ପାରାଦୀପ ମାଛଧରା ବନ୍ଦର ଶୂନ୍‌ଶାନ୍‌

ପାରାଦୀପ,୨୦ା୪(ସ୍ବ.ପ୍ର.): ରାଜ୍ୟର ଅନ୍ୟତମ ବୃହତ୍‌ ପାରାଦୀପ ମାଛଧରା ବନ୍ଦର ଏବେ ଶୂନ୍‌ଶାନ୍‌ ଅବସ୍ଥାରେ ରହିଛି। କାରଣ ଏପ୍ରିଲ ୧୫ରୁ ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ୨ମାସ ସାମୁଦ୍ରିକ କଟକଣା ଜାରି ହୋଇଛି। ଏହାଦ୍ୱାରା ସର୍ବଦା ଚଳଚଞ୍ଚଳ ଥିବା ପାରାଦୀପ ମାଛଧରା ବନ୍ଦର ଏବେ ଫାଙ୍କା ପଡିଛି। ଶୁଭୁନାହିଁ କୋଳାହଳ, ଚାଲୁନି ବରଫ କଳ,ଗାଡ଼ି ମଟର, ବୋଟର ଇଞ୍ଜିନ୍‌ ଆଦି। ଆର୍ଥିକ କାରବାର ସମ୍ପୂର୍ଣ୍ଣ ବନ୍ଦ। ମାଛଧରା ବନ୍ଦରକୁ ଆୟୁଧକରି ଚାଲୁଥିବା ନେହେରୁ ବଙ୍ଗଳା ବଜାର ମଧ୍ୟ ଏକ ପ୍ରକାର ବନ୍ଦ ଅବସ୍ଥାରେ ଅଛି। ଏହି ମାଛଧରା ବନ୍ଦର ଉପରେ ପ୍ରତ୍ୟକ୍ଷ ପରୋକ୍ଷ ଭାବେ ନିର୍ଭରଶୀଳ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ରୋଜଗାର ବିହୀନ ହୋଇଯାଇଛନ୍ତି। କେବଳ ସାମାନ୍ୟ କେତେଜଣ ଲୋକ ବୋଟ୍‌କୁ ଜଗିଛନ୍ତି। ଆଉ କେତେଜଣ ପୁରୁଣା ଜାଲକୁ ମରାମତି କରୁଛନ୍ତି। କେତେଜଣ ବୋଟ୍‌ ମାଲିକ ଏହି ସମୟରେ ତାଙ୍କର ବୋଟକୁ ସଜାଡୁଛନ୍ତି। ପାରାଦୀପ ସମେତ ଓଡ଼ିଶାର ୪୮୨ କି.ମି. ସମୁଦ୍ର ସୀମାରେ ଏବେ ସମୁଦ୍ର ଖାଲି ଖାଲି ଦେଖିବାକୁ ମିଳିଛି। ଏସବୁ ହୋଇଛି ସରକାରଙ୍କ ପକ୍ଷରୁ ଜାରି କଟକଣା ପାଇଁ। କାରଣ ଏହି ସମୟରେ ମାଛମାନେ ପ୍ରଜନନ, ଅଣ୍ଡାଦାନ କରିଥାନ୍ତି। ଏଭଳି ସମୟରେ ମାଛ ଧରିଲେ ମାଛ ବଂଶ ହ୍ରାସ ପାଇଯିବା ସମ୍ଭାବନା ରହିଛି। ମା’ ମାଛ ଓ ଯାଅଁାଳ ସୁରକ୍ଷା ପାଇଁ ଦେଶର ସମସ୍ତ ଉପକୂଳରେ ଏହି କଟକଣା ପ୍ରତିବର୍ଷ କରାଯାଉଛି। ଏହା ମତ୍ସ୍ୟଜୀବୀଙ୍କ ପାଇଁ ଭଲ ବୋଲି ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ବିଜୟ ମିଶ୍ର କୁହନ୍ତି।
ପାରାଦୀପ ମାଛଧରା ବନ୍ଦର ପରିସରରେ ଏବେ ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ କଲ୍ୟାଣ ଯୋଜନାରେ ୧୦୦ କୋଟି ଟଙ୍କା ମିଳିଛି। ଏହି ଅର୍ଥ ଜରିଆରେ ବରଫ କଳ, ନୂତନ ବର୍ଥ, ମହାନଦୀ ମୁହାଣ ଖନନ, ଦ୍ୱିତୀୟ ଅକ୍ସନ ହଲ୍‌ ଆଦି ନିର୍ମାଣ ହେବାର ପ୍ରସ୍ତାବ ରହିଛି। ଏହି ଦୁଇ ମାସରେ ନବୀକରଣ କାମ ସହଜ ହେବ ବୋଲି ଓମ୍ଫା (ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ) ସାଧାରଣ ସମ୍ପାଦକ ଅରବିନ୍ଦ ସ୍ବାଇଁ କୁହଛନ୍ତି।
କଟକଣା ସମୟରେ ସରକାର କେତେକ ସୁବିଧା ପାରମ୍ପରିକ ମତ୍ସ୍ୟଜୀବୀଙ୍କ ପାଇଁ ରହିଛି। ଯଥା ସେମାନଙ୍କୁ ଆର୍ଥିକ ସହାୟତା, ଅନ୍ନ କଲ୍ୟାଣ ଯୋଜନାରେ ଚାଉଳ, ଗହମ ଦେବା ଭଳି ବ୍ୟବସ୍ଥା ଅଛି। କିନ୍ତୁ ଏହି ସୁବିଧା ପାରାଦୀପର ମତ୍ସ୍ୟଜୀବୀଙ୍କ ପାଇଁ ଉପଲବ୍ଧ ନାହିଁ। ନଦୀ ଉପରେ ନିର୍ଭରଶୀଳ ଲୋକଙ୍କୁ ଏହା ମିଳୁଛି, ଆମକୁ ମିଳୁନାହିଁ ବୋଲି କୁହନ୍ତି ମତ୍ସ୍ୟଜୀବୀ ରାମଣା। ୫୬୦ ବୋଟ୍‌ ଓ ୨୫୦ ଡଙ୍ଗାରେ ପ୍ରାୟ ୫ ହଜାରରୁ ଅଧିକ ମତ୍ସ୍ୟଜୀବୀ ଅଛନ୍ତି। ଏ ସମ୍ପର୍କରେ ମତ୍ସ୍ୟ ଅଧିକାରୀ ମିଶ୍ରଙ୍କୁ ପଚାରିବାରେ ଏହି ଯୋଜନା ପାରାଦୀପ ପାଇଁ ଲାଗୁ ହୋଇ ନ ଥିବାରୁ ସେମାନଙ୍କୁ କିଛି ସୁବିଧା ମିଳୁନାହିଁ। ଏ ପ୍ରସଙ୍ଗ ସରକାରୀ ସ୍ତରରେ ନିଷ୍ପତ୍ତି ହେବ। ମାଛଧରା ବନ୍ଦ ଥିବାରୁ ଏବେ ଷଣ୍ଢକୁଦ ନୋଳିଆସାହି ବସ୍ତି ଖଁା ଖଁା ରହିଛି। ଅଧିକାଂଶ ମତ୍ସ୍ୟଜୀବୀ ଆନ୍ଧ୍ରପ୍ରଦେଶ ପଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?