ସଚ୍ଚୋଟତା ସଫଳ ବ୍ୟବସାୟୀଙ୍କ ଲକ୍ଷଣ

ଉଚ୍ଚଶିକ୍ଷା ଶେଷକରି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସଂସ୍ଥାରେ ସେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଏପରିକି ଦୀର୍ଘ ବର୍ଷର କର୍ପୋରେଟ ଅଭିଜ୍ଞତା ଓ ବ୍ୟବସାୟିକ କଳାକୌଶଳ ସହ ଏକ ଅଘଟଣ ଜୀବନର ମୋଡ଼ ବଦଳାଇ ଦେଇଥିଲା। ଫଳରେ କର୍ପୋରେଟ କ୍ଷେତ୍ରରୁ ଅବ୍ୟାହତି ସହ ଜନ୍ମଭୂମିରେ ଏକ ବିଶେଷ କର୍ମର ଅୟମାରମ୍ଭ ହୋଇଥିଲା। ବହୁ ଘାତ ପ୍ରତିଘାତ ଓ ସମସ୍ୟାର ସମ୍ମୁଖୀନ ହୋଇ ସେ ଅନେକ ସଫଳତା ହାସଲ କରିଛନ୍ତି। ସେହି ସଫଳ ବ୍ୟବସାୟୀ ତଥା ୟୁନିକ୍‌ ରିସୋର୍ସ ପ୍ରାଇଭେଟ୍‌ ଲିମିଟେଡ୍‌(ୟୁଆର୍‌ପିଏଲ୍‌)ର ନିର୍ଦ୍ଦେଶକ ଜ୍ୟୋତି ସ୍ବରୂପ ନାୟାରଙ୍କ ସହ ଧରିତ୍ରୀର ବାର୍ତ୍ତାଳାପ…

ପ୍ର-୧: ୟୁଆର୍‌ପିଏଲ୍‌ର ଯାତ୍ରା କିଭଳି ରହିଛି ?
ଉ- ଉଚ୍ଚଶିକ୍ଷା ପରେ ମୁମ୍ବାଇଠାରେ (କର୍ମନିଯୁକ୍ତି) କାର୍ଯ୍ୟ କରୁଥିବା ସମୟରେ ମୋ ବାପା ଦେହତ୍ୟାଗ କରିଥିଲେ। ହେଲେ ବାପାଙ୍କ ମୃତ୍ୟୁ ପରେ ମାଆ ଗଁା (ରାଉରକେଲା) ଛାଡ଼ିବାକୁ ରାଜି ନ ଥିଲେ। ଫଳରେ ମୁମ୍ବାଇ ଛାଡ଼ି ରାଉରକେଲାରେ ନୂତନ ଜୀବନ ଆରମ୍ଭ ସହ କର୍ମମୟ ଜୀବନର ଅୟମାରମ୍ଭ ହୋଇଥିଲା। ଏପରିକି ୨୦୦୩ରେ ୟୁନିକ୍‌ ରିସୋର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ (ୟୁଆର୍‌ପିଏଲ୍‌) ନାମରେ ଏକ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରତିଷ୍ଠାକରି ଟ୍ରେଡିଂ, କର୍ସିଂ, ହସ୍ପିଟାଲିଟି ଏବଂ ଲଜିଷ୍ଟିକ୍‌ କ୍ଷେତ୍ରରେ (ପ୍ରାଥମିକ ବ୍ୟବସାୟ) କାର୍ଯ୍ୟ ଆରମ୍ଭ କରିଥିଲୁ। ସମୟକ୍ରମେ ବ୍ୟବସାୟର ଅଭିବୃଦ୍ଧି ସାଙ୍ଗକୁ ସମ୍ପ୍ରସାରଣ ମଧ୍ୟ ଜାରି ରହିଲା। ଏପରିକି ୨୦୧୯ରେ ଟିଭିଏସ୍‌ ମୋଟର୍ସ ପକ୍ଷରୁ ସୁନ୍ଦରଗଡ଼ ଜିଲା ପାଇଁ ଏକ ସୁଯୋଗ ମଧ୍ୟ ଡିଲରଶିପ ଭାବେ ମିଳିଥିଲା। ପରବର୍ତ୍ତୀ ସମୟରେ ୟୁନିକ୍‌ ଟିଭିଏସ୍‌ ନାମରେ ଦୁଇଚକିଆ ଗାଡ଼ି ବ୍ୟବସାୟରେ ମଧ୍ୟ ସଫଳତାର ସହ ଅଗ୍ରସର ହୋଇଚାଲିଛୁ।
ପ୍ର-୨: ମଧ୍ୟମ ଉଦ୍ୟୋଗ ପ୍ରତି ସରକାରଙ୍କ ମନୋଭାବ କିଭଳି ରହିଛି ?
ଉ- ରାଜ୍ୟ ସରକାର ମଧ୍ୟମ ଉଦ୍ୟୋଗ ପ୍ରତି ଆବଶ୍ୟକ ଅନୁସାରେ ସହଯୋଗ ଓ ପ୍ରୋତ୍ସାହନ ଦେଲେ ଆହୁରି ଅଧିକ ବିକଶିତ ହୋଇପାରିବ। ବିଶେଷକରି ସରକାରଙ୍କ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିଭାଗ ଓ ବିଭାଗ ପକ୍ଷରୁ ପ୍ରଣୟନ ନୀତିଗୁଡ଼ିକର ସମୀକ୍ଷା ହେବା ଆବଶ୍ୟକ। ବାସ୍ତବରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଅନେକ ସୁବିଧା ବାଟମାରଣା ହୋଇଯାଉଛି। ଯେଉଁମାନେ ପ୍ରକୃତରେ ରାଜ୍ୟ ପାଇଁ କିଛି କରୁଛନ୍ତି ସେମାନଙ୍କ ଲାଗି ବିଶେଷ ସହାୟତାର ଆବଶ୍ୟକତା ରହିଛି।
ପ୍ର-୩: ପ୍ରତିଯୋଗିତାମୂଳକ ବ୍ୟବସାୟରେ ପ୍ରତିପକ୍ଷଙ୍କୁ କିଭଳି ଦେଖିଥାନ୍ତି ?
ଉ- ବର୍ତ୍ତମାନ ସମୟରେ ପ୍ରତିପକ୍ଷଙ୍କ ଅପେକ୍ଷା ବଜାର ବ୍ୟବସ୍ଥା ଠିକ୍‌ ନ ଥିବାରୁ ଅନେକ ସମସ୍ୟା ସୃଷ୍ଟି ହେଉଛି। ସରକାର ବଜାର ବ୍ୟବସ୍ଥାକୁ ସୁଦୃଢ଼ୀକରଣ ସାଙ୍ଗକୁ ଶିଳ୍ପନୀତିରେ ଆବଶ୍ୟକ ପରିବର୍ତ୍ତନ କଲେ ମଧ୍ୟମ ବର୍ଗର ଶିଳ୍ପସଂସ୍ଥା ଆଗକୁ ବଢ଼ିପାରିବେ। ନଚେତ୍‌ ବ୍ୟବସାୟ ବଞ୍ଚାଇ ରଖିବା ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ବିଭିନ୍ନ ବାଟ ଅନୁସରଣ କରୁଛନ୍ତି। ଫଳରେ ସରକାରଙ୍କ ପ୍ରକୃତ ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ। ପ୍ରତିଟି ବ୍ୟବସାୟରେ ପ୍ରତିଯୋଗୀ ଥାଆନ୍ତି, ହେଲେ ପରିଶ୍ରମ ଓ ଅଧ୍ୟବସାୟ ସାଙ୍ଗକୁ ସଚ୍ଚୋଟତାକୁ ପାଥେୟକରି ଆଗକୁ ବଢ଼ିବାକୁ ହେବ।
ପ୍ର-୪: ରାଜ୍ୟରେ ୨ଚକିଆ ଯାନ ବ୍ୟବସାୟ କିଭଳି ରହିଛି ?
ଉ- ସାରା ଦେଶ ଏପରିକି ଓଡ଼ିଶା ବଜାରରେ ମଧ୍ୟ ପ୍ରତି ମାସ ୨ଚକିଆ ଯାନର ବିକ୍ରି ଓ ଚାହିଦା ଅନ୍ୟ ଯାନଠାରୁ ଅଧିକ ରହିଛି। କାରଣ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ପ୍ରତି ପରିବାର ନିକଟରେ ଗୋଟିଏ ୨ଚକିଆ ଯାନର ଆବଶ୍ୟକତା ବୃଦ୍ଧି ପାଇଛି। ଏହାର ପ୍ରତିଫଳନ ଗାଡ଼ି ବିକ୍ରିରେ ଦେଖିବାକୁ ମିଳିଥାଏ। ହେଲେ ଗତ କିଛି ବର୍ଷ ହେବ ଅଟୋ ନିର୍ମାତାମାନେ ଆବଶ୍ୟକ କଞ୍ଚାମାଲ ଓ ଚିପ୍‌(ସେମିକଣ୍ଡକ୍ଟର) ଅଭାବ ଯୋଗୁ ଚାହିଦା ମୁତାବକ ଉତ୍ପାଦନ ଅଥବା ଯୋଗାଣ କରିପାରୁନାହାନ୍ତି। ସେଥିପାଇଁ କେତେକ ସମସ୍ୟା ସୃଷ୍ଟି ହେଉଛି, ନଚେତ୍‌ ଦୁଇଚକିଆ ବଜାର ସର୍ବଦା ଭଲ ରହିଛି।
ପ୍ର-୫: ବ୍ୟବସାୟ ଓ ପରିବାରକୁ କିଭଳି ପରିଚାଳନା କରୁଛନ୍ତି ?
ଉ- ଜୀବନର ମୂଲ୍ୟ ଅତୁଳନୀୟ ଓ ଅବିଶ୍ୱସନୀୟ ହୋଇଥାଏ। ତଥାପି ଆମେ ଜୀବନ ଓ ଜୀବିକା ପାଇଁ ଦିନରାତି ଏକ କରି ପରିଶ୍ରମ କରିଥାଉ। ଗୋଟିଏ ପଟରେ ଜୀବିକା ଥିବାବେଳେ ଅପରପକ୍ଷରେ ଜୀବନ ରହିଥାଏ। ଉଭୟ ପକ୍ଷକୁ ଠିକ୍‌ ଭାବେ ପରିଚାଳନା କରିବାକୁ ହେଲେ ଉଭୟ ପକ୍ଷ ମଧ୍ୟରେ ସମାନତା ଓ ସ୍ବାଧୀନତାର ଆବଶ୍ୟକତା ରହିଛି। ଏପରିକି ସହଯୋଗ ଓ ସହଯୋଗୀଙ୍କ ସହ ସମ ତାଳରେ କାର୍ଯ୍ୟ କରିବାକୁ ପଡ଼ିଥାଏ।
ପ୍ର-୬: ଅବସର ସମୟରେ କ’ଣ କରିବାକୁ ଭଲପାଆନ୍ତି ?
ଉ- ବର୍ତ୍ତମାନ ସମୟରେ ଅବସରର ସଂଜ୍ଞା ବଦଳିଯାଇଛି। ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମୟ ଛୋଟ ହୋଇଯାଇଛି। ଜୀବିକା ପଛରେ ଗୋଡ଼ାଇବାକୁ ପଡୁଛି। ଫଳରେ ସମୟକୁ ଠିକ୍‌ ଭାବେ କାର୍ଯ୍ୟରେ ଲଗାଇ ନ ପାରିଲେ ସମୟ ମଧ୍ୟ ବୋଝ ହୋଇପଡ଼ିବ। ସବୁ ପରେ ଯେଉଁ କିଛି ସମୟ ମିଳେ ବହି ପଢ଼ିବା, ବିଭିନ୍ନ ବିଷୟରେ ଚର୍ଚ୍ଚା, ଆଲୋଚନା ଓ ଟିଭିରେ ବିତର୍କ କାର୍ଯ୍ୟକ୍ରମକୁ ଠିକ୍‌ ଭାବେ ଦେଖିବା ସହ ଅନୁକରଣ କରିବାକୁ ଭଲ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri