ଘରୋଇ ଫେସ୍‌ପ୍ୟାକ୍‌

ଖରାଦିନେ
ପ୍ରଖର ସୂର୍ଯ୍ୟକିରଣ ପ୍ରଭାବରେ ସନ୍‌ଟ୍ୟାନ୍‌ଠାରୁ
ଆରମ୍ଭ କରି ତ୍ୱଚା ସମ୍ବନ୍ଧିତ ଅନ୍ୟାନ୍ୟ ସମସ୍ୟା ବି ଦେଖାଦେଇଥାଏ। ଯାହାକୁ ଦୂର କରିବାକୁ ଅନେକେ ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ, ଯାହାକି ବ୍ୟୟ ବହୁଳ ମଧ୍ୟ। ହେଲେ ଆପଣ ଚାହିଁଲେ ଘରେ
ଉପଲବ୍ଧ ଥିବା
କେତେକ ସାମଗ୍ରୀକୁ
ଫେସ୍‌ ପ୍ୟାକ୍‌
ଭାବେ ବ୍ୟବହାର
କରି ବେଦାଗ, ଆକର୍ଷଣୀୟ ତ୍ୱଚା ପାଇପାରିବେ…

ରୋଜ୍‌ ଫେସ୍‌ପ୍ୟାକ୍‌: ୨-୩ଟି ଗୋଲାପ ଫୁଲର ପାଖୁଡାକୁ ପେଷ୍ଟ କରି ଦିଅନ୍ତୁ। ଏକ ପାତ୍ରରେ ଏକ ଚାମଚ ଏହି ପେଷ୍ଟ, ୨-୩ ଚାମଚ କଞ୍ଚା କ୍ଷୀର, ୪-୫ ବୁନ୍ଦା ମହୁ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫-୨୦ ମିନିଟ୍‌ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିବା ସହ ବ୍ରଣ ଦାଗ ଆଦି ସମସ୍ୟା ଦୂର କରିବାରେ ସାହାଯ୍ୟ କରିବ।
ଅମୃତଭଣ୍ଡା- କଦଳୀ ଫେସ୍‌ପ୍ୟାକ୍‌: ଏକ ୨ ବଡ ଚାମଚ ପାଚିଲା ଅମୃତ ଭଣ୍ଡା ପେଷ୍ଟ, ୧ ଚାମଚ ପାଚିଲା କଦଳୀ ପେଷ୍ଟ, ୫-୭ଟି ବାଦାମର ପେଷ୍ଟ, ଅଧା ଚାମଚ ଆଲୋଭେରା ଜେଲ୍‌, ଅଳ୍ପ ମହୁକୁ ଭଲ ଭାବେ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୨୦-୨୫ ମିନିଟ୍‌ ପର୍ଯ୍ୟନ୍ତ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ। ଏହି ପ୍ୟାକ୍‌କୁ ସପ୍ତାହରେ ଥରେ କିମ୍ବା ଦୁଇଥର ଲଗାନ୍ତୁ ଦେଖିବେ ରିଙ୍କିଲ୍‌ ମାର୍କ, କଳାଦାଗ, ଛାଇ ପଡିବା ଭଳି ଦାଗ ଆଦି ଦୂର ହୋଇଯିବ।
କମଳା ଚୋପା ପାଉଡର ଓ ଆଲୋଭେରା ଜେଲ୍‌ ପ୍ୟାକ୍‌: ଏକ ପାତ୍ରରେ ଏକ ଚାମଚ କମଳା ଚୋପା ପାଉଡର, ଅଧା ଚାମଚ ଆଲୋଭେରା ଜେଲ ଏବଂ ଅଳ୍ପ ମୁଲତାନୀ ମାଟି ନେଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୦-୧୫ ମିନିଟ୍‌ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୧୦ ଗୁଣ ଥିଲେ କର୍ମକ୍ଷେତ୍ରରେ ହୋଇପାରିବେ ସଫଳ: ନିଜକୁ ପରଖି ନିଅନ୍ତୁ…

ଚାକିରି, କେତେଜଣ ଏହାକୁ ଖୁସିରେ କରିଥାନ୍ତି ତ ଆଉ କେତେକ ବାଧ୍ୟରେ। ହେଲେ ଯେଉଁ ବି କାମ ଆମେ କରୁଛେ ତାକୁ ମନଲଗାଇ କଲେ ସେଥିରେ...

ବ୍ରେସ୍‌ଲେଟ୍‌ ଫ୍ୟାଶନ

ନାରୀ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଚୁଡ଼ିର ଭୂମିକା ଯଥେଷ୍ଟ ରହିଥାଏ। କିନ୍ତୁ ଏବେ ଦେଖିବାକୁ ମିଳୁଛି, ଟ୍ରେଣ୍ଡି ଲୁକ୍‌ ପାଇଁ ଅନେକ ଯୁବତୀ ହାତରେ...

ବିଷପାନ କରିଥିବା ଲୋକଙ୍କ ଜୀବନ ରକ୍ଷା କରିବେ କେମିତି ଜାଣନ୍ତୁ…

ମଣିଷ ମାନସିକ ସ୍ଥିତି ହରାଇ ବସିଲେ ଆତ୍ମହତ୍ୟା ପରି ପଥ ବାଛି ନେଇଥାଏ। କେହି କେହି ମାନସିକ ଭାରସାମ୍ୟ ହରାଇ ବିଷପାନ ଉଦ୍ୟମ କରିଥାନ୍ତି। ତେବେ...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ…

ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ କିଛି ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ କିଡ୍‌ନୀ ଷ୍ଟୋନରୁ ମୁକ୍ତି ମିଳିଥାଏ।...

ହାର୍ଟଆଟାକ୍‌ର ପୂର୍ବ ସୂଚନା…

ଅନେକ ରୋଗୀଙ୍କ କ୍ଷେତ୍ରରେ ହାର୍ଟ ଫେଲ୍ୟୁର୍‌ ବା ହାର୍ଟ ଆଟାକ୍‌ ସମସ୍ୟା ଦୃଷ୍ଟି ଗୋଚର ହୋଇଥାଏ। ଏହାର ଅର୍ଥ ହେଉଛି ସମ୍ପୃକ୍ତ ରୋଗୀଙ୍କର ହାର୍ଟ ସାଧାରଣ...

କ୍ୟାନ୍‌ସର ସହ ଲଢ଼ିବାର କ୍ଷମତା ରଖିଛି ଖଜୁରି

ଖଜୁରିରେ ଏଭଳି କିଛି ତତ୍ତ୍ୱ ରହିଛି ଯାହା କ୍ୟାନ୍‌ସର ଭଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ଫୁସ୍‌ଫୁସ୍‌, ସ୍ତନ ଏବଂ...

ଏହି ୨ଟି କାମ କରିବା ଦ୍ୱାରା ମଣିଷକୁ ମିଳିଥାଏ ପ୍ରକୃତ ସୁଖ-ଶାନ୍ତି; ଆପଣ ବି କରିପାରିବେ

ଭାରତର ଶ୍ରେଷ୍ଠ ବିଦ୍ୱାନମାନଙ୍କ ମଧ୍ୟରୁ ଜଣେ ହେଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ନୀତିଶାସ୍ତ୍ରରେ ସୁଖୀ ଜୀବନ ବିତାଇବା ସମ୍ପର୍କରେ ଅନେକ କଥା ଉଲ୍ଲେଖ କରିଛନ୍ତି।...

କ୍ୟାଲସିୟମ ପାଇଁ ଖାଆନ୍ତୁ ଏହି ୧୦ ପ୍ରକାର ଖାଦ୍ୟ

ସୁସ୍ଥ ଅସ୍ଥି ପାଇଁ ଶରୀରକୁ ଆବଶ୍ୟକ କ୍ୟାଲସିୟମ ଆମେ ୧୦ଟି ଖାଦ୍ୟରୁ ସହଜରେ ପାଇଥାଉ। * କ୍ୟାଲସିୟମର ମୁଖ୍ୟ ଉସତ୍ତ୍ ଭାବେ କ୍ଷୀରକୁ ନିଆଯାଏ। ଏହା...

Advertisement

BGU

Archives

Model This Week

Why Dharitri