Posted inRasifala

ରାଶିଫଳ: ମଙ୍ଗଳବାର, ଏପ୍ରିଲ୍‌ ୧୩ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। କୃତ୍ତିକା ନକ୍ଷତ୍ର ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ଅଫିସ୍‌ରେ ଆଲୋଚନାକ୍ରମେ କାମରେ ଲାଗିପଡ଼ନ୍ତୁ, ଅଳ୍ପ ସମୟ ପରେ ସବୁ କିଛି ଠିକ୍‌ ହୋଇଯିବ। ନିଜର କେତେକ କୃତକର୍ମ ସକାଶେ ଅନୁତାପ କରିବାକୁ ପଡ଼ିପାରେ।
ବୃଷ
ବୃଷ
ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ମୃଗଶିରା ନକ୍ଷତ୍ର ଉପକୃତ ହୋଇଥିବା ନିଜ ଲୋକଙ୍କ ଶତ୍ରୁତା ଯୋଗୁ ସାମାନ୍ୟ ବିଚଳିତ ବେବେ। ପରକଥାରେ ମୁଣ୍ଡ ପୂରାଇ ସମସ୍ୟକୁ ଡାକି ଆଣନ୍ତୁ ନାହିଁ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ ଓ ଲାଭବାନ୍‌ ହେବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ଦିଗରେ ବନ୍ଧୁ ସାହାଯ୍ୟ କରିବେ। ଦୀର୍ଘ ଦିନରୁ ଦେଖିନଥିବା ସାଙ୍ଗଟି ନିଜ ତରଫରୁ ସହଯୋଗର ହାତ ବଢ଼ାଇବ ଓ ହସି ହସି କଥା ଆରମ୍ଭ କରିବ। ବ୍ୟବସାୟରେ ଉନ୍ନତି କରିବେ ଏବଂ ଲାଭ ମଧ୍ୟ କିଛି କମ୍‌ ହେବନାହିଁ। ପୁନର୍ବସୁ ନକ୍ଷତ୍ରର ଆତ୍ମୀୟମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି।
କର୍କଟ
କର୍କଟ
ଆଜି ବନ୍ଧୁମାନେ ଆପଣଙ୍କ କଥା ଓ ଉଦ୍ଦେଶ୍ୟକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ। ଅଶ୍ଳେଷା ନକ୍ଷତ୍ର ପିଲାମାନଙ୍କର କୌଣସି ବ୍ୟତିକ୍ରମକୁ ସଜାଡ଼ିବା ପାଇଁ ସ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି। ସଫଳତା ସକାଶେ କନିଷ୍ଠଙ୍କ ମତାମତକୁ ଅସମ୍ମାନ କରନ୍ତୁ ନାହିଁ। ମହିଳାମାନେ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଅସୁବିଧାରେ ପଡ଼ିପାରନ୍ତି।
ସି˚ହ
ସି˚ହ
ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟ କାରଣରୁ ମନ ଭାରାକ୍ରାନ୍ତ ରହିବ। ପରକ୍ଷଣରେ ପୂର୍ବାବସ୍ଥା ଫେରିପାଇବା ସକାଶେ ବିଭିନ୍ନ ଯୋଜନା କରିବେ। ଏଣେ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଟୂକ୍ତି ମନରେ ଦୁଃଖଦେବ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିପାରନ୍ତି।
କନ୍ୟା
ଆଜି ଯେମିତି ଚାହିଁବେ ସେମିତି ପାଇବେ। ମନ ବୁଝିଲା ଭଳି କଥା କହି କର୍ମଚାରୀଟିର ଭୁଲ୍‌ ବୁଝାମଣାକୁ ସୁଧାରିବାରେ ସମର୍ଥ ହେବେ। ହସ୍ତା ନକ୍ଷତ୍ରର ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପାଇବେ। ପାରିବାରିକ ସ୍ତରରେ କେତେକ ସମସ୍ୟା ଓ ପ୍ରତିବନ୍ଧକ ଦେଖାଦେଇପାରେ, ମାତ୍ର ବିଶେଷ କିଛି ଅସୁବିଧା ହେବ ନାହିଁ।
ତୁଳା
ତୁଳା
ସମସ୍ତ ସୁବିଧା ଥାଇ ମଧ୍ୟ ଆଶା କରୁଥିବା କାମ ନ ହେବାରୁ ମନରେ ସରସତା ରହିବ ନାହିଁ। ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବେ, ଯାହାକି ଆପଣଙ୍କୁ ଧର୍ମସଂକଟରେ ପକାଇପାରେ। ସ୍ବାତୀ ନକ୍ଷତ୍ର ସକାଶେ ପିଲାଙ୍କ ବିଳମ୍ବ ବିବାହକୁ ନେଇ ଚିନ୍ତା ବଢ଼ିଯିବ। ଅନ୍ୟର ପ୍ରରୋଚନାରେ ପ୍ରଭାବିତ ହୋଇ ଭୁଲ୍‌ କାମରୁ ଦୂରେଇ ରହନ୍ତୁ।
ବିଛା
ବିଛା
ଅନୁରାଧା ନକ୍ଷତ୍ର ମନ କଥା ମନରେ ରଖି ଯନ୍ତ୍ରବତ୍‌ କାମ କରିବାକୁ ବାଧ୍ୟ ହେବେ। ବାଣିଜ୍ୟ ଓ ବ୍ୟବସାୟ ପାଇଁ ଦିନଟି ଭଲ, କିନ୍ତୁ ବେଶି ତକ୍‌ଲିପି ହେବାକୁ ପଡ଼ିବ। ଆଜି ଆପଣ ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିରେ ଦେଖିବେ। ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ସକାଶେ ଚେଷ୍ଟା ଅବ୍ୟାହତ ରଖିବା ଭଲ।
ଧନୁ
ଧନୁ
ଆଜି ପରିବାର ଭିତରେ ମତପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ପରସ୍ପର ଦୋଷାରୋପ କରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି। ସାମାଜିକ କ୍ଷେତ୍ରରେ ପଡ଼ୋଶୀମାନେ ନିଜ ସ୍ବାର୍ଥ ସାଧନ ଆଶାରେ ଭୂରିଭୂରି ପ୍ରଶଂସା କରିବେ। ପୂର୍ବାଷାଢ଼ା ନକ୍ଷତ୍ରର ଶାରୀରିକ ଅସୁସ୍ଥତା ଚିନ୍ତାର ମୁଖ୍ୟ କାରଣ ହୋଇପାରେ।
ମକର
ମକର
ବୁଝାମଣା ମାଧ୍ୟମରେ ସମସ୍ୟାର ସରଳ ସମାଧାନ ଚେଷ୍ଟା କଲେ ଉପକୃତ ହେବେ। ଅଫିସରେ କଥା କଟାକଟି ହେତୁ ସମ୍ପର୍କ ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରର ଅଶାନ୍ତ ମନ ଆଜି ଘରୋଇ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ। ଧନିଷ୍ଠା ନକ୍ଷତ୍ରର ଦୀର୍ଘ ଦିନରୁ ସାଇତି ରଖିଥିବା ଅର୍ଥ ଅନ୍ୟ ବାଟରେ ଖର୍ଚ୍ଚ ହୋଇ ଯାଇପାରେ।
କୁମ୍ଭ
କୁମ୍ଭ
ଆଜି ଶତଭିଷା ନକ୍ଷତ୍ର ସକାଶେ ଆର୍ଥିକ ଅଭାବ ହିଁ ସମସ୍ୟାର ମୂଳ କାରଣ ହେବ। ସମସ୍ୟା ଆସିଲେ ମଧ୍ୟ ଆପଣ ଦୃଢ଼ ମନୋବଳ ଯୋଗୁଁ ବହୁ ବିପଦରୁ ରକ୍ଷା ପାଇବେ। ମିତ୍ରମାନେ ଆଗରେ ନ କହିଲେ ବି ପରୋକ୍ଷରେ ଶତ୍ରୁତା ଆଚରଣ କରିପାରନ୍ତି। ନିଜ ପରିସରରେ ନିଜର ଲୋକମାନେ ମିଥ୍ୟା ଅଭିଯୋଗ କରିପାରନ୍ତି।
ମୀନମୀନ
ଆଜି ଆଲୋଚନା ପରିସରରେ ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଅବ୍ୟାହତ ରହିବ। ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ପାଇଁ ଆଜି ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ଅଯଥା ବାକ୍‌ବିତଣ୍ଡା ସୃଷ୍ଟି ହୋଇପାରେ। ଜମିଜମା, ନିର୍ମାଣ ପ୍ରଭୃତି ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାଗୁଡ଼ିକର ସମାଧାନ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri