Posted inRasifala

ରାଶିଫଳ: ସୋମବାର, ଜାନୁୟାରୀ ୧୦ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ଦ୍ୱାଦଶସ୍ଥ ହେତୁ ମନରେ ବିଭିନ୍ନ ଆଶଙ୍କା ଓ ସନ୍ଦେହ ଉଙ୍କି ମାରିବ। ସଭାସମିତିରେ ବନ୍ଧୁମାନଙ୍କୁ ସୁଚିନ୍ତିତ ପରାମର୍ଶ ଦେଇ ପ୍ରଶଂସିତ ହେବେ। ଶନିଙ୍କ କୁପ୍ରଭାବରୁ ଖଳ ଲୋକମାନଙ୍କ କଥାକୁ ବିଶ୍ୱାସ କରି ବିତର୍କର ସମ୍ଭାବନା ରହିଛି। ଯାନବାହନ, ନିର୍ମାଣ, ଘର ସାଜସଜ୍ଜା କିମ୍ବା ମରାମତି କାମରେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ।
ବୃଷ
ବୃଷ
ଏକାଦଶ ଚନ୍ଦ୍ର ହେତୁ ଲୋଭନୀୟ ପ୍ରତିଶ୍ରୁତି ଦେଇ ବନ୍ଧୁଙ୍କ ଦ୍ୱାରା କାମ ହାସଲ କରିବେ। ପାରିବାରିକ ଓ କର୍ମକ୍ଷେତ୍ରରେ ଅସ୍ଥିରତା ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ସମ୍ଭାବନା ରହିଛି। ସ୍ବାସ୍ଥ୍ୟହାନି, ଖର୍ଚ୍ଚାନ୍ତ, ବୃଥାଭ୍ରମଣଜନିତ ଅଶାନ୍ତି ସୃଷ୍ଟି କରିପାରେ। ପ୍ରକାଶନ, ପ୍ରଶାସନ, ରାଜନୀତି କ୍ଷେତ୍ରରେ ସମସ୍ୟା ସମାଧାନରେ ସମର୍ଥ ହେବେ।
ମିଥୁନ
ମିଥୁନ
ବୁଧଗ୍ରହ ବନ୍ଧୁଙ୍କ ସହ ମତାନ୍ତର ସହ ସ୍ନାୟବିକ ଦୁର୍ବଳତା ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ସୁଚାରୁରୂପେ ସମ୍ପାଦନ କରିବେ। ସଭାସମିତିରେ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ସାଙ୍ଗକୁ ଖର୍ଚ୍ଚ ପରିମାଣ ବଢିଯିବାରୁ ମାନସିକ ସ୍ଥିତି ବିଗିଡି ଯାଇପାରେ।
କର୍କଟ
କର୍କଟ
କର୍ମସ୍ଥାନରେ ଚନ୍ଦ୍ରଙ୍କ ଅବସ୍ଥିତି ଦୈହିକ ଓ ମାନସିକ ସ୍ଥିତିକୁ ସ୍ଥିରତା ପ୍ରଦାନ କରିବ। ପ୍ରତ୍ୟେକ କାମ ବିନା ବାଧାବିଘ୍ନରେ ସମାପନ କରିବେ। ପ୍ରଶାସନିକ ସ୍ତରରେ ଉଚ୍ଚପଦବୀ, ସମାଜରେ ପ୍ରତିଷ୍ଠା, ବନ୍ଧୁବର୍ଗରେ ଆଦର ସମ୍ମାନ ପ୍ରାପ୍ତି ହୋଇପାରେ। ଆର୍ଥିକ ଅନଟନଜନିତ କୈାଣସି ସମସ୍ୟାର ସମ୍ମୁଖୀନ ହେବାର ସୂଚନା ରହିଛି।
ସି˚ହ
ସି˚ହ
ବିବାଦୀୟ ଘଟଣାର କୌଣସି ନିଷ୍କର୍ଷ ବାହାରି ପାରିବ ନାହିଁ। ଅତି ଭଲ ସମ୍ପର୍କ ଥିଲେ ମଧ୍ୟ ଆମତ୍ୀୟମାନେ ଚେର କାଟିଲା ଭଳି କାମ କରିପାରନ୍ତି। ଅର୍ଥ ସମ୍ପର୍କିତ କଥାବାର୍ତ୍ତା, ବ୍ୟବସାୟିକ ସମ୍ପର୍କ, ଗବେଷଣା, ଅନୁସନ୍ଧାନ ଓ ବିଦେଶଯାତ୍ରା ସୁଯୋଗ ପାଇପାରନ୍ତି। ସମସ୍ୟା ମୁକାବିଲାରେ ସମର୍ଥ ହେବେ।
କନ୍ୟା
ଆଜି ଅର୍ଥଲାଭ ସାଙ୍ଗକୁ ବନ୍ଧୁଙ୍କ ସହ ସଦ୍‌ଭାବ ବୃଦ୍ଧି ପାଇବ। କୌଣସି କର୍ମଚାରୀଙ୍କୁ କଟୁ କଥା କହି ନିଜେ ହିଁ ସମାଲୋଚିତ ହୋଇପାରନ୍ତି। ପାରିବାରିକ ସମସ୍ୟା, ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିବେ। କଳା, କାରିଗରି, ସାହିତ୍ୟଚର୍ଚ୍ଚା, ସଙ୍ଗୀତ ସମାରୋହ ପ୍ରଭୃତି କ୍ଷେତ୍ରରେ ସଫଳତାର ସୂଚନା ମଧ୍ୟ ରହିଛି।
ତୁଳା
ତୁଳା
କର୍ମକ୍ଷେତ୍ରରେ ଧୈର୍ଯ୍ୟର ସହ ସମସ୍ୟା ସମାଧନ କରିବାରେ ସମର୍ଥ ହେବେ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତିରେ ଉନ୍ନତ ଫଳ ପାଇବେ। ପାରିବାରିକ ଓ ପରିବହନରେ ଝଗଡା, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ଆଦି ବ୍ୟତିକ୍ରମକୁ ସୁଧାରି ନେବେ। ଗୁପ୍ତ ଶତ୍ରୁମାନେ ଖାଲରେ ପକାଇବାକୁ ଚେଷ୍ଟା କଲେ ମଧ୍ୟ କିଛି କରିପାରିବେ ନାହିଁ।
ବିଛା
ବିଛା
ସନ୍ଦେହଜନିତ ଭୁଲ ବୁଝାମଣା, ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି, ବ୍ୟବସାୟ ଓ ପରିବହନରେ ଝଗଡାରୁ ରକ୍ଷା ମିଳିବ ନାହିଁ। ଆର୍ଥିକ ସ୍ଥିତି ଦୁର୍ବଳ ରହିଲେ ମଧ୍ୟ କୌଣସି କାମ ବାଧାପ୍ରାପ୍ତ ନ ହୋଇପାରେ। ମାଙ୍ଗଳିକ କାମ ସକାଶେ ଘର ସାଜସଜ୍ଜାରେ ସମୟ ଅତିବାହିତ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ଆଇନ ଅଦାଲତ ଓ ପ୍ରତିଯୋଗିତାରେ ସଫଳତା ପାଇବେ।
ଧନୁ
ଧନୁ
ଆଜି ଆନୁଷ୍ଠାନିକ କାମ, ଗଠନମୂଳକ କାଯର୍‌ୟ ଓ ରାଜନୈତିକ ସ୍ଥିତି ବେଶ୍‌ ଅନୁକୂଳ ରହିବ। ଗୃହ, ଭୂମି, ଗାଡିମୋଟର ସମ୍ବନ୍ଧୀୟ ଦୁଶ୍ଚିନ୍ତା ଆସିଲେ ମଧ୍ୟ ସମାଧାନ ହୋଇଯିବ। ଭାବପ୍ରବଣବଶତଃ ମାନସିକ ଦୁର୍ବଳତା ପ୍ରତ୍ୟେକ କ୍ଷେତ୍ରକୁ ମନ୍ଥର କରିବ। ଶେୟାରବଜାର, ରପ୍ତାନି ବ୍ୟବସାୟ କ୍ଷେତ୍ର ସନ୍ତୋଷଜନକ ରହିବ।
ମକର
ମକର
ପାରିବାରିକ ଜୀବନ, ସାମାଜିକ ସ୍ଥିତି, ଯାନବାହନ, ଲୋକସମ୍ପର୍କ କ୍ଷେତ୍ର ଭଲ ରହିବ। ପରିସ୍ଥିତିକୁ ସାମ୍‌ନା କରିବାକୁ ଯାଇ ବନ୍ଧୁଙ୍କ ସାହାଯ୍ୟ ଅନୁଭବ କରିବେ। ପୂର୍ବପରିକଳ୍ପିତ ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବାକୁ ପଡିପାରେ। ଆବଶ୍ୟକତାନୁସାରେ ଘରର ବରାଦାନୁଯାୟୀ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି।
କୁମ୍ଭ
କୁମ୍ଭ
ଦୈହିକ ସ୍ବାସ୍ଥ୍ୟ ଅପରିବର୍ତ୍ତିତ ରହିଲେ ମଧ୍ୟ କର୍ମକ୍ଷେତ୍ର ଓ ଲୋକସମ୍ପର୍କରେ ଅବନତି ପରିଲକ୍ଷିତ ହେବ। ଭୁଲ ବୁଝାମଣାଜନିତ ପାରିବାରିକ ଓ ସାମାଜିକ ସ୍ଥିତି ଦୁର୍ବଳ ହେବ। ମାଲିମକଦ୍ଦମା, ପ୍ରଶାସନିକ ସ୍ତର, କଳା, ସାହିତ୍ୟରେ ସୁଫଳ ପାଇବେ। ପ୍ରଶାସନ, ପ୍ରକାଶନ, ନିର୍ମାଣ, ଆମଦାନୀ,ରେଷ୍ଟୁରାଣ୍ଟ, ହୋଟେଲ ଶିଳ୍ପ ବହୁତ ଭଲ ରହିବ।
ମୀନମୀନ
ବନ୍ଧୁ ଓ ଆତ୍ମୀୟଙ୍କ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ଧର୍ମାନୁଷ୍ଠାନ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଲେ ସଫଳତା ଅବଶ୍ୟ ପାଇବେ। ରାଜନୈତିକ ସ୍ଥିତି ଉନ୍ନତ ମାନର ରହିବା ସହ ପ୍ରଶାସନିକ ସ୍ଥିରତା ଆଣିବାରେ ସଫଳ ହେବେ। ଦକ୍ଷତାଭିତ୍ତିକ କୃତୀ ଓ କୃତିତ୍ୱରୁ ମଧ୍ୟ ପ୍ରଶଂସିତ ହେବାର ଆଶା କରାଯାଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର , ଅଗଷ୍ଟ ୧୫ ତାରିଖ – Daily Horoscope

ମେଷ ଆଜିର ଯାତ୍ରା ପ୍ରୀତିପ୍ରଦ ରହିବା ସହ ନୂତନ ବସ୍ତ୍ର, ଆଭୂଷଣ ଲାଭ କରିପାରନ୍ତି। ପିଲାଙ୍କ ଦାବି ମୁତାବକ ଜିନିଷ ନ ଆଣିପାରିବା କାରଣରୁ ମାନସିକ ଅଶାନ୍ତି…

ରାଶିଫଳ: ଶୁକ୍ରବାର , ଅଗଷ୍ଟ ୧୪ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଯାତ୍ରା କିମ୍ବା କଠୋର ପରିଶ୍ରମ ଜନିତ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ସାମାଜିକ ସ୍ତରରେ…

ରାଶିଫଳ: ଗୁରୁବାର, ଅଗଷ୍ଟ ୧୩ ତାରିଖ – Daily Horoscope

ମେଷ ଆଜି ରାଜନୀତି, ଆଇନ, ଅଦାଲତ ତଥା ସାଂଗଠନିକ କାର୍ଯ୍ୟ ଆଲୋଚନାରେ ସଫଳତା ପାଇବେ। କିନ୍ତୁ ଶିକ୍ଷା,ସନ୍ତାନ ଓ ସମ୍ପର୍କ କ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ। ବନ୍ଧୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri