ଆଇନର ଶାସନରେ ଏନ୍‌କାଉଣ୍ଟର

ସୌଭାଗ୍ୟ ସୁନ୍ଦରରାୟ

ଗତ କିଛିଦିନ ତଳେ ଉତ୍ତରପ୍ରଦେଶର ଝାନ୍‌ସୀ ନିକଟରେ ଆସାଦ ଅହମ୍ମଦ ନାମକ ଜଣେ ବ୍ୟକ୍ତିଙ୍କର ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଉତ୍ତରପ୍ରଦେଶର କୁଖ୍ୟାତ ଅପରାଧୀ ତଥା ରାଜନେତା ଅତିକ୍‌ ଅହମ୍ମଦଙ୍କ ପୁତ୍ର। ଏହା ଏକ ସତ୍ୟ ଏନ୍‌କାଉଣ୍ଟର ଥିଲା ନା ମିଥ୍ୟା ଏନ୍‌କାଉଣ୍ଟର ତାହା ତଦନ୍ତ ପରେ ଜଣାପଡ଼ିବ, କିନ୍ତୁ ଦେଶର ଅନେକ ଏନ୍‌କାଉଣ୍ଟର ରାଷ୍ଟ୍ର ପ୍ରାୟୋଜିତ ହତ୍ୟାକାଣ୍ଡ ବୋଲି ପରବର୍ତ୍ତୀ ସମୟରେ ପ୍ରମାଣିତ ହେଉଛି। ଏହାସତ୍ତ୍ୱେ ଏନ୍‌କାଉଣ୍ଟର ମାନସିକତା ଦେଶରେ ବଳବତ୍ତର ରହିଛି। ତେଲଙ୍ଗାନାରେ ୨୦୧୯ ନଭେମ୍ବରରେ ଏକ ଏନ୍‌କାଉଣ୍ଟର ଘଟଣାରେ ୪ ଜଣ ଆସାମୀ ନିହତ ହେଲେ। ଦେଶବାସୀ ଉକ୍ତ ଏନ୍‌କାଉଣ୍ଟରକୁ ଉତ୍ସାହ ଉଦ୍ଦୀପନାର ସହ ପାଳନ କଲେ। ଭୁଲିଗଲେ ଆଇନ ଓ ସାମ୍ବିଧାନିକ ବିଧିବ୍ୟବସ୍ଥାକୁ। ତଦନ୍ତ କମିଶନ ରିପୋର୍ଟରୁ ଜଣାପଡ଼ିଲା, ଏହି ଏନ୍‌କାଉଣ୍ଟର ମିଥ୍ୟା ଥିଲା। ଅର୍ଥାତ୍‌ ଏହି ଘଟଣାରେ ପୋଲିସ ତଦନ୍ତକାରୀ ସଂସ୍ଥା ହୋଇ ନ୍ୟାୟପାଳିକାର ଦାୟିତ୍ୱ ନିଜ ହାତକୁ ନେଇଗଲା। ଅଭିଯୋଗଟି ଥିଲା ସଂପୃକ୍ତ ଅଞ୍ଚଳର ଜନୈକା ୨୭ ବର୍ଷୀୟା ପ୍ରାଣୀଚିକିତ୍ସା ଡାକ୍ତରୀ ଛାତ୍ରୀଙ୍କୁ ୪ ଜଣ ସନ୍ଦିଗ୍ଧ ଯୁବକ ବଳାତ୍କାର କରି ହତ୍ୟା କରିଥିଲେ। ପୋଲିସ ମାମଲା ଦାଏର କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତର ଅଂଶ ଭାବେ ଗିରଫ ଆସାମୀଙ୍କୁ ଡିସେମ୍ବର ୬ ପ୍ରତ୍ୟୁଷରୁ ପୋଲିସ ଦ୍ୱାରା ଘଟଣାସ୍ଥଳକୁ ନିଆଯାଇଥିଲା। ଉଦ୍ଦେଶ୍ୟ ଥିଲା ଅପରାଧ ପରିସ୍ଥିତି ଓ ପରିବେଶ ଆସାମୀ ଦର୍ଶାଇବେ। ଏହି ସମୟରେ ଆସାମୀ କୁଆଡ଼େ ପୋଲିସ ସହ ଧସ୍ତାଧସ୍ତି କଲେ ଓ ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ କଲେ। ଫଳରେ ସେମାନଙ୍କୁ ଏନ୍‌କାଉଣ୍ଟର କରିବାକୁ ପଡ଼ିଲା। ସୁପ୍ରିମ୍‌କୋର୍ଟ ଦ୍ୱାରା ଗଠିତ ବିଚାରପତି ଭି.ଏସ୍‌. ଶ୍ରୀପୁରକର କମିଶନ ନିଜର ୩୮୭ ପୃଷ୍ଠା ସମ୍ବଳିତ ରିପୋର୍ଟରେ ଏହା ଏକ ମିଥ୍ୟା ଏନ୍‌କାଉଣ୍ଟର ଥିଲା ବୋଲି ଉଲ୍ଲେଖ କରିଛନ୍ତି। ଏଥିପାଇଁ ସେ ୧୦ ପୋଲିସ ଅଧିକାରୀଙ୍କୁ ଦାୟୀକରି ସେମାନଙ୍କ ବିରୋଧରେ ୩୦୨ ଦଫାରେ ମାମଲା ରୁଜୁ ଲାଗି ସୁପାରିସ କରିଛନ୍ତି। କମିଶନ ଦର୍ଶାଇଛନ୍ତି ଯେ, ୪ ଆସାମୀଙ୍କ ମଧ୍ୟରୁ ୩ ଜଣ ନାବାଳକ। ଏହି ଘଟଣାରେ ପୋଲିସ ନିଜ ତଦନ୍ତରେ ବିଫଳ ହୋଇ ଜନଆକ୍ରୋଶ ଏଡ଼ାଇବାକୁ ଯାଇ ଯାହାକୁ ଇଚ୍ଛା ତାକୁ ବାନ୍ଧିଆଣି ଗିରଫ ତାଲିକାରେ ଦର୍ଶାଇଲା ଏବଂ ପରବର୍ତ୍ତୀ ସମୟରେ ଆକ୍ରୋଶ ପ୍ରଶମିତ କରିବାକୁ ଯାଇ ସେମାନଙ୍କୁ ହତ୍ୟାକଲା। ଘଟଣାର ତଥ୍ୟ ପ୍ରମାଣ ମଧ୍ୟ ପୋଲିସ ନଷ୍ଟ କରିଛନ୍ତି ବୋଲି ତଦନ୍ତ କମିଶନ ଦର୍ଶାଇଛନ୍ତି।
ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ଏଠାରେ ଆଇନର ଶାସନ ବ୍ୟବସ୍ଥା ରହିଛି। କିନ୍ତୁ ଦେଖାଯାଉଛି ଶାସନ କଳ ନିଜ ସୁବିଧାରେ ଆଇନକୁ ପରିଚାଳିତ କରୁଛନ୍ତି। ହାଇଦ୍ରାବାଦ୍‌ ଘଟଣା ଏହାର ଜ୍ୱଳନ୍ତ ଉଦାହରଣ। ଅପରାଧୀଙ୍କ ପ୍ରତି ଦଣ୍ଡବିଧାନ ଦାୟିତ୍ୱ ଆଇନର। କିନ୍ତୁ ଏ କ୍ଷେତ୍ରରେ ତାହାର ଉଲ୍ଲଂଘନ କରାଯାଇ ପୋଲିସ ଆଇନକୁ ହାତକୁ ନେଲା। ଏହାକୁ ଏକ ସରକାରୀ ହତ୍ୟାକାଣ୍ଡ ବୋଲି କୁହାଯାଇପାରେ।
ସେହିପରି ୩୭ ବର୍ଷ ତଳର ଏକ ଘଟଣାରେ ଜିଲା ଅଦାଲତ ଦ୍ୱାରା ରାଜସ୍ଥାନ ପୋଲିସ ୨୦୨୦ରେ ଦୋଷୀ ସାବ୍ୟସ୍ତ ହୋଇଛିି। ପ୍ରକାଶ ଯେ, ରାଜସ୍ଥାନ ଦିଗ୍‌ ବିଧାନସଭା ଆସନରୁ ଲଗାତର ବିଜୟୀ ହୋଇ ଆସୁଥିବା ରାଜା ମାନସିଂହଙ୍କୁ ୧୯୮୫ରେ ରାଜସ୍ଥାନ ପୋଲିସ ଏନ୍‌କାଉଣ୍ଟର କରିଥିଲା। ଏଥିରେ ସିଂହଙ୍କ ସମେତ ତାଙ୍କ ଦୁଇ ସହଯୋଗୀଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ବିରୋଧରେ ଅଭିଯୋଗ ଥିଲା ରାଜସ୍ଥାନର ତତ୍କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା ପାଇଁ ଉଦ୍ଦିଷ୍ଟ ସଭାମଞ୍ଚ ଭାଙ୍ଗିବା। ଯେଉଁଦିନ ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚ ରାଜା ମାନସିଂହ ଭଙ୍ଗାରୁଜା କରିଥିଲେ ଠିକ୍‌ ତା’ ପରଦିନ ନିଜ ନିର୍ବାଚନମଣ୍ଡଳୀକୁ ଯାଉଥିବା ସମୟରେ ପୋଲିସ ତାଙ୍କୁ ଅଟକାଇ ଜନଗହଳିପୂର୍ଣ୍ଣ ସ୍ଥାନରେ ଗୁଳିକରି ହତ୍ୟା କରିଥିଲା। ଏଥିରେ ସେ ପ୍ରାଣ ହରାଇବା ସହ ତାଙ୍କ ସହ ଥିବା ଅନ୍ୟ ଦୁଇ ସହଯୋଗୀ ମଧ୍ୟ ପ୍ରାଣ ହରାଇଥିଲେ। ଏହି ଘଟଣାରେ ରାଜସ୍ଥାନର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଶିବ ଚରଣ ମାଥୁରଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ପୋଲିସ ଏହାକୁ ଏନ୍‌କାଉଣ୍ଟର କହିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲାର ଶୁଣାଣି ଉତ୍ତରପ୍ରଦେଶର ମଥୁରା ଅଦାଲତରେ ହୋଇଥିଲା। ଅଦାଲତ ନିଜ ରାୟରେ ଏହାକୁ ହତ୍ୟା ବୋଲି ଦର୍ଶାଇଛନ୍ତି। ଘଟଣା ସହ ଜଡ଼ିତ ୧୧ ଜଣ ପୋଲିସ କର୍ମଚାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।
୨୦୨୦ରେ ଉତ୍ତରପ୍ରଦେଶର କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କୁ ଏନ୍‌କାଉଣ୍ଟର କରାଗଲା। ବିକାଶ ବିରୋଧରେ ୬ ଜଣ ପୋଲିସ କର୍ମଚାରୀଙ୍କ ହତ୍ୟା ଅଭିଯୋଗ ଥିଲା। ତାଙ୍କୁ ଧରିବା ପାଇଁ ଉତ୍ତରପ୍ରଦେଶ ପୋଲିସ ଉଦ୍ୟମ କରିଥିଲା। ତେବେ ମଧ୍ୟପ୍ରଦେଶ ପୋଲିସ ଦ୍ୱାରା ସେ ଧରାପଡ଼ିଥିଲେ। ମଧ୍ୟପ୍ରଦେଶ ପୋଲିସ ତାଙ୍କୁ ଉତ୍ତରପ୍ରଦେଶ ପୋଲିସକୁ ହସ୍ତାନ୍ତର କରିଥିଲା। ଉତ୍ତରପ୍ରଦେଶ ପୋଲିସ ତାକୁ ଆଇନର ଜାଲ ମଧ୍ୟକୁ ଆଣିବାକୁ ଯାଇ ବାଟରେ ଗୁଳିକରି ହତ୍ୟାକଲା। ବିକାଶକୁ ଯେଉଁ ଗାଡ଼ିରେ ଅଣାଯାଉଥିଲା ଉକ୍ତ ଗାଡ଼ି ବାଟରେ ବର୍ଷା ଯୋଗୁ ଦୁର୍ଘଟଣାଗ୍ରସ୍ତ ହେଲା। ଏହି ସମୟରେ ପୋଲିସ ଉପରେ ଆକ୍ରମଣ କରି ବିକାଶ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଏନ୍‌କାଉଣ୍ଟରରେ ତା’ର ମୃତ୍ୟୁ ଘଟିଲା ବୋଲି ପୋଲିସ ସୂଚନା ଦେଲା। ଏହା ଏକ କାହାଣୀ ଭଳି ମନେ ହୁଏ। ଓଡ଼ିଶାରେ ମଧ୍ୟ ବିଭିନ୍ନ ସମୟରେ ଏନ୍‌କାଉଣ୍ଟର କରାଯାଉଥିବା ଦେଖାଯାଉଛି। ୨୦୨୧ ରେ ଅପରାଧୀ ହାଇଦରକୁ କଟକର ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବା ରାସ୍ତାରେ ବାଲେଶ୍ୱରର ସିମୁଳିଆ ନିକଟରେ ଏନ୍‌କାଉଣ୍ଟର ଦ୍ୱାରା ହତ୍ୟା କରାଯାଇଥିଲା। ଅନ୍ୟ କେତେକ ଘଟଣାରେ ମଧ୍ୟ ପୋଲିସ ଏନ୍‌କାଉଣ୍ଟରରେ ଆସାମୀ ପଙ୍ଗୁ ହୋଇଥିବା ଦେଖାଯାଇଛି। ଭାରତ ପରି ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପୋଲିସର ଏ ପ୍ରକାର ମାନସିକତା ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ।
ସମସ୍ତ ଏନ୍‌କାଉଣ୍ଟର ଘଟଣାରେ ପୋଲିସର କାହାଣୀ ସମାନ। ଆସାମୀ ଖସି ପଳାଇଯିବାକୁ ଚେଷ୍ଟା କରୁଥିଲା ବା ପୋଲିସ ନିକଟରୁ ମାରଣାସ୍ତ୍ର ଛଡ଼ାଇବାକୁ ଉଦ୍ୟମ କରିଥିଲା। ଫଳରେ ଆତ୍ମରକ୍ଷା ପାଇଁ ଗୁଳି ଚଳାଇବାକୁ ପଡ଼ିଲା ବୋଲି ପୋଲିସ କୁହେ। କଡ଼ା ନିରାପତ୍ତା ମଧ୍ୟରେ ହାତ ଓ ଅଣ୍ଟାରେ ବେଡ଼ି ପକାଇ ନିଆଯାଉଥିବା ଆସାମୀ ସମ୍ପର୍କରେ ପୋଲିସର ଏହି ମନ୍ତବ୍ୟ ଗ୍ରହଣୀୟ ହୋଇ ନ ପାରେ। ପୋଲିସର ଏ ପ୍ରକାର ଆଇନ ବହିର୍ଭୂତ କାର୍ଯ୍ୟ ବୃଦ୍ଧି ପାଉଥିବାରୁ ଦେଶର ସାମ୍ବିଧାନିକ ବିଧିବ୍ୟବସ୍ଥା ଉପହାସିତ ହେଉଛି। ଏନ୍‌କାଉଣ୍ଟର ଦ୍ୱାରା ଯେ ଅପରାଧ ତତ୍ତ୍ୱ ଲୋପ ପାଇଯିବ ସେଥିରେ କିଛି ନିଶ୍ଚିତତା ନାହିଁ। ବରଂ ଏହାଦ୍ୱାରା ଆଇନର ଶାସନରୁ ଜନତାଙ୍କ ଆସ୍ଥା ଓ ବିଶ୍ୱାସ ତୁଟିବାକୁ ଯାଉଛି। ନିଜକୁ ନିର୍ଦ୍ଦୋଷ ପ୍ରମାଣ ପାଇଁ ଆସାମୀକୁ ଯେଉଁ ଅଧିକାର ପ୍ରଦାନ କରାଯାଇଛି ତାହା ମଧ୍ୟ କ୍ଷୁଣ୍ଣ ହେଉଛି। ସମ୍ବିଧାନ ପ୍ରଦତ୍ତ ବଞ୍ଚତ୍ବାର ଅଧିକାର ବାଧାପ୍ରାପ୍ତ ହେଉଛି। ଏହି କାର୍ଯ୍ୟକୁ ମାନବିକ ଅଧିକାର ଉଲ୍ଲଂଘନ ବୋଲି ବିବେଚନା କରାଯାଇପାରେ। କୌଣସି ଜଘନ୍ୟ ଅପରାଧରେ ସାଧାରଣରେ ଭାବପ୍ରବଣତା ସୃଷ୍ଟି ହୋଇପାରେ। ସାଧାରଣ ଜନତାଙ୍କ ସମବେଦନା ପ୍ରକାଶ ପାଇଥାଏ। କିନ୍ତୁ ଆଇନର ଶାସନରେ ଆବେଗ ବା ଭାବପ୍ରବଣତାର ସ୍ଥାନ ନାହିଁ। ଭାରତୀୟ ପୋଲିସ ଆଇନକୁ ହାତକୁ ନେବା ଦ୍ୱାରା ଅନ୍ତର୍ଜାତୀୟସ୍ତରରେ ଦେଶର ଛବି ମଳିନ ପଡ଼ୁଛି। ସମୟ ଆସିଛି ବିଗତ ୧୦ ବର୍ଷରେ ଦେଶରେ ପୋଲିସ ଦ୍ୱାରା କେତେ ଏନ୍‌କାଉଣ୍ଟର ହୋଇଛି ଓ ଏଥିମଧ୍ୟରୁ କେତେସଂଖ୍ୟକ ମିଥ୍ୟା ସେ ସମ୍ପର୍କରେ ତଦନ୍ତ କରାଯିବା ଆବଶ୍ୟକ।
ମୋ:୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri