Posted inଖେଳ

ଚର୍ଚ୍ଚାରେ ହୋଲ୍‌ଗର

ଅନ୍ତର୍ଜାତୀୟ ସ୍ତରରେ ଏବେ ଅନେକ ପ୍ରତିଭାସମ୍ପନ୍ନ ଟେନିସ ଖେଳାଳି ବିଶ୍ୱର ନାମୀଦାମୀ ଖେଳାଳିଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିବାରେ ଲାଗିଛନ୍ତି। ଏପରି କିଛି କରିସ୍ମା ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି ଡେନମାର୍କର ହୋଲଗର ରୁନ୍‌। ରୋମରେ ଚାଲିଥିବା ଇଟାଲିଆନ ଓପନ ଟେନିସ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ସେ ବିଶ୍ୱର ୨ ନମ୍ବର ଖେଳାଳି ନୋଭାକ୍‌ ଜୋକୋଭିଚ୍‌ଙ୍କୁ ହରାଇ ଦେଇଛନ୍ତି। ୨୦ ବର୍ଷୀୟ ରୁନ୍‌ ଟେନିସର ପ୍ରାୟ ପ୍ରତ୍ୟେକ ବିଭାଗରେ ବେଶ୍‌ ଦକ୍ଷ। ଶାରୀରିକଭାବେ ବେଶ୍‌ ଫିଟ୍‌ଥିବା ରୁନ୍‌ ଉଭୟ ଫୋର୍‌ହ୍ୟାଣ୍ଡ ଓ ବ୍ୟାକ୍‌ହ୍ୟାଣ୍ଡ ଶଟ୍‌ ଖେଳିବାରେ ମାହିର। ସମ୍ଭବତଃ ସେଥିପାଇଁ ଜୋକୋଭିଚ୍‌ଙ୍କ ଭଳି ଜଣେ ଚାମ୍ପିୟନ ଖେଳାଳି ତଥା ୨୨ଥର ଗ୍ରାଣ୍ଡସ୍ଲାମ ଟାଇଟଲ ବିଜେତାଙ୍କୁ ସେ ୬ ମାସ ମଧ୍ୟରେ ୨ ଥର ହରାଇବାରେ ସକ୍ଷମ ହୋଇଛନ୍ତି। ୨୦୨୨ ନଭେମ୍ବରରେ ସେ ପ୍ୟାରିସ ମାଷ୍ଟର୍ସରେ ମଧ୍ୟ ଜୋକୋଭିଚ୍‌ଙ୍କୁ ପରାଜୟ ସ୍ବାଦ ଚଖାଇଥିଲେ। ରୁନ୍‌ଙ୍କ ଖେଳରେ ବେଶ୍‌ ପ୍ରଭାବିତ ହୋଇଛନ୍ତି ଜୋକୋଭିଚ୍‌। ”ସେ ଜଣେ ବହୁତ ଫାଷ୍ଟ, କ୍ୱିକ୍‌, ବିଚକ୍ଷଣ ପ୍ରତିଭାସମ୍ପନ୍ନ ଏବଂ ଅଲ୍‌ରାଉଣ୍ଡର“ ବୋଲି ଜୋକୋଭିଚ୍‌ ମତବ୍ୟକ୍ତ କରିଛନ୍ତି। ଟେନିସ ଜଗତରେ ବିଗ୍‌ ଥ୍ରୀ ସର୍ବିୟାର ଜୋକୋଭିଚ୍‌, ସ୍ପେନ୍‌ର ରାଫାଲ ନାଡାଲ ଓ ସୁଇଜରଲାଣ୍ଡର ରୋଜର ଫେଡରର ପାଖାପାଖି ୨ ଦଶନ୍ଧିଧରି ରାଜୁତି କରିଆସୁଛନ୍ତି। ମାତ୍ର ବୟସର ଛାପ ଏବଂ ଆହତ ସମସ୍ୟା ଏବେ ଅନ୍ୟ ପ୍ରତିଭାଧର ଖେଳାଳିଙ୍କ ପାଇଁ ବାଟ ଖୋଲିଦେଇଛି। ଆହତଥିବାରୁ ନାଡାଲ ରୋମ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ଫଳରେ ଦୀର୍ଘ ୧୯ ବର୍ଷରେ ପ୍ରଥମଥରପାଇଁ ରୋମ୍‌ ଟୁର୍ନାମେଣ୍ଟ ଫାଇନାଲରେ ନାଡାଲ କିମ୍ବା ଜୋକୋଭିଚ୍‌ଙ୍କୁ ଦେଖିବାକୁ ମିଳିବ ନାହିଁ। ନୂଆ ପିଢ଼ି ନିଜର ଉପସ୍ଥିତି ଜାହିର କରି ସାରିଛନ୍ତି। ୨୦ ବର୍ଷୀୟ ସ୍ପେନ୍‌ର କାର୍ଲୋସ ଆଲ୍‌କାରାଜ ବିଶ୍ୱର ନମ୍ବରଓ୍ବାନ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଏହାକୁ ନିଜେ ଜୋକୋଭିଚ୍‌ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri