Posted inଖେଳ

ହୋଲ୍ଡରଙ୍କୁ ୬ ଉଇକେଟ୍‌: ଇଂଲଣ୍ଡ ୨୦୪ରେ ସୀମିତ

ସାଉଥାମ୍ପଟନ, ୯।୭- କରୋନା ଭାଇରସ ସଂକ୍ରମଣ ଯୋଗୁ ୪ ମାସ ବ୍ରେକ୍‌ ପରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ କ୍ରିକେଟରେ ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ ରୋଜ୍‌ ବାଓ୍ବଲ ଷ୍ଟାଡିୟମରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଅଧିନାୟକ ଜାସନ ହୋଲ୍ଡରଙ୍କ ୬ ଉଇକେଟ ସଫଳତା ବଳରେ ଓ୍ବେଷ୍ଟଇଣ୍ଡିଜ ଘରୋଇ ଇଂଲଣ୍ଡର ପ୍ରଥମ ଇନିଂସକୁ ୨୦୪ ରନରେ ସୀମିତ ରଖିଛି। ଇଂଲଣ୍ଡ ପକ୍ଷରୁ ଅଧିନାୟକ ବେନ୍‌ ଷ୍ଟୋକ୍ସ ସର୍ବାଧିକ ୪୩ ରନ ସ୍କୋର କରଥିଲେ। ଆଲୋକ କମି ଯିବାରୁ ଖେଳ ବାଧାପ୍ରାପ୍ତ ହେବା ବେଳକୁ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ କୌଣସି ଉଇକେଟ ନ ହରାଇ ୨୧ ରନ ସଂଗ୍ରହ କରିଛି।
ବର୍ଷା ଯୋଗୁ ବୁଧବାର ପ୍ରଥମ ଦିବସରେ ମାତ୍ର ୧୭.୪ ଓଭର ଖେଳ ସମ୍ଭବ ହୋଇଥିଲା। ସେତେବେଳକୁ ଇଂଲଣ୍ଡ ୧ ଉଇକେଟ ହରାଇ ୩୫ ରନ କରିଥିଲା। ଗୁରୁବାର ଦ୍ୱିତୀୟ ଦିବସ ଖେଳରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ଭ୍ରମଣକାରୀ ଦଳର ପେସ୍‌ ବୋଲରଙ୍କୁ ସଫଳ ମୁକାବିଲା କରିପାରି ନ ଥିଲେ। ଶାନନ ଗାବ୍ରିଏଲ ୧୬ ରନ ମଧ୍ୟରେ ଘରୋଇ ଦଳର ଆଉ ୨ ଉଇକେଟ ନେଇ ଓ୍ବେଷ୍ଟଇଣ୍ଡିଜକୁ ଫାଇଦାରେ ରଖିଥିଲେ। ଜୋ ଡେନ୍‌ଲି ୧୮ ଓ ରୋରି ବନର୍‌ସ ୩୦ ରନ କରିଥିଲେ। ଏହାପରେ ଘାତକ ସାବ୍ୟସ୍ତ ହୋଇଥିଲେ ହୋଲ୍ଡର। ସେ ଜ୍ୟାକ କ୍ରାଓଲେଙ୍କୁ ୧୦, ଓଲି ପୋପ୍‌ ୧୨, ବେନ୍‌ ଷ୍ଟୋକ୍ସ ୪୩, ଜେସ ବଟଲର ୩୫, ଜୋଫ୍ରା ଆର୍ଚର ୦, ମାର୍କ ଉଡ୍‌ଙ୍କୁ ୫ ରନରେ ଆଉଟ କରି ଇଂଲଣ୍ଡକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଡୋମିନିକ୍‌ ବେସ୍‌ ଓ ଜେମ୍ସ ଆଣ୍ଡରସନ ଅନ୍ତିମ ଉଇକେଟରେ ୩୦ ରନର ଭାଗୀଦାରି ଗଢ଼ି ଦଳର ରନ ସଂଖ୍ୟାକୁ ୨୦୦ ଅତିକ୍ରମ କରାଇଥିଲେ। ୨୦ ବଲ୍‌ରୁ ୧୦ ରନ କରିଥିବା ଆଣ୍ଡରସନଙ୍କୁ କ୍ଲିନ୍‌ ବୋଲ୍ଡ କରି ଗାବ୍ରିଏଲ ଇଂଲଣ୍ଡ ଇନିଂସର ପରିସମାପ୍ତି ଘଟାଇଥିଲେ। ବେସ୍‌ ୪୪ ବଲ୍‌ରୁ ୪ ଚୌକା ସହ ୩୧ ରନରେ ଅପରାଜିତ ରହିଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ହୋଲ୍ଡର ୬ଟି ଏବଂ ଗାବ୍ରିଏଲ ୪ଟି ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୨୦୪/ଅଲଆଉଟ(ଷ୍ଟୋକ୍ସ-୪୩, ବଟଲର-୩୫, ବନର୍‌ସ-୩୦, ଡୋମିନିକ୍‌ ବେସ୍‌-୩୧*, ହୋଲ୍ଡର-୬/୪୨, ଗାବ୍ରିଏଲ-୪/୬୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri