Posted inRasifala

ରାଶିଫଳ: ସୋମବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ
ଚନ୍ଦ୍ର ଓ ମଙ୍ଗଳ ଷଡ଼ାଷ୍ଟକ ସ୍ଥିତିରେ ରହିଥିବାରୁ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ପାରିପାଶ୍ୱିକ ପରିସ୍ଥିତି ଭିନ୍ନପ୍ରକାର ହେତୁ ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେନି। ଦୀର୍ଘ ଦିନରୁ ରହିଯାଇଥିବା କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ। ପାରିବାରିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ।
ବୃଷ
ବୃଷ
ଅନ୍ୟମାନଙ୍କ ଉପରେ ପୂର୍ଣ୍ଣ ଭରସା କରି ପ୍ରତାରିତ ହୋଇପାରନ୍ତି। କୈାଣସି ଉନ୍ନତିମୂଳକ କାମ ସକାଶେ ମୋଟା ଅଙ୍କ ଅର୍ଥର ଆବଶ୍ୟକତା ପଡ଼ିପାରେ। ଅଧସ୍ତନ କର୍ମଚାରୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ମୃଗଶିରା ନକ୍ଷତ୍ରର ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ।
ମିଥୁନ
ମିଥୁନ
ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇବେ। ଦୀର୍ଘ ଦିନର ଶତ୍ରୁତା ବିବାଦୀୟ ପରିସ୍ଥିତି ସୃଷ୍ଟି କରିବ। ପୁନର୍ବସୁ ନକ୍ଷତ୍ର ଆନୁଷ୍ଠାନିକ କ୍ଷେତ୍ର କିମ୍ବା ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ। ଅଫିସରେ ପରସ୍ପର ଗୋଡ଼ ଟଣାଟଣି ହେତୁ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ।
କର୍କଟ
କର୍କଟ
ଚେଷ୍ଟା କରୁଥିବା କାମଗୁଡ଼ିକ ସୁରୁଖୁରୁରେ ହୋଇଯିବା କାରଣରୁ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ। ପୁଷ୍ୟା ନକ୍ଷତ୍ର ଆର୍ଥିକ ଦିଗରୁ ସନ୍ତୋଷଜନକ ଫଳ ପାଇବେ। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ। ବିଭିନ୍ନ ପ୍ରକାର ଅସ୍ବାଭାବିକ ପରିସ୍ଥିତିକୁ ସାମ୍‌ନା କରିବାକୁ ପଡ଼ିପାରେ।
ସି˚ହ
ସି˚ହ
ଆଜି ଯାତ୍ରା,ବାଣିଜ୍ୟ,ପ୍ରତିଦ୍ୱନ୍ଦ୍ୱିତାରେ ଅବଶ୍ୟ ସଫଳତା ହାସଲ କରିବେ। ମାନସିକ ଅବସାଦ ଯୋଗୁ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ। ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ସମସ୍ୟାର ମୁଖ୍ୟ କାରଣ ହେବ। ଉତ୍ତରା ଫାଲଗୁନୀ ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା ସାମୟିକ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ।
କନ୍ୟା
ଶାରୀରିକ ସୁସ୍ଥତା ଥିଲେ ମଧ୍ୟ ମାନସିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ। ଫେରନ୍ତା ବାଟରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପଡ଼ିବେ। ହସ୍ତା ନକ୍ଷତ୍ରର କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପରିବାରରେ ପାରସ୍ପରିକ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି।
ତୁଳା
ତୁଳା
ଆଜି ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସ୍ବାତୀ ନକ୍ଷତ୍ର ବନ୍ଧୁମାନେ ନିଜର ଫାଇଦା ହାସଲ କରିବା ଲାଗି ମନ ବଳାଇବେ। ବ୍ୟବସାୟରେ ଝଗଡ଼ା ଲାଗିପାରେ, କିନ୍ତୁ ପ୍ରଶାସନିକ ସଫଳତା ହାସଲ କରିବେ।
ବିଛା
ବିଛା
ସବୁ କାମ ଠିକ୍‌ଠାକ୍‌ ହେବ, କିନ୍ତୁ ସୁବିଧାରେ ନୁହେଁ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ। ବିଶାଖା ନକ୍ଷତ୍ର ମାନସିକ ଅବସାଦ ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ।
ଧନୁ
ଧନୁ
କୌଣସି ନୂତନ ଯୋଜନାରମ୍ଭ କରିବା ସକାଶେ ମନ ବଳାଇବେ। ପାରିବାରିକ କ୍ଷେତ୍ରରେ ସମସ୍ୟା ପୂର୍ବପରି ରହିବା ପୂର୍ବାଷାଢ଼ା ନକ୍ଷତ୍ର ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ। ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ମକର
ମକର
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ। ଧନିଷ୍ଠା ନକ୍ଷତ୍ର ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ। ବାରମ୍ବାର ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡ଼ିବାକୁ ପଡ଼ିପାରେ।
କୁମ୍ଭ
କୁମ୍ଭ
ଆଜି ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି ତାହା କଷ୍ଟକର ମନେହୋଇପାରେ। ବ୍ୟବସାୟ, ସଭାସମିତି, ପରିବହନ, ପ୍ରଶାସନିକ କ୍ଷେତ୍ର ପ୍ରତ୍ୟେକରେ ସୁଫଳ ପାଇବେ। ଶତଭିଷା ନକ୍ଷତ୍ର ପାଇଁ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ।
ମୀନମୀନ
ତ୍ୟାଗ ଓ ସହନଶୀଳତା ଦ୍ୱାରା ପାରିବାରିକ ସଦ୍‌ଭାବ ବୃଦ୍ଧି ପାଇବ। ଉତ୍ତରଭାଦ୍ରବ ନକ୍ଷତ୍ରର ଭୁଲ୍‌ ବୁଝାମଣା କାରଣରୁ ବନ୍ଧୁ ସମ୍ପର୍କରେ ଅବନତି ଘଟିପାରେ। ନିର୍ମାଣ, ବାଣିଜ୍ୟ ଓ ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ। ପରିବାରର ବରାଦ ଅନୁଯାୟୀ ଇଚ୍ଛା ନ ଥିଲେ ମଧ୍ୟ ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri