ସମୟରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବା ସୂଚନା ରହିଛି। ଅର୍ଥ ସଙ୍କଟ କାରଣରୁ ଆଶା ଓ ଅଭିଳାଷ କେତେକାଂଶରେ ଅପୂରଣ ରହିଯାଇପାରେ। କର୍ମକ୍ଷେତ୍ର, ମାଲି ମକଦ୍ଦମା, ଲେଖାପଢ଼ା, ଜମିଜମା କାରବାର ପାଇଁ ଭଲ।
ମିଥୁନ
ମିଥୁନ
ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ମାନସିକ ଉତ୍ତେଜନା ସହ ଭାବପ୍ରବଣତା ବୃଦ୍ଧି ପାଇବ। ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ ଓ ସଭାସମିତିରେ କାମଗୁଡିକ ଶୃଙ୍ଖଳିତ ହେବ। ପଡ଼ୋଶୀମାନେ ଆପଣଙ୍କ କାର୍ଯ୍ୟଦକ୍ଷତାର ଭୂରି ଭୂରି ପ୍ରଶଂସା କରିପାରନ୍ତି। ଫେରନ୍ତା ବାଟରେ କୌଣସି ଅଜଣା ବ୍ୟକ୍ତିଙ୍କ ସହ ବିତର୍କର ସୂଚନା ରହିଛି।
କର୍କଟ
କର୍କଟ
ଚନ୍ଦ୍ରଙ୍କ ଦୁର୍ବଳତାଜନିତ ସ୍ବାସ୍ଥ୍ୟ ସମସ୍ୟା ସହ କର୍ମକ୍ଷେତ୍ରର ଅବ୍ୟବସ୍ଥା ଚିନ୍ତାଶୀଳତାକୁ ବୃଦ୍ଧିକରିବ। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗହେବା କଷ୍ଟକର ହୋଇପାରେ। ସାମାଜିକ କ୍ଷେତ୍ରରେ ନିଜର ପ୍ରାଧାନ୍ୟ ବିସ୍ତାର କରିବାରେ ପଛେଇଯାଇପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ ସକାଶେ କୌଣସି ଅସୁବିଧା ହେବ ନାହିଁ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ସହକର୍ମୀ ବିରୁଦ୍ଧାଚରଣ କରିବା ସୂଚନା ପରୋକ୍ଷରେ ଅନୁଭବକରିବେ। ନୂତନ ପ୍ରକଳ୍ପ କାର୍ଯ୍ୟ, ପର୍ଯ୍ୟଟନ, ଶେୟାର ବଜାର ଦିଗରୁ ସୁଫଳ ପାଇବେ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, କଳା, ସଙ୍ଗୀତ, ଗବେଷଣା ଓ ଅନୁସନ୍ଧାନରେ ସଫଳତା ମିଳିବ। ଯାତ୍ରା ସମୟରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ସହ ମିତ୍ରତା ସୃଷ୍ଟି ହୋଇପାରେ।
କନ୍ୟା
ବିଭିନ୍ନ ପୁରୁଣା ସମସ୍ୟା ସମାଧାନ ନ ହେବା ଦୁଶ୍ଚିନ୍ତାର କାରଣ ହେବ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ଭଲସମ୍ପର୍କ ବାଧାପ୍ରାପ୍ତ ହେବ। ଆଲୋଚନା କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। କୁଟୀରଶିଳ୍ପ,କଳା ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ରରେ ପ୍ରଶଂସିତ ହୋଇପାରନ୍ତି।
ତୁଳା
ତୁଳା
ଆକସ୍ମିକଭାବରେ ଜଣେ ବନ୍ଧୁ ହଠାତ୍‌ ଖୁସିଖବର ସାଙ୍ଗକୁ କିଛି ଅର୍ଥ ଦେଇଯିବେ। ଉପରିସ୍ଥ କର୍ମଚାରୀ ନାହିଁ ନାହିଁ କରୁଥିଲେ ମଧ୍ୟ ପରିଶେଷରେ କାମଟି କରିଦେଇପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ, କିନ୍ତୁ ବିଶେଷ ଗୁରୁତର ହେବ ନାହିଁ। ପାରିବାରିକ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ଶାନ୍ତିର ବାତାବରଣ ଆସି ନ ପାରେ।
ବିଛା
ବିଛା
କର୍ମକ୍ଷେତ୍ର କିମ୍ବା ଘରୋଇ କ୍ଷେତ୍ରରେ ଅନ୍ୟମାନଙ୍କ ପ୍ରରୋଚନାରେ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଆଜି ପ୍ରତ୍ୟେକ କାମରେ କିଛି ନା କିଛି ସମସ୍ୟା ଲାଗି ରହିବ। ନିକଟ ସମ୍ପର୍କୀୟମାନଙ୍କ ଆଶ୍ୱାସନାମୂଳକ କଥାରେ ଅଶାନ୍ତ ମନରେ ସ୍ଥିରତା ଆସିପାରେ। ପ୍ରଶାସନିକ ସ୍ତରରେ କିମ୍ବା ବିବାଦୀୟ ଘଟଣାର ଅବସାନ ଘଟିବା ଆଶା ରହିଛି।
ଧନୁ
ଧନୁ
ସହକର୍ମୀମାନଙ୍କ ସହଯୋଗ ନ ପାଇ ଅସୁବିଧାର ସମ୍ମୁଖୀନ ହେବେ। ବିଶ୍ୱସ୍ତ ସୂତ୍ରରୁ ଭୁଲ୍‌ ଖବରଟିଏ ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଦୀର୍ଘ ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦଦେଖାଦେଇପାରେ। ଅଫିସ୍‌ କାମରେ ବ୍ୟସ୍ତ ରହି ଗୁରୁତ୍ୱପୂର୍ଣ୍ଣ କଥାଟି ପାସୋରି ଦେଇପାରନ୍ତି।
ମକର
ମକର
କୌଣସି ନୂତନ କାର୍ଯ୍ୟରେ ହାତଦେବାକୁ ସ୍ଥିରକରି ସଫଳତା ପାଇପାରିବେ। ବନ୍ଧୁଙ୍କ ସାହାଯ୍ୟର ପ୍ରତିଶ୍ରୁତି ପାଇ ମନୋବଳ କ୍ରମଶଃ ବୃଦ୍ଧିପାଇବ। ବିଭିନ୍ନ ପ୍ରକାର ସମସ୍ୟା ବୃଦ୍ଧି କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ।
କୁମ୍ଭ
କୁମ୍ଭ
ଅଧିକାଂଶ ସମୟ ଅନ୍ୟମନସ୍କ ରହିବା କାରଣରୁ ପ୍ରକୃତ ଆନନ୍ଦକୁ ଉପଭୋଗ କରିପାରିବେ ନାହିଁ। ଆଲୋଚନା କାଳରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖଦେବ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣାକୁ ଦୂରେଇନେବା ପାଇଁ ଚେଷ୍ଟାକରିବା ଭଲ। ସାହିତ୍ୟ, ସାମ୍ବାଦିକତା, ଗବେଷଣା ଓ ଅନୁସନ୍ଧାନ କ୍ଷେତ୍ରରୁ ସୁଫଳ ମିଳିବ।
ମୀନମୀନ

ସ୍ବାସ୍ଥ୍ୟ ସମସ୍ୟା ବହୁଳାଂଶରେ ସୁଧୁରିଯିବା ହେତୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ପ୍ରଶାସନ, ପ୍ରକାଶନ, ଚୁକ୍ତିପତ୍ର, ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟିର ଆଶଙ୍କା ରହିଛି। ଅନ୍ୟମନସ୍କତା କିମ୍ବା ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟହୋଇପାରେ। ପରିବାରରେ ସହନଶୀଳତାର ଅଭାବ ଓ ସ୍ବେଚ୍ଛାଚାରିତା ମନୋଭାବ ଅଶାନ୍ତିର କାରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri