Posted inRasifala

ରାଶିଫଳ: ସୋମବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ
ଆଜି ରାହୁଯୁକ୍ତ ଦ୍ୱାଦଶସ୍ଥ ଚନ୍ଦ୍ର ଯୋଗୁ ପାରିବାରିକ ମନାନ୍ତର ମାନସିକ ଅସ୍ଥିରତାକୁ ବୃଦ୍ଧି କରିବ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି ପରିସ୍ଥିତିକୁ ବିଗାଡ଼ି ଦେଇପାରନ୍ତି। କୃତ୍ତିକା ନକ୍ଷତ୍ର ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେଇ ସମସ୍ୟାକୁ ସୁଧାରି ନେବାରେ ପ୍ରଯନତ୍ କରିବେ। ବ୍ୟବସାୟିକ ସ୍ଥିତି, କର୍ମକ୍ଷେତ୍ର ହାଲୁକା ରହିବ।
ବୃଷ
ବୃଷ
ଶୁକ୍ର କର୍ମ ଭାବରେ ଅବସ୍ଥାନ କରି ପାରିବାରିକ ସୁଖ, ସମୃଦ୍ଧି ସାଙ୍ଗକୁ ବନ୍ଧୁ ମିଳନଜନିତ ଆନନ୍ଦ ପ୍ରଦାନ କରିବେ। ଯେକୌଣସି ଆଲୋଚନାରେ ତର୍କ ଓ ବିବାଦୀୟ କଥା, ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢ଼ିପାରେ। ପାରିବାରିକ ସମ୍ପର୍କ ଓ ପରିବହନ କ୍ଷେତ୍ରରେ ସମସ୍ୟା ଚିନ୍ତା କରି ବ୍ୟସ୍ତ ହୋଇପାରନ୍ତି।
ମିଥୁନ
ମିଥୁନ
ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗ କାରଣରୁ ଆପଣଙ୍କୁ ଏକାଧାରରେ ଅର୍ଥ, ଗୈାରବ, ସାମାଜିକ ସମ୍ମାନ, କର୍ମକ୍ଷେତ୍ରରେ ପ୍ରତିଷ୍ଠା ପ୍ରାପ୍ତ ହେବ। ବକେୟା ମାଗିବା କାରଣରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇପାରେ। ଛାତି, ବେକ, ପିଠି କିମ୍ବା ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଅଜଣା ଲୋକ ସହ ବାକ୍‌ବିତଣ୍ଡା ସୃଷ୍ଟି ଆଶଙ୍କା ରହିଛି।
କର୍କଟ
କର୍କଟ
ଦୁସ୍ଥାନସ୍ଥ ଗ୍ରହମାନଙ୍କ କୁପ୍ରଭାବରୁ ଆମତ୍ୀୟଙ୍କ ବେଖାତିର ମନୋଭାବ ହେତୁ ଭାବାନ୍ତର ସୃଷ୍ଟିହେବ। ପୁଷ୍ୟା ନକ୍ଷତ୍ର ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ ହୋଇ କାମ କରିବାକୁ ପଡ଼ିବ। ଆଜିର କଷ୍ଟ ସ୍ବୀକାର କରି ମଧ୍ୟ ଅନ୍ୟକୁ ସାହାଯ୍ୟ କରିବେ। ଯେତେ ଯୁକ୍ତି ଉପସ୍ଥାପନ କଲେ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେବେ।
ସି˚ହ
ସି˚ହ
ଅଷ୍ଟମସ୍ଥ ରାହୁ ସହ ଚନ୍ଦ୍ର ଓ ବୁଧଙ୍କ ଯୋଗୁ କୌଣସି ଗୁପ୍ତାଲୋଚନା, ଅର୍ଥ ସମ୍ପର୍କୀୟ ବିବାଦ ପ୍ରଭୃତିର ଆଲୋଚନା କରିପାରନ୍ତି। ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କଠାରୁ ନାସ୍ତି ସୂଚକ ବାକ୍ୟ ଶୁଣି ବିଷାଦଗ୍ରସ୍ତ ହେବେ। ପଡ଼ୋଶୀଙ୍କ ସହାୟତାରେ ମାଲି ମକଦ୍ଦମା, ସଭାସମିତି, ଲେଖାପଢ଼ାରୁ ଆତ୍ମତୃପ୍ତି ପାଇବେ।
କନ୍ୟା
ଆଜିର ଗ୍ରହସ୍ଥିତି ପ୍ରଭାବରୁ ନିଜ ଲୋକମାନେ ଶତ୍ରୁତା ଆଚରଣ କରିପାରନ୍ତି। କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ଆପଣଙ୍କୁ ଫରକ ପଡିବ ନାହିଁ। କର୍ମକ୍ଷେତ୍ର୍ରରେ ସ୍ପର୍ଶକାତର କଥାରେ ଚିହ୍ନା ପଡ଼ିଲେ ଝମେଲା ମଧ୍ୟରେ ପଡ଼ିବେ। ଖଳ ଲୋକଙ୍କ ଦ୍ୱାରା ପାରିବାରିକ ଅଶାନ୍ତି ସୃଷ୍ଟି ହୋଇପାରେ।
ତୁଳା
ତୁଳା
ପାପଗ୍ରହ ଦ୍ୱାଦଶକୁ ଦେଖୁଥିବାରୁ ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ହେବା କଷ୍ଟକର ହୋଇପାରେ। ଅତି ନିକଟରେ ରହି ଟାଉଟରି କରୁଥିବା ଲୋକଟି ପ୍ରତି ସତର୍କ ରହନ୍ତୁ। ଅନମନସ୍କ କାରଣରୁ କିମ୍ବା ସତର୍କତା ଅଭାବରୁ ଟଙ୍କା, ସୁନା, ଚୋରି ହୋଇ ଯାଇପାରେ। ଆଜିର ବ୍ୟବସାୟିକ ସ୍ଥିତି ପ୍ରାୟତଃ ସନ୍ତୋଷଜନକ ହୋଇପାରେ।
ବିଛା
ବିଛା
ପାପଗ୍ରହ କର୍ମସ୍ଥାନକୁ ଦେଖୁଥିବାରୁ କୌଣସି ଜିନିଷ ସକାଶେ ମରୀଚିକା ପଛରେ ଦୌଡ଼ିବାକୁ ପଡ଼ିପାରେ। ପାରିବାରିକ ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କର୍ମକ୍ଳାନ୍ତଜନିତ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ଅନ୍ୟର ବାହୁଛାୟାର ଆଶ୍ରୟ ନେବା କାରଣରୁ ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ।
ଧନୁ
ଧନୁ
ପଡ଼ୋଶୀଙ୍କ ଆକ୍ଷେପୋକ୍ତି ଓ ପାରିବାରିକ ମତାନ୍ତର ହେତୁ ମାନସିକ ଅସ୍ଥିରତା ଲାଗି ରହିବ। ବନ୍ଧୁଙ୍କ ନିକଟରୁ ଉପଦେଶ ଶୁଣି ଶୁଣି ମନରେ ବିରକ୍ତି ଆସିପାରେ। ଅର୍ଥ ସମ୍ପର୍କିତ କିମ୍ବା ବିବାଦୀୟ କ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ। ଲାଭ ପାଇବା ଆଶାରେ କାହାର ମିଥ୍ୟା ପ୍ରତିଶ୍ରୁତି ପଛରେ ଦୌଡିବା ଠିକ୍‌ ହେବନାହିଁ।
ମକର
ମକର
ଉଚ୍ଚସ୍ଥ ମଙ୍ଗଳଙ୍କ ପ୍ରଭାବରୁ ଆଜି ଅର୍ଥ ଲାଭ ଓ ବନ୍ଧୁ ମିଳନରୁ ମନ ଖୁସୀ ରହିବ। ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେଇପାରେ। ଅନିଶ୍ଚିତତା ମଧ୍ୟରେ ଗତି କରିବେ କିମ୍ବା ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାକୁ ପଡ଼ିପାରେ। ପ୍ରତିଯୋଗିତାରେ ସଫଳତା ଯୋଗୁ ଖୁସୀ ମିଜାଜରେ କାମ କରିପାରନ୍ତି।
କୁମ୍ଭ
କୁମ୍ଭ
ଶନିଙ୍କ ସ୍ଥିତିରୁ ଆଳସ୍ୟ ଓ ଅବହେଳା କାରଣରୁ କାମ ହାସଲ ପାଇଁ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ପାରିବାରିକ ଅବସ୍ଥାରେ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇବେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣକୁ ନେଇ ବ୍ୟସ୍ତ ହୋଇପାରନ୍ତି।
ମୀନମୀନ

ରାହୁ ଯୁକ୍ତ ଚନ୍ଦ୍ରଙ୍କ କୁପ୍ରଭାବରୁ ସମସ୍ୟାବହୁଳ ପରିସ୍ଥିତିକୁ ନେଇ ଅଶାନ୍ତ ରହିବେ। ଆଜି ଆପଣ ଯେତିକି ଅଧିକ ଭାବୁଥିବେ ସେତିକି ମନଟା ଅଧିକ ଗୋଳେଇଘାଣ୍ଟି ଲାଗିବ। ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ଅବଶ୍ୟ ରେବତୀ ନକ୍ଷତ୍ର କେତେକାଂଶରେ ଶୁଭଫଳ ପାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ମାନସିକ ସୁସ୍ଥତାକୁ ପରିପୁଷ୍ଟ କରିବ। ଥଣ୍ଡାଜନିତ ପୀଡ଼ାନୁଭବ ସାଙ୍ଗକୁ ଧୈର୍ଯ୍ୟହରା, ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରାଇପାରେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର...

ରାଶିଫଳ: ସୋମବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ପାରିବାରିକ ସମସ୍ୟାର ଅନ୍ତ ଘଟାଇବ। ବିବାଦର ସମାଧାନ ସଙ୍ଗକୁ ଋଣ ପରିଶୋଧ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପରିବହନ...

ରାଶିଫଳ: ରବିବାର, ନଭେମ୍ବର ୩୦ ତାରିଖ – Daily Horoscope

ମେଷ ଆଲୋଚନା ପରିସରରେ ବନ୍ଧୁଙ୍କ ବିରୋଧାଭାଷ ରହିଲେ ମଧ୍ୟ ଗଠନମୂଳକ ପରାମର୍ଶ ଅବଶ୍ୟ ପାଇବେ। ଗତକାଲିର ବାକି କାମଗୁଡ଼ିକୁ ଆଜି ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ।...

ରାଶିଫଳ: ଶନିବାର, ନଭେମ୍ବର ୨୯ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି, ସ୍ବାସ୍ଥ୍ୟ, ପରିବାର ,ବନ୍ଧୁସମ୍ପର୍କ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଇବ। ପାରିବାରିକ ଅସ୍ଥିରତା, ଦୈହିକ ଓ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବୃହସ୍ପତିଙ୍କ...

ରାଶିଫଳ: ଶୁକ୍ରବାର, ନଭେମ୍ବର ୨୮ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ଭଲ ସମ୍ପର୍କ ରହିଥିବା ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟ କିମ୍ବା ଶିକ୍ଷା କ୍ଷେତ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri