Posted inRasifala

ରାଶିଫଳ: ସୋମବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ
ଆଜି ରାହୁଯୁକ୍ତ ଦ୍ୱାଦଶସ୍ଥ ଚନ୍ଦ୍ର ଯୋଗୁ ପାରିବାରିକ ମନାନ୍ତର ମାନସିକ ଅସ୍ଥିରତାକୁ ବୃଦ୍ଧି କରିବ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି ପରିସ୍ଥିତିକୁ ବିଗାଡ଼ି ଦେଇପାରନ୍ତି। କୃତ୍ତିକା ନକ୍ଷତ୍ର ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେଇ ସମସ୍ୟାକୁ ସୁଧାରି ନେବାରେ ପ୍ରଯନତ୍ କରିବେ। ବ୍ୟବସାୟିକ ସ୍ଥିତି, କର୍ମକ୍ଷେତ୍ର ହାଲୁକା ରହିବ।
ବୃଷ
ବୃଷ
ଶୁକ୍ର କର୍ମ ଭାବରେ ଅବସ୍ଥାନ କରି ପାରିବାରିକ ସୁଖ, ସମୃଦ୍ଧି ସାଙ୍ଗକୁ ବନ୍ଧୁ ମିଳନଜନିତ ଆନନ୍ଦ ପ୍ରଦାନ କରିବେ। ଯେକୌଣସି ଆଲୋଚନାରେ ତର୍କ ଓ ବିବାଦୀୟ କଥା, ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢ଼ିପାରେ। ପାରିବାରିକ ସମ୍ପର୍କ ଓ ପରିବହନ କ୍ଷେତ୍ରରେ ସମସ୍ୟା ଚିନ୍ତା କରି ବ୍ୟସ୍ତ ହୋଇପାରନ୍ତି।
ମିଥୁନ
ମିଥୁନ
ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗ କାରଣରୁ ଆପଣଙ୍କୁ ଏକାଧାରରେ ଅର୍ଥ, ଗୈାରବ, ସାମାଜିକ ସମ୍ମାନ, କର୍ମକ୍ଷେତ୍ରରେ ପ୍ରତିଷ୍ଠା ପ୍ରାପ୍ତ ହେବ। ବକେୟା ମାଗିବା କାରଣରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇପାରେ। ଛାତି, ବେକ, ପିଠି କିମ୍ବା ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଅଜଣା ଲୋକ ସହ ବାକ୍‌ବିତଣ୍ଡା ସୃଷ୍ଟି ଆଶଙ୍କା ରହିଛି।
କର୍କଟ
କର୍କଟ
ଦୁସ୍ଥାନସ୍ଥ ଗ୍ରହମାନଙ୍କ କୁପ୍ରଭାବରୁ ଆମତ୍ୀୟଙ୍କ ବେଖାତିର ମନୋଭାବ ହେତୁ ଭାବାନ୍ତର ସୃଷ୍ଟିହେବ। ପୁଷ୍ୟା ନକ୍ଷତ୍ର ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ ହୋଇ କାମ କରିବାକୁ ପଡ଼ିବ। ଆଜିର କଷ୍ଟ ସ୍ବୀକାର କରି ମଧ୍ୟ ଅନ୍ୟକୁ ସାହାଯ୍ୟ କରିବେ। ଯେତେ ଯୁକ୍ତି ଉପସ୍ଥାପନ କଲେ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେବେ।
ସି˚ହ
ସି˚ହ
ଅଷ୍ଟମସ୍ଥ ରାହୁ ସହ ଚନ୍ଦ୍ର ଓ ବୁଧଙ୍କ ଯୋଗୁ କୌଣସି ଗୁପ୍ତାଲୋଚନା, ଅର୍ଥ ସମ୍ପର୍କୀୟ ବିବାଦ ପ୍ରଭୃତିର ଆଲୋଚନା କରିପାରନ୍ତି। ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କଠାରୁ ନାସ୍ତି ସୂଚକ ବାକ୍ୟ ଶୁଣି ବିଷାଦଗ୍ରସ୍ତ ହେବେ। ପଡ଼ୋଶୀଙ୍କ ସହାୟତାରେ ମାଲି ମକଦ୍ଦମା, ସଭାସମିତି, ଲେଖାପଢ଼ାରୁ ଆତ୍ମତୃପ୍ତି ପାଇବେ।
କନ୍ୟା
ଆଜିର ଗ୍ରହସ୍ଥିତି ପ୍ରଭାବରୁ ନିଜ ଲୋକମାନେ ଶତ୍ରୁତା ଆଚରଣ କରିପାରନ୍ତି। କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ଆପଣଙ୍କୁ ଫରକ ପଡିବ ନାହିଁ। କର୍ମକ୍ଷେତ୍ର୍ରରେ ସ୍ପର୍ଶକାତର କଥାରେ ଚିହ୍ନା ପଡ଼ିଲେ ଝମେଲା ମଧ୍ୟରେ ପଡ଼ିବେ। ଖଳ ଲୋକଙ୍କ ଦ୍ୱାରା ପାରିବାରିକ ଅଶାନ୍ତି ସୃଷ୍ଟି ହୋଇପାରେ।
ତୁଳା
ତୁଳା
ପାପଗ୍ରହ ଦ୍ୱାଦଶକୁ ଦେଖୁଥିବାରୁ ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ହେବା କଷ୍ଟକର ହୋଇପାରେ। ଅତି ନିକଟରେ ରହି ଟାଉଟରି କରୁଥିବା ଲୋକଟି ପ୍ରତି ସତର୍କ ରହନ୍ତୁ। ଅନମନସ୍କ କାରଣରୁ କିମ୍ବା ସତର୍କତା ଅଭାବରୁ ଟଙ୍କା, ସୁନା, ଚୋରି ହୋଇ ଯାଇପାରେ। ଆଜିର ବ୍ୟବସାୟିକ ସ୍ଥିତି ପ୍ରାୟତଃ ସନ୍ତୋଷଜନକ ହୋଇପାରେ।
ବିଛା
ବିଛା
ପାପଗ୍ରହ କର୍ମସ୍ଥାନକୁ ଦେଖୁଥିବାରୁ କୌଣସି ଜିନିଷ ସକାଶେ ମରୀଚିକା ପଛରେ ଦୌଡ଼ିବାକୁ ପଡ଼ିପାରେ। ପାରିବାରିକ ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କର୍ମକ୍ଳାନ୍ତଜନିତ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ଅନ୍ୟର ବାହୁଛାୟାର ଆଶ୍ରୟ ନେବା କାରଣରୁ ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ।
ଧନୁ
ଧନୁ
ପଡ଼ୋଶୀଙ୍କ ଆକ୍ଷେପୋକ୍ତି ଓ ପାରିବାରିକ ମତାନ୍ତର ହେତୁ ମାନସିକ ଅସ୍ଥିରତା ଲାଗି ରହିବ। ବନ୍ଧୁଙ୍କ ନିକଟରୁ ଉପଦେଶ ଶୁଣି ଶୁଣି ମନରେ ବିରକ୍ତି ଆସିପାରେ। ଅର୍ଥ ସମ୍ପର୍କିତ କିମ୍ବା ବିବାଦୀୟ କ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ। ଲାଭ ପାଇବା ଆଶାରେ କାହାର ମିଥ୍ୟା ପ୍ରତିଶ୍ରୁତି ପଛରେ ଦୌଡିବା ଠିକ୍‌ ହେବନାହିଁ।
ମକର
ମକର
ଉଚ୍ଚସ୍ଥ ମଙ୍ଗଳଙ୍କ ପ୍ରଭାବରୁ ଆଜି ଅର୍ଥ ଲାଭ ଓ ବନ୍ଧୁ ମିଳନରୁ ମନ ଖୁସୀ ରହିବ। ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେଇପାରେ। ଅନିଶ୍ଚିତତା ମଧ୍ୟରେ ଗତି କରିବେ କିମ୍ବା ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାକୁ ପଡ଼ିପାରେ। ପ୍ରତିଯୋଗିତାରେ ସଫଳତା ଯୋଗୁ ଖୁସୀ ମିଜାଜରେ କାମ କରିପାରନ୍ତି।
କୁମ୍ଭ
କୁମ୍ଭ
ଶନିଙ୍କ ସ୍ଥିତିରୁ ଆଳସ୍ୟ ଓ ଅବହେଳା କାରଣରୁ କାମ ହାସଲ ପାଇଁ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ପାରିବାରିକ ଅବସ୍ଥାରେ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇବେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣକୁ ନେଇ ବ୍ୟସ୍ତ ହୋଇପାରନ୍ତି।
ମୀନମୀନ

ରାହୁ ଯୁକ୍ତ ଚନ୍ଦ୍ରଙ୍କ କୁପ୍ରଭାବରୁ ସମସ୍ୟାବହୁଳ ପରିସ୍ଥିତିକୁ ନେଇ ଅଶାନ୍ତ ରହିବେ। ଆଜି ଆପଣ ଯେତିକି ଅଧିକ ଭାବୁଥିବେ ସେତିକି ମନଟା ଅଧିକ ଗୋଳେଇଘାଣ୍ଟି ଲାଗିବ। ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ଅବଶ୍ୟ ରେବତୀ ନକ୍ଷତ୍ର କେତେକାଂଶରେ ଶୁଭଫଳ ପାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ ଆଜି ଗ୍ରହସ୍ଥିତିର ସୁପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ପିଲାଙ୍କ ଆବଶ୍ୟକତା ଅନୁସାରେ ଜିନିଷ ନ ଆଣିବାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ।…

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟାଧିପତି ବୃହସ୍ପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆତ୍ମୀୟଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ଅଭିଳାଷ ମଧ୍ୟ ପୂର୍ଣ୍ଣ ହୋଇଯିବ। ପାରିବାରିକ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହି ନ ପାରେ। ଅର୍ଥ…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri