ହାତ ତିଆରି ଖାଦ୍ୟର ହୋମ୍‌ ଡେଲିଭରି

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): କରୋନା ଲୋକଙ୍କ ଜୀବିକା ଛଡ଼ାଇ ନେଇଛି, ଆଉ ଅନେକଙ୍କୁ ନୂଆ ରାହା ବି ଦେଖାଇଛି। ବିଶେଷକରି ଯୁବବର୍ଗ ଘରେ ହାତବାନ୍ଧି ନ ବସି ଭିନ୍ନ ପନ୍ଥା ବି ଖୋଜି ପାଇଛନ୍ତି। ଲକ୍‌ଡାଉନ୍‌ରେ ରୋଜଗାର ହରାଇବା ପରେ ଅନନ୍ୟ ପ୍ରୟାସ ଆରମ୍ଭ କରିଛନ୍ତି ଭୁବନେଶ୍ୱରର କସ୍ତୁରୀ ପଟ୍ଟନାୟକ। ୩୪ବର୍ଷୀୟ ଏହି ଓଡ଼ିଆ ଝିଅ ଘରେ ଖାଦ୍ୟ ତିଆରି କରି ହୋମ୍‌ ଡେଲିଭରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।
କସ୍ତୁରୀ ପୂର୍ବରୁ ସ୍ପିଚ୍‌ ଥେରାପି ଶିକ୍ଷା ଦେଉଥିଲେ। କରୋନା ମହାମାରୀ ଯୋଗୁ ଶିକ୍ଷାଦାନ ସହ ରୋଜଗାର ବନ୍ଦ ହୋଇଗଲା। ସେ ଆତ୍ମନିର୍ଭରଶୀଳ ହେବା ପାଇଁ ଚିନ୍ତା କଲେ। ସେହି ସମୟରେ ଲକ୍‌ଡାଉନ୍‌ ଯୋଗୁ ଲୋକେ ଖାଇବାରେ ନାନା ହଇରାଣ ହେଉଥିଲେ। ଧୀରେ ଧୀରେ ମଧ୍ୟ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡରର ଡିମାଣ୍ଡ୍‌ ବଢ଼ୁଥିଲା। ତେଣୁ ସେ ଘରେ ରୋଷେଇ କରି ଖାଦ୍ୟ ହୋମ୍‌ ଡେଲିଭରି ଆରମ୍ଭ କଲେ। ଗ୍ରାହକଙ୍କ ଅର୍ଡର ପାଇଁ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମରେ ‘ପେଟ ଫୁଲ୍‌’ ନାମରେ ଆପ୍‌ ଖୋଲିଲେ। ସେ ସକାଳ ହେବା ମାତ୍ରେ ବଜାର ଯାଇ ପରିବା, ମାଛ, ମାଂସ ଆଣି ଅର୍ଡର ମୁତାବକ ଘରେ ରୋଷେଇ କରନ୍ତି। ପରେ ତାହାକୁ ପ୍ୟାକ୍‌ କରି ସ୍କୁଟିରେ ଘର ଘର ବୁଲି ଅର୍ଡର ଡେଲିଭରି କରନ୍ତି। ଇତିମଧ୍ୟରେ କସ୍ତୁରୀଙ୍କର ଏହି ପ୍ରୟାସକୁ ୫ମାସ ବିତିଯାଇଛି। ତାଙ୍କ ହାତ ତିଆରି ଖାଦ୍ୟର ଭଲ ସ୍ବାଦ ଥିବାରୁ ଅର୍ଡର ମଧ୍ୟ ବଢ଼ିବାରେ ଲାଗିଛି। ଆରମ୍ଭରୁ ଗୋଟିଏ ଦୁଇଟି ଅର୍ଡର ଆସୁଥିବାବେଳେ ଏବେ ଦୈନିକ ୪୦ରୁ ଅଧିକ ଅର୍ଡର ଆସୁଛି। ଗ୍ରାହକଙ୍କଠାରୁ ଲଞ୍ଚ ପାଇଁ ସକାଳ ୮ଟା ଭିତରେ ଓ ଡିନର ପାଇଁ ଅପରାହ୍ନ ୪ଟା ଭିତରେ ଅର୍ଡର ରଖୁଛନ୍ତି। କିନ୍ତୁ ଯେଉଁମାନେ ପ୍ରତିଦିନ ଲଞ୍ଚ ଓ ଡିନର ନେଉଛନ୍ତି, ସେମାନଙ୍କ ପାଇଁ ମାସିକିଆ ପ୍ୟାକେଜ୍‌ର ବ୍ୟବସ୍ଥା କରିଛନ୍ତି କସ୍ତୁରୀ।
ଏ ନେଇ କସ୍ତୁରୀ କୁହନ୍ତି, ଲକ୍‌ଡାଉନ୍‌ ସମୟରେ ଘରେ ରହି ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ସାଙ୍ଗମାନଙ୍କୁ ତା’ର ଫଟୋ ପଠାଇଲି। ଏହାକୁ ଦେଖି ସେମାନେ ବହୁତ ପ୍ରଶଂସା କରିବାରୁ ସେମାନଙ୍କୁ ପ୍ରଥମେ ମୋ ହାତରନ୍ଧା ଖାଦ୍ୟ ଖୁଆଇଲି। ବହୁତ ଟେଷ୍ଟି ବୋଲି ସେମାନେ କହିବା ସହିତ ମୋତେ ଉତ୍ସାହିତ କଲେ। ତା’ପରେ ମୋର ଜଣେ ଭାଇ ଓ ମୁଁ ମିଶି କରି ଖାଦ୍ୟ ହୋମ୍‌ ଡେଲିଭରି ଆରମ୍ଭ କଲୁ। ପ୍ରଥମେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବିଶେଷକରି ସବୁ ଅଞ୍ଚଳ ସହ ପରିଚିତ ନ ଥିବାରୁ ଗ୍ରାହକଙ୍କ ଘର ଖୋଜି ପାଇବା କଷ୍ଟ ହେଉଥିଲା। ଏବେ କିନ୍ତୁ ସମସ୍ୟା ଧୀରେ ଧୀରେ ଦୂର ହୋଇଛି। ଅର୍ଡର ବଢ଼ିବା ପରେ ମୋ ସହିତ ଜଣେ କୁକ୍‌ ଓ ଡେଲିଭରି ବୟଙ୍କୁ ମଧ୍ୟ ନିୟୋଜିତ କରିଛି। ବର୍ତ୍ତମାନ ମୁଁ ଏଥିରେ ଲାଭ ଚାହୁଁନି। ଲୋକଙ୍କ ପାଖରେ କିପରି ମୋ ଖାଦ୍ୟ ଠିକ୍‌ ସମୟରେ ଓ ଭଲ କ୍ୱାଲିଟି ତଥା ଟେଷ୍ଟି ଖାଦ୍ୟ ପହଞ୍ଚତ୍ବ, ତାହାକୁ ଗୁରୁତ୍ୱ ଦେଉଛି। ତେବେ ପରିବାରର ସହଯୋଗରେ ଏସବୁ ମୁଁ କରିପାରୁଛି। ଆଗକୁ ଏହାକୁ ବଢ଼ାଇ ମହିଳାମାନଙ୍କୁ ଏଥିରେ ସୁଯୋଗ ଦେବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri