ବର୍ଷାଦିନେ ଘରର ଯତ୍ନ

କଥାରେ ଅଛି ଘରକୁ ସୁନ୍ଦର ଘରଣୀ। ଘରଣୀଟିଏ ହିଁ ଘରକୁ ସୁନ୍ଦର କରି ସଜେଇ ରଖିବା ପାଇଁ ସବୁବେଳେ ପ୍ରୟାସ କରିଥାଏ। ଘରର କେଉଁ ଜିନିଷକୁ କେଉଁ ସ୍ଥାନରେ ଆଉ କିପରିଭାବେ ରଖିବାକୁ ହେବ ସେଥିପାଇଁ ସବୁବେଳେ ନୂଆ ନୂଆ ଚିନ୍ତା କରିଥାନ୍ତି ଗୃହିଣୀମାନେ। ଆଉ ସମୟ ଅନୁସାରେ ଜିନିଷପତ୍ରର କିପରି ଯତ୍ନ ନେବାକୁ ହେବ ସେକଥା ବି ଆଦୌ ଭୁଲି ନ ଥାନ୍ତି। ଖାସ୍‌ ସେଇଥି ପାଇଁ ଏବେ ବର୍ଷା ଦିନ ଆସିଥିବାରୁ ସ୍ବତନ୍ତ୍ରଭାବେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଗୃହିଣୀମାନେ…

ବର୍ଷାଦିନ ଆସିଲେ ସବୁ ଘରେ କିଛି ଛୋଟ ମୋଟ ସମସ୍ୟା ଦେଖାଯାଏ। ସେଥିପାଇଁ ସ୍ବତନ୍ତ୍ରଭାବେ ଯତ୍ନ ନେବାକୁ ହୋଇଥାଏ। ଯେମିତି କି ଘରର କୌଣସି ଆସବାବପତ୍ର ନଷ୍ଟ ହେବନି କିମ୍ବା ଘରର କୌଣସି ସଦସ୍ୟ ଯେପରି ଥଣ୍ଡା ଜ୍ୱର କି ଅନ୍ୟ ରୋଗର ଶିକାର ନ ହେବେ। ଏଥିପାଇଁ କାଠ ଜିନିଷଠାରୁ ଆରମ୍ଭ କରି ଲୁଗାପଟା ଆଉ ସ୍ବାସ୍ଥ୍ୟର ଠିକ୍‌ ଭାବେ ଯତ୍ନ ନେବାକୁ ହୋଇଥାଏ।
ଘରକୁ ଶୁଖିଲା ରଖନ୍ତୁ: ବର୍ଷାଦିନେ ଓଦାଳିଆ ଲାଗିବା ଏକ ସାଧାରଣ ସମସ୍ୟା। ଏହି ଋତୁରେ ଘରେ ଟୋପାଏ ପାଣି ପଡ଼ିଲେ ବି ସହଜରେ ଶୁଖି ନ ଥାଏ। କିନ୍ତୁ ଅଧିକ ସମୟ ଘରେ କୌଣସି ସ୍ଥାନରେ ପାଣି ଜମି ରହିଲେ ତା’ ଉପରେ ଚାଲିବା ଫଳରେ ଆପଣଙ୍କୁ ମଧ୍ୟ ଥଣ୍ଡା କିମ୍ବା ଇନଫେକସନ୍‌ ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ। ତେଣୁ ଘରେ ପାଣି ପଡ଼ିବା ମାତ୍ରେ ତାକୁ ଶୀଘ୍ର ପୋଛି ଦେଇ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ।
କାଠ ଜିନିଷର ଯତ୍ନ: ବର୍ଷାଦିନେ କପବୋର୍ଡ ସବୁର ଠିକ୍‌ ଭାବେ ଯତ୍ନ ନେବାକୁ ହେବ। କପବୋର୍ଡରେ ଯେପରି ପାଣି ନ ଲାଗେ କିମ୍ବା ଓଦା ଜିନିଷ କିଛି ନ ରହେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ବେଳେବେଳେ ବର୍ଷାଦିନେ ଜଳୀୟବାଷ୍ପ ପ୍ରଭାବରେ ବି କପବୋର୍ଡ କିମ୍ବା ଟେବୁଲ ଡ୍ର ଆଦି ଠିକ୍‌ ଭାବେ ବନ୍ଦ ହୋଇ ନ ଥାଏ। ସେ ସମୟରେ ଜୋର କରି କପବୋର୍ଡ ବନ୍ଦ କରିବାକୁ ଚେଷ୍ଟା କରନ୍ତୁ ନାହିଁ, ହୁଏତ ଭାଙ୍ଗି ଯାଇପାରେ। ବରଂ କପବୋର୍ଡକୁ ଭଲଭାବେ ଶୁଖିବା ପାଇଁ ଦିଅନ୍ତୁ, ତାହା ଆପେ ଆପେ ଠିକ୍‌ ହୋଇଯିବ।
ଲୁଗାପଟାର ଯତ୍ନ: ବର୍ଷାଦିନେ ସାଧାରଣତଃ ଲୁଗାପଟା ଶୀଘ୍ର ଶୁଖି ନ ଥାଏ। ତେଣୁ ଏହି ଋତୁରେ ପତଳା ଲୁଗା ପିନ୍ଧନ୍ତୁ। ପିଲାଙ୍କୁ ମଧ୍ୟ ସେହିଭଳି ପୋଷାକ ପିନ୍ଧାନ୍ତୁ, ଯାହା ଶୀଘ୍ର ଶୁଖିପାରିବ। ତା’ ଛଡ଼ା ଆଲମୀରାରେ ସାଇତା ହୋଇ ରହିଥିବା ଲୁଗାପଟାକୁ ମଧ୍ୟ କିଛି ସମୟ ବ୍ୟବଧାନରେ ବାହାର କରି ଅଳ୍ପ ଖରା ଦିଅନ୍ତୁ। କାରଣ ବେଶି ଦିନ ଲୁଗା ଭଙ୍ଗା ହୋଇ ରହିବା ଫଳରେ ଲୁଗା ବେଳେବେଳେ ଫିମ୍ପି ମାରିବା ଭଳି ହୋଇଥାଏ କିମ୍ବା ଭାଙ୍ଗ ହୋଇରହିଥିବା ସ୍ଥାନରୁ ଚିରି ଯାଇଥାଏ। ବିଶେଷକରି ପାଟଲୁଗାର ସ୍ବତନ୍ତ୍ର ଯତ୍ନ ନିଅନ୍ତୁ। ଭଲଭାବେ ଶୁଖି ନ ଥିବା ଲୁଗା ଆଦୌ ପିନ୍ଧନ୍ତୁ ନାହିଁ।
ଖାଦ୍ୟ ପ୍ରତି ସତର୍କ :ଏହି ଋତୁରେ ଖାଦ୍ୟପେୟ ପ୍ରତି ସବୁଠୁ ଅଧିକ ସତର୍କ ରହିବାକୁ ହୋଇଥାଏ। କାହିଁକି ନା ବର୍ଷାଦିନେ ହଜମ ନ ହେବାର ସମସ୍ୟା ଅଧିକ ଦେଖା ଦେଇଥାଏ। ତେଣୁ ସହଜରେ ପେଟ ଖରାପ ହେବା କିମ୍ବା ଝାଡ଼ା ବାନ୍ତି ଭଳି ସମସ୍ୟା ଦେଖା ଦେଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଘରର ସମସ୍ତଙ୍କୁ ଗରମ ଖାଦ୍ୟ ହିଁ ଖାଇବାକୁ ଦିଅନ୍ତୁ। ବାସି ଖାଦ୍ୟ ଆଦୌ ଘରେ ରଖନ୍ତୁ ନାହିଁ। ନିଜେ ବାସି ଖାଦ୍ୟ ଖାଆନ୍ତୁ ନାହିଁ କିମ୍ବା ଘରେ କାହାକୁ ଦିଅନ୍ତୁ ନାହିଁ।
ଏମାନେ କ’ଣ କହନ୍ତି
ଗରମ ଖାଦ୍ୟ ଖାଇବାକୁ ଦିଏ
ବର୍ଷାଦିନେ ମୁଁ ସବୁବେଳେ ପିଲାଙ୍କର ବେଶି ଯତ୍ନ ନେବାକୁ ଚେଷ୍ଟା କରେ। ସେମାନଙ୍କୁ ଗରମ ପାଣିରେ ଗାଧୋଇ ଦିଏ ଆଉ ସକାଳୁ ଗରମ ପାଣି ପିଇବାକୁ ଦିଏ। ପ୍ରତିଦିନ ରାତିରେ ମୁଁ ସମସ୍ତଙ୍କୁ କ୍ଷୀରରେ ହଳଦୀ ମିଶାଇ ପିଇବାକୁ ଦିଏ। ତା’ ଛଡ଼ା ପ୍ରତିଦିନ ତୁଳସୀ ପତ୍ର ମହୁ ଖାଇବା ସହିତ ରସୁଣ ମଧ୍ୟ ସମସ୍ତଙ୍କୁ ଖାଇବାକୁ ଦେଇଥାଏ। ଖାଲି ସେତିକି ନୁହେଁ ରାତିରେ ଶୋଇବା ସମୟରେ ସମସ୍ତଙ୍କ ପାଦରେ ତେଲ ମାଲିସ କରିବାକୁ କହିଥାଏ।
-ଧରିତ୍ରୀ ନାୟକ, ଗୃହିଣୀ, ରାଇଘରପୋଖରୀ,
ପୀରହାଟ ବଜାର, ଭଦ୍ରକ
ବାସି ଖାଦ୍ୟ ଆଦୌ ରଖେ ନାହିଁ
ବର୍ଷାଦିନେ ମୋର ରୋଷେଇ ଘର ସଫା କରିବା ପାଇଁ ବହୁ ସମୟ ଯାଏ। ରୋଷେଇ ଘରକୁ ସଫା ରଖିବା ପାଇଁ ମୁଁ ସବୁବେଳେ ସତର୍କ ରହିଥାଏ। ତା’ ଛଡ଼ା ଘରେ ସମସ୍ତଙ୍କୁ ଫ୍ରେଶ ଖାଦ୍ୟ ହିଁ ତିଆରି କରି ଦେଇଥାଏ। ଯଦି କୌଣସି କାରଣରୁ ଜଳଖିଆ ତିଆରି କରି ପାରେ ନାହିଁ ତେବେ ବିସ୍କୁଟ, ମୁଢି କିମ୍ବା ଚୁଡା ଆଦି ଖାଇବାକୁ ଦିଏ। କିନ୍ତୁ ବାସି ଖାଦ୍ୟ କି ଜଙ୍କ୍‌ ଫୁଡ୍‌ ଆଦୌ ଖାଇବାକୁ ଦିଏନି।
-କରିଶ୍ମା ବିଶ୍ୱାଳ, କର୍ମଜୀବୀ, ଗଡମହାବୀର ବିହାର, ଓଲ୍‌ଡ ଟାଉନ୍‌, ଭୁବନେଶ୍ୱର
କାଢା ପିଇବାକୁ ଦେଉଛି
ବର୍ଷାଦିନେ ଘରର ସମସ୍ତେ ଛଣା ଖାଦ୍ୟ ପକୁଡି ବରା ଆଦି ଖାଇବାକୁ ଭଲପାନ୍ତି। କିନ୍ତୁ ସବୁବେଳେ ସେସବୁ ଖାଦ୍ୟ ମୁଁ ସେମାନଙ୍କୁ ଖାଇବାକୁ ଦିଏନି। ବାହାରୁ ଏସବୁ ଖାଇବା ଆଣିବା ବଦଳରେ ମୁଁ କେବେକେବେ ଘରେ ଏସବୁ ଖାଦ୍ୟ ତିଆରି କରି ଦେଇଥାଏ। ତା’ ଛଡା ଥଣ୍ଡା ଶର୍ଦ୍ଦି ନ ହେବା ପାଇଁ ଘରେ ସମସ୍ତଙ୍କୁ ସକାଳୁ ତୁଳସୀ ପତ୍ର ସହିତ ମହୁ ଖାଇବାକୁ ଦିଏ। ଏବେ କରୋନା ଆସିବା ପରଠୁ ପ୍ରାୟ ସବୁଦିନ କାଢା ବି ପିଇବାକୁ ଦେଉଛି।
-ମଧୁସ୍ମିତା ମହାନ୍ତି,
କର୍ମଜୀବୀ, ହଂସପାଳ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri