ତ୍ୱଚାର ଘରୋଇ ଉପଚାର

ରୁକ୍ଷ ତ୍ୱଚା ସୌନ୍ଦର୍ଯ୍ୟ ହାନି କରିଥାଏ। ତେଣୁ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ଏହାର ସୁରକ୍ଷା ଲାଗି ଖୁବ୍‌ ଆବଶ୍ୟକ ତେଲ। ତେବେ କେଉଁ ସବୁ ତେଲ ଏଥିପାଇଁ ବ୍ୟବହାର କରିପାରିବେ ଜାଣି  ରଖନ୍ତୁ…

ଆର୍ଗନ ତେଲ: ଏହି ତେଲରେ ପ୍ରଚୁର ମାତ୍ରାରେ ଭିଟାମିନ୍‌-ଏ, ଭିଟାମିନ-ଇ, ଲିନୋଲିକ ଏସିଡ୍‌, ଓମେଗା-୬, ଆଣ୍ଟିଅକ୍ସିଡାଣ୍ଟ, ମିନେରାଲ୍ସ ଭରି ରହିଛି। ତେଣୁ ଯେଉଁମାନଙ୍କଠାରେ ତ୍ୱଚାରେ କୁଞ୍ଚନ ବା ରିଙ୍କ୍‌ଲ ମାର୍କ, ଫାଇନ୍‌ ଲାଇନ୍ସ ଆଦି ସମସ୍ୟା ଦେଖାଦେଉଛି ସେମାନେ ଏହି ତେଲକୁ ବ୍ୟବହାର କଲେ ଉପକୃତ ହୋଇପାରିବେ। ଏହା ତ୍ୱଚାକୁ ମଶ୍ଚରାଇଜ୍‌ କରି ରଖିବା ସହ ଗ୍ଲୋ ମଧ୍ୟ ବଢ଼ାଇଥାଏ। କେବଳ ଏତିକି ନୁହେଁ ଏହା ନଖକୁ ଶକ୍ତ କରିବା ସହ କେଶ ପାଇଁ ମଧ୍ୟ ବରଦାନ ସଦୃଶ।
ଆଲମଣ୍ଡ ତେଲ: ଏହି ତେଲ ଖାଇବା ନା କେବଳ ସ୍ବାସ୍ଥ୍ୟ ପାଇଁ ବରଂ ଏହାର ବ୍ୟବହାର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ମଧ୍ୟ ଖୁବ୍‌ ଉପକାରୀ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌-ଇ, ବି, ଏ ଥିବାରୁ ଏହା ତ୍ୱଚାକୁ ମଶ୍ଚରାଇଜ୍‌ କରିବା ସହ ଦାଗ, ଚିହ୍ନ ଆଦି ଦୂର କରି ଗୋରା କରିବାରେ ସାହାଯ୍ୟ କରିଥାଏ। ଏହା ସନ୍‌ଟ୍ୟାନ୍‌ ଏବଂ ଡାର୍କସର୍କଲ ବି ଦୂର କରିଥାଏ। କେଶକୁ ମଜ୍‌ଭୁତ୍‌ ରଖିବା ଲାଗି ଏହି ତେଲ ବ୍ୟବହାର କରିବା ଭଲ।
ଜୋଜୋବା ତେଲ: ଏଥିରେ ଥିବା ଭିଟାମିନ୍‌-ଇ, ଏ, ଆଣ୍ଟିଅକ୍ସଡାଣ୍ଟ ଏବଂ ମିନେରାଲ୍ସ ତ୍ୱଚାକୁ ପୋଷଣ ଏବଂ ସୁରକ୍ଷା ପ୍ରଦାନ କରିଥାଏ। ଏହାଦ୍ୱାରା ତ୍ୱଚା ନରମ, ମୁଲାୟମ ରହିଥାଏ। ବ୍ରଣ, ଦାଗ ଆଦି ସମସ୍ୟା ଦୂର କରି ଗ୍ଲୋ ବଢ଼ାଇଥାଏ। କେଶର ବିଭିନ୍ନ ସମସ୍ୟା ଦୂର କରିବାରେ ମଧ୍ୟ ଏହି ତେଲ ବେଶ୍‌ କାମରେ ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri