୧୦ କୋଟିର କ୍ଷତିପୂରଣ ମାଗିଲେ ହନି ସିଂହଙ୍କ ସ୍ତ୍ରୀ; ଅଭିଯୋଗରେ ଶାଶୁ,ଶ୍ୱଶୁର, ନଣନ୍ଦଙ୍କୁ ମଧ୍ୟ…

ବମ୍ବେ: ଘରୋଇ ହିଂସା ଅଭିଯୋଗରେ ସ୍ତ୍ରୀ ଶାଳିନୀ ତଲଓ୍ବାର କୋର୍ଟର ଦ୍ୱାରସ୍ଥ ହେବା ପରେ ଏବେ ଅଡ଼ୁଆରେ ଫସିଛନ୍ତି ରାପର୍‌ ହନି ସିଂହ। ଅନେକ ମହିଳାଙ୍କ ସହ ଗାୟକଙ୍କର ସମ୍ପର୍କ ଥିଲା। ଯେତେବେଳେ ତାଙ୍କ ବିବାହ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ହନି ଡରି ଯାଇ ଅତି ନିର୍ଦ୍ଦୟ ଭାବେ ପିଟିଥିବା ଶାଳିନୀ ଅଭିଯୋଗରେ ଦର୍ଶାଇଛନ୍ତି। ଏବେ ଶାଳିନୀ ଘରୋଇ ହିଂସା, ମହିଳା ସଂରକ୍ଷଣ ଅଧିନିୟମ ଅନୁଯାୟୀ ୧୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିବା ଜଣାପଡ଼ିଛି। ଅଭିଯୋଗର ପ୍ରାରମ୍ଭିକ ଶୁଣାଣି କରି କୋର୍ଟ ପକ୍ଷରୁ ହନିଙ୍କୁ ନୋଟିସ କରାଯାଇଛି। ଏହାଛଡ଼ା ତାଙ୍କର ମିଳିତ ସମ୍ପତି ସହ ସୁନାଗହଣା ଆଦିକୁ ବିକ୍ରି ନ କରିବାକୁ କୁହାଯାଇଛି।

ଅପରପକ୍ଷେ ଶାଳିନୀ ସ୍ବାମୀଙ୍କ ବିରୋଧରେ କରିଥିବା ଅଭିଯୋଗରେ ଶାଶୁ ଭୁପିନ୍ଦର କୌର, ଶ୍ୱଶୁର ସରବଜୀତ ସିଂହ ଏବଂ ନଣନ୍ଦ ସ୍ନେହା ସିଂହଙ୍କ ନାମ ମଧ୍ୟ ରହିଛି। ଦୀର୍ଘଦିନରୁ ସମସ୍ତେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଏଥିଯୋଗୁ ଅବସାଦକୁ ଚାଲିଯାଇଥିଲେ ବୋଲି ସେ କହିଛନ୍ତି।

ତେବେ ହନି ୨୦୧୧ରେ ଶାଳିନୀଙ୍କୁ ବିବାହ କରିଥିଲେ। ଏହାପୂର୍ବରୁ ଦୀର୍ଘ ଦଶ ବର୍ଷ ଧରି ଉଭୟ ସମ୍ପର୍କରେ ରହିଥିଲେ। ହେଲେ ବିବାହର ୩ ବର୍ଷ ପରେ ପ୍ରଶଂସକମାନଙ୍କୁ ହନି ବିବାହ କରିଥିବା ନେଇ ଜଣାପଡ଼ଇଥିଲା। ଏହି ବିବାହ ତାଙ୍କ କ୍ୟାରିୟର ଖରାପ କରୁ ବୋଲି ସେ ଚାହୁଁ ନ ଥିବା ଗାୟକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଦ ଫ୍ୟାମିଲି ମ୍ୟାନ-୨’ର ଟ୍ରେଲର ରିଲିଜ୍‌: ଏଥିରେ ଦେଖିବାକୁ ମିଳିବ ଏହି ଅଭିନେତାଙ୍କ ଶେଷ ଅଭିନୟ

ମୁମ୍ବାଇ: ଆମାଜନ ପ୍ରାଇମ୍‌ ଭିଡିଓର ସବୁଠାରୁ ପପୁଲାର ଓ୍ବେବ୍‌ ସିରିଜ୍‌ ‘ଦ ଫ୍ୟାମିଲି ମ୍ୟାନ-୨’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଟ୍ରେଲରଟି ୨ ମିନିଟ୍‌ ୪୯...

ପୁଣିଥରେ ‘ମିଷ୍ଟର ଇଣ୍ଡିଆ’ର ଯାଦୁ ଦେଖିବେ ଦର୍ଶକେ!

ମୁମ୍ବାଇ: ବଲିଉଡ ପ୍ରଯୋଜକ ତଥା ନିର୍ଦ୍ଦେଶକ ବୋନି କପୁର ତାଙ୍କ କ୍ୟାରିୟରରେ ଦର୍ଶକଙ୍କୁ କିଛି ସୁପରହିଟ୍ ମୁଭି ଭେଟି ଦେଇଛନ୍ତି । ଏବେ ସେ ଏକ...

ଆଉ ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ତବସୁମ୍‌

ବମ୍ବେ: ଆଉ ନାହାନ୍ତି ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ତବସୁମ୍‌। ୭୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଶୁକ୍ରବାର ରାତିରେ ତାଙ୍କର ହୃଦଘାତ ହୋଇଥିଲା।...

ପାକ୍‌ ବନ୍ୟା ବିପନ୍ନଙ୍କୁ ଭେଟିଲେ ଆଞ୍ଜେଲିନା

ଇସ୍‌ଲାମାବାଦ୍‌: ହଲିଉଡ୍‌ ଅଭିନେତ୍ରୀ ତଥା ଜାତିସଂଘର ସ୍ବତନ୍ତ୍ର ପ୍ରତିନିଧି ଆଞ୍ଜେଲିନା ଜୋଲିି ମଙ୍ଗଳବାର ପାକିସ୍ତାନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। କରାଚୀ ବିମାନ ବନ୍ଦରରେ ପହଞ୍ଚିବା ପରେ...

୧ ଲକ୍ଷ ବେକାର ଲୋକଙ୍କୁ ଚାକିରି ଦେବେ ସୋନୁ ସୁଦ: ଜାଣନ୍ତୁ କେମିତି

ବଲିଉଡ ଅଭିନେତା ସୋନୁ ସୁଦ କରୋନା ସମୟରେ ଗରିବ ଲୋକଙ୍କ ପାଇଁ ଭଗବାନ ସାଜିଛନ୍ତି। ତାଙ୍କର ଉଦାରତା ହେତୁ ଦୀର୍ଘ ଦିନ ଧରି ସେ ଚର୍ଚ୍ଚାରେ...

ଏହି ଦିନରେ ରିଲିଜ୍‌ ହେବ ଗୁଞ୍ଜନ ସକ୍ସସେନା ବାୟୋପିକର ଟ୍ରେଲର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ‘ଗୁଞ୍ଜନ ସକ୍ସସେନା: ଦ କାର୍ଗିଲ ଗର୍ଲ’ ବାୟୋପିକ୍‌ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଅଗଷ୍ଟ ୧୨ରେ...

ଖିଲାଡି କିଙ୍ଗ୍‌ଙ୍କ ନୂଆ ନାୟିକା

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବେ ଲୋକପ୍ରିୟ ଟେଲି ତଥା ପଞ୍ଜାବୀ ଅଭିନେତ୍ରୀ ସରଗୁନ୍‌ ମେହଟ୍ଟା। ପ୍ରଥମ ଫିଲ୍ମରେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ କରିବେ...

ବର୍ଷକ ତଳୁ ନିର୍ବନ୍ଧ ସରିଥିଲା, ଆଜି ପଡ଼ିବ ହାତଗଣ୍ଠି

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି ଗୋଟିଏ ପରେ ଗୋଟିଏ ଟେଲି କଳାକାର। ଗୋଟିଏ ପଟେ ବିଗ୍‌ବସ୍‌ ଫ୍ରେମ୍‌ ରାହୁଲ ବୈଦ୍ୟ ପ୍ରେମିକା ଦିଶା ପରମାରଙ୍କୁ...

Advertisement
Archives

Model This Week