Posted inRasifala

ରାଶିଫଳ: ଗୁରୁବାର, ଫେବୃୟାରୀ ୧୦ ତାରିଖ – Daily Horoscope

ମେଷ
ରାହୁଯୁକ୍ତ ଚନ୍ଦ୍ର ହେତୁ ଟେନସନ୍‌ ଆଜି କିଛି ମାତ୍ରାରେ ବଢ଼ିଯିବ। ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ। କୃତ୍ତିକା ନକ୍ଷତ୍ର ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ ଓ ଏକ ପ୍ରକାର ମନୋବଳ ବୃଦ୍ଧି ପାଇବ। ଘରେ ସ୍ତ୍ରୀଙ୍କ ଚିଡ଼ିଚିଡ଼ା ସ୍ବଭାବ ଏବଂ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ।
ବୃଷ
ବୃଷ
ଆପଣ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। କର୍ମକ୍ଷେତ୍ରରେ ବିଭିନ୍ନ ଅଭିଯୋଗର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁଙ୍କ ସମ୍ମୁଖରେ ନିଜର ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବା ପାଇଁ ବାଧ୍ୟ ହେବେ। ପରିବହନ, ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ।
ମିଥୁନ
ମିଥୁନ
ଆର୍ଥିକ ଅଭିବୃଦ୍ଧି ଘଟିଲେ ମଧ୍ୟ କେତେକ କ୍ଷେତ୍ରରେ ପରିସ୍ଥିତି ଏପରି ହେବ ଯେ, ବାଧ୍ୟ ହୋଇ ଯେସାକୁ ତେସା ନୀତିରେ କାମ କରିବେ। ପାରିବାରିକ କ୍ଷେତ୍ର ଭଲ ରହିବ। ବ୍ୟବସାୟରେ ଉନ୍ନତି କରିବେ କିନ୍ତୁ ପ୍ରତିଟି କ୍ଷେତ୍ରରେ ସମସ୍ୟା ମଧ୍ୟ ଦେଇ ଚଳିବାକୁ ପଡ଼ିବ। ଅଫିସରେ ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବେ।
କର୍କଟ
କର୍କଟ
ଯେତିକି ପାଇବେ ଅଧିକ ଖର୍ଚ୍ଚ କରିବା ହେତୁ ଅଧିକାଂଶ ସମୟ ମାନସିକ ଅସ୍ଥିରତା ମଧ୍ୟରେ କଟାଇବେ। କର୍ମକ୍ଷେତ୍ରରେ କଠୋର ପରିଶ୍ରମଜନିତ ସ୍ବାସ୍ଥ୍ୟହାନି ଘଟିପାରେ। ବନ୍ଧୁଙ୍କ ଆଲୋଚନା ସମୟରେ ସାଧାରଣ କଥାରେ ଯୁକ୍ତତର୍କ ଘଟିପାରେ। ପୁନର୍ବସୁ ନକ୍ଷତ୍ରର ସାହିତ୍ୟ, ସାମ୍ବାଦିକତା ତଥା ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।
ସି˚ହ
ସି˚ହ
ଦ୍ୱନ୍ଦ୍ୱରେ ପଡ଼ି କୌଣସି ଠିକ୍‌ ନିଷ୍ପତ୍ତି ନେଇ ପାରିବେ ନାହିଁ। ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ର ମଧ୍ୟ ଚିନ୍ତାଜନକ ସ୍ଥିତିରେ ପହଞ୍ଚତ୍ବ। ମଘା ନକ୍ଷତ୍ରର ଆର୍ଥିକ ସ୍ବଚ୍ଛଳତା କାରଣରୁ ମାନସିକ ସ୍ଥିରତା ଆସିବ। ପ୍ରତ୍ୟେକ କ୍ଷେତ୍ରରେ ଜଗି ରଖି ଚଳିବା ଭଲ ହେବ, ଅନ୍ୟଥା ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
କନ୍ୟା
ଖର୍ଚ୍ଚାନ୍ତ ହୋଇ ପ୍ରତ୍ୟେକ କାମ କରିବେ। ମାନସିକ ସ୍ଥିରତା ରକ୍ଷା କରିବା କଷ୍ଟ ହେବ। ସମସ୍ୟା ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ ପାରିବାରିକ କାରଣରୁ ମନରେ ସରସତା ରହିବ ନାହିଁ। ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବ। ଆଇନ ଅଦାଲତରୁ ସୁଫଳ ସାଙ୍ଗକୁ ଦୀର୍ଘଦିନର ସମସ୍ୟା ସମାଧାନ ହୋଇଯିବ।
ତୁଳା
ତୁଳା
ପାରିବାରିକ ପରିସ୍ଥିତି ପୂର୍ବପରି ରହିବ ମାତ୍ର ବିଶେଷ କିଛି ଅସୁବିଧା ହେବ ନାହିଁ। ସ୍ବାତୀ ନକ୍ଷତ୍ର ସଭାସମିତିରେ ଯୋଗ ଦେଲେ କିମ୍ବା ସହମତିରେ କାମ କଲେ ଲକ୍ଷ୍ୟ ହାସଲ କରିବେ। ଆଜି ବାଧ୍ୟତାବଶତଃ ଇଚ୍ଛା ନ ଥିଲେ ମଧ୍ୟ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟରେ ଉନ୍ନତି ଘଟିବ।
ବିଛା
ବିଛା
ଯେତେ ପ୍ରକାର ସୁବିଧା ପାଇଲେ ମଧ୍ୟ ମନରେ ଶାନ୍ତି କିମ୍ବା ସନ୍ତୋଷ ଆସିବ ନାହିଁ। ବ୍ୟବସାୟରେ, ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ଅନୁରାଧା ନକ୍ଷତ୍ର ନିଜ ପରିସରରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଆକସ୍ମିକ ଆବଶ୍ୟକତା ପୂରଣ କରିବା ପାଇଁ ଧାର ସୂତ୍ରରେ ଅର୍ଥ ଆଣିବାକୁ ପଡ଼ିପାରେ।
ଧନୁ
ଧନୁ
ଆଜି ସ୍ଥଗିତ କାର୍ଯ୍ୟକୁ ତ୍ୱରାନିତ କରିପାରିବେ ନାହିଁ। ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିବେ ଏବଂ ଆପଣଙ୍କ ଚେଷ୍ଟା ମଧ୍ୟ ବେକାର ଯିବ ନାହିଁ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ ଏବଂ ସାମୟିକ ମାନସିକ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ଅପ୍ରତ୍ୟାଶିତ ଭାବରେ ସାହାଯ୍ୟର ସୁଅ ଛୁଟିବ। ଧନିଷ୍ଠା ନକ୍ଷତ୍ର କର୍ମକ୍ଷେତ୍ରରେ କୌଣସି ଭୁଲ୍‌ ଖବରକୁ ସତ୍ୟ ମନେକରି ଉତ୍‌କ୍ଷିପ୍ତ ହୋଇପାରନ୍ତି। ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ପରିବାରରେ ପୁତ୍ରକନ୍ୟା ହେତୁକ ସମସ୍ୟା ଲାଗି ରହିବ।
କୁମ୍ଭ
କୁମ୍ଭ
ଶାରୀରିକ ସୁସ୍ଥତା ଓ ଦୃଢ଼ ମନୋବଳ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବ। କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ, କଳା ଓ ରଚନାତ୍ମକ କାମରେ ପ୍ରଶଂସା ପାଇବେ। ମାତ୍ର ଶତଭିଷା ନକ୍ଷତ୍ର ଅତିରିକ୍ତ ଭ୍ରମଣ ହେତୁ ସନ୍ଧ୍ୟାରେ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ପାରିବାରିକ କ୍ଷେତ୍ରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ।
ମୀନମୀନ
କାର୍ଯ୍ୟଦକ୍ଷତାକୁ ନେଇ ଅନେକ ପ୍ରଶଂସା ପାଇ ମନ ଖୁସି ହୋଇଯିବ। କିନ୍ତୁ ଉତ୍ତର ଭାଦ୍ରପଦ ନକ୍ଷତ୍ର ସକାଶେ ଅଫିସ କାମରେ ଅନୁପସ୍ଥିତି କିମ୍ବା ବିଳମ୍ବ ପାଇଁ କୈଫିୟତ୍‌ ଦେବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କିମ୍ବା ପ୍ରତିଯୋଗିତାରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଖଳ ଲୋକଙ୍କ କଥା ଶୁଣିଲେ ଦାମ୍ପତ୍ୟ ଜୀବନରେ ଝଡ଼ ଆସିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri