ସୁସ୍ଥ ଜୀବନର ପ୍ରତ୍ୟାଶା

ଡ. ଜୟକୃଷ୍ଣ ପାଣିଗ୍ରାହୀ

ସମ୍ପ୍ରତି ବିଶ୍ୱର ୮୦୦ କୋଟି ଲୋକ ଜୀବନ ନିର୍ବାହ କରୁଛନ୍ତି ଏବଂ ସମସ୍ତ ଆବଶ୍ୟକତାର ପରିପୂରଣ ନିମନ୍ତେ ଧରିତ୍ରୀର ସମ୍ବଳ ଉପରେ ସେମାନେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଠିକ୍‌ ସେହି ମର୍ମରେ ପ୍ରାୟ ୧୩.୬ ନିୟୁତ ସଂଖ୍ୟାରେ ଉପଲବ୍ଧ ଥିବା ଅନ୍ୟ ସମସ୍ତ ପ୍ରାଣୀ, ଉଦ୍ଭିଦ ଏବଂ ଅଣୁଜୀବମାନେ ମଧ୍ୟ ପ୍ରକୃତି ମାତା କ୍ରୋଡ଼ରେ ଜୀବନ ନିର୍ବାହ କରୁଛନ୍ତି। କିନ୍ତୁ ପରିତାପର ବିଷୟ ଏହି ଅସାଧାରଣ ଜୀବନ୍ତ ଗ୍ରହ ବର୍ତ୍ତମାନ ଅସୁସ୍ଥତାରେ ଜର୍ଜରିତ ହୋଇ କ୍ରମଶଃ ବିନାଶ ଦିଗରେ ଅଗ୍ରସର ହେଉଛି। ପୃଥିବୀର ଅସୁସ୍ଥତା ଏବଂ ପରିବେଶର ଗୁଣାତ୍ମକ ମାନରେ ଅବକ୍ଷୟ ମୂଳରେ ରହିଛି ଜନସଂଖ୍ୟା ବିସ୍ଫୋରଣରୁ ସୃଷ୍ଟ ଚାପ ଏବଂ ମାନବୀୟ ନକାରାତ୍ମକ, ଅସହନୀୟ କାର୍ଯ୍ୟଧାରାର ବିନାଶକାରୀ ପ୍ରଭାବ। ଯେତେବେଳେ ମାତା ପ୍ରପୀଡ଼ିତ, ସେତେବେଳେ ସନ୍ତାନ ସୁସ୍ଥ ଜୀବନଯାପନର ପ୍ରତ୍ୟାଶା କରିବା ନିଶ୍ଚିତ ଏକ ବୃଥା ପ୍ରୟାସ।
୧୯୭୦ରୁ ପାଳିତ ହୋଇଆସୁଥିବା ଧରିତ୍ରୀ ଦିବସ ଅବସରରେ ଆଜି ଦୁଇଟି ମୁଖ୍ୟ ପ୍ରସଙ୍ଗ ଆମ ସମ୍ମୁଖରେ ଉଭା ହୋଇଛି, ଯାହା ହେଉଛି ପ୍ରକୃତି ଓ ପରିବେଶର ସ୍ଥିରତାରେ ବ୍ୟାଘାତ ଏବଂ ଜଳବାୟୁର ପରିବର୍ତ୍ତନ। ଏହା ମାନବଜାତିକୁ ଜ୍ଞାତ ଯେ ଜୀବନଧାରଣ ନିମନ୍ତେ ଆବଶ୍ୟକ ସମସ୍ତ ମୌଳିକ ପଦାର୍ଥ ହିଁ ପୃଥିବୀ ପ୍ରଦାନ କରେ। କିନ୍ତୁ ଯଦି ପରିବେଶ ପ୍ରଦୂଷିତ ହୁଏ ଏବଂ ଏହାର ଗୁଣାତ୍ମକ ମାନରେ ଅବନତି ଘଟେ ତଥା ପ୍ରକୃତି ଅବକ୍ଷୟିତ ହୁଏ ଏବଂ ଏହାର ପୁନଃ ଉତ୍ପାଦନ କ୍ଷମତାରେ ହ୍ରାସ ଘଟେ, ତେବେ ଆମ ଆବଶ୍ୟକତା ପୂରଣ କରିବାରେ ସେମାନେ ଅସମର୍ଥ ହେବେ। ଜଳବାୟୁ ପରିବର୍ତ୍ତନ, ଜୈବବିବିଧତା ହ୍ରାସ ଏବଂ ଜନସଂଖ୍ୟା ବିସ୍ଫୋରଣ ହେଉଛି ପୃଥିବୀ ସମ୍ପ୍ରତି ସମ୍ମୁଖୀନ ହେଉଥିବା ପ୍ରମୁଖ ତ୍ରିଗୁଣ ବିପଦ। ପୃଥିବୀର ଅସୁସ୍ଥତା ବୃଦ୍ଧିର ପରିଣାମରେ ଆମେ ପ୍ରଦୂଷିତ ବାୟୁକୁ ନିଃଶ୍ୱାସରେ, ଅପରିଷ୍କୃତ ଜଳକୁ ପାନୀୟ ରୂପେ ଏବଂ ବିଷାକ୍ତ ପଦାର୍ଥରେ ସଂକ୍ରମିତ ଉଦ୍ଭିଦ ଏବଂ ପ୍ରାଣୀଙ୍କୁ ଖାଦ୍ୟ ଭାବେ ଗ୍ରହଣ କରୁଛୁ, ଯାହା ଶରୀରରେ ବିବିଧ ରୋଗ ଏବଂ ସ୍ବାସ୍ଥ୍ୟ ସମସ୍ୟାର କାରଣ ପାଲଟୁଛି। ପ୍ରାୟ ୧୧,୦୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା କୃଷିକର୍ମର ପ୍ରାରମ୍ଭରୁ ଏପର୍ଯ୍ୟନ୍ତ ପୃଥିବୀ ଏହାର ସ୍ଥଳଭାଗସ୍ଥ ଆନୁମାନିକ ୫୦% ଉଦ୍ଭିଦ ଏବଂ ୨୦% ପ୍ରାଣୀ ଜୈବବିବିଧତା ହରାଇ ସାରିଲାଣି। ପ୍ରତ୍ୟେକ ବର୍ଷ ଏକ କୋଟି ହେକ୍ଟର ଆକାରର ଜଙ୍ଗଲ ବିକାଶମୂଳକ କାର୍ଯ୍ୟ ନିମନ୍ତେ ଧ୍ୱଂସପ୍ରାପ୍ତ ହେଉଛି। ଅତଏବ ନିରନ୍ତର ଜଳବାୟୁ ପରିବର୍ତ୍ତନ ଜନିତ ବ୍ୟାଘାତ, ସମୂହ ବିଲୁପ୍ତି ଏବଂ ସ୍ବାସ୍ଥ୍ୟ ସଙ୍କଟର ପରିଣାମରେ ମାନବଜାତି କ୍ରମଶଃ ଏକ ଭୟାନକ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି। ଏପରି ପୃଷ୍ଠଭୂମିରେ, ଆମର ସମୟ, ସମ୍ବଳର ଉତ୍ସ ଏବଂ ଶକ୍ତିକୁ ଗମ୍ଭୀର ପରିବେଶୀୟ ସଙ୍କଟର ସମାଧାନ ନିମନ୍ତେ ଉତ୍ସର୍ଗୀକୃତ ଭାବେ ବିନିଯୋଗ କରିବାକୁ ଧରିତ୍ରୀ ଦିବସ ଆହ୍ବାନ ପ୍ରଦାନ କରେ। ସମଗ୍ର ବିଶ୍ୱର ଲକ୍ଷ ଲକ୍ଷ ଲୋକ ସମ୍ମିଳିତ ଭାବରେ ଗ୍ରହର ସୁରକ୍ଷା ନିମନ୍ତେ ଏକ ଅନ୍ତର୍ଭୂକ୍ତ ଏବଂ ପ୍ରଭାବଶାଳୀ ଅଭିଯାନ ସୃଷ୍ଟି କରିପାରିଲେ, ଏହାକୁ ଅଣଦେଖା କରିବା ଅନ୍ୟମାନଙ୍କ ପାଇଁ ଅସମ୍ଭବ ବୋଧହେବ।
ବିନାଶକାରୀ କାର୍ଯ୍ୟକ୍ରମର ପ୍ରତିଫଳନରେ ସୃଷ୍ଟ ଇତିହାସର ଏପରି ଆହ୍ବାନକାରୀ ସମସ୍ୟାସବୁକୁ ଅତ୍ୟନ୍ତ ଗମ୍ଭୀରତାର ସହ ଅନ୍ତର୍ଦୃଷ୍ଟି ପ୍ରୟୋଗପୂର୍ବକ ମଣିଷକୁ ସମୀକ୍ଷା କରି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଏଥିନିମନ୍ତେ ପୃଥିବୀର ପ୍ରକୃତି ଓ ପରିବେଶର ଭୌତିକ ତଥା ଜୈବିକ ଗଠନ ପ୍ରକ୍ରିୟା ଏବଂ କାର୍ଯ୍ୟକାରିତା ପ୍ରଣାଳୀକୁ ଉତ୍ତମ ରୂପେ ହୃଦୟଙ୍ଗମ କରିବା ବାଞ୍ଛନୀୟ। ଏହାର ସମ୍ବଳର ଉତ୍ସଗୁଡ଼ିକୁ ଅଧିକ ଦାୟିତ୍ୱପୂର୍ଣ୍ଣ ଭାବରେ ବିନିଯୋଗ କରିବାର ଉପାୟ ଅବଲମ୍ବନ କରିବା ଆମର ନୈତିକ କର୍ତ୍ତବ୍ୟ। ଆମର ଭୂମିକା ଦୃଢ଼, ସୃଜନଶୀଳ, ଅଭିନବ ଏବଂ ସକାରାତ୍ମକ ହେଲେ ଆହ୍ବାନକାରୀ ପରିବେଶ ସଙ୍କଟର ସମାଧାନର ପନ୍ଥା ନିରୂପଣ ସହଜସାଧ୍ୟ ହେବ। ଆମେ ପ୍ରକୃତିର ଗୁଣାତ୍ମକ ମାନରେ ଅଭିବୃଦ୍ଧି ଘଟାଇବା ଲକ୍ଷ୍ୟରେ ବିଭିନ୍ନ ସକାରାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କଲେ ଏହା ସମୃଦ୍ଧ ହୋଇପାରିବ। ଏହାକୁ ଦୃଷ୍ଟିରେ ରଖି ୨୦୨୩ର ଧରିତ୍ରୀ ଦିବସ ପାଳନର ପ୍ରସଙ୍ଗ ରଖାଯାଇଛି, ‘ଆମ ଗ୍ରହରେ ପୁଞ୍ଜି ବିନିଯୋଗ କରନ୍ତୁ’। ଆମ ପରିବେଶର ଉନ୍ନତି ତଥା ଆଗାମୀ ବଂଶଜମାନଙ୍କୁ ଏକ ଉତ୍ତମ ଏବଂ ନିରାପଦ ଭବିଷ୍ୟତ ଅର୍ପଣ କରିବା ଉଦ୍ଦେଶ୍ୟରେ ଆମ ଗ୍ରହରେ ପୁଞ୍ଜି ବିନିଯୋଗ କରିବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ବିଶ୍ୱ ସ୍ତରରେ ସରକାର, ଅନୁଷ୍ଠାନ, ବ୍ୟବସାୟିକ ସଂସ୍ଥା ଏବଂ ନାଗରିକ ସମାଜ ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ କରାଯିବା ଏକାନ୍ତ ଅପରିହାର୍ଯ୍ୟ। ଗ୍ରହର ସୁରକ୍ଷା ନିଶ୍ଚିତ କରିବା ଏବଂ ଏକ ସମୃଦ୍ଧ ଭବିଷ୍ୟତ ଆଡକୁ ପଥ ପ୍ରସ୍ତୁତ କରିବାର ଏହା ସର୍ବୋତ୍ତମ ଉପାୟ। ସମସ୍ତେ ଏପରି ଅଭିଯାନକୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କଲେ ସାରା ବିଶ୍ୱରେ ଏକ ସୁସ୍ଥ, ସୁଖଦ ଏବଂ ଉନ୍ନତ ସମ୍ପ୍ରଦାୟର ସୃଷ୍ଟି ସମ୍ଭବପର ହେବ।
ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରତ୍ୟେକ ସ୍ତରରେ ଛାତ୍ରୀଛାତ୍ରମାନଙ୍କୁ ଗ୍ରହର ସ୍ଥିରତା ରକ୍ଷା ଏବଂ ଜଳବାୟୁର ଠିକ୍‌ ମୁକାବିଲା ନିମନ୍ତେ ଶିକ୍ଷା ପ୍ରଦାନର ଆବଶ୍ୟକତା ରହିଛି। ଛାତ୍ରମାନେ ମଧ୍ୟ ଧରିତ୍ରୀ ଦିବସ, ପରିବେଶ ଦିବସ, ଜୈବବିବିଧତା ଦିବସ, ପ୍ରଦୂଷଣ ନିୟନ୍ତ୍ରଣ ଦିବସ, ଆଦ୍ରଭୂମି ଦିବସ ଇତ୍ୟାଦି ପାଳନ ପ୍ରକ୍ରିୟାରେ ଏବଂ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜ ମଧ୍ୟରେ ଅଧିକ ପ୍ରତିବଦ୍ଧତା ସୃଷ୍ଟି କରିପାରିବେ। ସରକାରଙ୍କଠାରୁ ବେସରକାରୀ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ, ସମସ୍ତଙ୍କର ପରିବେଶୀୟ ସଙ୍କଟସବୁର ସମାଧାନ ନିମନ୍ତେ ସକ୍ରିୟ ଭୂମିକା ନିର୍ବାହ କରିବାର ଦାୟିତ୍ୱ ରହିଛି। ବ୍ୟବସାୟିକ ସଂସ୍ଥା ଓ କମ୍ପାନୀମାନେ ହୃଦୟଙ୍ଗମ କରିବା ଆବଶ୍ୟକ ଯେ ପୃଥିବୀର ସୁସ୍ଥତା ଏବଂ ସ୍ଥିରତା ହିଁ ଉଭୟ ମାନବଜାତି ଓ ବ୍ୟବସାୟ ନିମନ୍ତେ ସମୃଦ୍ଧିର ପଥ ପ୍ରଦର୍ଶନ କରେ। ଏହି ଦୃଷ୍ଟିରୁ, କେବଳ ଲାଭାର୍ଜନରେ ବୃଦ୍ଧି ନୁହେଁ, ବରଂ ସବୁଜ ବା ପରିବେଶଧର୍ମୀ କାର୍ଯ୍ୟକ୍ରମ ଗ୍ରହଣ ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ବିଧେୟ। କମ୍ପାନୀମାନେ ଏଥିନିମନ୍ତେ ସଜାଗ ନ ହେଲେ, ଜଳବାୟୁ ପରିବର୍ତ୍ତନ ଆଗକୁ ଆମ ଅର୍ଥନୀତିରେ ଅଧିକ ବିପର୍ଯ୍ୟୟ ଘଟାଇବ। ଧରିତ୍ରୀ ଦିବସ ପାଳନ ଅବସରରେ ସମସ୍ତ ହିତାଧିକାରୀଙ୍କର ପ୍ରକୃତି ମାତା ପ୍ରତି ସମର୍ପଣ ଭାବର ପରିପ୍ରକାଶ ହିଁ ସୁସ୍ଥ ଜୀବନଯାପନର ପ୍ରତ୍ୟାଶାକୁ ପୂରଣ କରିବାରେ ସମର୍ଥ ହେବ।
ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ-୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri