ନିରବତା ଭାଙ୍ଗିଲେ ରାପର ହନି ସିଂହ, ସ୍ତ୍ରୀଙ୍କ ଅଭିଯୋଗକୁ କହିଲେ ଘୃଣ୍ୟ

ବମ୍ବେ: ଭାରତୀୟ ରାପର ୟୋ ୟୋ ହନି ସିଂହଙ୍କ ସ୍ତ୍ରୀ ଶାଳିନୀ ତଲଓ୍ବାର ଅଗଷ୍ଟ ୩ରେ ଗାୟକଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଶାଳିନୀ ଦିଲ୍ଲୀର ତିସ୍‌ ହଜାରୀ କୋର୍ଟରେ କରିଥିବା ନିଜର ଆବେଦନରେ ହନିଙ୍କ ବିରୋଧରେ ଅନେକ ଚକିତ କଲାଭଳି ଅଭିଯୋଗ ଆଣିଥିଲେ। ଗାୟକଙ୍କର ଅନେକ ମହିଳାଙ୍କ ସହ ଯୌନ ସମ୍ପର୍କ ରହିଛି। ଏପରିକି ସେ ତାଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରିବା ସହ ମଦ ବୋତଲ ଫିଙ୍ଗିଥିବା ସେ କହିଥିଲେ। ମାମଲା ପଞ୍ଜୀକୃତ ହେବାର ୩ ଦିନ ପରେ ମୁହଁ ଖୋଲିଛନ୍ତି ହନି। ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ବିବୃତ୍ତି ଜାରି କରି ନିଜର ପକ୍ଷ ରଖିଛନ୍ତି।

ହନି ଲେଖିଛନ୍ତି, ୨୦ ବର୍ଷର ଜୀବନସାଥୀ ଶାଳିନୀ ମୁଁ ଓ ମୋ ପରିବାର ବିରୋଧରେ ମିଥ୍ୟା ଏବଂ କୁତ୍ସିତ ଅଭିଯୋଗ ଆଣିଛନ୍ତି। ଏହା ମୋତେ ଅତ୍ୟନ୍ତ ଦୁଃଖି ଏବଂ ବ୍ୟଥିତ କରିଛି। ଏହା ବହୁତ ଘୃଣିତ କାର୍ଯ୍ୟ। ମୁଁ ନିଜର ଗୀତ ପାଇଁ କଠୋର ସମାଲୋଚନା, ଅତୀତରେ ମୋ ସ୍ବାସ୍ଥ୍ୟ ଉପରେ କଳ୍ପନାଜଳ୍ପନା ଏବଂ ସାମାନ୍ୟ ଭାବେ ନକରାତ୍ମକ ଗଣମାଧ୍ୟମରେ କଭରେଜ ସତ୍ତ୍ୱେ ମୁଁ ସର୍ବସାଧାରଣରେ ବିବୃତ୍ତି କିମ୍ବା ପ୍ରେସ୍‌ ନୋଟ୍‌ ଜାରି କରିନାହିଁ। ହେଲେ ଏଥର ନୀରବ ରହିବାର କୌଣସି ଲାଭ ନ ଥିଲା। ମୋର ବୃଦ୍ଧ ବାପାମା’ଙ୍କ ସହ ଦୁଃଖରେ ମୋ ସହ ଛିଡ଼ା ହୋଇଥିବା ସାନ ଭଉଣୀଙ୍କ ଉପରେ ମିଥ୍ୟା ଅଭିଯୋଗ ଲାଗିଛି। ଏହି ଅଭିଯୋଗ ନିନ୍ଦନୀୟ ଏବଂ ବଦନାମ କରିବାକୁ ପ୍ରୟାସ ବୋଲି ସେ କହିଛନ୍ତି। ଏହାଛଡ଼ା ମୁଁ ଏହି ଫିଲ୍ମଜଗତ ସହ ୧୫ ବର୍ଷରୁ ଅଧିକ ସମୟ ଧରି ଜଡ଼ିତ ଅଛି। ଦେଶର କଳାକାର ଏବଂ ସଂଗୀତଜ୍ଞମାନଙ୍କ ସହ କାମ କରିଆସୁଛି। ସେମାନେ ମୋ ସ୍ତ୍ରୀଙ୍କ ସହ ମୋର ସମ୍ପର୍କ ବିଷୟରେ ଅବଗତ ଅଛନ୍ତି। ଶେଷଷରେ ହନି ତାଙ୍କ ପ୍ରଶଂସକ ତଥା ଶୁଭେଚ୍ଛୁମାନଙ୍କୁ ସମର୍ଥନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଅଧିକ ମନ୍ତବ୍ୟ ଦେବି ନାହିଁ। ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ଶୀଘ୍ର ସତ ବାହାରକୁ ଆସିବ ବୋଲି ମୋର ବିଶ୍ୱାସ ରହିଛି। ଉଭୟ ପକ୍ଷଙ୍କ ଶୁଣାଣି ଶେଷ ହେବା ପରେ କୋର୍ଟ ରାୟ ନ ଆସିବା ଯାଏ ମୋର ଏବଂ ମୋର ପରିବାର ବିଷୟରେ କୌଣସି ସିଦ୍ଧାନ୍ତରେ ପହଞ୍ଚନ୍ତୁନାହିଁ ବୋଲି ହନି କହିଛନ୍ତି। ତେବେ ମାମଲା ଆଗକୁ କି ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri