Posted inଖେଳ

ସମ୍ମାନ ରଖିଲା ଶତକୀୟ ଭାଗୀଦାରି

ଭୁବନେଶ୍ୱର,୧୪।୧୨(କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ରଣଜୀ ଟ୍ରଫି ସିଜନ ୨୦୨୨-୨୩ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ବିକାଶ ଗ୍ରାଉଣ୍ଡରେ ବରୋଦା ବିପକ୍ଷ ମ୍ୟାଚ ଖେଳି ଓଡ଼ିଶା ଅଭିଯାନ ଆରମ୍ଭ କରିଛି। ଦ୍ୱିତୀୟ ଉଇକେଟରେ ଶାନ୍ତନୁ ମିଶ୍ର ଓ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଶତକୀୟ ଭାଗୀଦାରି ବଳରେ ଓଡ଼ିଶା ପ୍ରଥମ ଦିବସ ଖେଳ ଶେଷସୁଦ୍ଧା ୫ ଉଇକେଟ ହରାଇ ୨୧୪ ରନ ସଂଗ୍ରହ କରିଛି। ଅଭିଷେକ ରାଉତ ୩୩ ଓ ଉଇକେଟ କିପର ରାଜେଶ ଧୂପର ୬ ରନକରି ଅପରାଜିତ ରହିଛନ୍ତି।
ବରୋଦା ଅଧିନାୟକ ବିଷ୍ଣୁ ସୋଲାଙ୍କି ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଓଭରର ୫ମ ବଲ୍‌ରେ ଓପନର ଅନୁରାଗ ଷଡ଼ଙ୍ଗୀଙ୍କୁ କ୍ଲିନ୍‌ ବୋଲ୍ଡ କରି ବାମହାତୀ ଦ୍ରୁତ ବୋଲର ଲୁକମାନ ମେରିଓ୍ବାଲା ନିଜ ଅଧିନାୟକଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରିଥିଲେ। ମାତ୍ର ଏହାପରେ ଶାନ୍ତନୁ ଓ ଶୁଭ୍ରାଂଶୁ ସତର୍କତାର ସହ ଖେଳି ଇନିଂସ ସମ୍ଭାଳି ନେଇଥିଲେ। ଧିମା ହାରରେ ରନ ସଂଗ୍ରହ କରିଥିଲେ ହେଁ ପ୍ରଥମ ସେସନରେ ଦୁହେଁ ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ। ୨୭୫ ବଲ୍‌ରୁ ୧୦୬ ରନର ଭାଗୀଦାରି ପରେ ଶୁଭ୍ରାଂଶୁଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ କରି ବରୋଦାକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ବାମହାତୀ ଲେଗ୍‌ସ୍ପିନର ନିନାଦ ରଥଭା। ୧୪୩ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଶୁଭ୍ରାଂଶୁ ୭ ଚୌକା ସହାୟତାରେ ୫୨ ରନ କରିଥିଲେ। ଏହାର ୧୦ ଓଭର ପରେ ଆଉଟ ହୋଇଥିଲେ ଶାନ୍ତନୁ। ସେ ରଥଭାଙ୍କ ବଲ୍‌କୁ ଡିଫେଣ୍ଡ କରିବାକୁ ଯାଇ ଶାଶ୍ୱତ ରାଓ୍ବତଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ସେ ୧୬୩ଟି ବଲ୍‌ ଖେଳି ୬ ଚୌକା ସହିତ ୬୧ ରନ କରିଥିଲେ। ଏଠାରେ ଶାନ୍ତନୁ କ୍ୟାରିୟରର ୧୧ତମ ଏବଂ ଶୁଭ୍ରାଂଶୁ ୮ମ ଅର୍ଦ୍ଧଶତକ ହାସଲ କରିଥିଲେ। ଅଭିଜ୍ଞ ବିପ୍ଳବ ସାମନ୍ତରାୟ ଓ ପଦାର୍ପଣକାରୀ କାର୍ତ୍ତିକ ବିଶ୍ୱାଳ ୪ର୍ଥ ଉଇକେଟରେ ୫୧ ରନର ଭାଗୀଦାରି ଗଢ଼ି ଓଡ଼ିଶାକୁ ଏକ ସମ୍ମାନଜନକ ସ୍କୋର ଆଡ଼କୁ ନେଇ ଯାଇଥିଲେ। ତେବେ ଦୁହେଁ ଭଲ ଆରମ୍ଭ ପାଇଥିଲେ ହେଁ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ବିପ୍ଳବ ବ୍ୟକ୍ତିଗତ ୨୬ ରନ କରିଥିବାବେଳେ ଚା’ ବିରତି ପର ସେସନରେ ମେରିଓ୍ବାଲାଙ୍କ ବଲ୍‌ରେ ବୋଲ୍ଡ ହୋଇ ଯାଇଥିଲେ। ପ୍ରଥମ ରଣଜୀ ମ୍ୟାଚ ହୋଇଥିଲେ ହେଁ ଟେମ୍ପରାମେଣ୍ଟ ଦେଖାଇଥିଲେ କାର୍ତ୍ତିକ। ଅନ୍ୟ ବ୍ୟାଟରଙ୍କ ତୁଳନାରେ ଅପେକ୍ଷାକୃତ ଆକ୍ରମଣାତ୍ମକ ବ୍ୟାଟିଂକୁ ପସନ୍ଦ କରିଥିବା କାର୍ତ୍ତିକ ୫୩ ବଲ୍‌ରୁ ୩୧ (୫ ଚୌକା) ରନ କରିଥିବାବେଳେ ବାମହାତୀ ଲେଗ୍‌ସ୍ପିନର ଭାର୍ଗବ ଭଟ୍ଟଙ୍କ ବଲ୍‌ରେ ଜ୍ୟୋସ୍ନିଲ ସିଂଙ୍କୁ କ୍ୟାଚ ଦେଇଥିଲେ। ୧୮୦ ରନରେ ଓଡ଼ିଶାର ୫ମ ଉଇକେଟ ପଡ଼ିଥିଲା। ଅର୍ଥାତ୍‌ ପ୍ରଥମ ସେସନରେ ଗୋଟିଏ ଉଇକେଟ ହରାଇଥିଲେ ହେଁ ଓଡ଼ିଶା ବ୍ୟାଟର ପ୍ରଭାବୀ ରହିଥିବାବେଳେ ଦ୍ୱିତୀୟ ଓ ତୃତୀୟ ସେସନରେ ବରୋଦା ବୋଲର ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ଅଭିଷେକ ଓ ଧୂପର ଅସମାପ୍ତ ୬ଷ୍ଠ ଉଇକେଟରେ ୮୪ ବଲ୍‌ରୁ ୩୪ ରନ ଯୋଗକରି ଓଡ଼ିଶାର ବଡ଼ସ୍କୋର ସମ୍ଭାବନାକୁ ଉଜ୍ଜୀବିତ ରଖିଛନ୍ତି। ଅମ୍ପାୟର ଅଭିଜିତ ଦେଶମୁଖ ଓ ମହମ୍ମଦ ରାଫି ମ୍ୟାଚ ପରିଚାଳନା କରୁଛନ୍ତି।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୨୧୪/୫ (ଶାନ୍ତନୁ ମିଶ୍ର-୬୧, ଶୁଭ୍ରାଂଶୁ ସେନାପତି-୫୨, ଅଭିଷେକ ରାଉତ-୩୩*, କାର୍ତ୍ତିକ ବିଶ୍ୱାଳ-୩୧, ଲୁକମାନ ମେରିଓ୍ବାଲା-୨/୪୬, ନିନାଦ ରଥଭା-୨/୫୦, ଭାର୍ଗବ ଭଟ୍ଟ-୧/୫୧)।

କାର୍ତ୍ତିକଙ୍କ ରଣଜୀ ପଦାର୍ପଣ

ବିକାଶ ଗ୍ରାଉଣ୍ଡରେ ବରୋଦା ବିପକ୍ଷ ମ୍ୟାଚ ଖେଳି ରଣଜୀ ଟ୍ରଫି କ୍ୟାରିୟର ଆରମ୍ଭ କରିଛନ୍ତି ଓଡ଼ିଶାର କାର୍ତ୍ତିକ ବିଶ୍ୱାଳ। ଜଣେ ଡାହାଣହାତୀ ବ୍ୟାଟର ଓ ଅଫ୍‌ସ୍ପିନର ଭାବେ ପରିଚିତ କାର୍ତ୍ତିକ ନିଜ ଡେବ୍ୟୁ ମ୍ୟାଚରେ ୫୩ ବଲ୍‌ରୁ ୩୧ ରନର ସ୍ମରଣୀୟ ଇନିଂସ ଖେଳିଛନ୍ତି। ସମ୍ମୁଖୀନ ହୋଇଥିବା ପ୍ରଥମ ବଲ୍‌ରେ ସ୍ଲିପ୍‌ରେ ତାଙ୍କ କ୍ୟାଚ ମିସ୍‌ ହୋଇଥିବାବେଳେ ଆଉ ପ୍ରତିପକ୍ଷ ଦଳକୁ ବିଶେଷ ସୁଯୋଗ ଦେଇ ନ ଥିଲେ କାର୍ତ୍ତିକ। ସେ ଅଭିଜ୍ଞ ବିପ୍ଳବ ସାମନ୍ତରାୟଙ୍କ ସହ ୪ର୍ଥ ଉଇକେଟରେ ଅର୍ଦ୍ଧଶତକୀୟ ପାର୍ଟନରଶିପ୍‌ ଗଢ଼ି ଓଡ଼ିଶାକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ୧୯୮୮ ଜୁନ୍‌ ୩ରେ ଜନ୍ମିତ କାର୍ତ୍ତିକଙ୍କ ମା’ଙ୍କ ନାମ ମାଳତୀ ବିଶ୍ୱାଳ ଏବଂ ବାପା ରାଜକିଶୋର ବିଶ୍ୱାଳ। ସେ ନୟାପଲ୍ଲୀସ୍ଥିତ ଜାଗୃତି କ୍ରିକେଟ ଏକାଡେମୀ(ଏସ୍‌ଜିଓ)ରେ ରାଜ୍ୟର ପ୍ରତିଷ୍ଠିତ କୋଚ୍‌ କ୍ଷୀରୋଦ ବେହେରାଙ୍କଠାରୁ ପ୍ରଶିକ୍ଷଣପ୍ରାପ୍ତ। ସେ ୧୬, ୨୩ ଓ ୨୫ ବର୍ଷରୁ କମ୍‌ ବର୍ଗରେ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି, ସି.କେ. ନାଇଡ଼ୁ ଟ୍ରଫି ଆଦିରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିବା ପରେ ଏବେ ସିନିୟରରେ ରଣଜୀ ଡେବ୍ୟୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri