ଆଶା, ଆଶଙ୍କା ମଧ୍ୟରେ ଡଲ୍‌ଫିନ ସଂଖ୍ୟା ବୃଦ୍ଧି

କେନ୍ଦ୍ରାପଡ଼ା ଅଫିସ, ୧୭ା୧୨:ଭିତରକନିକା ସାମୁଦ୍ରିକ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଗୁରୁବାରଠାରୁ ଡଲଫିନଙ୍କ ସଂଖ୍ୟା ଗଣନା ଆରମ୍ଭ ହୋଇଛି। କ୍ରମାଗତ ଭାବେ ୪ ବର୍ଷର ଡଲଫିନ୍‌ ସଂଖ୍ୟାର ବିଶ୍ଳେଷଣ କଲେ ଏମାନଙ୍କ ବୃଦ୍ଧିକୁ ନେଇ ଆଶଙ୍କା ପ୍ରକାଶ ପାଇଛି। କ୍ରମାଗତ ଭାବେ କମ୍‌ ହୋଇ ଚାଲିଥିବା ଡଲଫିନ ୨୦୨୧ ଜାନୁୟାରୀ ଗଣନାରେ ଆଶ୍ଚର୍ଯ୍ୟଜନକ ସଂଖ୍ୟା ବୃଦ୍ଧି ପରିବେଶବିତ୍‌ଙ୍କୁ ଚକିତ କରିଥିଲା। ସେହିପରି ୨୦୨୦ ନଭେମ୍ବରରେ କେନ୍ଦ୍ରାପଡ଼ା ଜିଲାର ଗୋବରୀ ନଦୀରେ ପ୍ଲାଟାନିଷ୍ଟା ପ୍ରଜାତିର ଡଲଫିନ ଉଦ୍ଧାର ହୋଇଥିଲା। ଜିଲାର ଗୋବରୀ ନଦୀରେ ଉଦ୍ଧାର ହୋଇଥିବାରୁ ସେମାନେ ନଦୀଭିତ୍ତିକ ଡଲଫିନଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ଆଶା ପ୍ରକଟ କରିଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ, ଜଗନ୍ନାଥ ଦାସ, ଦୋଳଗୋବିନ୍ଦ ଜେନା ପ୍ରମୁଖ କୁହନ୍ତି, କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରାଣୀ ଜଗତକୁ ସର୍ବଦା ଆକର୍ଷିତ କରିଛି। ଏଠାରେ ୩ ପ୍ରକାର କୁମ୍ଭୀର ଦେଖିବାକୁ ମିଳୁଛି। ଜାତୀୟ ଉଦ୍ୟାନର ବୃକ୍ଷ ରାଜି ବ୍ୟତୀତ ବିରଳ ଅଲିଭ ରିଡ୍‌ଲେ କଇଁଛ, ଲୁଣା କୁମ୍ଭୀର, ବିଦେଶୀ ପକ୍ଷୀଙ୍କ ସହ ଡଲଫିନ୍‌ଙ୍କ ଆସର ବିଶ୍ୱର ପ୍ରକୃତିପ୍ରେମୀକୁ ଆକୃଷ୍ଟ କରିଥାଏ। ଡଲଫିନଙ୍କ ପାଇଁ ଉପଯୁକ୍ତ ପରିବେଶ ଓ ଖାଦ୍ୟ ଥିବାରୁ ଏହି ଅଞ୍ଚଳ ପ୍ରତି ସେମାନେ ଆକୃଷ୍ଟ ହୋଇଥାନ୍ତି। ତେବେ କିଛିବର୍ଷ ଧରି ସାମୁଦ୍ରିକ କଟକଣା ପ୍ରତି ଅବହେଳା ହେଉଛି। ଫଳରେ ଦେଶୀ, ବିଦେଶୀ ପକ୍ଷୀଙ୍କ ବାସସ୍ଥଳ ବାରମ୍ବାର ପରିବର୍ତ୍ତନ ହେଉଥିବା ଲକ୍ଷ୍ୟ କରାଯାଉଛି। ୨୦୧୫ରେ ଏହି ସାମୁଦ୍ରିକ ଅଞ୍ଚଳରେ ପ୍ରଥମ ଥର ପାଇଁ ଡଲଫିନ୍‌ଙ୍କ ସଂଖ୍ୟା ଗଣନା ହୋଇଥିଲା। ଏହି ସମୟରେ ଇରାୱାଡି, ବଟଲନୋଜ, ସାଉସା ଚିନେସିସ, ସାଉସା ପ୍ଲମ୍ବେରା, ପାଣ୍ଟ୍ରୋପିକାଲ, ଫିନଲେସ୍‌ ପ୍ରଜାତିର ୨୭୦ ଡଲଫିନ୍‌ ସମୁଦ୍ର ତଟର ୧୦ କି.ମି. ମଧ୍ୟରେ ଦେଖାଯାଇଥିଲେ। ୨୦୧୬ ଓ ୨୦୧୭ରେ ଏମାନଙ୍କର ଗଣନା ହୋଇ ନ ଥିଲା। ୨୦୧୮ରେ ସଂଖ୍ୟା ବୃଦ୍ଧି ପାଇ ୩୦୭ରେ ପହଞ୍ଚତ୍ ଥିଲା। ତେବେ ଏହି ଅଞ୍ଚଳରେ ଚିଙ୍ଗୁଡି ଘେରିର ସଂଖ୍ୟା ବୃଦ୍ଧି, କଟକଣା ସତ୍ତ୍ୱେ ମତ୍ସ୍ୟଜୀବୀଙ୍କ ଅବାଧ ପ୍ରବେଶ ଡଲଫିନ୍‌ଙ୍କ ସଂଖ୍ୟା ହ୍ରାସ କରିଛି। ୨୦୧୯ରେ ଏମାନଙ୍କ ସଂଖ୍ୟା ୨୧୬ ଥିବାବେଳେ ୨୦୨୦ରେ ଜାନୁୟାରୀରେ ଏହି ସଂଖ୍ୟା ୬୨କୁ ହ୍ରାସ ପାଇଥିଲା। ଏହିବର୍ଷ ହମ୍ପବ୍ୟାକ ଡଲଫିନଙ୍କୁ ଦେଖିବାକୁ ମିଳି ନ ଥିଲା। ତେବେ ୨୦୨୧ ଜାନୁୟାରୀ ଗଣନା ସମୟରେ ଡଲଫିନ୍‌ଙ୍କ ସଂଖ୍ୟା ୩୪୨ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଗତ ୪ ବର୍ଷରେ ୮ରୁ ଊର୍ଦ୍ଧ୍ୱ ଡଲଫିନ୍‌ଙ୍କ ମୃତଦେହ ସମୁଦ୍ର ତଟରୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର ହୋଇଛି। ଟ୍ରଲର ମାଡ଼ ଯୋଗୁ ଏମାନଙ୍କ ମୃତ୍ୟୁ ହୋଇଥିବା ବିଭିନ୍ନ ସମୟରେ ଜାଣିବାକୁ ମିଳିଛି। ଅପରପକ୍ଷରେ ୨୦୨୦ରେ ଗୋବରୀ ନଦୀରୁ ଉଦ୍ଧାର ହୋଇଥିବା ପ୍ଲାଟାନିଷ୍ଟା ଗଞ୍ଜେଟିକା ପ୍ରଜାତିର ଡଲଫିନ ସାଧାରଣରେ ମଧୁର ଜଳରେ ବସବାସ କରିଥାନ୍ତି ା ପୂର୍ବ ଭାରତରେ ଏହି ପ୍ରଜାତିର ଡଲଫିନ ଦେଖିବାକୁ ମିଳୁଥିଲେ ମଧ୍ୟ ଭିତରକନିକା ଆଖପାଖ ନଦୀରେ ପ୍ରଥମଥର ପାଇଁ ଦେଖାଦେଇଥିଲା। ସ୍ଥାନୀୟ ନଦୀରେ ଏମାନଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ନେଇ ଆଶା ସଞ୍ଚାର କରିଥିବା ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତିଙ୍କୁ ପଚାରିବାରୁ ଭିତରକନିକା ସାମୁଦ୍ରିକ ଅଞ୍ଚଳରେ ଡଲଫିନ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇଁ ଉପଯୁକ୍ତ ଖାଦ୍ୟ ଓ ପରିବେଶ ଅଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri