Posted inRasifala

ରାଶିଫଳ: ରବିବାର, ଜାନୁଆରୀ ୧୨ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ଭାଗ୍ୟସ୍ଥାନକୁ ଅବଲୋକନ କରୁଥିବାରୁ ପ୍ରତ୍ୟେକ କାର୍ଯ୍ୟ ନିର୍ବିଘ୍ନରେ ସମାପନ ହେବ। ସାମାଜିକ ସ୍ତରରେ ଲୋକଙ୍କ ଖାତିର ରହିବ ଓ ଏକାଦଶସ୍ଥ ଶୁକ୍ର ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ସନ୍ତାନଙ୍କ ଯୋଗୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ି ହୋଇଯିବ। ଅଭିଳଷିତ ଦ୍ରବ୍ୟ ପ୍ରାପ୍ତିରେ ସମସ୍ୟା, କଚେରି ମାମଲା ଯୋଗୁ ଚିନ୍ତା ପ୍ରକଟ କରିବେ।
ବୃଷ
ବୃଷ
ମିତ୍ରଗୃହୀ ରାଶ୍ୟାଧିପଙ୍କ ସୁପ୍ରଭାବରେ କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତିର ମାର୍ଗ ସୁଗମ ହେବ। ଅଫିସରେ ଭଲ ସମ୍ପର୍କ ନ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। କିନ୍ତୁ କୃତ୍ତିକା ନକ୍ଷତ୍ର ସକାଶେ ବିଶେଷ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ମିଥୁନ
ମିଥୁନ
ଧନାଧିପ ରାଶିରେ ଅବସ୍ଥାନ କରିଥିବାରୁ ଆର୍ଥିକ ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଖୋଜୁଥିବା ଜିନିଷ ପାଇଯିବେ ଏବଂ ଅଟକିଥିବା କାର୍ଯ୍ୟ ତ୍ୱରାନ୍ବିତ ହେବ। କୁଟୀରଶିଳ୍ପ, ବ୍ୟବସାୟ, ପରିବହନର ପ୍ରତିବନ୍ଧକ ଦୂର ହେବ। ସ୍ଥଗିତ କାର୍ଯ୍ୟ ସକାଶେ ପାରିବାରିକ କ୍ଷେତ୍ର ସନ୍ତୋଜନକ ରହିବ ନାହିଁ।
କର୍କଟ
କର୍କଟ
ସ୍ବଗୃହାଭିମୁଖୀ ଚନ୍ଦ୍ର ପ୍ରଭାବରେ ଦୈହିକ ସୁସ୍ଥତା ସାଙ୍ଗକୁ ମାନସିକ ପ୍ରସନ୍ନତା କର୍ମକ୍ଷେତ୍ରରେ ଉତ୍ସାହିତ କରାଇବ। ସତ୍‌ସଙ୍ଗ, ଯୋଗସାଧନା, ସଭାସମିତି, ସଙ୍ଗଠନ ଓ ରାଜନୀତି କ୍ଷେତ୍ର ସକାଶେ ଦିନଟି ଭଲ। ପୁନର୍ବସୁ ନକ୍ଷତ୍ର କଥାବାର୍ତ୍ତାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବେ। ବନ୍ଧୁସମ୍ପର୍କ, ଶିକ୍ଷା କ୍ଷେତ୍ରରେ ଆଶାଜନକ ସୁଫଳ ପାଇବେ।
ସି˚ହ
ସି˚ହ
ବୁଧାଦିତ୍ୟ ଯୋଗ ପ୍ରଭାବରେ ଅଟକି ରହିଥିବା କାମକୁ ସମ୍ପୂର୍ଣ୍ଣ କରିବା ସକାଶେ ତପତ୍ରତା ଦେଖାଇବେ। ଆର୍ଥିକ ଅନଟନଜନିତ ଧାର ଉଧାର କରିବାକୁ ପଡ଼ିପାରେ। ସାହିତ୍ୟ ଚର୍ଚ୍ଚା, ଗବେଷଣା, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ। ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ପଶ୍ଚାତ୍ତାପ କରିବାକୁ ପଡ଼ିପାରେ।
କନ୍ୟା
କର୍ମଭାବରେ ଲାଭାଧିପତି ଥିବାରୁ ଭାଇ, ବନ୍ଧୁ ଓ ପଡ଼ୋଶୀଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନ୍ୟମାନଙ୍କ ସକାଶେ ଅସନ୍ତୋଷର କାରଣ ହେବ। ବ୍ୟବସାୟ, ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତ ହେବ। ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ରର ବୃତ୍ତିଗତ ଧନ୍ଦାରେ ପ୍ରତିବନ୍ଧକ ଲାଗି ମାନସିକ ସ୍ଥିରତା ରହିବ ନାହିଁ।
ତୁଳା
ତୁଳା
ଚତୁର୍ଥାଧିପତିଙ୍କ ଶୁଭତ୍ୱ ଯୋଗୁ ବନ୍ଧୁମିଳନ, ଯାନବାହନ ଲାଭ, ସାମାଜିକ ସମ୍ମାନ ଏବଂ ପାରିବାରିକ ସୁସମ୍ପର୍କ ସୃଷ୍ଟି କରିବ। ସ୍ଥଗିତ କାମ ସୁରୁଖୁରୁରେ ସମ୍ପନ୍ନ ହେବାରେ ବନ୍ଧୁଙ୍କ ଅବଦାନକୁ ଭୁଲିପାରିବେ ନାହିଁ। ଜମିଜମା କିମ୍ବା ଗୃହସୀମା ଓ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ।
ବିଛା
ବିଛା
ଭାଗ୍ୟାଧିପ ଅଷ୍ଟମସ୍ଥ ଏବଂ ମଙ୍ଗଳଙ୍କ ଦୁର୍ବଳତା କାରଣରୁ ଦୈହିକ ଓ ମାନସିକ ସ୍ଥିତି ଭଲ ରହିବ ନାହିଁ। ବନ୍ଧୁଙ୍କ ବିଚ୍ଛେଦାମତ୍କ ସ୍ଥିତି ଅନୁରାଧା ପାଇଁ ଦୁଃଖର କାରଣ ହେବ। ସମସ୍ୟା ରହିଥିଲେ ମଧ୍ୟ କୌଣସି ନୂତନ କର୍ମାରମ୍ଭ କରି ଆନନ୍ଦ ଅନୁଭବ କରିପାରନ୍ତି। ଖଳପ୍ରକୃତିର ଲୋକମାନେ ବିରୁଦ୍ଧାଚରଣ କରି ସମସ୍ୟା ସୃଷ୍ଟି କରିବେ।
ଧନୁ
ଧନୁ
ମନ ମୁତାବକ କାର୍ଯ୍ୟସାଧନ କରିବାରେ ସିଦ୍ଧହସ୍ତ ହେବେ, କିନ୍ତୁ ସାଧାରଣ କଥାରେ କଳହ ଲାଗିବ। ଚନ୍ଦ୍ରଙ୍କ ସ୍ଥିତିଜନିତ ଭ୍ରମଣ ଓ ଖାଦ୍ୟରେ ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହେବ। ଖୋଜୁଥିବା ଜିନିଷ ସୁବିଧାରେ ପାଇଯିବେ ଏବଂ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। କାର୍ଯ୍ୟଦକ୍ଷତାକୁ ନେଇ ପଡ଼ୋଶୀ ପ୍ରଶଂସା କରିବେ।
ମକର
ମକର
ଆଜି ଶ୍ରବଣା ନକ୍ଷତ୍ର ସକାଶେ ଯାହା ଇଚ୍ଛା କରୁଛନ୍ତି ତାହା ପାଇବେ ଓ କାମ ହାସଲ କରିବେ। କଳା, ସାହିତ୍ୟ, ସାମ୍ବାଦିକତା, ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ତଥା ରାଜନୀତିରେ ଚେଷ୍ଟା ସଫଳ ହେବ। ସଭା ସମିତିରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ଶାରୀରିକ ସୁସ୍ଥତା ଫେରି ଆସିବ ।
କୁମ୍ଭ
କୁମ୍ଭ
ଶୁକ୍ର ଏବଂ ଶନିଙ୍କ ଶୁଭତ୍ୱରୁ ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ସମ୍ମାନଜନକ ସ୍ଥିତିରେ ରହିବେ। ଈର୍ଷାପରାୟଣ ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ସାମୟିକ ବିରକ୍ତି ପ୍ରକାଶ କରିପାରନ୍ତି। ବିବାଦୀୟ ଘଟଣା କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ରହିବ। ଆର୍ଥିକ ସ୍ଥିତି ପୂର୍ବପରି ଅପରିବର୍ତ୍ତିତ ରହିବାରୁ ଧନିଷ୍ଠା ନକ୍ଷତ୍ର ଖୁସି ରହିବେ।
ମୀନମୀନ

କେନ୍ଦ୍ରସ୍ଥ ଚନ୍ଦ୍ର ପ୍ରଭାବରୁ ଦୈହିକ ସ୍ବାସ୍ଥ୍ୟରେ ଉନ୍ନତି ଓ କର୍ମକ୍ଷେତ୍ରରେ ପ୍ରଗତି ମନୋବଳ ବୃଦ୍ଧି କରିବ। ପାରିବାରିକ ସମର୍ଥନ ହାସଲ କରିବା କାରଣରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ ଦେଇଥିବା ପ୍ରତିଶ୍ରୁତିରେ ଖିଲାପ କରିପାରନ୍ତି, ଯାହାକି ଦୁଶ୍ଚିନ୍ତାର କାରଣ ହୋଇପାରେ। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନର ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri