ନୂଆଦିଲ୍ଲୀ,୧୧।୧: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍)ର ବହୁ ପ୍ରତୀକ୍ଷିତ ମଡେଲ ଏଲିଭେଟ୍ର ନ୍ୟୁ ବ୍ଲାକ୍ ଏଡିଶନ ନିକଟରେ ଅନାବରଣ ହୋଇଯାଇଛି। ଏପରିକି ଏସ୍ୟୁଭି ବର୍ଗର ଦୁଇଟି ସ୍ବତନ୍ତ୍ର ଏଡିସନ ‘ହୋଣ୍ଡା ଏଲିଭେଟ୍ ବ୍ଲାକ୍ ଏଡିଶନ ଏବଂ ହୋଣ୍ଡା ଏଲିଭେଟ୍ ସିଗ୍ନେଚର ବ୍ଲାକ୍ ଏଡିଶନକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଏହି ସ୍ବତନ୍ତ୍ର ଏଡିସନଗୁଡିକ ନୂତନ କ୍ରିଷ୍ଟାଲ ବ୍ଲାକ୍ ପର୍ଲ କଲର (ରଙ୍ଗ)ରେ ଉପଲବ୍ଧ କରାଯାଇଛି। ଏପରିକି ବଜାରର ଚାହିଦା ଆଧାରରେ ଏହି ମଡେଲକୁ ପ୍ରଚଳନ କରାଯାଇଥିବାବେଳେ ଏହି ପ୍ରିମିୟମ ବ୍ଲାକ୍ ଏଡିଶନଗୁଡିକ ହୋଣ୍ଡାରୁ ବୋଲ୍ଡ, ସୋଫିଷ୍ଟିକେଟେଡ୍ ଏବଂ ଅନନ୍ୟ ଡିଜାଇନର ଏସ୍ୟୁଭି ଅନୁଭୂତି ଚାହୁଁଥିବା ଗ୍ରାହକମାନଙ୍କର ଆବଶ୍ୟକତା ପୂରଣ କରିବ ବୋଲି କୁହାଯାଉଛି। ଏଚ୍ସିଆଇଏଲ୍ର ପ୍ରେସିଡେଣ୍ଟ ତଥା ସିଇଓ ତାକୁୟା ସୁମୁରା କହିଥିଲେ, ଆମେ ଆମର ନୂତନ ବ୍ଲାକ୍ ଏଡିଶନକୁ ଆନୁଷ୍ଠାନିକ ଭାବେ ଅନାବରଣକରି ବେଶ୍ ଉତ୍ସାହିତ ଅଛୁ। ଏପରିକି ଏକ ଅନନ୍ୟ, ପ୍ରିମିୟମ ଏବଂ ସ୍ବତନ୍ତ୍ର ଏସ୍ୟୁଭି ପ୍ରକରଣ ନିମନ୍ତେ ଆମ ଗ୍ରାହକଙ୍କ ଦ୍ୱାରା ମଜଭୁତ ଚାହିଦା ରହିଥିଲା।