ଉବୁଟୁବୁ କଣାସ, ବେଘର ଲୋକେ

ପୁରୀ ଅଫିସ/କଣାସ (ସ୍ବ.ପ୍ର.),୩୧ା୮: ମହାନଦୀରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ପୁରୀ ଜିଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଜିଲା ମଧ୍ୟଦେଇ ଯାଇଥିବା ଦୟା, ଭାର୍ଗବୀ, ରତ୍ନଚିରା, ଲୁଣା, ମକରା, ଧନୁଆ, ରାଜୁଆ ପ୍ରଭୃତି ନଦୀ ଏବେ ଉଛୁଳୁଛି। କେତେକ ଜାଗାରେ ଘଳିଆ, ଘାଇ ସୃଷ୍ଟି ହୋଇଥିବାବେଳେ ଅନେକ ଜାଗାରେ ନଦୀବନ୍ଧ ଡେଇଁ ପାଣି ଜନବସତିକୁ ପଶିଛି। ବିଶେଷକରି କଣାସ ଓ ଡେଲାଙ୍ଗ ବ୍ଲକରେ ସ୍ଥିତି ଗମ୍ଭୀର ହୋଇପଡ଼ିିଛି। ବେଘର ହୋଇଛନ୍ତି ଅନେକ ପରିବାର। କୋଠାଛାତ ଓ ନଦୀବନ୍ଧରେ ହଜାର ହଜାର ଲୋକ ଆଶ୍ରୟ ନେଇଛନ୍ତି। ସେହିପରି ଡେଲାଙ୍ଗ, ସତ୍ୟବାଦୀ, ପୁରୀ ସଦର ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଅସ୍ତରଙ୍ଗ ବ୍ଲକର ବାଉରିଆକଣଠାରେ ଦେବୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ଜିଲାର ନଦୀକୂଳିଆ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଆଗକୁ ପାଣି ବଢିବାକୁ ଥିବାରୁ ସ୍ଥିତି ଆହୁରି ସଙ୍ଗିନ ହୋଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସମ୍ଭାବ୍ୟ ସ୍ଥିତି ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ବେଳେ ରବିବାର କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନୀଲ କୁମାର ସାମଲ, ଜିଲାପାଳ ବଲଓ୍ବନ୍ତ ସିଂ, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲାପାଳ (ରାଜସ୍ବ) ସୁବାସ ନାଥଶର୍ମା, କଣାସ ତହସିଲଦାର ଲକ୍ଷ୍ମୀଧର ମହାରଣା, ବିଡିଓ ଲୋଚନ ଦାସ ପ୍ରମୁଖ କଣାସର ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଦୟା ଓ ରାଜୁଆ ନଦୀରେ ୨ଟି ଘାଇ ଯୋଗୁ କଣାସ ବ୍ଲକ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। ଗଡ଼ମାଟିଆପଡା ନୂଆସାହି ନିକଟରେ ଦୟା ନଦୀରେ ପ୍ରାୟ ୨୦୦ ଫୁଟର ଏକ ଘାଇ ହୋଇଛି। ଫଳରେ ପାଣ୍ଡିଆକେରା ପଞ୍ଚାୟତର ନୂଆସାହି, ବଗିପଡ଼ା, ଗଡ଼ମାଟିଆପଡା, ପାଣ୍ଡିଆକେରା, ବାଙ୍କତଳ, ଘରଛିଆ, ଶିମିଳିପାଟଣା ଗାଁରେ ପାଣି ମାଡ଼ିଯାଇଛି। ପ୍ରାୟ ୨୫ରୁ ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବିଶେଷକରି ନୂଆସାହି ଅଧିକ ପ୍ରଭାବିତ ହୋଇଛି। ଏଠାକାର ପ୍ରାୟ ୧୦୦ ପରିବାର ବେଘର ହୋଇଯାଇଛନ୍ତି। କାହା କୋଠା ଛାତରେ ତ ପୁଣି କେହି ନଦୀବନ୍ଧ ଉପରକୁ ଉଠିଯାଇଛନ୍ତି। ନୂଆସାହିର ଲୋକଙ୍କ ଘରେ ୫/୬ ଫୁଟ ପାଣି ପଶିଛି। ଘାଇ ହେବା ପରେ ଏତେ ଶୀଘ୍ର ଏହା ମେଲି ପାଣି ମାଡ଼ିିଲା ଯେ ଲୋକେ ସେମାନଙ୍କ ଆସବାବପତ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସମୟ ପାଇ ନ ଥିଲେ। ଯେଉଁମାନେ ଘରୁ ଆସିପାରି ନ ଥିଲେ ତୁରନ୍ତ ସେମାଙ୍କୁ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରାଯାଇଥିଲା। ସେହିପରି ରାଜୁଆ ନଦୀର ତିରିମଲ୍ଲଠାରେ ପ୍ରାୟ ୧୦୦ ଫୁଟର ଘାଇ ଯୋଗୁ କଣାସ ବ୍ଲକର ଲୋକାପାଳ ଓ ହଳଦିଆପଡ଼ା ଗାଁ ପ୍ରଭାବିତ ହୋଇଛି। ଏହି ଗାଁରେ ୩/୪ ଫୁଟ ପାଣି ମାଡ଼ିଛି। ତେବେ ଲୋକେ ଯିଏ ଯେମିତି ସୁରକ୍ଷିତ ସ୍ଥାନକୁ ପଳାଇ ଆସିଥିବାବେଳେ ଗୃହପାଳିତ ପ୍ରାଣୀଙ୍କୁ ମଧ୍ୟ ନଦୀବନ୍ଧକୁ ଅଣାଯାଇଛି। ମାତ୍ର କେତେକ ଗାଈ, ବଳଦ ନିଖୋଜ ଥିବା ଜଣାପଡ଼ିିଛି।
ସତ୍ୟବାଦୀ ବ୍ଲକର ସୁଆଣ୍ଡୋ ଓ ବିଦ୍ୟାଧରପୁରଠାରେ ଭାର୍ଗବୀ ନଦୀବନ୍ଧରେ ଘଳିଆ ପଡ଼ିଛି। ଫଳରେ ଘାଇ ସୃଷ୍ଟି ଆଶଙ୍କାରେ ନିକଟବର୍ତ୍ତୀ ବଳରାମପୁରଗଡ଼, ବିଦ୍ୟାଧରପୁର, ପରଜାପଡ଼ା ଓ ମହୁରା ପଞ୍ଚାୟତ ଭୟଭୀତ ଅବସ୍ଥାରେ ରହିଛନ୍ତି। ଜଳ ସମ୍ପଦ ବିଭାଗର ଯନ୍ତ୍ରୀ, ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ, ବିଡିଓ ସରୋଜ ଦତ୍ତ ପ୍ରମୁଖ ଏହି ସ୍ଥାନକୁ ଯାଇ ସ୍ଥିତି ଦେଖିଛନ୍ତି। ସେହିପରି ପୁରୀ ସଦର ବ୍ଲକ ତଳଜଙ୍ଗ ପଞ୍ଚାୟତ ତଳଜଙ୍ଗ ନଈକୂଳ ସାହିରେ ପଶିଛି ଭାର୍ଗବୀ ନଦୀର ଉଚ୍ଛୁଳା ପାଣି। ଲୋକେ ତଳଜଙ୍ଗ ପଞ୍ଚାୟତ ହାଇସ୍କୁଲରେ ଆଶ୍ରୟ ନେଇଛନ୍ତି। ଭାର୍ଗବୀର ଉଚ୍ଛୁଳା ପାଣି ତଳିଆ ଅଞ୍ଚଳରେ ମାଡ଼ିବାରୁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ଅସ୍ତରଙ୍ଗର ବାଉରିଆକଣଠାରେ ଦେବୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜଳସମ୍ପଦ ବିଭାଗର ଅଧିକାରୀମାନେ ଏହା ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି। ଅନ୍ୟପକ୍ଷରେ ଜିଲାରେ ଏବେ ୩ ୟୁନିଟ୍‌ ଏନ୍‌ଡିଆରଏଫ୍‌ ପିପିଲି, ଡେଲାଙ୍ଗ ଓ କଣାସରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସେମାନେ ପାଣିଘେରରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି। ପ୍ରଭାବିତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ଖାଦ୍ୟ ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri