ପ୍ରମାଣପତ୍ର ପାଇବାକୁ ଭୂମିହୀନ ହନ୍ତସନ୍ତ

କେନ୍ଦ୍ରାପଡ଼ା ଅଫିସ, ୨୦ା୪: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଟିକରପଙ୍ଗା ପଞ୍ଚାୟତ ନାରାୟଣପୁର ଗଁାରେ ପ୍ରାୟ ୩୦୦ ପରିବାର ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଅନୁସୂଚିତ ଜାତି ବର୍ଗ। ତେବେ ଏସ୍‌ଇସିସି (ସୋସିଓ ଇକୋନୋମିକ ଆଣ୍ଡ କାଷ୍ଟ ସେନ୍‌ସସ୍‌)ର ତଥ୍ୟ ଜିଲା ପ୍ରଶାସନ ନିକଟରେ ନ ଥିବାରୁ ଗ୍ରାମବାସୀ ଆବାସ ଯୋଜନାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହେଉଛି। ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଏହିପରି ଅନେକ ପରିବାର ଆବାସ ଯୋଜନାରୁ ବଞ୍ଚତ୍ତ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲାରେ ଭୂମିହୀନ ପଛୁଆବର୍ଗଙ୍କ ପାଇଁ ଜାତି ପ୍ରମାଣପତ୍ର ପାଇବା ଏବେ ସ୍ବପ୍ନ ସଦୃଶ ହୋଇଛି। ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ମିଳୁଥିବା ବିଭିନ୍ନ ସୁବିଧା ଓ ଯୋଜନା, ଶିକ୍ଷାନୁଷ୍ଠାନରେ ଆଡ୍‌ମିଶନ, କର୍ମ ନିଯୁକ୍ତି, ରିହାତି, ଛାତ୍ରବୃତ୍ତି ଆଦିରୁ ପଛୁଆବର୍ଗ ବଞ୍ଚତ୍ତ ହେଉଛନ୍ତି।
ଏ ସମ୍ପର୍କରେ ଆଇନଜୀବୀ ବିଧୁ ଭୂଷଣ ମହାପାତ୍ର କହିଛନ୍ତି, ୨୦୦୯ ଜାନୁୟାରୀ ୯ରେ କେନ୍ଦ୍ର ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଭୂମିହୀନଙ୍କୁ ଜାତି ପ୍ରମାଣପତ୍ର ପ୍ରଦାନ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଜମିର ପଟ୍ଟାକୁ ବାଧ୍ୟତାମୂଳକ ରଖାଯାଇଥିବା ବେଳେ ଏହି ବିଜ୍ଞପ୍ତିର କେତେକ ଅଂଶରେ ଭୂମିହୀନଙ୍କ ପାଇଁ କୋହଳ ସର୍ତ୍ତ ରଖାଯାଇଥିଲା। ଜାତି ପ୍ରମାଣପତ୍ର ପ୍ରସ୍ତୁତ ସମୟରେ ମାତାପିତା ଓ ଅଭିଭାବକଙ୍କ ଜାତି ପ୍ରମାଣପତ୍ର, ସେମାନଙ୍କ ସଂସ୍କୃତି, ସାମାଜିକ ବ୍ୟବସ୍ଥା, ଦେବତା, ରୀତିନୀତି, ବିବାହର ଧାରା, ମୃତ୍ୟୁ ସମାରୋହ, ମୃତଦେହର ସଂସ୍କାର ବିଧି ଆଦି ପଦ୍ଧତି ଲକ୍ଷ୍ୟ କରି ଜାତି ସ୍ଥିର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ସାମାଜିକ ସ୍ଥିତି ଯାଞ୍ଚ କରିବା ପାଇଁ ସ୍ଥାନାନ୍ତରର କାରଣ ଓ ମୂଳ ସ୍ଥାନ ନିରୀକ୍ଷଣ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ଏହାସତ୍ତ୍ୱେ ଜିଲାର ବହୁସ୍ଥାନରେ ପଛୁଆବର୍ଗ ଭୂମିହୀନ ଭାବେ ରହି ଆସୁଥିଲେ ମଧ୍ୟ ଆବେଦନକାରୀଙ୍କୁ ପ୍ରଶାସନିକ ଅସହଯୋଗ କାରଣରୁ ଜାତି ପ୍ରମାଣପତ୍ର ମିଳୁ ନ ଥିବା ଆଇନଜୀବୀ ମହାପାତ୍ର ମତ ଦେଇଛନ୍ତି। ରାଜନଗର ବ୍ଲକ ଭେକ୍ଟା ଗ୍ରାମର ପ୍ରୀତିଲଗ୍ନା ଦାସ କହିଛନ୍ତି, ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ପରିବାର ସଦସ୍ୟ ଅନୁସୂଚିତ ବର୍ଗର ହୋଇଥିଲେ ମଧ୍ୟ ଭୂମିହୀନ ହୋଇଥିବାରୁ ତାଙ୍କୁ ଜାତି ପ୍ରମାଣ ପତ୍ର ମିଳିନାହିଁ। ଫଳରେ ସାଧାରଣ ବର୍ଗର ଛାତ୍ରୀ ଭାବେ ସେ ପାଠ ପଢ଼ିଥିବା ବେଳେ ସରକାରଙ୍କ ଷ୍ଟାଇପେଣ୍ଡ ଯୋଜନାରେ ସାମିଲ ହୋଇପାରି ନାହାନ୍ତି। ଆର୍ଥିକ ଦୁର୍ବଳ ସ୍ଥିତି ଥିବାରୁ କଲେଜରେ ପାଠ ପଢ଼ିବା ସମ୍ଭବ ନୁହେଁ ବୋଲି ସେ ମତ ଦେଇଛନ୍ତି। ପଟ୍ଟାମୁଣ୍ଡାଇର ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, ୨୦୧୧ ସାମାଜିକ ଅର୍ଥନୈତିକ ଜନଗଣନା ଅନୁଯାୟୀ, ରାଜ୍ୟରେ ୮.୩୩ ପ୍ରତିଶତ ଭୂମିହୀନ ଦଳିତ ପରିବାର ଅଛନ୍ତି। ଏମାନଙ୍କ ପାଇଁ ଜାତି ପ୍ରମାଣପତ୍ର ଯୋଗାଡ କରିବା ଏକ କଷ୍ଟକର ବ୍ୟାପାର। ଏଥିପାଇଁ ବହୁ ସମୟରେ ସରକାରୀ ସୁବିଧା ସୁଯୋଗ ପାଇ ପାରୁନାହାନ୍ତି। ତେବେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୨୦୨୦ ଫେବୃୟାରୀ ୨୬ ରେ ଚିଠି ନଂ. ୯୬୧୮ରେ ଛାତ୍ରୀଛାତ୍ରଙ୍କୁ ଚିହ୍ନଟ କରି ଜାତି ପ୍ରମାଣପତ୍ର ଦେବା ପାଇଁ ପ୍ରତ୍ୟେକ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଏସ୍‌ସି/ଏସ୍‌ଟି ବିଭାଗ, ସଂଖ୍ୟାଲଘୁ ଓ ପଛୁଆ ଶ୍ରେଣୀ କଲ୍ୟାଣ ବିଭାଗ ସ୍ବତନ୍ତ୍ର ଗାଇଡ୍‌ ଲାଇନ ପ୍ରସ୍ତୁତ କରିଛନ୍ତି। ଏସବୁ ସତ୍ତ୍ୱେ ପରିଚାଳନାଗତ ତ୍ରୁଟି କାରଣରୁ ପଛୁଆବର୍ଗର ଛାତ୍ରୀଛାତ୍ର ଓ ଲୋକମାନେ ବିଭିନ୍ନ ପ୍ରମାଣପତ୍ର ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ପ୍ରଶାସନିକ ଅଧିକାରୀମାନେ ଠିକ ଭାବେ ତଦାରଖ କଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଭୂମିହୀନଙ୍କୁ ଜମି ଯୋଗାଇଦେବା ପାଇଁ ବସୁନ୍ଧରା ଯୋଜନା କାର୍ଯ୍ୟକାରୀ ହେଉଛି। ସେହିପରି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହଯୋଗରେ ଆବାସ ଯୋଜନାର ହିତାଧିକାରୀଙ୍କୁ ଚିହ୍ନଟ କରାଯାଉଛି। ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଜାତି ପ୍ରମାଣପତ୍ର ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri