ବାସ ଚିନ୍ତା

ଡ. ସୁଜିତ କୁମାର ନାଥ

 

ବିଶ୍ୱ ଅର୍ଥନୈତିକ ସଂସ୍ଥାର ଆକଳନ ଅନୁସାରେ ଭାରତରେ ପ୍ରାୟ ଚଉଦ କୋଟି ପ୍ରବାସୀ ଶ୍ରମିକ ରହିଛନ୍ତି। ଅଧିକ ରୋଜଗାର ଅନ୍ବେଷଣରେ ଏମାନେ ନିଜ ଭିଟାମାଟି ଛାଡ଼ି ଅନ୍ୟ ଜାଗାକୁ ଯିବାକୁ ବାଧ୍ୟ ହୋଇଥାନ୍ତି। ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ବିଚାର କଲେ ଏମାନେ ପ୍ରାୟ ନିମ୍ନ ଅର୍ଥନୈତିକ ଶ୍ରେଣୀର। ଆମ ଦେଶର ଉତ୍ତର-ପୂର୍ବ ଅଞ୍ଚଳ ଯଥା ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟର ଲୋକ ମୁଖ୍ୟତଃ ମହାରାଷ୍ଟ୍ର, ଗୁଜରାଟ, କର୍ନାଟକ, ତାମିଲନାଡ଼ୁ, କେରଳ, ଆନ୍ଧ୍ର, ତେଲେଙ୍ଗାନା ପରି ପଶ୍ଚିମ ଓ ଦାକ୍ଷିଣାତ୍ୟରେ ଥିବା ରାଜ୍ୟମାନଙ୍କୁ କର୍ମସଂସ୍ଥାନ ଉଦ୍ଦେଶ୍ୟରେ ଯାଇଥାନ୍ତି। କିନ୍ତୁ କରୋନା ମହାମାରୀ ଯୋଗୁ ଭାରତର ସବୁଠାରୁ ବେଶି ଯଦି କିଏ ପ୍ରଭାବିତ ହୋଇଥାନ୍ତି, ସେମାନେ ହେଉଛନ୍ତି ପ୍ରବାସୀ ଶ୍ରମିକ। କରୋନା ପରିସ୍ଥିତିରେ ଶ୍ରମିକ ବାପୁଡ଼ା ନିଜ ଛୁଆପିଲାଙ୍କୁ ଧରି ଯେନତେନ ପ୍ରକାରେ ନିଜ ଗାଁରେ ପହଞ୍ଚତ୍ଲା ପରେ ଗାଁରେ ଲୋକଙ୍କ ସନ୍ଦେହୀ ଆଖିରୁ ମୁକୁଳିବା ପୂର୍ବରୁ ତା’ ଆଗରେ ଠିଆ ହେଲା ଆଉ ଏକ ବଡ଼ ସମସ୍ୟା, ନିଜ ଜୀବନ ଜୀବିକା, ପେଟପାଟଣା, ଛୁଆପିଲାଙ୍କ ଭବିଷ୍ୟତ ଚିନ୍ତା। ଏହି ଶ୍ରମିକମାନେ ମୁଖ୍ୟତଃ ଅଣକୃଷି କ୍ଷେତ୍ର ଯଥା- ବିଭିନ୍ନ ସେବା, ନିର୍ମାଣ, କ୍ଷୁଦ୍ର ଓ ମଧ୍ୟମ ଶ୍ରେଣୀୟ ଶିଳ୍ପରେ କୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକ ଭାବେ କାର୍ଯ୍ୟ କରିଆସୁଥିଲେ। ଆଗରୁ ଏମାନଙ୍କ ପରିସଂଖ୍ୟାନ ବା ସ୍ଥିତି ଉପରେ କୌଣସି ସରକାର ବିଶେଷ ନଜର ଦେଉ ନ ଥିଲେ। ତଥ୍ୟ ଅନୁସାରେ ଏହି ପ୍ରବାସୀମାନେ ମୁଖ୍ୟତଃ ଯୁବବର୍ଗର।
ଏହି କୁଶଳୀ ମାନବ ସମ୍ବଳର ସୁବିନିଯୋଗ ଏବେ ସରକାରଙ୍କର ଚିନ୍ତାର ବିଷୟ। ଅନ୍‌ଲକ୍‌ ଆରମ୍ଭ ହେବା ପରଠାରୁ କିଛି ଶ୍ରମିକ ନିଜ ରାଜ୍ୟରେ କର୍ମସଂସ୍ଥାନର ଆଶା ନ ଦେଖି ପୁଣି ପୂର୍ବସ୍ଥାନକୁ ଫେରିବାକୁ ଅଣ୍ଟା ଭିଡ଼ିଲେଣି। ଆତ୍ମନିର୍ଭର ଭାରତ ଯୋଜନାରେ ଦେଶ ଏମାନଙ୍କୁ ନେଇ ସ୍ବାବଲମ୍ବୀ ହେବାର ଆଶା ରଖିଛି। କିନ୍ତୁ ଏହାର କାର୍ଯ୍ୟାନ୍ବୟନ କ’ଣ ସମ୍ଭବ, ଏଥିରେ ସେମାନଙ୍କର ଭାଗୀଦାରିତାକୁ କ’ଣ ସୁନିଶ୍ଚିତ କରାଯାଇପାରିବ? ଏହା ବର୍ତ୍ତମାନ ପରିସ୍ଥିତିର ସବୁଠୁ ବଡ଼ ପ୍ରଶବାଚୀ।
ତଥ୍ୟ ଅନୁସାରେ ଓଡ଼ିଶାର ବହୁ ପ୍ରବାସୀ ମହାରାଷ୍ଟ୍ର, ଗୁଜରାଟ, କେରଳ, ତାମିଲନାଡ଼ୁ, ତେଲେଙ୍ଗାନା ପ୍ରଦେଶର ସୂତାକଳ, ଅଟୋମୋବାଇଲ୍‌ ଶିଳ୍ପ, ନିର୍ମାଣ ଶିଳ୍ପ, ହୋଟେଲ ଶିଳ୍ପ ସହ ବହୁ ଛୋଟ କାରଖାନାର କୁଶଳୀ ଶ୍ରମିକ ଭାବେ କାମ କରୁଥିଲେ। ନିଜ ଗାଁରେ ଚାକିରିଆ ହିସାବରେ ସମ୍ମାନ ପାଉଥିଲେ। ଏବେ ଗାଁରେ ମାଟି କାମ କରିବାକୁ ସେଥିରୁ କେତେ ଯୁବକ ଗ୍ରହଣ କରିବେ, ଏହା ବିଚାରଯୋଗ୍ୟ। ସେମାନଙ୍କ ପାଇଁ ଯୋଗ୍ୟତାଭିତ୍ତିକ କର୍ମସଂସ୍ଥାନ ଓ ରୋଜଗାର ଆବଶ୍ୟକତା ରହିଛି। ଓଡ଼ିଶା ଏକ ସମୃଦ୍ଧିଶାଳୀ ରାଜ୍ୟ ହେବାର ସମସ୍ତ ଯୋଗ୍ୟତା ଇତିମଧ୍ୟରେ ହାସଲ କରିସାରିଛି। ଏକ ଦୃଢ଼ ନେତୃତ୍ୱ, ସୁସ୍ଥ ପରିବେଶ, ପ୍ରଭୂତ ଜଳସମ୍ପଦ, ଖଣିଖାଦାନର କଞ୍ଚାମାଲ, ଗମନାଗମନର ଉତ୍କର୍ଷତା ସହ ଓଡ଼ିଶା ପାଇଁ ମନୋବଳ ଓ ଦୂରଦୃଷ୍ଟିସମ୍ପନ୍ନର ଆବଶ୍ୟକତା ରହିଛି। କପା ଉତ୍ପାଦନକାରୀ ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା ଅଞ୍ଚଳର ଶ୍ରମିକଙ୍କୁ ନେଇ ସୁରଟର ସୂତାକଳ ଚାଲିବା, ସୁରଟ ବ୍ୟବସାୟୀ ଏ ଅଞ୍ଚଳରେ ପୁଞ୍ଜିବିନିଯୋଗ କରିବାକୁ ଆଗ୍ରହ ନ ଦେଖାଇବା, ଓଡ଼ିଶା ବ୍ୟବସାୟୀ ଉତ୍ପାଦିତ କପାକୁ ଶିଳ୍ପଭିତ୍ତିକ ନ କରିବା ତଥା ଓଡ଼ିଶାର ସବୁ ସୂତାକଳ ବନ୍ଦ ହୋଇଯିବା ଆମ ଯୋଜନାରେ ଥିବା ଛିଦ୍ରଗୁଡ଼ିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ୪୮୦ କିମି ଦୀର୍ଘ ସମୁଦ୍ରତଟ ତଥା ପ୍ରଚୁର ସ୍ବଚ୍ଛଜଳରେ ଭରପୂର ନଦନଦୀରେ ପରିପୂର୍ଣ୍ଣ ଓଡ଼ିଶା ତା’ର ପ୍ରାକୃତିକ ସମ୍ପଦକୁ ସୁବିନିଯୋଗ କରିପାରୁନି। ଶିଳ୍ପ କେବଳ ଭାରିଶିଳ୍ପ ଓ ଖଣିଭିତ୍ତିକ ହୋଇ ରହିଯାଇଛି। ଗାଁର ଯୁବକମାନଙ୍କୁ କୃଷି କ୍ଷେତ୍ରରେ ବାନ୍ଧି ରଖିବାକୁ ଆମେ ସେମିତି ସୁଯୋଗ ସୃଷ୍ଟି କରିପାରିଛନ୍ତି କି? ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟରେ ପ୍ରପୀଡ଼ିତ ଓଡ଼ିଶାର କୃଷକ ତା’ ପୁଅକୁ ଚାଷ ଜମିକୁ ପଠାଇବାକୁ ରାଜି ହେବ ତ? ଏ ସବୁ ପ୍ରଶ୍ନକୁ ଆଖି ଆଗରେ ରଖି ଆମକୁ ତ୍ୱରିତ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ପ୍ରଥମରେ ଫେରନ୍ତା ପ୍ରବାସୀ ଯୁବ ବନ୍ଧୁଙ୍କ ପାଇଁ ଉପଯୁକ୍ତ ଅଣକୃଷି ସଂସ୍ଥାନର ବ୍ୟବସ୍ଥା କରିବାକୁ ପଡ଼ିବ, ସେମାନେ ଯେଉଁଥିରେ କୁଶଳୀ, ହୁଏତ ତାହା ଏବେ ଯୋଗାଇବା ସମ୍ଭବ ହୋଇ ନ ପାରେ। କିନ୍ତୁ କ୍ଷୁଦ୍ର ବ୍ୟବସାୟୀ, କୃଷିଜାତ ପଦାର୍ଥର ବ୍ୟବସାୟ, ଯାନ୍ତ୍ରିକରଣ, କ୍ଷୁଦ୍ର ଯାନ୍ତ୍ରିକ ଶିଳ୍ପ, ପ୍ଲାଷ୍ଟିକ୍‌ ଶିଳ୍ପ, ଖେଳନା ଶିଳ୍ପ ଏସବୁକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ। ଦ୍ୱିତୀୟରେ କୃଷି କ୍ଷେତ୍ରକୁ ଆହୁରି ସଂଗଠିତ, ମଜଭୁତ, ବଜାରାଭିମୁଖୀ ଓ ନିଶ୍ଚିତ ରୋଜଗାରଭିତ୍ତିକ କରିବାକୁ ହେବ। ରାଜ୍ୟରେ ପଶୁପାଳନ ଓ ମତ୍ସ୍ୟ ସମ୍ପଦରେ ଥିବା ସମ୍ଭାବନା ସମ୍ପର୍କରେ ସେମାନଙ୍କୁ ଅବଗତ କରିବାକୁ ପଡ଼ିବ। ମାନସିକ ସ୍ତରରେ ହତାଶ ହୋଇଯାଉଥିବା ଯୁବ ପ୍ରବାସୀ ଶ୍ରମିକଙ୍କ ମନୋବଳ ବଢ଼ାଇ ତାଙ୍କ ନିକଟରେ ବିକଳ୍ପ ରୋଜଗାର ପନ୍ଥା ରଖି ତାଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଚାଲିବାର ସମୟ ଏବେ ଉପନୀତ। ଏଥିପାଇଁ ସରକାରୀ ସ୍ତରରେ ଦୃଢ଼ ମାନସିକତା, ସୁଚିନ୍ତିତ ବିକାଶୋନ୍ମୁଖୀ ଯୋଜନା ଓ ତା’ର ଉତ୍ତମ କାର୍ଯ୍ୟାନ୍ବୟନର ଆବଶ୍ୟକତା ରହିଛି। ଏହା ହିଁ ପ୍ରବାସୀମାନଙ୍କୁ ଉପଯୁକ୍ତ ବାସ ଦେଇପାରିବ ଓ ଏକ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହୋଇପାରିବ।
sujitnath75@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri