ତଳମୁହାଁ ଅର୍ଥନୀତି, ଘରମୁହାଁ ପ୍ରବାସୀ

ନୂଆଦିଲ୍ଲୀ/ମୁମ୍ବାଇ,୧୨ା୪: କରୋନା ଭୂତାଣୁର ଦ୍ୱିତୀୟ ଲହର ପ୍ରଥମଠାରୁ ଆହୁରି ଘାତକ ହେବ ବୋଲି ଆଶଙ୍କା କରାଯାଉଥିବାବେଳେ ଭାରତର ଟିକାକରଣ ହାର ଅନ୍ତର୍ଜାତୀୟ ସ୍ତରରେ ପଛରେ ପଡ଼ିଯାଇଛି। ଟିକା ଯୋଗାଣ ଅଭାବରୁ ବଣ୍ଟନରେ ଅସୁବିଧା ଏବଂ ଏହାକୁ ନେଇ ଚାଲିଥିବା ରାଜନୀତି ମହାମାରୀଜନିତ ବୋଝକୁ ବଢ଼ାଇଦେଇଛି। ଅଣଭାଜପା ଶାସିତ ରାଜ୍ୟଗୁଡ଼ିକ କେନ୍ଦ୍ରକୁ କୋଭିଡ୍‌-୧୯ ଭାକ୍ସିନ ମାଗୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଟିକା ଉତ୍ସବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଏଠାରେ ପ୍ରଶ୍ନ ଉଠେ, ଯେଉଁ ରାଜ୍ୟ ପାଖରେ ଭାକ୍ସିନ ନିଅଣ୍ଟ ହେବାରୁ ଟିକାଦାନ କେନ୍ଦ୍ରଗୁଡ଼ିକୁ ବନ୍ଦ କରିବାକୁ ପଡ଼ୁଛି, ସେହି ରାଜ୍ୟ କିପରି ପାଳିବ ଟିକା ଉତ୍ସବ? ଅନେକ ବିତରଣ କେନ୍ଦ୍ରରେ ଟିକା ନ ଥିବାରୁ ଲୋକେ ନିରାଶ ହୋଇ ଫେରୁଛନ୍ତି। ଏହାସତ୍ତ୍ୱେ ଭାରତ ଟିକା ରପ୍ତାନି ବନ୍ଦ କରିନାହିଁ ବୋଲି କେନ୍ଦ୍ର ସରକାର ବାରମ୍ବାର ସଫେଇ ଦେଉଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଉପଲବ୍ଧ ତଥ୍ୟାନୁସାରେ ଭାରତରେ ଅଦ୍ୟାବଧି ୧୦ କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀ ଟିକା ନେଇସାରିଛନ୍ତି। ସେହିପରି ଅନ୍ୟ ୮୫ ଦେଶକୁ ପ୍ରାୟ ୭ କୋଟି ଡୋଜ୍‌ ଟିକା ପଠାଇସାରିଲାଣି। ଏମିତିରେ କଂଗ୍ରେସ, ଆମ୍‌ ଅଦ୍‌ମୀ ପାର୍ଟି (ଏଏପି), ଶିବସେନା ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ପରାମର୍ଶ ଦେଉଛନ୍ତି, ଦେଶରେ ସମସ୍ତ ଲୋକଙ୍କୁ ମାଗଣାରେ ଟିକା ବଣ୍ଟନ କରାଯାଉ। ଟିକା ଗ୍ରହଣ ପାଇଁ କୌଣସି ବୟସ ସୀମା ନ ରହୁ। କେନ୍ଦ୍ର ସରକାର ତୁରନ୍ତ ଦେଶ ବାହାରକୁ ଟିକା ରପ୍ତାନି ବନ୍ଦ କରନ୍ତୁ। କାରଣ ଯେଉଁ ଭାକ୍ସିନକୁ ୧୩୦ କୋଟି ଭାରତୀୟ ବିଶଲ୍ୟକରଣୀ ମନେକରି ଅନେଇ ବସିଥିଲେ; ରାଜନୈତିକ ସ୍ବାର୍ଥ, ଲାଭଖୋର ମନୋବୃତ୍ତି ଓ ବିତରଣଜନିତ ତ୍ରୁଟି ସେମାନଙ୍କ ଆଶାରେ ପାଣି ପକାଇଦେଇଛି। ଧୂଳିସାତ ହୋଇଯାଇଛି ଲୋକଙ୍କ ସୁଦିନ ଫେରିବାର ସ୍ବପ୍ନ।
କ୍ରେଡିଟ୍‌ ରେଟିଂ ଏଜେନ୍ସି କେୟାର ରେଟିଙ୍ଗ୍‌ସ ଭାରତର ମୋଟ ଘରୋଇ ଉପତ୍ାଦ (ଜିଡିପି) ବିକାଶ ହାର ୨୦୨୧-୨୨ ଆର୍ଥିକ ବର୍ଷରେ ୧୧-୧୧.୨% ରହିବ ବୋଲି ପୂର୍ବରୁ ଆକଳନ କରିଥିଲା। ଉକ୍ତ ସଂସ୍ଥା ଶୁକ୍ରବାର ସଂଶୋଧିତ ଆକଳନ ପ୍ରକାଶ କରି କହିଛି ଯେ ଏହା ୧୦.୭%ରୁ ୧୦.୯% ମଧ୍ୟରେ ସୀମିତ ରହିବ। ଏହି ଦୃଷ୍ଟିରୁ ବିଚାର କଲେ କରୋନାର ଦ୍ୱିତୀୟ ଲହର ଆର୍ଥତ୍କ କ୍ଷତି ପାଇଁ ମଧ୍ୟ ଦ୍ୱିତୀୟ ପ୍ରବାହ ନେଇ ଆସିଛି। ଭାରତର ଜିଡିପି ପ୍ରତି ୧୫% ଅବଦାନ ଥିବା ସବୁଠୁ ଧନୀ ରାଜ୍ୟ ମହାରାଷ୍ଟ୍ରରେ କୋଭିଡ୍‌-୧୯ ନୂଆ ନିୟମ ଲାଗୁ କରାଯାଇଛି। ଉଦ୍ଧବ ଠାକ୍‌ରେ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ମଲ୍‌, ସିନେମା ହଲ୍‌ ଓ ସେଲୁନଗୁଡ଼ିକୁ ବନ୍ଦ କରିଦେଇଛନ୍ତି। ନାଇଟ୍‌ କର୍ଫ୍ୟୁ ସହ ସପ୍ତାହାନ୍ତ ଲକ୍‌ଡାଉନ୍‌ ଜାରି କରାଯାଇଛି। ସଂକ୍ରମଣ ଯେଉଁ ବେଗରେ ବଢ଼ିଚାଲିଛି, ତା’ର ମୁକାବିଲା ପାଇଁ ଖୁବ୍‌ଶୀଘ୍ର ୨୪ ଘଣ୍ଟିଆ ଲକ୍‌ଡାଉନ୍‌ ମଧ୍ୟ ଜାରି ହୋଇପାରେ। ତେବେ ଏପ୍ରିଲ ୫ରୁ ମହାରାଷ୍ଟ୍ରରେ ଲାଗୁ ହୋଇଥିବା କୋଭିଡ୍‌ କଟକଣା ଚଳିତ ଆର୍ଥିକବର୍ଷ ଶେଷ (୨୦୨୨ ମାର୍ଚ୍ଚ) ସୁଦ୍ଧା ଭାରତୀୟ ଅର୍ଥନୀତିକୁ ୪୦,୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ପହଞ୍ଚାଇପାରେ ବୋଲି ଅନୁମାନ କରାଯାଉଛି। କେବଳ ମହାରାଷ୍ଟ୍ର ନୁହେଁ, ଦିଲ୍ଲୀ, ପଞ୍ଜାବ, ଉତ୍ତର ପ୍ରଦେଶ, କର୍ନାଟକ ଓ କେରଳ ଓ ଛତିଶଗଡ଼ ଭଳି କେତେକ ରାଜ୍ୟର ସରକାର ବିଭିନ୍ନ ସହରରେ ଆଂଶିକ ଲକ୍‌ଡାଉନ୍‌ ବା ଅନ୍ୟ କଟକଣା ଜାରି କଲେଣି। ସାମଗ୍ରିକ ଭାବେ ଦେଖିଲେ ଏସବୁ କରୋନା କଟକଣା ଭାରତୀୟ ଅର୍ଥନୀତି ପାଇଁ ଖରାପ ଖବର ଆଣିବାକୁ ଯାଉଛି। ଗତବର୍ଷ ସଂକ୍ରମଣ ଆରମ୍ଭ ହେବା ପରେ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଆଦି ପଦକ୍ଷେପ ନିଆଯାଇଥିଲା। କଳ କାରଖାନା ବନ୍ଦ ହୋଇଯିବାରୁ ଆର୍ଥିକ ଗତିବିଧି ମଧ୍ୟ ଏକପ୍ରକାର ଠପ୍‌ ହୋଇଯାଇଥିଲା। ତାଲାବନ୍ଦ ପ୍ରଭାବରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ କାମଧନ୍ଦା ହରାଇ ନିଜ ନିଜ ଗାଁକୁ ବାହୁଡ଼ିଥିଲେ। ଗାଁରେ କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି ପାଇଁ ସେତେବେଳେ ସେହି ଦାଦନ ଶ୍ରମିକମାନଙ୍କୁ ଦାୟୀ କରାଯାଇଥିଲା। ପାଦରେ ଚାଲି ଓ ସାଇକେଲରେ ଶହ ଶହ କିଲୋମିଟର ଯାତ୍ରା କରି ଗାଁକୁ ଫେରିଥିବା ପ୍ରବାସୀ ଶ୍ରମିକ ଓ ସେମାନଙ୍କ ମଧ୍ୟରୁ ମୃତାହତଙ୍କ ସଂଖ୍ୟା କେତେ ଥିଲା ସେ ସମ୍ପର୍କିତ ତଥ୍ୟ ସରକାରଙ୍କ ପାଖରେ ଏବେ ମଧ୍ୟ ନାହିଁ। ଗୋଟିଏ ପଟେ ଉପତ୍ାଦନ, ପରିବହନ ଓ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା, ଅନ୍ୟପଟେ ଲୋକଙ୍କ ପକେଟ ଖାଲି ହୋଇଯିବାରୁ ବ୍ୟୟ ସାମର୍ଥ୍ୟ ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଥିଲା। କାରବାରରେ ତାଲା ପଡ଼ିବାରୁ ଦେଶର ଦୁର୍ବଳ ଅର୍ଥନୀତି ଗତ ଆର୍ଥିକ ବର୍ଷରେ ୭.୫% ସଙ୍କୁଚିତ ହୋଇଯାଇଥିଲା। ବିଗତ ୪ ଦଶନ୍ଧି ମଧ୍ୟରେ ଏହା ଥିଲା ଭାରତୀୟ ଅର୍ଥନୀତିର ସବୁଠୁ ଖରାପ ପ୍ରଦର୍ଶନ।

କ’ଣ କହୁଛନ୍ତି ବିଶେଷଜ୍ଞ

ଏପ୍ରିଲ ପହିଲାରେ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ମାତ୍ରେ ମହାମାରୀର ପ୍ରାଦୁର୍ଭାବ ଆର୍ଥିକ ଗତିବିଧି ଉପରେ ବ୍ରେକ୍‌ ଲଗାଇବା ଆରମ୍ଭ କରିଛି। ପ୍ରତିଦିନ ସଂକ୍ରମିତ ଓ ମୃତକଙ୍କ ନୂଆ ସଂଖ୍ୟା ଓ ନୂତନ ରେକର୍ଡ କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ, ବରଂ ସମଗ୍ର ଦେଶର ଅର୍ଥ ବ୍ୟବସ୍ଥା ଆଗରେ ଚ୍ୟାଲେଞ୍ଜ ରୂପେ ଛିଡ଼ାହୋଇଛି। ମୁକାବିଲା ଲାଗି ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଜାରି କରିବାକୁ ବିରୋଧ କରିଛନ୍ତି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ବାମୀନାଥନ୍‌। ଏହାର ପରିଣାମ ଭୟଙ୍କର ହେବ ବୋଲି ସେ ସତର୍କ କରାଇଛନ୍ତି। ଅକ୍ସଫୋର୍ଡ ୟୁନିଭର୍ସିଟିର ଅର୍ଥନୀତିଜ୍ଞମାନେ କୋଭିଡ୍‌ର ଲେଉଟାଣି ଭାରତୀୟ ଅର୍ଥନୀତିକୁ ଟ୍ରାକ୍‌ରୁ ଆହୁରି ତଳକୁ ଖସାଇଦେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। ଗ୍ଲୋବାଲ ଫୋରକାଷ୍ଟିଂ ଫାର୍ମ ଅକ୍ସଫୋର୍ଡ ଇକୋନୋମିକ୍ସ ପକ୍ଷରୁ କୁହାଯାଇଛି ଯେ, କୋଭିଡ୍‌-୧୯ ଭୂତାଣୁ ଲେଉଟିଥିବାରୁ ଭାରତ ପାଇଁ ଆଗାମୀ କିଛି ମାସ ଅତି ଗୁରୁତ୍ୱପୂର୍ଣ୍ଣ। ଫିଚ୍‌ ରେଟିଙ୍ଗ୍‌ସ ମଧ୍ୟ ଦ୍ୱିତୀୟ ଲହରକୁ ଭାରତର ଭଙ୍ଗୁର ଆର୍ଥିକ ରିକଭରି ଓ ବ୍ୟାଙ୍କଗୁଡ଼ିକ ପାଇଁ ବିପଦ ବୋଲି ଦର୍ଶାଇଛି। ଏହି ରେଟିଂ ସଂସ୍ଥା ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୧୨.୮% ରହିବ ବୋଲି ଆକଳନ କରିଛି। କିନ୍ତୁ ଭାଇରସ୍‌ ସଂକ୍ରମଣର ବର୍ଦ୍ଧିତ ଗତି ଫିଚ୍‌ର ଭବିଷ୍ୟବାଣୀକୁ ଦୁର୍ବଳ କରିଦେଇଛି। ଏହି ହାର ୭.୫%ରୁ ୧୨.୫% ମଧ୍ୟରେ ରହିବ ବୋଲି ଗତ ମାର୍ଚ୍ଚ ୩୧ରେ ବିଶ୍ୱବ୍ୟାଙ୍କ ପୂର୍ବାନୁମାନ କରିଥିଲା। ଅନ୍ୟପକ୍ଷେ ଟିକାକରଣ ଓ ପୂର୍ବ ଅନୁଭୂତିକୁ ନେଇ ଅର୍ଥନୀତି ଏହି ସଙ୍କଟ ଏଡ଼ାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଦୃଢ଼ୋକ୍ତି ବାଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

୩୮ ବର୍ଷ ବୟସରେ ଟିମ୍‌ ବଦଳାଇଲେ ଏହି କ୍ରିକେଟର୍‌: ପ୍ରଥମ ମ୍ୟାଚ୍‌ରେ କଲେ ଚମତ୍କାର

ଚଣ୍ଡିଗଡ଼,୧୩।୧୦: ଭାରତୀୟ କ୍ରିକେଟ ଦଳରୁ ଦୀର୍ଘଦିନ ଧରି ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ରଣଜୀ ଟ୍ରଫି ୨୦୨୬-୨୭ ସରିଜ୍‌ରେ ଜବରଦସ୍ତ ଆରମ୍ଭ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?