Posted inRasifala

ରାଶିଫଳ: ଗୁରୁବାର, ମେ ୧୨ ତାରିଖ – Daily Horoscope

ମେଷ
ଅଶ୍ୱିନୀ ମେଷ ସକାଶେ କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମନାରେ କଥା କହିବାକୁ ଅନ୍ୟମାନେ ପଛେଇ ଯିବେ। ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ବହୁତ ଚେଷ୍ଟାକରି ମଧ୍ୟ ଯେଉଁଥି ପାଇଁ ଚିନ୍ତିତ ଥିଲେ ଆଜି ତାହା ମିଳିପାରିବ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସହକର୍ମୀ ସହଯୋଗର ହାତ ବଢ଼ାଇବେ, ଫଳରେ କାମ ଅଟକିବ ନାହିଁ। କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ। ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ମୃଗଶିରା ନକ୍ଷତ୍ରର ଘରୋଇ କ୍ଷେତ୍ରରେ ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ ।
ମିଥୁନ
ମିଥୁନ
କୌଣସି ବ୍ୟକ୍ତିଙ୍କୁ କଟୁସତ୍ୟ କହିବାରୁ ତିକ୍ତତା ଆଶଙ୍କା ରହିଛି। କିନ୍ତୁ ପୁନର୍ବସୁ ନକ୍ଷତ୍ରର ସାଧାରଣ ତୋଷାମଦିଆ କଥାରେ ମନ ବଦଳି ଯାଇପାରେ। କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ ।
କର୍କଟ
କର୍କଟ
ଉଦ୍ୟମ ଅବ୍ୟାହତ ରଖିଲେ ମଧ୍ୟ ଯେତିକି ପାଇବା କଥା ତାହା ନ ପାଇ ଅନୁତପ୍ତ ହୋଇପାରନ୍ତି। ଅର୍ଥର ଅଭାବ ନ ଥିଲେ ମଧ୍ୟ ପୁଷ୍ୟା ନକ୍ଷତ୍ର ପାଇଁ କେତେକ ଅପୂରଣୀୟ ଆଶା ଦୁଶ୍ଚିନ୍ତାର କାରଣ ହେବ। ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆତ୍ମବିଭୋର ହୋଇପାରନ୍ତି। କ୍ରୀଡ଼ା, ସଙ୍ଗୀତ ଓ ପ୍ରତିଯୋଗିତାରେ ସଫଳ ହେବେ ।
ସି˚ହ
ସି˚ହ
ଆଜି ପୂର୍ବାଫାଲଗୁନୀ ନକ୍ଷତ୍ର ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ରହିବ ନାହିଁ। ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ଏ ଦିଗରେ ସାହାଯ୍ୟ କରିବ। କ୍ରୀଡ଼ା, କଳା, ସାହିତ୍ୟ କ୍ଷେତ୍ରରେ ସମସ୍ୟାଗୁଡ଼ିକର ସରଳ ସମାଧାନ କରିବାରେ ସଫଳ ହେବେ । କଚେରି ମାମଲାର ଶୁଣାଣିରୁ ମନ ଖୁସି ହୋଇଯିବ।
କନ୍ୟା
ପାଇବାର ଆଶା ରଖିଲେ କିଛି ଦେବା ପାଇଁ ଚେଷ୍ଟା କରନ୍ତୁ। ଆଜିର ଯାତ୍ରାକାଳରେ ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ। ଚିତ୍ରା ନକ୍ଷତ୍ର କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଅତିପ୍ରିୟ ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିବେ।
ତୁଳା
ତୁଳା
ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଥିବା କୌଣସି ବନ୍ଧୁଙ୍କୁ ହଁ କରିପାରିବେନି କିମ୍ବା ନାହିଁ ମଧ୍ୟ କରି ପାରିବେନି। ବିଶାଖା ନକ୍ଷତ୍ର ଶତ୍ରୁଠାରୁ ଦୂରତା ରଖି କାମ କରିବା ଭଲ। ତରବରିଆ ଭାବରେ ନିଜର କାମଗୁଡିକୁ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢ଼ିଯାଇପାରେ । ଶିଳ୍ପ, ବାଣିଜ୍ୟ, ସାମ୍ବାଦିକତା ଓ ଅର୍ଥ ସମ୍ବନ୍ଧିତ କାମରେ ସଫଳତା ପାଇବେ।
ବିଛା
ବିଛା
ଆଜି ଆକସ୍ମିକ ଭାବରେ ସମସ୍ୟାର ସରଳ ସମାଧାନ ହୋଇଯିବ। ପରିବହନ, ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପ୍ରଯତ୍ନକଲେ ସଫଳ ହେବେ । ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପରିବାରର ସଦସ୍ୟଙ୍କ ତରଫରୁ ସମସ୍ୟା ଆସିପାରେ। ଅନୁରାଧା ନକ୍ଷତ୍ରର ଘରୋଇ ବ୍ୟାପାରରେ ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ।
ଧନୁ
ଧନୁ
ପୂର୍ବାଷାଢ଼ା ନକ୍ଷତ୍ର ସକାଶେ କୌଣସି ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ କର୍ମକ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ଆର୍ଥିକ ଦିଗରୁ ସମସ୍ୟା ସୁଧାରି ନେବାରେ ବନ୍ଧୁଙ୍କ ଅବଦାନ ସ୍ମରଣୀୟ ରହିବ। ଅଫିସରେ ସହକର୍ମୀମାନଙ୍କ ସହ ମିଷ୍ଟାଳାପ ମଧ୍ୟରେ କାମ କରି ଚାଲିବେ । ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।
ମକର
ମକର
ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ତରରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ। କୌଣସି ବ୍ୟକ୍ତିଠାରୁ ହଠାତ୍‌ ଦୁଃଖଦ ଖବର ପାଇ ବିଚଳିତ ବୋଧ କରିପାରନ୍ତି। ଉପରିସ୍ଥ ଅଧିକାରୀମାନେ କାମ ହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ଶ୍ରବଣା ନକ୍ଷତ୍ର ସକାଶେ ପଡ଼ୋଶୀମାନେ ବିଭିନ୍ନ ପ୍ରକାରର ଝମେଲା କରିପାରନ୍ତି।
କୁମ୍ଭ
କୁମ୍ଭ
ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ଲୋଡ଼ିପାରନ୍ତି । ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ଆଶଙ୍କା ରହିଛି। କଳା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଧନିଷ୍ଠା ନକ୍ଷତ୍ରର ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ ରୋଗରେ କଷ୍ଟ ପାଇପାରନ୍ତି ।
ମୀନମୀନ
ପରିସ୍ଥିତିବଶତଃ ଧାର, କରଜ କରି ଆବଶ୍ୟକତା ପୂରଣ କରିବେ। ବ୍ୟବସାୟ ଓ ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ, ନତୁବା ସମସ୍ୟା ଉପୁଜିପାରେ। ରାସ୍ତାରେ ଅପରିଚିତଙ୍କୁ ବିଶ୍ୱାସ କରି ଖାଲରେ ପଡ଼ିପାରନ୍ତି। କର୍ମକ୍ଷେତ୍ରରେ ଉତ୍ତରଭାଦ୍ରପଦ ନକ୍ଷତ୍ର ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri