ଆଶା, ଆଶଙ୍କା ମଧ୍ୟରେ ଡଲ୍‌ଫିନ ସଂଖ୍ୟା ବୃଦ୍ଧି

କେନ୍ଦ୍ରାପଡ଼ା ଅଫିସ, ୧୭ା୧୨:ଭିତରକନିକା ସାମୁଦ୍ରିକ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଗୁରୁବାରଠାରୁ ଡଲଫିନଙ୍କ ସଂଖ୍ୟା ଗଣନା ଆରମ୍ଭ ହୋଇଛି। କ୍ରମାଗତ ଭାବେ ୪ ବର୍ଷର ଡଲଫିନ୍‌ ସଂଖ୍ୟାର ବିଶ୍ଳେଷଣ କଲେ ଏମାନଙ୍କ ବୃଦ୍ଧିକୁ ନେଇ ଆଶଙ୍କା ପ୍ରକାଶ ପାଇଛି। କ୍ରମାଗତ ଭାବେ କମ୍‌ ହୋଇ ଚାଲିଥିବା ଡଲଫିନ ୨୦୨୧ ଜାନୁୟାରୀ ଗଣନାରେ ଆଶ୍ଚର୍ଯ୍ୟଜନକ ସଂଖ୍ୟା ବୃଦ୍ଧି ପରିବେଶବିତ୍‌ଙ୍କୁ ଚକିତ କରିଥିଲା। ସେହିପରି ୨୦୨୦ ନଭେମ୍ବରରେ କେନ୍ଦ୍ରାପଡ଼ା ଜିଲାର ଗୋବରୀ ନଦୀରେ ପ୍ଲାଟାନିଷ୍ଟା ପ୍ରଜାତିର ଡଲଫିନ ଉଦ୍ଧାର ହୋଇଥିଲା। ଜିଲାର ଗୋବରୀ ନଦୀରେ ଉଦ୍ଧାର ହୋଇଥିବାରୁ ସେମାନେ ନଦୀଭିତ୍ତିକ ଡଲଫିନଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ଆଶା ପ୍ରକଟ କରିଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ, ଜଗନ୍ନାଥ ଦାସ, ଦୋଳଗୋବିନ୍ଦ ଜେନା ପ୍ରମୁଖ କୁହନ୍ତି, କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରାଣୀ ଜଗତକୁ ସର୍ବଦା ଆକର୍ଷିତ କରିଛି। ଏଠାରେ ୩ ପ୍ରକାର କୁମ୍ଭୀର ଦେଖିବାକୁ ମିଳୁଛି। ଜାତୀୟ ଉଦ୍ୟାନର ବୃକ୍ଷ ରାଜି ବ୍ୟତୀତ ବିରଳ ଅଲିଭ ରିଡ୍‌ଲେ କଇଁଛ, ଲୁଣା କୁମ୍ଭୀର, ବିଦେଶୀ ପକ୍ଷୀଙ୍କ ସହ ଡଲଫିନ୍‌ଙ୍କ ଆସର ବିଶ୍ୱର ପ୍ରକୃତିପ୍ରେମୀକୁ ଆକୃଷ୍ଟ କରିଥାଏ। ଡଲଫିନଙ୍କ ପାଇଁ ଉପଯୁକ୍ତ ପରିବେଶ ଓ ଖାଦ୍ୟ ଥିବାରୁ ଏହି ଅଞ୍ଚଳ ପ୍ରତି ସେମାନେ ଆକୃଷ୍ଟ ହୋଇଥାନ୍ତି। ତେବେ କିଛିବର୍ଷ ଧରି ସାମୁଦ୍ରିକ କଟକଣା ପ୍ରତି ଅବହେଳା ହେଉଛି। ଫଳରେ ଦେଶୀ, ବିଦେଶୀ ପକ୍ଷୀଙ୍କ ବାସସ୍ଥଳ ବାରମ୍ବାର ପରିବର୍ତ୍ତନ ହେଉଥିବା ଲକ୍ଷ୍ୟ କରାଯାଉଛି। ୨୦୧୫ରେ ଏହି ସାମୁଦ୍ରିକ ଅଞ୍ଚଳରେ ପ୍ରଥମ ଥର ପାଇଁ ଡଲଫିନ୍‌ଙ୍କ ସଂଖ୍ୟା ଗଣନା ହୋଇଥିଲା। ଏହି ସମୟରେ ଇରାୱାଡି, ବଟଲନୋଜ, ସାଉସା ଚିନେସିସ, ସାଉସା ପ୍ଲମ୍ବେରା, ପାଣ୍ଟ୍ରୋପିକାଲ, ଫିନଲେସ୍‌ ପ୍ରଜାତିର ୨୭୦ ଡଲଫିନ୍‌ ସମୁଦ୍ର ତଟର ୧୦ କି.ମି. ମଧ୍ୟରେ ଦେଖାଯାଇଥିଲେ। ୨୦୧୬ ଓ ୨୦୧୭ରେ ଏମାନଙ୍କର ଗଣନା ହୋଇ ନ ଥିଲା। ୨୦୧୮ରେ ସଂଖ୍ୟା ବୃଦ୍ଧି ପାଇ ୩୦୭ରେ ପହଞ୍ଚତ୍ ଥିଲା। ତେବେ ଏହି ଅଞ୍ଚଳରେ ଚିଙ୍ଗୁଡି ଘେରିର ସଂଖ୍ୟା ବୃଦ୍ଧି, କଟକଣା ସତ୍ତ୍ୱେ ମତ୍ସ୍ୟଜୀବୀଙ୍କ ଅବାଧ ପ୍ରବେଶ ଡଲଫିନ୍‌ଙ୍କ ସଂଖ୍ୟା ହ୍ରାସ କରିଛି। ୨୦୧୯ରେ ଏମାନଙ୍କ ସଂଖ୍ୟା ୨୧୬ ଥିବାବେଳେ ୨୦୨୦ରେ ଜାନୁୟାରୀରେ ଏହି ସଂଖ୍ୟା ୬୨କୁ ହ୍ରାସ ପାଇଥିଲା। ଏହିବର୍ଷ ହମ୍ପବ୍ୟାକ ଡଲଫିନଙ୍କୁ ଦେଖିବାକୁ ମିଳି ନ ଥିଲା। ତେବେ ୨୦୨୧ ଜାନୁୟାରୀ ଗଣନା ସମୟରେ ଡଲଫିନ୍‌ଙ୍କ ସଂଖ୍ୟା ୩୪୨ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଗତ ୪ ବର୍ଷରେ ୮ରୁ ଊର୍ଦ୍ଧ୍ୱ ଡଲଫିନ୍‌ଙ୍କ ମୃତଦେହ ସମୁଦ୍ର ତଟରୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର ହୋଇଛି। ଟ୍ରଲର ମାଡ଼ ଯୋଗୁ ଏମାନଙ୍କ ମୃତ୍ୟୁ ହୋଇଥିବା ବିଭିନ୍ନ ସମୟରେ ଜାଣିବାକୁ ମିଳିଛି। ଅପରପକ୍ଷରେ ୨୦୨୦ରେ ଗୋବରୀ ନଦୀରୁ ଉଦ୍ଧାର ହୋଇଥିବା ପ୍ଲାଟାନିଷ୍ଟା ଗଞ୍ଜେଟିକା ପ୍ରଜାତିର ଡଲଫିନ ସାଧାରଣରେ ମଧୁର ଜଳରେ ବସବାସ କରିଥାନ୍ତି ା ପୂର୍ବ ଭାରତରେ ଏହି ପ୍ରଜାତିର ଡଲଫିନ ଦେଖିବାକୁ ମିଳୁଥିଲେ ମଧ୍ୟ ଭିତରକନିକା ଆଖପାଖ ନଦୀରେ ପ୍ରଥମଥର ପାଇଁ ଦେଖାଦେଇଥିଲା। ସ୍ଥାନୀୟ ନଦୀରେ ଏମାନଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ନେଇ ଆଶା ସଞ୍ଚାର କରିଥିବା ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତିଙ୍କୁ ପଚାରିବାରୁ ଭିତରକନିକା ସାମୁଦ୍ରିକ ଅଞ୍ଚଳରେ ଡଲଫିନ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇଁ ଉପଯୁକ୍ତ ଖାଦ୍ୟ ଓ ପରିବେଶ ଅଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri