Posted inRasifala

ରାଶିଫଳ: ମଙ୍ଗଳବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ
ରାହୁଯୁକ୍ତ ଚନ୍ଦ୍ର ହେତୁ ପାରିବାରିକ ସମସ୍ୟାଜନିତ ମାନସିକ ସ୍ଥିତି ଭଲ ରହିବ ନାହିଁ। ଆର୍ଥିକ ଅନଟନକୁ କେନ୍ଦ୍ରକରି ଘରୋଇ ଅଶାନ୍ତି ମନକୁ ବିଚଳିତ କରିବ। ଦ୍ୱିଜା ନକ୍ଷତ୍ର ବିଳାସବ୍ୟସନ ଓ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ କରିବାର ସୁଯୋଗ ପାଇବେ। ବ୍ୟବସାୟ, ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଆଶାଜନକ ଫଳପ୍ରାପ୍ତି ଘଟିବ।
ବୃଷ
ବୃଷ
କର୍ମାଧିପଙ୍କ ସ୍ବଗୃହ ସ୍ଥିତି ପାରିବାରିକ ଅସ୍ଥିରତା ସୃଷ୍ଟି କଲେ ମଧ୍ୟ କାର୍ଯ୍ୟସାଧନରେ ସହାୟକ ହେବ। କିଛି ମୂଲ୍ୟବାନ୍‌ ଜିନିଷ କିଣିବା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧିପାଇବ। ସାହିତ୍ୟ , ସାମ୍ବାଦିକତା, କଳା ଓ ସାହିତ୍ୟ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ। ପ୍ରଶାସନିକ ଓ ପାରିବାରିକ କ୍ଷେତ୍ରରେ ମଧ୍ୟ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ମିଥୁନ
ମିଥୁନ
ତୃତୀୟାଧିପ ରାଶିରେ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନ ଓ ସଦିଚ୍ଛା ଲାଭର ସୁଯୋଗ ମିଳିବ। ଘରୋଇ କାମରେ ଅନ୍ୟର ସାହାଯ୍ୟ ଓ ସହାନୁଭୂତି ଲାଭ କରି କାମ ହାସଲ କରିବେ। ଅନ୍ୟମନସ୍କ ହେତୁ ଧନହାନି ଘଟିବା ପୂର୍ଣ୍ଣ ସୂଚନା ରହିଛି। କର୍ମକ୍ଷେତ୍ରରେ ସ୍ଥିର ମନରେ କାମ କରନ୍ତୁ ନତୁବା ଅନ୍ୟମାନେ ଭୁଲ୍‌ ବୁଝିପାରନ୍ତି।
କର୍କଟ
କର୍କଟ
ଆଜି ଆଶା କରିଥିବା ଜିନିଷଟି ଅଚାନକ ପାଇଯିବେ। ବୁଧଙ୍କ ପ୍ରଭାବରେ ବ୍ୟବସାୟ, ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମକଲେ ସୁଫଳ ପାଇବେ। ଶାରୀରିକ ସ୍ବାସ୍ଥ୍ୟରେ ଉନ୍ନତି ସହ ମାଲିମକଦ୍ଦମାରେ କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବେ। ପରିବହନ, ଦୋକାନ, ହୋଟେଲରୁ ମଧ୍ୟ ଲାଭବାନ୍‌ ହୋଇପାରନ୍ତି।
ସି˚ହ
ସି˚ହ
ଏକାଦଶସ୍ଥ ରାଶ୍ୟାଧିପତି ଯୋଗୁ ଯାହା ଇଚ୍ଛା କରୁଛନ୍ତି, ତାହା ନିର୍ଦ୍ଦିଷ୍ଟ ସମୟରେ ପାଇବେ। କେତେକ ଅକୁହା ଦୁଃଖ ମନରେ ଉଙ୍କିମାରିବ। ବ୍ୟବସାୟରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଦେଖା ଦେଇପାରେ। ଅଫିସ କାମରେ ସବୁକଥାକୁ ସରଳ ଓ ସହଜଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ।
କନ୍ୟା
ଆଜି ଅଷ୍ଟମସ୍ଥ ଚନ୍ଦ୍ର ସହ ରାହୁଙ୍କ ସଂଯୋଗ ସମସ୍ତ ଅନର୍ଥର କାରଣ ସାଜିପାରେ। ବିଭିନ୍ନ କ୍ଷେତ୍ରରେ କୌଶଳରେ କାମ ହାସଲ କରିବେ, କିନ୍ତୁ ମନରେ ଅସ୍ଥିରତା ଲାଗି ରହିବ। ଅନ୍ୟମାନଙ୍କ ସାହାଯ୍ୟ ଲୋଡ଼ିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସାଙ୍ଗଠନିକ କ୍ଷେତ୍ରରେ ନୂତନ ଦିଗ୍‌ଦର୍ଶନ ଦେଇ ପ୍ରିୟଭାଜନ ହେବେ।
ତୁଳା
ତୁଳା
ନୀଚାରୋହୀ ଶୁକ୍ର ହେତୁ ନିଜ ଲୋକଙ୍କ ବିମୁଖ ଭାବ ଚିନ୍ତାର କାରଣ ହେବ। ଯେତେ ରାଗିଥିଲେ ମଧ୍ୟ ବନ୍ଧୁଙ୍କୁ କିଛି କହିପାରିବେ ନାହିଁ। ପାନମସଲା, ତେଜରାତି ଦୋକାନ, ହୋଟେଲ ଓ ଷ୍ଟେଶନେରି ବ୍ୟବସାୟରୁ ଆଜି ଭଲ ଲାଭ ହେବ। ନିଜ ମନଇଚ୍ଛା କାମକରି ପରିବାର ବ୍ୟକ୍ତିଙ୍କ ପରୋକ୍ଷ ସମାଲୋଚନାର ଶିକାର ହୋଇପାରନ୍ତି।
ବିଛା
ବିଛା
ଶନି ଦୃଷ୍ଟ ମଙ୍ଗଳଜନିତ ନିଜ ମନର ଅସୁସ୍ଥତା ହେତୁ ପ୍ରତ୍ୟେକ ବ୍ୟକ୍ତିଙ୍କ କଥାକୁ ଓଲଟା ଅର୍ଥରେ ଗ୍ରହଣ କରିବେ। କୌଣସି ଅଭାବ ଅସୁବିଧା ନ ଥିଲେ ମଧ୍ୟ ମନ ଅଶାନ୍ତ ରହିବ। ନିଜ ପ୍ରତି ସମ୍ମାନ ଓ ଭକ୍ତି ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନେ ଅଶାଳୀନ ମନ୍ତବ୍ୟ ଦେବେ। ବ୍ୟବସାୟ ଦିଗଟି ସମ୍ପୂର୍ଣ୍ଣ ସନ୍ତୋଷଜନକ ହୋଇ ନ ପାରେ।
ଧନୁ
ଧନୁ
ପାପଗ୍ରହଯୁକ୍ତ ଗୁରୁଙ୍କ ହେତୁ ଘରେ ଅଶାନ୍ତି ସୃଷ୍ଟି ହେବ। ପରିବହନରେ ଝଗଡ଼ା, ନିର୍ମାଣରେ ବିଳମ୍ବ କର୍ମକ୍ଷେତ୍ରରେ ସମସ୍ୟା ବୃଦ୍ଧି କରିବ। ସମୟର ପ୍ରତିକୂଳତାରୁ ଯାନବାହନରେ ଆଘାତ, ଜମିଜମା କଳହକୁ ଏଡ଼ିହେବ ନାହିଁ। ରାଜନୀତି, ପ୍ରଶାସନ, ସଭାସମିତି, ସାମ୍ବାଦିକତା, ଗବେଷଣା ପାଇଁ ଦିନଟି ମଧ୍ୟମ ଧରଣର ହେବ।
ମକର
ମକର
ପାରିବାରିକ ସମସ୍ୟାର ସମାଧାନ କରିବାରେ ସମ୍ପର୍କୀୟଙ୍କ ସାହାଯ୍ୟ ପାଇବା କଷ୍ଟକରହେବ। ରୋଗ ଶଯ୍ୟାରେ ପଡ଼ିଥିବା ସମ୍ପର୍କୀୟଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ମନ ଖୁସି ରହିବ। ରବିଙ୍କ ପ୍ରଭାବରୁ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ ଓ କାର୍ଯ୍ୟ ହାସଲ କରିବେ। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ବ୍ୟୟାଧିପ ରାଶିରେ ଥିବାରୁ ସକାଳୁ ଘର କାମ ଛାଡ଼ି କାହାର ନିର୍ଦ୍ଦେଶରେ ବାହାରକୁ ଯାଇପାରନ୍ତି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ଅଫିସରଙ୍କଠାରୁ କଡ଼ା କଥା ଶୁଣିପାରନ୍ତି। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। କଳା, ସାହିତ୍ୟ କ୍ଷେତ୍ରରେ ସମସ୍ୟାର ସମାଧାନ କରିବେ।
ମୀନମୀନ
ଚନ୍ଦ୍ରଙ୍କ ପ୍ରଭାବରୁ ପ୍ରିୟ କଥା କହି ନିଜ ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହୋଇ ପାରନ୍ତି। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ, ନତୁବା ତାହାହିଁ ଦୁଶ୍ଚିନ୍ତାର କାରଣ ହେବ। ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। କର୍ମକ୍ଷେତ୍ର ପ୍ରତି ଉଦାସୀନ ରହି ସମାଲୋଚିତ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri