ବାସ ଚିନ୍ତା

ଡ. ସୁଜିତ କୁମାର ନାଥ

 

ବିଶ୍ୱ ଅର୍ଥନୈତିକ ସଂସ୍ଥାର ଆକଳନ ଅନୁସାରେ ଭାରତରେ ପ୍ରାୟ ଚଉଦ କୋଟି ପ୍ରବାସୀ ଶ୍ରମିକ ରହିଛନ୍ତି। ଅଧିକ ରୋଜଗାର ଅନ୍ବେଷଣରେ ଏମାନେ ନିଜ ଭିଟାମାଟି ଛାଡ଼ି ଅନ୍ୟ ଜାଗାକୁ ଯିବାକୁ ବାଧ୍ୟ ହୋଇଥାନ୍ତି। ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ବିଚାର କଲେ ଏମାନେ ପ୍ରାୟ ନିମ୍ନ ଅର୍ଥନୈତିକ ଶ୍ରେଣୀର। ଆମ ଦେଶର ଉତ୍ତର-ପୂର୍ବ ଅଞ୍ଚଳ ଯଥା ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟର ଲୋକ ମୁଖ୍ୟତଃ ମହାରାଷ୍ଟ୍ର, ଗୁଜରାଟ, କର୍ନାଟକ, ତାମିଲନାଡ଼ୁ, କେରଳ, ଆନ୍ଧ୍ର, ତେଲେଙ୍ଗାନା ପରି ପଶ୍ଚିମ ଓ ଦାକ୍ଷିଣାତ୍ୟରେ ଥିବା ରାଜ୍ୟମାନଙ୍କୁ କର୍ମସଂସ୍ଥାନ ଉଦ୍ଦେଶ୍ୟରେ ଯାଇଥାନ୍ତି। କିନ୍ତୁ କରୋନା ମହାମାରୀ ଯୋଗୁ ଭାରତର ସବୁଠାରୁ ବେଶି ଯଦି କିଏ ପ୍ରଭାବିତ ହୋଇଥାନ୍ତି, ସେମାନେ ହେଉଛନ୍ତି ପ୍ରବାସୀ ଶ୍ରମିକ। କରୋନା ପରିସ୍ଥିତିରେ ଶ୍ରମିକ ବାପୁଡ଼ା ନିଜ ଛୁଆପିଲାଙ୍କୁ ଧରି ଯେନତେନ ପ୍ରକାରେ ନିଜ ଗାଁରେ ପହଞ୍ଚତ୍ଲା ପରେ ଗାଁରେ ଲୋକଙ୍କ ସନ୍ଦେହୀ ଆଖିରୁ ମୁକୁଳିବା ପୂର୍ବରୁ ତା’ ଆଗରେ ଠିଆ ହେଲା ଆଉ ଏକ ବଡ଼ ସମସ୍ୟା, ନିଜ ଜୀବନ ଜୀବିକା, ପେଟପାଟଣା, ଛୁଆପିଲାଙ୍କ ଭବିଷ୍ୟତ ଚିନ୍ତା। ଏହି ଶ୍ରମିକମାନେ ମୁଖ୍ୟତଃ ଅଣକୃଷି କ୍ଷେତ୍ର ଯଥା- ବିଭିନ୍ନ ସେବା, ନିର୍ମାଣ, କ୍ଷୁଦ୍ର ଓ ମଧ୍ୟମ ଶ୍ରେଣୀୟ ଶିଳ୍ପରେ କୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକ ଭାବେ କାର୍ଯ୍ୟ କରିଆସୁଥିଲେ। ଆଗରୁ ଏମାନଙ୍କ ପରିସଂଖ୍ୟାନ ବା ସ୍ଥିତି ଉପରେ କୌଣସି ସରକାର ବିଶେଷ ନଜର ଦେଉ ନ ଥିଲେ। ତଥ୍ୟ ଅନୁସାରେ ଏହି ପ୍ରବାସୀମାନେ ମୁଖ୍ୟତଃ ଯୁବବର୍ଗର।
ଏହି କୁଶଳୀ ମାନବ ସମ୍ବଳର ସୁବିନିଯୋଗ ଏବେ ସରକାରଙ୍କର ଚିନ୍ତାର ବିଷୟ। ଅନ୍‌ଲକ୍‌ ଆରମ୍ଭ ହେବା ପରଠାରୁ କିଛି ଶ୍ରମିକ ନିଜ ରାଜ୍ୟରେ କର୍ମସଂସ୍ଥାନର ଆଶା ନ ଦେଖି ପୁଣି ପୂର୍ବସ୍ଥାନକୁ ଫେରିବାକୁ ଅଣ୍ଟା ଭିଡ଼ିଲେଣି। ଆତ୍ମନିର୍ଭର ଭାରତ ଯୋଜନାରେ ଦେଶ ଏମାନଙ୍କୁ ନେଇ ସ୍ବାବଲମ୍ବୀ ହେବାର ଆଶା ରଖିଛି। କିନ୍ତୁ ଏହାର କାର୍ଯ୍ୟାନ୍ବୟନ କ’ଣ ସମ୍ଭବ, ଏଥିରେ ସେମାନଙ୍କର ଭାଗୀଦାରିତାକୁ କ’ଣ ସୁନିଶ୍ଚିତ କରାଯାଇପାରିବ? ଏହା ବର୍ତ୍ତମାନ ପରିସ୍ଥିତିର ସବୁଠୁ ବଡ଼ ପ୍ରଶବାଚୀ।
ତଥ୍ୟ ଅନୁସାରେ ଓଡ଼ିଶାର ବହୁ ପ୍ରବାସୀ ମହାରାଷ୍ଟ୍ର, ଗୁଜରାଟ, କେରଳ, ତାମିଲନାଡ଼ୁ, ତେଲେଙ୍ଗାନା ପ୍ରଦେଶର ସୂତାକଳ, ଅଟୋମୋବାଇଲ୍‌ ଶିଳ୍ପ, ନିର୍ମାଣ ଶିଳ୍ପ, ହୋଟେଲ ଶିଳ୍ପ ସହ ବହୁ ଛୋଟ କାରଖାନାର କୁଶଳୀ ଶ୍ରମିକ ଭାବେ କାମ କରୁଥିଲେ। ନିଜ ଗାଁରେ ଚାକିରିଆ ହିସାବରେ ସମ୍ମାନ ପାଉଥିଲେ। ଏବେ ଗାଁରେ ମାଟି କାମ କରିବାକୁ ସେଥିରୁ କେତେ ଯୁବକ ଗ୍ରହଣ କରିବେ, ଏହା ବିଚାରଯୋଗ୍ୟ। ସେମାନଙ୍କ ପାଇଁ ଯୋଗ୍ୟତାଭିତ୍ତିକ କର୍ମସଂସ୍ଥାନ ଓ ରୋଜଗାର ଆବଶ୍ୟକତା ରହିଛି। ଓଡ଼ିଶା ଏକ ସମୃଦ୍ଧିଶାଳୀ ରାଜ୍ୟ ହେବାର ସମସ୍ତ ଯୋଗ୍ୟତା ଇତିମଧ୍ୟରେ ହାସଲ କରିସାରିଛି। ଏକ ଦୃଢ଼ ନେତୃତ୍ୱ, ସୁସ୍ଥ ପରିବେଶ, ପ୍ରଭୂତ ଜଳସମ୍ପଦ, ଖଣିଖାଦାନର କଞ୍ଚାମାଲ, ଗମନାଗମନର ଉତ୍କର୍ଷତା ସହ ଓଡ଼ିଶା ପାଇଁ ମନୋବଳ ଓ ଦୂରଦୃଷ୍ଟିସମ୍ପନ୍ନର ଆବଶ୍ୟକତା ରହିଛି। କପା ଉତ୍ପାଦନକାରୀ ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା ଅଞ୍ଚଳର ଶ୍ରମିକଙ୍କୁ ନେଇ ସୁରଟର ସୂତାକଳ ଚାଲିବା, ସୁରଟ ବ୍ୟବସାୟୀ ଏ ଅଞ୍ଚଳରେ ପୁଞ୍ଜିବିନିଯୋଗ କରିବାକୁ ଆଗ୍ରହ ନ ଦେଖାଇବା, ଓଡ଼ିଶା ବ୍ୟବସାୟୀ ଉତ୍ପାଦିତ କପାକୁ ଶିଳ୍ପଭିତ୍ତିକ ନ କରିବା ତଥା ଓଡ଼ିଶାର ସବୁ ସୂତାକଳ ବନ୍ଦ ହୋଇଯିବା ଆମ ଯୋଜନାରେ ଥିବା ଛିଦ୍ରଗୁଡ଼ିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ୪୮୦ କିମି ଦୀର୍ଘ ସମୁଦ୍ରତଟ ତଥା ପ୍ରଚୁର ସ୍ବଚ୍ଛଜଳରେ ଭରପୂର ନଦନଦୀରେ ପରିପୂର୍ଣ୍ଣ ଓଡ଼ିଶା ତା’ର ପ୍ରାକୃତିକ ସମ୍ପଦକୁ ସୁବିନିଯୋଗ କରିପାରୁନି। ଶିଳ୍ପ କେବଳ ଭାରିଶିଳ୍ପ ଓ ଖଣିଭିତ୍ତିକ ହୋଇ ରହିଯାଇଛି। ଗାଁର ଯୁବକମାନଙ୍କୁ କୃଷି କ୍ଷେତ୍ରରେ ବାନ୍ଧି ରଖିବାକୁ ଆମେ ସେମିତି ସୁଯୋଗ ସୃଷ୍ଟି କରିପାରିଛନ୍ତି କି? ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟରେ ପ୍ରପୀଡ଼ିତ ଓଡ଼ିଶାର କୃଷକ ତା’ ପୁଅକୁ ଚାଷ ଜମିକୁ ପଠାଇବାକୁ ରାଜି ହେବ ତ? ଏ ସବୁ ପ୍ରଶ୍ନକୁ ଆଖି ଆଗରେ ରଖି ଆମକୁ ତ୍ୱରିତ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ପ୍ରଥମରେ ଫେରନ୍ତା ପ୍ରବାସୀ ଯୁବ ବନ୍ଧୁଙ୍କ ପାଇଁ ଉପଯୁକ୍ତ ଅଣକୃଷି ସଂସ୍ଥାନର ବ୍ୟବସ୍ଥା କରିବାକୁ ପଡ଼ିବ, ସେମାନେ ଯେଉଁଥିରେ କୁଶଳୀ, ହୁଏତ ତାହା ଏବେ ଯୋଗାଇବା ସମ୍ଭବ ହୋଇ ନ ପାରେ। କିନ୍ତୁ କ୍ଷୁଦ୍ର ବ୍ୟବସାୟୀ, କୃଷିଜାତ ପଦାର୍ଥର ବ୍ୟବସାୟ, ଯାନ୍ତ୍ରିକରଣ, କ୍ଷୁଦ୍ର ଯାନ୍ତ୍ରିକ ଶିଳ୍ପ, ପ୍ଲାଷ୍ଟିକ୍‌ ଶିଳ୍ପ, ଖେଳନା ଶିଳ୍ପ ଏସବୁକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ। ଦ୍ୱିତୀୟରେ କୃଷି କ୍ଷେତ୍ରକୁ ଆହୁରି ସଂଗଠିତ, ମଜଭୁତ, ବଜାରାଭିମୁଖୀ ଓ ନିଶ୍ଚିତ ରୋଜଗାରଭିତ୍ତିକ କରିବାକୁ ହେବ। ରାଜ୍ୟରେ ପଶୁପାଳନ ଓ ମତ୍ସ୍ୟ ସମ୍ପଦରେ ଥିବା ସମ୍ଭାବନା ସମ୍ପର୍କରେ ସେମାନଙ୍କୁ ଅବଗତ କରିବାକୁ ପଡ଼ିବ। ମାନସିକ ସ୍ତରରେ ହତାଶ ହୋଇଯାଉଥିବା ଯୁବ ପ୍ରବାସୀ ଶ୍ରମିକଙ୍କ ମନୋବଳ ବଢ଼ାଇ ତାଙ୍କ ନିକଟରେ ବିକଳ୍ପ ରୋଜଗାର ପନ୍ଥା ରଖି ତାଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଚାଲିବାର ସମୟ ଏବେ ଉପନୀତ। ଏଥିପାଇଁ ସରକାରୀ ସ୍ତରରେ ଦୃଢ଼ ମାନସିକତା, ସୁଚିନ୍ତିତ ବିକାଶୋନ୍ମୁଖୀ ଯୋଜନା ଓ ତା’ର ଉତ୍ତମ କାର୍ଯ୍ୟାନ୍ବୟନର ଆବଶ୍ୟକତା ରହିଛି। ଏହା ହିଁ ପ୍ରବାସୀମାନଙ୍କୁ ଉପଯୁକ୍ତ ବାସ ଦେଇପାରିବ ଓ ଏକ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହୋଇପାରିବ।
sujitnath75@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri