ପ୍ରମାଣପତ୍ର ପାଇବାକୁ ଭୂମିହୀନ ହନ୍ତସନ୍ତ

କେନ୍ଦ୍ରାପଡ଼ା ଅଫିସ, ୨୦ା୪: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଟିକରପଙ୍ଗା ପଞ୍ଚାୟତ ନାରାୟଣପୁର ଗଁାରେ ପ୍ରାୟ ୩୦୦ ପରିବାର ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଅନୁସୂଚିତ ଜାତି ବର୍ଗ। ତେବେ ଏସ୍‌ଇସିସି (ସୋସିଓ ଇକୋନୋମିକ ଆଣ୍ଡ କାଷ୍ଟ ସେନ୍‌ସସ୍‌)ର ତଥ୍ୟ ଜିଲା ପ୍ରଶାସନ ନିକଟରେ ନ ଥିବାରୁ ଗ୍ରାମବାସୀ ଆବାସ ଯୋଜନାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହେଉଛି। ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଏହିପରି ଅନେକ ପରିବାର ଆବାସ ଯୋଜନାରୁ ବଞ୍ଚତ୍ତ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲାରେ ଭୂମିହୀନ ପଛୁଆବର୍ଗଙ୍କ ପାଇଁ ଜାତି ପ୍ରମାଣପତ୍ର ପାଇବା ଏବେ ସ୍ବପ୍ନ ସଦୃଶ ହୋଇଛି। ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ମିଳୁଥିବା ବିଭିନ୍ନ ସୁବିଧା ଓ ଯୋଜନା, ଶିକ୍ଷାନୁଷ୍ଠାନରେ ଆଡ୍‌ମିଶନ, କର୍ମ ନିଯୁକ୍ତି, ରିହାତି, ଛାତ୍ରବୃତ୍ତି ଆଦିରୁ ପଛୁଆବର୍ଗ ବଞ୍ଚତ୍ତ ହେଉଛନ୍ତି।
ଏ ସମ୍ପର୍କରେ ଆଇନଜୀବୀ ବିଧୁ ଭୂଷଣ ମହାପାତ୍ର କହିଛନ୍ତି, ୨୦୦୯ ଜାନୁୟାରୀ ୯ରେ କେନ୍ଦ୍ର ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଭୂମିହୀନଙ୍କୁ ଜାତି ପ୍ରମାଣପତ୍ର ପ୍ରଦାନ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଜମିର ପଟ୍ଟାକୁ ବାଧ୍ୟତାମୂଳକ ରଖାଯାଇଥିବା ବେଳେ ଏହି ବିଜ୍ଞପ୍ତିର କେତେକ ଅଂଶରେ ଭୂମିହୀନଙ୍କ ପାଇଁ କୋହଳ ସର୍ତ୍ତ ରଖାଯାଇଥିଲା। ଜାତି ପ୍ରମାଣପତ୍ର ପ୍ରସ୍ତୁତ ସମୟରେ ମାତାପିତା ଓ ଅଭିଭାବକଙ୍କ ଜାତି ପ୍ରମାଣପତ୍ର, ସେମାନଙ୍କ ସଂସ୍କୃତି, ସାମାଜିକ ବ୍ୟବସ୍ଥା, ଦେବତା, ରୀତିନୀତି, ବିବାହର ଧାରା, ମୃତ୍ୟୁ ସମାରୋହ, ମୃତଦେହର ସଂସ୍କାର ବିଧି ଆଦି ପଦ୍ଧତି ଲକ୍ଷ୍ୟ କରି ଜାତି ସ୍ଥିର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ସାମାଜିକ ସ୍ଥିତି ଯାଞ୍ଚ କରିବା ପାଇଁ ସ୍ଥାନାନ୍ତରର କାରଣ ଓ ମୂଳ ସ୍ଥାନ ନିରୀକ୍ଷଣ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ଏହାସତ୍ତ୍ୱେ ଜିଲାର ବହୁସ୍ଥାନରେ ପଛୁଆବର୍ଗ ଭୂମିହୀନ ଭାବେ ରହି ଆସୁଥିଲେ ମଧ୍ୟ ଆବେଦନକାରୀଙ୍କୁ ପ୍ରଶାସନିକ ଅସହଯୋଗ କାରଣରୁ ଜାତି ପ୍ରମାଣପତ୍ର ମିଳୁ ନ ଥିବା ଆଇନଜୀବୀ ମହାପାତ୍ର ମତ ଦେଇଛନ୍ତି। ରାଜନଗର ବ୍ଲକ ଭେକ୍ଟା ଗ୍ରାମର ପ୍ରୀତିଲଗ୍ନା ଦାସ କହିଛନ୍ତି, ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ପରିବାର ସଦସ୍ୟ ଅନୁସୂଚିତ ବର୍ଗର ହୋଇଥିଲେ ମଧ୍ୟ ଭୂମିହୀନ ହୋଇଥିବାରୁ ତାଙ୍କୁ ଜାତି ପ୍ରମାଣ ପତ୍ର ମିଳିନାହିଁ। ଫଳରେ ସାଧାରଣ ବର୍ଗର ଛାତ୍ରୀ ଭାବେ ସେ ପାଠ ପଢ଼ିଥିବା ବେଳେ ସରକାରଙ୍କ ଷ୍ଟାଇପେଣ୍ଡ ଯୋଜନାରେ ସାମିଲ ହୋଇପାରି ନାହାନ୍ତି। ଆର୍ଥିକ ଦୁର୍ବଳ ସ୍ଥିତି ଥିବାରୁ କଲେଜରେ ପାଠ ପଢ଼ିବା ସମ୍ଭବ ନୁହେଁ ବୋଲି ସେ ମତ ଦେଇଛନ୍ତି। ପଟ୍ଟାମୁଣ୍ଡାଇର ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, ୨୦୧୧ ସାମାଜିକ ଅର୍ଥନୈତିକ ଜନଗଣନା ଅନୁଯାୟୀ, ରାଜ୍ୟରେ ୮.୩୩ ପ୍ରତିଶତ ଭୂମିହୀନ ଦଳିତ ପରିବାର ଅଛନ୍ତି। ଏମାନଙ୍କ ପାଇଁ ଜାତି ପ୍ରମାଣପତ୍ର ଯୋଗାଡ କରିବା ଏକ କଷ୍ଟକର ବ୍ୟାପାର। ଏଥିପାଇଁ ବହୁ ସମୟରେ ସରକାରୀ ସୁବିଧା ସୁଯୋଗ ପାଇ ପାରୁନାହାନ୍ତି। ତେବେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୨୦୨୦ ଫେବୃୟାରୀ ୨୬ ରେ ଚିଠି ନଂ. ୯୬୧୮ରେ ଛାତ୍ରୀଛାତ୍ରଙ୍କୁ ଚିହ୍ନଟ କରି ଜାତି ପ୍ରମାଣପତ୍ର ଦେବା ପାଇଁ ପ୍ରତ୍ୟେକ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଏସ୍‌ସି/ଏସ୍‌ଟି ବିଭାଗ, ସଂଖ୍ୟାଲଘୁ ଓ ପଛୁଆ ଶ୍ରେଣୀ କଲ୍ୟାଣ ବିଭାଗ ସ୍ବତନ୍ତ୍ର ଗାଇଡ୍‌ ଲାଇନ ପ୍ରସ୍ତୁତ କରିଛନ୍ତି। ଏସବୁ ସତ୍ତ୍ୱେ ପରିଚାଳନାଗତ ତ୍ରୁଟି କାରଣରୁ ପଛୁଆବର୍ଗର ଛାତ୍ରୀଛାତ୍ର ଓ ଲୋକମାନେ ବିଭିନ୍ନ ପ୍ରମାଣପତ୍ର ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ପ୍ରଶାସନିକ ଅଧିକାରୀମାନେ ଠିକ ଭାବେ ତଦାରଖ କଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଭୂମିହୀନଙ୍କୁ ଜମି ଯୋଗାଇଦେବା ପାଇଁ ବସୁନ୍ଧରା ଯୋଜନା କାର୍ଯ୍ୟକାରୀ ହେଉଛି। ସେହିପରି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହଯୋଗରେ ଆବାସ ଯୋଜନାର ହିତାଧିକାରୀଙ୍କୁ ଚିହ୍ନଟ କରାଯାଉଛି। ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଜାତି ପ୍ରମାଣପତ୍ର ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri