Posted inRasifala

ରାଶିଫଳ: ରବିବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ
ଆଜି ଅନିମନ୍ତ୍ରିତ ଭାବରେ କେଉଁଠିକୁ ଯିବା କିମ୍ବା କିଛି ପଚାରିବା ପୂର୍ବରୁ କହିବା ଓଲଟା ଫଳ ପ୍ରଦାନ କରିବ। ଶତ୍ରୁତା ଲାଗି ରହିଥିବାରୁ ଅଧିକାଂଶ ସମୟ ମନ ଅସ୍ଥିର ରହିପାରେ। ହାତକୁ ନେଇଥିବା କାମ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ। କିନ୍ତୁ ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଆନୁଷ୍ଠାନିକ କିମ୍ବା ଶୁଭ କାର୍ଯ୍ୟରେ ବନ୍ଧୁମାନେ ସଠିକ୍‌ ଖବର ଦେବାରେ ହେଳା କରିପାରନ୍ତି। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଓ ଅକୁଣ୍ଠ ସମର୍ଥନ ଯୋଗୁ ଆଗେଇ ଯିବେ। ଜମିବାଡ଼ି କ୍ରୟ କରିବା ସକାଶେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ।
ମିଥୁନ
ମିଥୁନ
ବୃହସ୍ପତି ପରିବାର ସ୍ଥାନରେ ପାରିବାରିକ ସମସ୍ୟା ସହ ଖର୍ଚ୍ଚ ପରିମାଣ ବୃଦ୍ଧି କରିବ। ପ୍ରଶାସନିକ କ୍ଷେତ୍ରରେ ସବୁ କିଛି ଶେଷ ସମୟରେ ଓଲଟ ପାଲଟ ହୋଇଯାଇପାରେ। ଆଲୋଚନା ସମୟରେ ଆପଣଙ୍କ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
କର୍କଟ
କର୍କଟ
ଅତୀତକୁ ସିଂହାବଲୋକନ କରି ସମସ୍ୟା ସମାଧାନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ। ଯେତେ ଭଲ କାମ କଲେ ମଧ୍ୟ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। ବୁଝାମଣା ଭିତ୍ତିରେ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଘରର ବରାଦ ଅନୁଯାୟୀ ଗୃହୋପକରଣ ସାମଗ୍ରୀ କ୍ରୟ କରିବାକୁ ପଡ଼ିପାରେ।
ସି˚ହ
ସି˚ହ
ଆଜି ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି କାମ ହାସଲ କରିବେ। ତଥାପି ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ନେବେ। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭର ଆଲୋଚନା କରିବେ।
କନ୍ୟା
ସବୁ ଠିକ୍‌ଠାକ୍‌ ରହିଥିଲେ ମଧ୍ୟ ଜମିଜମାକୁ କେନ୍ଦ୍ରକରି ଭ୍ରାତୃ ସମ୍ପର୍କରେ ନୂ୍ୟନତା ପରିଲକ୍ଷିତ ହେବ। ପିଲାଙ୍କ କୃତୀ ଓ କୃତିତ୍ୱ ସକାଶେ ମାନସିକ ସ୍ତରରେ ଗର୍ବ ଅନୁଭବ କରିପାରନ୍ତି। ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ରାଜନୀତି କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହୋଇପାରେ।
ତୁଳା
ତୁଳା
ସଭା ସମିତିରେ ଅପ୍ରିୟ ସତ୍ୟ କହିବା କାରଣରୁ ମିତ୍ରମାନେ ଈର୍ଷାପରାୟଣ ହୋଇପାରନ୍ତି। ଖଳ ଲୋକଙ୍କ ଦ୍ୱାରା କର୍ମକ୍ଷେତ୍ରରେ ଗୁଜବ ମନକୁ ଆତଙ୍କିତ କରିପାରେ। ପରିବାରରେ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି। ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ।
ବିଛା
ବିଛା
ଦୈହିକ ସୁସ୍ଥତା ଥିଲେ ମଧ୍ୟ କେତେକ ଅପୂରଣୀୟ କାମନା ମନକୁ ବ୍ୟସ୍ତ ବିବ୍ରତ କରାଇବ। ଲେଖାପଢ଼ା, କଳା, ସାହିତ୍ୟ ଓ ଅଭିନୟ ଜଗତରୁ ପ୍ରଶଂସା ପାଇବେ। କର୍ମକ୍ଷେତ୍ରର ବିବାଦୀୟ ଘଟଣାରେ ଯେଉଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।
ଧନୁ
ଧନୁ
ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ମଧ୍ୟ ବିଭିନ୍ନ ସମସ୍ୟା ଲାଗି ରହିଥିବାରୁ ମନ ଅଶାନ୍ତ ରହିବ। ସାମାଜିକ ସ୍ତରରେ କେତେକ ନୂତନ କାମର ପରିକଳ୍ପନା କରି ପ୍ରଶଂସିତ ହେବେ। ପରିବାରର ଖର୍ଚ୍ଚଭାର ଅତ୍ୟଧିକ ବୃଦ୍ଧି ପାଇବା ଯୋଗୁ ଚିନ୍ତାପ୍ରକଟ କରିବେ।
ମକର
ମକର
ଗୁରୁଜନଙ୍କ ପ୍ରଚେଷ୍ଟାରୁ ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦୀୟ ଘଟଣାର ବିଜୟୀ ହେବେ। କର୍ମକ୍ଷେତ୍ରରେ ମନକୁ ପାଇଲା ଭଳି କଥା କହି ପରିସ୍ଥିତିକୁ ହାଲୁକା କରିପାରନ୍ତି। ଭୁଲ୍‌ ବୁଝାମଣା କାରଣରୁ ସହକର୍ମୀଙ୍କ ସହ ସୁସମ୍ପର୍କ ରହିନପାରେ। ଘରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିବାର ଆଶଙ୍କା ରହିଛି।
କୁମ୍ଭ
କୁମ୍ଭ
ଆତ୍ମୀୟମାନଙ୍କ ସମ୍ବନ୍ଧରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବ, ମାତ୍ର ତାହା ଅସ୍ଥାୟୀ ଭଳି ମନେ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟରୁ ଲାଭବାନ୍‌ ହେବେ, କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା କମିବ ନାହିଁ। ଆର୍ଥିକ ସ୍ଥିତି ପୂର୍ବବତ୍‌ ରହିବ, କିନ୍ତୁ କାମ ଅଟକିବ ନାହିଁ।
ମୀନମୀନ

କୌଣସି ଗୁରୁ୍‌ତ୍ୱପୂର୍ଣ୍ଣ କାମରେ ମାନସିକ ଦ୍ୱନ୍ଦ୍ୱ ବଢ଼ିବା କାରଣରୁ ତାହା ନିଷ୍ପତ୍ତି ନେବାରେ ବିଳମ୍ବିତ କରାଇବ। ବନ୍ଧୁଙ୍କ ସାହାଯ୍ୟରୁ ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଅସୁବିଧା ନଥିଲେ ମଧ୍ୟ କେତେକ ସମସ୍ୟା କାରଣରୁ ମନରେ ସ୍ଥିରତା ରହିନପାରେ। ଅସହିଷ୍ଣୁ ମନୋଭାବରୁ ହଠାତ୍‌ ବିରାଧୀ ପକ୍ଷ ସକ୍ରିୟ ହୋଇ ଉଠିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri