ଆଶା କମ୍‌, ନିରାଶା ଅଧିକ

ଅନୁଗୋଳ ଅଫିସ, ୩୧ା୮ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ଭାବେ ହଜାରେ ତଳେ ରହୁଛି। ଟିକାକରଣ ଟାର୍ଗେଟ୍‌ ମଧ୍ୟ ବଢ଼ାଯାଇଛି। ଧୀରେ ଧୀରେ ଜୀବନ ଜୀବିକା ପୂର୍ବ ଗତିପଥକୁ ଫେରୁଥିବାବେଳେ ଉତ୍ସାହ ଭରିବାକୁ ପୂଜା ଋତୁ ଆସିଯାଇଛି। ହେଲେ ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ଗାଇଡ୍‌ଲାଇନ୍‌ ଉପରେ ସଭିଙ୍କ ନଜର ରହିଛି। ପୂର୍ବରୁ ରାଜ୍ୟ ସରକାର ପାର୍ବଣ କଟକଣା ଜାରି କରିସାରିଥିଲେ ମଧ୍ୟ କୋଭିଡ୍‌ ପରିସ୍ଥିତିରେ ଉନ୍ନତି ଆସିଥିବାରୁ ଏ ନେଇ ଅନେକଙ୍କ ମନରେ ସାମାନ୍ୟ ଆଶା ସୃଷ୍ଟି ହୋଇଛି। କିନ୍ତୁ ତୃତୀୟ ଲହର ନେଇ ବିଶେଷଜ୍ଞମାନେ ଆଗୁଆ ସତର୍କ କରାଇ ଦେଇଥିବାରୁ ରାଜ୍ୟ ସରକାର କଟକଣାକୁ ପୂର୍ବବର୍ଷ ପରି କଡ଼ାକଡ଼ି କରିବେ ବୋଲି ପୂଜା ଅନୁଷ୍ଠାନଗୁଡ଼ିକ ଆଶଙ୍କା କରୁଛନ୍ତି। ସେଥିପାଇଁ ଅନୁଗୋଳ ସହରରେ ଥିବା ବିଭିନ୍ନ ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ନିରାଶା ଭାବ ଦେଖାଦେଇଛି।
ଅନୁଗୋଳ ସହରରେ ୩୦ରୁ ୩୫ ସ୍ଥାନରେ ବିଘ୍ନନାଶନଙ୍କ ପୂଜା କରାଯାଇଥାଏ। ଏହାଛଡ଼ା ବିଭିନ୍ନ କ୍ଲବରେ ସ୍ବତନ୍ତ୍ର ପୂଜାର ଆୟୋଜନ ହୋଇଥାଏ। ଏହାପରେ ବିଶ୍ୱକର୍ମା, ଦୁର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଯାଏ ପାର୍ବଣର ଉତ୍ସବ ଲାଗି ରୁହେ। ସପ୍ତାହ ସପ୍ତାହ ଧରି ବିଭିନ୍ନ ମେଳା ମହୋତ୍ସବ ସହ ଧୁମ୍‌ଧାମରେ ଭସାଣି ସହରବାସୀଙ୍କ ବର୍ଷକର ଥକାପଣ ମେଣ୍ଟାଇ ଦିଏ। ୨୦୧୯ ମସିହାରେ ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜା ଭଳି ସେଣ୍ଟ୍ରାଲ ପୂଜା କମିଟି କରାଯାଇ ଗଜାନନଙ୍କ ଭସାଣି ଉତ୍ସବ କରାଯାଇଥିଲା। ଏଥିରେ ୧୨ଟି ମେଢ଼ ଯୋଗଦେଇଥିଲେ। କିନ୍ତୁ ୨୦୨୦ରୁ ମହାମାରୀ କରୋନା ପାଇଁ ସମସ୍ତ ପୂଜା ପାର୍ବଣ କେବଳ ପରମ୍ପରାରେ ସୀମିତ ରହିଯାଇଛି। ଉତ୍ସବ ପାଳନକୁ ଆଦୌ ଅନୁମତି ଦିଆଯାଉ ନାହିଁ। ମିନା ବଜାର, ଭଳି କି ଭଳି ଦୋଳି ଓ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ତ ସହରବାସୀଙ୍କ ପାଇଁ ସ୍ବପ୍ନ ପାଲଟି ଯାଇଛି। ବର୍ଷକ ପରେ ମଣ୍ଡପରେ ବିରାଜମାନ ଦେବଦେବୀଙ୍କୁ ଦର୍ଶନ କରିବା ଉପରେ କଡ଼ା କଟକଣା ଲଗାଯାଇଛି। ଏପରି କି ୪ ଫୁଟ ମଧ୍ୟରେ ମୂର୍ତ୍ତିର ଉଚ୍ଚତା ରଖାଯାଇଥିବା ବେଳେ ସାଜସଜ୍ଜାକୁ ବାରଣ କରାଯାଇଛି। ପୂଜକ, କର୍ତ୍ତା ଓ ଆୟୋଜକଙ୍କୁ ନେଇ ମାତ୍ର ୭ ଜଣ ମଣ୍ଡପରେ ରହିପାରିବେ ବୋଲି ନିର୍ଦ୍ଦେଶ ରହିଛି। ଚଳିତବର୍ଷ ମଧ୍ୟ ଏହି କଟକଣା ମଧ୍ୟରେ ପୂଜା କରିବାକୁ ଅନୁଷ୍ଠାନଗୁଡ଼ିକୁ କୁହାଯାଇଛି। କିନ୍ତୁ ସରକାରଙ୍କ ପୂର୍ବ କଟକଣାରେ କିଛିଟା କୋହଳ ଚାହଁୁଛନ୍ତି ଲୋକେ। କୋଭିଡ ଏବେ ନିୟନ୍ତ୍ରଣରେ ଥିବାରୁ ସୀମିତ ସମୟ ପାଇଁ ଉତ୍ସବକୁ ସବୁଜ ସଂକେତ ଦିଆଯାଉ। ଜୀବନ ଜୀବିକାକୁ ଧ୍ୟାନରେ ରଖି ସରକାର ସେପ୍ଟେମ୍ବର ଗାଇଡଲାଇନ ଆଣନ୍ତୁ। ପାର୍ବଣକୁ ଆଉ ପାଣିଚିଆ କରା ନ ଯାଉ।
କିଛିଟା କୋହଳ ଦିଆଯାଉ
ପ୍ରତିବର୍ଷ ପାର୍ବଣ ସମୟକୁ ସମସ୍ତେ ଚାହିଁ ବସିଥାନ୍ତି। ସାଧାରଣ ଲୋକଙ୍କଠାରୁ ପୂଜା କମିଟି କର୍ମକର୍ତ୍ତାଙ୍କ ଯାଏ ସଭିଏଁ ଖୁସି ମନାଇଥାନ୍ତି। ବ୍ୟବସାୟୀମାନେ ବର୍ଷକ ଆୟର ଏକ ବଡ଼ଭାଗ ଏହି ସମୟରେ ହିଁ ପାଇଥାନ୍ତି। କିନ୍ତୁ କରୋନା ସବୁକିଛି ଫିକା ପକାଇ ଦେଇଛି। ଗାଇଡଲାଇନ୍‌ରେ କିଛିଟା କୋହଳ ଦିଆଯିବା ଉଚିତ।
-କାଞ୍ଚନ ସିଂହ, କୋଷାଧ୍ୟକ୍ଷ, ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ, ହେମସୁରପଡ଼ା
ଜନଗହଳି ରୋକିବାକୁ କଟକଣା
କୋଭିଡ୍‌ ଯୋଗୁ ପାର୍ବଣର ଉତ୍ସାହ କେଉଁଠି ନାହିଁ। ତୃତୀୟ ଲହର ଆଗକୁ ଆସିବ ବୋଲି ବିଶେଷଜ୍ଞମାନେ ସତର୍କ କରାଇଥିବାରୁ ପୂଜାକୁ ନେଇ ସରକାର ଆଗୁଆ ନିର୍ଦ୍ଦେଶ ଜାରି କରିଛନ୍ତି। ଜନଗହଳି ରୋକାଗଲେ ଆଗାମୀ ଦିନରେ ସଂକ୍ରମଣ ସଂଖ୍ୟା ଅଧିକ ବଢ଼ିବ ନାହିଁ ଭାବି ସରକାର ଏପରି କଟକଣା କରିଛନ୍ତି।
-ଭବାନୀ ପ୍ରଧାନ, ଉପଦେଷ୍ଟା, ନେତାଜୀ କ୍ଲବ, ହୁଲୁରିସିଂହା
ଆଗ୍ରହର ସହ ଅପେକ୍ଷା କରିଛୁ
ପାର୍ବଣର ବହୁ ପୂର୍ବରୁ ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି। ଏହାକୁ ମଧ୍ୟ ପୂଜା କମିଟିଗୁଡ଼ିକ ମାନି ନେଇଛନ୍ତି। ହେଲେ କୋଭିଡ୍‌ ସଂକ୍ରମଣ ଏବେ ତଳମୁହଁା ହୋଇଥିବାରୁ ବର୍ଷକଯାକ କଟକଣାରେ ଥିବା ଲୋକଙ୍କୁ ଉତ୍ସବ ପାଇଁ କିଛିଟା କୋହଳ ଦିଆଯାଉ। ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌କୁ ଆଗ୍ରହର ସହ ଅପେକ୍ଷା।
-ଶିବାନୀ ଗୌଡ଼, ସମ୍ପାଦକ, ମହାବିନାୟକ ୟୁଥ୍‌ କ୍ଲବ, ଅମଲାପଡ଼ା
ବିଧି ରକ୍ଷା ପାଇଁ ପୂଜା ହେବ
କଟକଣା ଯୋଗୁ ଚଳିତବର୍ଷ ପୂଜାରେ ଅଧିକ ଖର୍ଚ୍ଚ ହେବ ନାହିଁ। ବଳକା ଅର୍ଥ ସାମାଜିକ କାର୍ଯ୍ୟରେ ଲଗାଯିବ। ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସହ ସେବା କେନ୍ଦ୍ରରେ ଅର୍ଥ ପ୍ରଦାନ କରି ଲୋକଙ୍କ ମୁହଁରେ ହସ ଫୁଟାଯିବା ଲକ୍ଷ୍ୟ ରଖାଯାଇଛି। ମଣ୍ଡପରେ ବାଜା ଓ ସାଉଣ୍ଡବକ୍ସକୁ ଅନୁମତି ଦେଲେ ପୂଜା ପୂର୍ବାପେକ୍ଷା ଭଲ ଲାଗନ୍ତା।
-ଆହ୍ବାନ ରାଉତରାୟ, ସଭାପତି, ଗଣପତ୍‌ କ୍ଲବ, ଅମଲାପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri