ସମଲିଙ୍ଗୀ ସମ୍ପର୍କ ଭିଡ଼ିଓ ଲିକ୍‌ ଘଟଣା, ବହୁନେତା ହରଡ଼ଘଣାରେ…

ମାଲେ, ୧।୭ : ସମଲିଙ୍ଗୀ ସମ୍ପର୍କକୁ ନେଇ ଲିକ ହୋଇଥିବା ଏକ ଭିଡିଓ ଏବଂ ଫଟୋ ଇସଲାମିକ ଦେଶମାଳଦ୍ୱୀପରେ ଉତ୍ତେଜନା ସୃଷ୍ଟି କରିଛି। ଦେଶରେ ସମଲିଙ୍ଗୀ ସମ୍ପର୍କ ଉପରେ ନିଷେଧାଦେଶ ସତ୍ତ୍ୱେ ବହୁ ନେତା ସେମାନଙ୍କର ପୁରୁଷ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହ ଅନ୍ତରଙ୍ଗ ସମୟରେ ଭିଡ଼ିଓରେ ଥିବାର ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ବହୁ ମାଳଦ୍ୱୀପ ରାଜନେତା ଏବଂ ସାଂସଦ ସମଲିଙ୍ଗୀ ସମ୍ପର୍କ ସାମିଲ ରହିଥିବାର ଦେଖିବାକୁ ମିଳୁଛି।

ଅପରପକ୍ଷରେ, ଏହି ଫଟୋ ଏବଂ ଭିଡିଓ ଲିକ କରିଥିବା ବ୍ୟକ୍ତିଙ୍କୁ ସେମାନେ ଚିହ୍ନଟ କରିଛନ୍ତି ବୋଲି ମାଳଦ୍ୱୀପ ପୋଲିସ କହିଛି। ସହକାରୀ କମିଶନର ମହମ୍ମଦ ରିଆଜ କହିଛନ୍ତି ଯେ ଏହି ଭିଡିଓ ଲିକରେ ଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସନ୍ଦିଗ୍ଧଙ୍କ ସହ ଜଡିତ ଅଧିକ ତଥ୍ୟ ଅନୁସନ୍ଧାନ ପରେ ବାହାରକୁ ଆସିବ।

ସାଂସଦ ତଥା ରାଜନେତାଙ୍କ ସମ୍ପର୍କୀୟଙ୍କ ସମଲିଙ୍ଗୀ ସମ୍ପର୍କ ଭିଡିଓରେ ପ୍ରକାଶ ପାଇଛି। ଏକ ଭିଡିଓରେ ମାଲଦ୍ୱୀପ ସଂସଦର ବାଚସ୍ପତି ମହମ୍ମଦ ନାସିଦଙ୍କ ଭାଇ ଓକିଲ ନଜିମ ସତ୍ତାର ଜଣେ ପ୍ରବାସୀଙ୍କ ସହ ସମଲିଙ୍ଗୀ ସମ୍ପର୍କରେ ଥିବା ଦେଖାଯାଇଛି। ଗୋଟିଏ ଫଟୋରେ ଜଣେ ସାଂସଦ ଜଣେ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଆପତ୍ତିଜନକ ଅବସ୍ଥାରେ ଶୋଇଥିବାର ନଜର ଆସିଛନ୍ତି। ଭିଡିଓରେ ଦେଖାଯାଇଥିବା ସମଲିଙ୍ଗୀମାନେ ମଧ୍ୟ ବ୍ଲାକମେଲ କରୁଥିବାର ରିପୋର୍ଟ ପୋଲିସ ଦାଖଲ କରିଛି। ଭିଡିଓରେ ସମଲିଙ୍ଗୀ ସମ୍ପର୍କ ରଖିଥିବା ଲୋକଙ୍କୁ ମଧ୍ୟ ଅନୁସନ୍ଧାନ କରାଯାଉଥିବା ପୋଲିସ ଅଧିକାରୀ କହିଛନ୍ତି। ମାଳଦ୍ୱୀପରେ ଏପରି ସମ୍ପର୍କ ରହିବା ଅପରାଧ । ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବ।

ଦେଶରେ ଇସଲାମିକ ନିୟମ ଅନୁଯାୟୀ ଏହି ଅପରାଧରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି॥ ଆପତ୍ତିଜନକ ଅବସ୍ଥାରେ ଭିଡିଓ ଏବଂ ସମଲିଙ୍ଗୀ ସମ୍ପର୍କର ଫଟୋ ମାର୍ଚ୍ଚରୁ ମାଳଦ୍ୱୀପରେ ଭାଇରାଲ ହେବାରେ ଲାଗିଲା। ସେବେଠାରୁ ସମ୍ପୃକ୍ତ ଅପରାଧର ତଦନ୍ତ ଚାଲିଛି। ଏହି ଘଟଣାରେ ସହକାରୀ ପୋଲିସ କମିଶନର ରିୟାଜ ମଧ୍ୟ ଗଣମାଧ୍ୟମକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ସମ୍ବେଦନଶୀଳ ସୂଚନା ପ୍ରକାଶ ନକରିବାକୁ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri