ଟୁଇଟର୍‌ରେ ସର୍ବାଧିକ ଲାଇକ୍‌ କରାଯାଇଥିବା ଟୁଇଟ୍‌ ବିଷୟରେ ଜାଣନ୍ତି କି

ହଲିଉଡର ପ୍ରସିଦ୍ଧ ଅଭିନେତା ଚାଦ୍‌ୱିକ୍‌ ବୋସମ୍ୟାନ୍‌ଙ୍କ ଗତ ଅଗଷ୍ଟ ୨୯ରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା। ସେ କର୍କଟ ରୋଗରେ ପୀଡିତ ଥିଲେ। ଫିଲ୍ମ ‘ବ୍ଲାକ ପାନ୍ଥର୍‌’ର ଏହି ମୁଖ୍ୟ ଅଭିନେତାଙ୍କ ବିୟୋଗରେ ସାରା ବିଶ୍ୱରେ ଶୋକର ଲହରୀ ଖେଳିଯାଇଛି। ଚାଦ୍‌ୱିକ୍‌ ବୋସମ୍ୟାନ୍‌ କେମୋଥେରାପି ଏବଂ ଅସ୍ତ୍ରୋପଚାର ସମୟରେ ମଧ୍ୟ ସେ ତାଙ୍କ ଚଳଚ୍ଚିତ୍ରର ଶୁଟିଂ ଜାରି ରଖିଥିଲେ। ସାରା ବିଶ୍ୱରେ ଥିବା ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ତାଙ୍କ ଶେଷ ଟୁଇଟ୍‌ରେ ଏବେ ଏକ ରେକର୍ଡ ହାସଲ କରିଛି। ଟୁଇଟ୍‌ର ଇତିହାସରେ ସର୍ବାଧିକ ଲାଇକ୍‌ କରାଯାଇଥିବା ଟୁଇଟ୍‌ ମଧ୍ୟରେ ଏହା ପ୍ରଥମ ସ୍ଥାନ ହାସଲ କରିଛି। ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ଏହି ଟୁଇଟ କରାଯାଇଥିଲା। ଚାଦ୍‌ୱିକ୍‌ ବୋସମ୍ୟାନ୍‌ଙ୍କ ଆକାଉଣ୍ଟରୁ ଆସିଥିବା ଏହି ଟୁଇଟକୁ ଏପର୍ଯ୍ୟନ୍ତ ୭୦ ମିଲିୟନଥର ଲାଇକ୍‌ କରାଯାଇଛି। ୩୧ ଲକ୍ଷ ଲୋକ ଏହାକୁ ରିଟୁଇଟ୍‌ କରିଛନ୍ତି। ସେଠାରେ ୧.୬୦ ଲକ୍ଷ କମେଣ୍ଟ୍‌ ଦେଇଛନ୍ତି। ଏହି ଟୁଇଟ୍‌ରେ ବୋସ୍‌ମ୍ୟାନ୍‌ ହସୁଥିବାବେଳେ ତାଙ୍କୁ ନେଇ ଏକ ନୋଟ ଲେଖାଯାଇଛି। ଏହି ନୋଟ୍‌ ବୋସ୍‌ମ୍ୟାନ୍‌ ମୃତ୍ୟୁ ବିଷୟରେ ଉଲ୍ଲେଖ କରାଯାଇଛି। ୨୦୧୬ ତାଙ୍କୁ କ୍ୟାନ୍‌ସର ହୋଇଥିବା କଥା ଜଣାପଡିଥିଲା। ଗତ ୪ ବର୍ଷ ହେବ ସେ କ୍ୟାନ୍‌ସର ସହ ଲଢେଇ କରୁଥିଲେ।

https://twitter.com/Twitter/status/1299808792322940928


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri