Posted inଖେଳ

ମ୍ୟାଚ୍‌ ପୂର୍ବରୁ କୋହଲିଙ୍କୁ ନେଇ ବଡ଼ ବୟାନ ଦେଲେ ହଂକଂ ଅଧିନାୟକ; ଜାଣିଲେ ଖୁସି ହେବେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ ଟିମ୍‌ ରବିବାର ପାକିସ୍ତାନକୁ ହରାଇ ଏସିଆ କପ୍‌ ୨୦୨୨ରେ ନିଜର ଯାତ୍ରା ଆରମ୍ଭ କରିଛି। ଏବେ ଦଳ ଗ୍ରୁପ୍‌ ଏର ଦ୍ୱିତୀୟ ମୁକାବିଲା ହଂକଂ ସହ ବୁଧବାର ଖେଳିବ। ଟୁର୍ନାମେଣ୍ଟରେ ହଂକଂର ଏହା ପ୍ରଥମ ମ୍ୟାଚ୍‌। ରୋହିତ ଶର୍ମା ଭାରତ ମଙ୍ଗ ଧରିବାକୁ ଥିବା ବେଳେ ହଂକଂର ନେତୃତ୍ୱ ନେବେ ପାକିସ୍ତାନ ବଂଶୋଦ୍ଭବ ନିଜାକତ ଖାଁ। ଏବେ ସେ ମୁକାବିଲା ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ତଥା କ୍ରିକେଟର ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। କୋହଲିଙ୍କ ପ୍ରଶଂସା କରି ସେ ତାଙ୍କର ଜଣେ ବଡ଼ ପ୍ରଶଂସକ ବୋଲି କହିବା ସହ ଫର୍ମକୁ ଫେରନ୍ତୁ ବୋଲି ଆଶା ରଖିଥିବା ସେ କହିଛନ୍ତି।

ନିଜାକତ କହିଛନ୍ତି, ମୁଁ ବିରାଟ କୋହଲିଙ୍କ ବଡ଼ ପ୍ରଶଂସକ। ସେ ପାକିସ୍ତାନ ବିପକ୍ଷରେ ଭଲ ଖେଳିଛନ୍ତି। ବାସ୍ତବରେ ଚାହୁଁଛି ଯେ ସେ ଫର୍ମକୁ ଫେରି ଆସନ୍ତୁ ଏବଂ ବହୁତ ରନ୍‌ କରନ୍ତୁ। ସେହିଭଳି ଭାରତ ବିପକ୍ଷରେ ଖେଳିଥିବା ଚାରି ବର୍ଷ ପୂର୍ବ ମ୍ୟାଚ୍‌ ବିଷୟରେ କହିଛନ୍ତି, ଯେତେବେଳେ ୨୦୧୮ରେ ଏସିଆ କପ୍‌ରେ ଭାରତ ବିପକ୍ଷରେ ଆମେ ମୁକାବିଲା ଖେଳିଥିଲୁ, ସେତେବେଳେ ଆମେ ମାତ୍ର ୨୦ ରନ୍‌ରେ ପରାଜିତ ହୋଇଥିଲୁ। ଟି୨୦ ମ୍ୟାଚ୍‌ରେ କିଛି ବି ହୋଇପାରେ। କୌଣସି ବି ବୋଲର୍‌ ଭଲ ବୋଲିଂ କରିପାରେ। କୌଣସି ବ୍ୟାଟ୍ସମ୍ୟାନ୍‌ ଭଲ ରନ୍‌ କରିପାରନ୍ତି।

କହିରଖୁଛୁ, କୋହଲି ପାକିସ୍ତାନ ବିପକ୍ଷରେ ୩ନଂ ସ୍ଥାନରେ ମଇଦାନକୁ ଓହ୍ଲାଇଥିଲେ। ସେ ନିଜର ୧୦୦ତମ ଟି୨୦ ମ୍ୟାଚ୍‌ରେ ୩୪ ବଲ୍‌ରେ ୩୫ରନ୍‌ର ଇନିଂସ ଖେଳିଥିଲେ। ଏଥିରେ ୩ ଚୌକା ଏବଂ ୧ ଛକା ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri