Posted inRasifala

ରାଶିଫଳ: ଗୁରୁବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ
ଆଜି ଅଶ୍ୱିନୀ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନକରି ମାନସିକ ବ୍ୟସ୍ତତା ବୃଦ୍ଧିକରିବେ। ଆର୍ଥିକ ଅଭିବୃଦ୍ଧି, ସ୍ବାସ୍ଥ୍ୟରେ ଉନ୍ନତି, ସ୍ଥଗିତ କାମରେ ଅଗ୍ରଗତି, ପାରିବାରିକ ସମସ୍ୟା ସମାଧାନ କରିବେ। ବ୍ୟୟବୃଦ୍ଧି ଓ ଶତ୍ରୁତାଜନିତ ସମସ୍ୟାର ସମ୍ମୁଖୀନ ହେବେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ପରିବାରରେ ଅଶାନ୍ତି ଉଦ୍ରେକ କରିପାରେ।
ବୃଷ
ବୃଷ
ଧନ ସ୍ଥାନରେ ବକ୍ରୀ ବୃହସ୍ପତିଜନିତ ଧନହାନି କିମ୍ବା ଅପବ୍ୟୟଜନିତ ମନସ୍ତାପ ବୃଦ୍ଧିକରିବ। ପାରିବାରିକ ସ୍ନେହ, ଶ୍ରଦ୍ଧା ଓ ଆଦର ଲାଭକରିବା ସହ ଦିନଟି ସମ୍ପୂର୍ଣ୍ଣ ଉପଭୋଗ୍ୟ ହୋଇପାରେ। ସାଙ୍ଗସାଥୀ ଓ ବନ୍ଧୁଙ୍କ ସହାନୁଭୂତି ସହ ବୈଷୟିକ ସୁଖ, ସମୃଦ୍ଧି ଓ ଶିଳ୍ପ, ବାଣିଜ୍ୟରୁ ଲାଭବାନ୍‌ ହେବେ। ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ।
ମିଥୁନ
ମିଥୁନ
କର୍ମଭାବସ୍ଥ ବଳବାନ୍‌ ରାହୁ ଆପଣଙ୍କୁ କୌଶଳ ପ୍ରଦାନକରି କାର୍ଯ୍ୟ ସାଧନ ପାଇଁ ମାର୍ଗ ଉନ୍ମୁକ୍ତ କରାଇବେ। ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରିବାରେ ପ୍ରଯନତ୍ କରିବେ। ଆର୍ଥିକ ସ୍ଥିତି, ବନ୍ଧୁ ସମ୍ପର୍କ, ପିଲାଙ୍କ ଶିକ୍ଷା, ଶତ୍ରୁତା ବିଷୟରେ ଚିନ୍ତା ବଢ଼ିବ। ବିଦେଶଯାତ୍ରା ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ।
କର୍କଟ
କର୍କଟ
ମଙ୍ଗଳଗ୍ରହଙ୍କ ନୀଚ୍ଚଭଙ୍ଗ ରାଜଯୋଗ ମଙ୍ଗଳଜନକ କାମ ପାଇଁ ଅନୁପ୍ରେରିତ କରିପାରନ୍ତି। ଶୁକ୍ର ସପ୍ତମସ୍ଥ ହୋଇ ଆପଣଙ୍କୁ ବିଳାସପ୍ରିୟ, ମନୋରଞ୍ଜନର ଖୋରାକ ପ୍ରଦାନ କରିବେ। ପରିବାର, ପରିବହନ, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ ଦିଗ ପ୍ରତି ଅନୁକୂଳତା ସୃଷ୍ଟି କରିବେ। ତରବର ହେଲେ ଅସୁବିଧାରେ ପଡ଼ିବାର ଆଶଙ୍କା ରହିଛି।
ସି˚ହ
ସି˚ହ
ରାଶ୍ୟାଧିପ ରବି ଦୁର୍ବଳ ରହିଥିବାରୁ ସୁବିଧା ସୁଯୋଗ ପାଇଲେ ଉପଭୋଗ୍ୟ ହୋଇ ନ ପାରେ। ସାଧାରଣ କଥାରୁ ଝଗଡ଼ା ଲାଗିପାରେ। ବାଦବିବାଦ, ପ୍ରତିଦ୍ୱନ୍ଦ୍ୱିତା, ଅନାବଶ୍ୟକ ବାର୍ତ୍ତାଳାପ ସମସ୍ୟା ଓ ଶତ୍ରୁତା ସୃଷ୍ଟି କରିବ। ଦୂରଯାତ୍ରା, କର୍ମାରମ୍ଭ, ଲୋକସମ୍ପର୍କ, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ୍ୟ ହୋଇପାରିବ।
କନ୍ୟା
ସପ୍ତମସ୍ଥ ରାହୁଙ୍କ ଯୋଗୁ ମନ ମୁତାବକ କାମ ଆତ୍ମୀୟଙ୍କ ବିରୋଧରୁ ବିଗିଡ଼ିଯିବ। ସ୍ତ୍ରୀଙ୍କ ସହ ଉତ୍ତମ ବୁଝାମଣା, ବୟସ୍କଙ୍କ ସହୃଦୟତା, ସହକର୍ମୀଙ୍କ ଅନୁରକ୍ତି ପାଇପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ ସମ୍ପର୍କରେ ଅସ୍ଥିରତା ଦେଖାଦେଇପାରେ। ଆଜି ସଭାସମିତି କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆହୂତ ହେବାର ବିଶେଷ ସମ୍ଭାବନା ରହିଛି।
ତୁଳା
ତୁଳା
କେନ୍ଦ୍ରସ୍ଥ ଶୁକ୍ରଙ୍କ ପ୍ରଭାବରୁ ମଜାମଉଜ, ବନ୍ଧୁମିଳନ, ନୂତନ ସ୍ଥାନ ପରିଦର୍ଶନ ମାଧ୍ୟମରେ ଅତିବାହିତ କରିବେ। ସହନଶୀଳତା, ଉଦାରତା ଗୁଣରୁ ପ୍ରିୟଜନଙ୍କ ଅନୁରକ୍ତି, ବନ୍ଧୁମାନଙ୍କ ସହାନୁଭୂତି, ପାରିବାରିକ ସ୍ଥିତି ହାଲୁକା ରହିବ। ଭଲ ସମ୍ପର୍କ ରହିଥିବା ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି।
ବିଛା
ବିଛା
ଭାଗ୍ୟସ୍ଥାନକୁ ଶୁକ୍ରଙ୍କ ଦୃଷ୍ଟି ଆପଣଙ୍କୁ ମନ ମୁତାବକ ସୁଫଳ ଦେବା ସହ ଲୋକପ୍ରିୟତା ସୃଷ୍ଟିକରିବ। ଅନ୍ୟମାନଙ୍କ କାନକୁହା କଥା ଦ୍ୱାରା ପ୍ରଭାବିତହୋଇ ଭଲ ସମ୍ପର୍କ ଥିବା ବନ୍ଧୁ ଭୁଲ୍‌ ବୁଝିପାରନ୍ତି। ଖର୍ଚ୍ଚାନ୍ତ ହେଲେ ମଧ୍ୟ ସହକର୍ମୀଙ୍କ ଜରିଆରେ ମୂଲ୍ୟବାନ୍‌ ଦ୍ରବ୍ୟ ପାଇବେ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ।
ଧନୁ
ଧନୁ
ଷଷ୍ଠସ୍ଥ ଗୁରୁଙ୍କ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା, ପାରିବାରିକ ଦ୍ୱନ୍ଦ୍ୱ ଲାଗିରହିବ। ପରିବହନ ଓ ସହକର୍ମୀଙ୍କ ଦ୍ୱାରା କୌଣସି ସମସ୍ୟା ଭାବାନ୍ତର ସୃଷ୍ଟିକରିବ। ପ୍ରୀତିବର୍ଦ୍ଧକ ପରିବେଶରେ ପ୍ରିୟଜନଙ୍କ ସହ ମତାନ୍ତରଜନିତ ସମସ୍ୟାର ସମଧାନ ହୋଇଯିବ। ଲୋକ ସମ୍ପର୍କ ବୃଦ୍ଧି ସାଙ୍ଗକୁ ଆନୁଷ୍ଠାନିକ, ସାମାଜିକ ଓ ରାଜନୈତିକ କ୍ଷେତ୍ର ଉତ୍ତମ ରହିବ।
ମକର
ମକର
ଶୁକ୍ର ଓ ଚନ୍ଦ୍ରଙ୍କ ସ୍ଥିତିଜନିତ ସକାଳୁ ଶୁଭଖବର ସହ ବନ୍ଧୁଙ୍କ ସହ ଆଲୋଚନା ମନକୁ ଆହ୍ଲାଦିତ କରିବ। ଅବହେଳା ଯୋଗୁ କେତେକ ସ୍ଥଗିତ କାମକୁ ସମ୍ପନ୍ନ କରିବା ସକାଶେ ଅନ୍ୟମାନଙ୍କର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି। ଛୋଟିଆ କଥାକୁ କେନ୍ଦ୍ରକରି ସାଧାରଣ ଯୁକ୍ତିତର୍କଜନିତ ଦାମ୍ପତ୍ୟ ଜୀବନରେ ତିକ୍ତତା ବୃଦ୍ଧିର ସୂଚନା ରହିଛି।
କୁମ୍ଭ
କୁମ୍ଭ
ଶନି ଦୃଷ୍ଟ ଚନ୍ଦ୍ରଜନିତ ସମସ୍ୟାର ସମାଧାନ ପରିପ୍ରେକ୍ଷୀରେ ଆଜି ମାନସିକ ସ୍ଥିରତା ରହି ନ ପାରେ। ଶିଳ୍ପ, ବ୍ୟବସାୟ, ସଭାସମିତିରେ ପଦମର୍ଯ୍ୟାଦା ବଢ଼ିବ। ଅର୍ଥ ସଙ୍କଟ ଯୋଗୁ ଗୁରୁତ୍ୱପୂର୍ଣ୍ଣ କାମ ଅଟକିଯାଇପାରେ। ପରୋକ୍ଷ ଶତ୍ରୁତା, ବନ୍ଧୁବିଚ୍ଛେଦ, ପ୍ରବାସରେ ରହୁଥିବା ସନ୍ତାନଙ୍କ ସକାଶେ ମନ ବିଚଳିତ ରହିବ।
ମୀନମୀନ

ଆଗାମୀ ଯୋଜନାକୁ ସଫଳ କରିବାରେ ଆତ୍ମୀୟଙ୍କ ସୁପରାମର୍ଶ ଓ ସାହାଯ୍ୟ ସହାୟକ ହେବ। ତଥାପି ବ୍ୟୟବୃଦ୍ଧି, ଅର୍ଥନୈତିକ ସମସ୍ୟା, ଶତ୍ରୁତାଜନିତ ବିବାଦ, ବନ୍ଧୁଙ୍କ ଅନାଦର ଭାବ ଯୋଗୁ ସାମୟିକ ମନ ଦୁଃଖହୋଇପାରେ। ପରିବାରରେ ପକ୍ଷପାତିତାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟିର ସୂଚନା ରହିଛି। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପ୍ରାୟତଃ ସନ୍ତୋଷଜନକ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope

ମେଷ ଆଜି ଦଶମ ଚନ୍ଦ୍ର ପ୍ରଭାବରେ ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ରାଗିଯାଇଥିବା ଅବୁଝା ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଗୁରୁମଙ୍ଗଳ ଯୋଗରୁ ପରିବାରରେ ଶାନ୍ତି ଓ ସହାବସ୍ଥାନ ସାଙ୍ଗକୁ ନୂତନ ଗୃହଲାଭର ଯୋଗ ଆସିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିପାରନ୍ତି।…

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?