Posted inRasifala

ରାଶିଫଳ: ମଙ୍ଗଳବାର, ମେ ୧୦ ତାରିଖ – Daily Horoscope

ମେଷ
ଆଜିର ପୂର୍ବାହ୍ନ ଶିକ୍ଷା, ପରୀକ୍ଷା, ଆଲୋଚନା,ସଭା ସମିତି, ପ୍ରଶାସନ ଓ କର୍ମକ୍ଷେତ୍ର ପାଇଁ ପ୍ରଶସ୍ତ ରହିବ। ପରିବାର, ପରିବହନ, ଲୋକ ସମ୍ପର୍କ, ଯାନବାହନ ଦିଗରେ ଉନ୍ନତି ଘଟିବ। ନିଜ ଲୋକ ଆପଣଙ୍କ ବିରୁଦ୍ଧାଚରଣ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, ଆନୁଷ୍ଠାନିକ କାମ ଓ ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ।
ବୃଷ
ବୃଷ
ପ୍ରସ୍ତୁତି ପଥରେ ଥିବା କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ। ବନ୍ଧୁଗହଣରେ ସତ୍ୟ କଥା ପ୍ରକାଶକରି ମଧ୍ୟ ଅପମାନିତ ହୋଇପାରନ୍ତି। ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। ପ୍ରଶାସନ, ପ୍ରକାଶନ, ମନୋରଞ୍ଜନରୁ ସଫଳତା ହାସଲ କରିବେ।
ମିଥୁନ
ମିଥୁନ
ମନ ଯେମିତି ଚାହୁଁଛି ସେମିତି କାମ ସମ୍ପନ୍ନ ହେବାରେ ଅସୁବିଧା ହେବ ନାହିଁ। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ ଓ ଅର୍ଥାବସ୍ଥାରେ ଉନ୍ନତି ଘଟିବ । ଶିଳ୍ପ, ବ୍ୟବସାୟ ଓ ପରିବହନ ପାଇଁ କିଛି ଅସୁବିଧା ହେବ ନାହିଁ।
କର୍କଟ
କର୍କଟ
ଆଜି ସାମାଜିକ ସ୍ଥିତି, ଅର୍ଥନୈତିକ ପ୍ରଗତି, ପାରିବାରିକ ପରିସ୍ଥିତିକୁ ସନ୍ତୁଳିତ କରି ରଖିବେ। ସାମୟିକ ଯାତ୍ରା କାଳୀନ ବନ୍ଧୁଙ୍କ ସହ ମତାନ୍ତର ସୃଷ୍ଟିହୋଇ ଅଶାନ୍ତି ଉପୁଜିପାରେ। ଉପରିସ୍ଥଙ୍କ ସହାନୁଭୂତିରୁ କର୍ମକ୍ଷେତ୍ରରେ ମଧ୍ୟାହ୍ନରେ ଟେନ୍‌ସନ ଦୂରହେବ। ଈର୍ଷାପରାୟଣ ବନ୍ଧୁଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ କିଛି ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତାକରନ୍ତୁ । ପ୍ରତ୍ୟେକ କଥାରେ ଭୟ ଓ ଆଶଙ୍କା କାରଣରୁ କୌଣସି କାର୍ଯ୍ୟ କରିପାରିବେ ନାହିଁ। ନିଜ ଲୋକମାନଙ୍କଠାରୁ ଯାହା ଓ ଯେତିକି ପରିମାଣରେ ପାଇବା କଥା ତାହା ପାଇବା କଷ୍ଟକର ହୋଇପଡ଼ିବ । ଆଗାମୀ ମାଙ୍ଗଳିକ କାମ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ।
କନ୍ୟା
ନିଜେ ରହୁଥିବା ପରିବେଶର ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ। ବିଭିନ୍ନ ପ୍ରକାର ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ, ସାମ୍ବାଦିକତାରେ ଉନ୍ନତି ଘଟିବ। ସତ୍‌ସଙ୍ଗ କିମ୍ବା ନାମ ସଂକୀର୍ତ୍ତନରେ ନିଜକୁ ହଜାଇ ଦେଇପାରନ୍ତି।
ତୁଳା
ତୁଳା
କୌଣସି ନୀଚ ଜାତିର ବ୍ୟକ୍ତି ସହ କଳହ ଲାଗିପାରେ। ଆନୁଷ୍ଠାନିକ କ୍ଷେତ୍ରରେ, ସଭା ସମିତିରେ, କଚେରି ମାମଲା ତଥା ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ଆଗାମୀ ମାଙ୍ଗଳିକ ଉସତ୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ଘର ସାଜସଜ୍ଜା, ମୂଲ୍ୟବାନ୍‌ ଜିନିଷ କିଣିବା, ନୂତନ ଗୃହ ନିର୍ମାଣ, ଯାନ ମରାମତି ପ୍ରଭୃତିରେ ସମୟ କଟିପାରେ।
ବିଛା
ବିଛା
ଆଜି ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି, ତାହା ସାମାନ୍ୟ ବ୍ୟତିକ୍ରମ ଭିତରେ ସଫଳ ହେବ। ପାରିବାରିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ । ଭୁଲ୍‌ ବୁଝାମଣା ଯୋଗୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଜମିଜମା କାରବାର, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସୃଷ୍ଟି ହୋଇପାରେ।
ଧନୁ
ଧନୁ
ମନ ବୁଝିଲା ଭଳି କଥା କହି ପ୍ରତ୍ୟେକ ପରିସ୍ଥିତିକୁ ସରଳୀକୃତ କରିବାରେ ସମର୍ଥ ହେବେ। ସଭାସମିତିରେ ଅନ୍ୟର ମତକୁ ସମ୍ମାନ ଦେଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ପ୍ରଶାସନିକ ସ୍ତରରେ କୌଣସି ବିବାଦ ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ରଚନାମତ୍କ କାମ, କଳା, ସାହିତ୍ୟାଦିରେ ଆମତ୍ସନ୍ତୋଷ ମିଳିବ।
ମକର
ମକର
ଯେତେ ପ୍ରକାର କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇପାରିବ ନାହିଁ। ଭଲ କଥା କହିଲେ ମଧ୍ୟ ବନ୍ଧୁମାନଙ୍କ ସହ ସମ୍ପର୍କ ହାନି କାରଣରୁ ଚିନ୍ତା ପ୍ରକଟ କରିବେ । ପ୍ରଶାସନିକ ସ୍ତରରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି।
କୁମ୍ଭ
କୁମ୍ଭ
ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବା ସାଙ୍ଗକୁ ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ଲାଭ କରିବେ। ବନ୍ଧୁମାନଙ୍କ ସହାୟତାରେ ପାରିବାରିିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବ। ନୂତନ ଯୋଜନା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସଫଳତା ମିଳିବ। ଅର୍ଥ ସମ୍ପର୍କିତ କୌଣସି ବିବାଦ ବୃଦ୍ଧି ପାଇବ।
ମୀନମୀନ
ଆଜି ଆପଣଙ୍କ କଥା ଓ ଗୌରବଗାଥା ବନ୍ଧୁମାନଙ୍କ ମୁଖମଣ୍ଡନ କରିବ। ଆନୁଷ୍ଠାନିକ କାମ ଓ ସଭା ସମିତି ପ୍ରଭୃତି କାର୍ଯ୍ୟରେ ହାତଦେଇ କୃତକାର୍ଯ୍ୟ ହେବେ। ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ। ନୂତନ ଗୃହ, ଯାନବାହନାଦି ଯାନ୍ତ୍ରିକ ଦ୍ରବ୍ୟ ଲାଭ ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?