ହୋହଲ୍ଲା, ପ୍ରତିବାଦରେ ସରିଲା ‘ଦିଶା’ କମିଟି ବୈଠକ

ବଲାଙ୍ଗୀର ଅଫିସ,୨୧ା୧: ସ୍ଥାନୀୟ ସର୍କିଟ ହାଉସଠାରେ ଶୁକ୍ରବାର ଜିଲା ଉନ୍ନୟନ, ସମନ୍ବୟ ଏବଂ ପର୍ଯ୍ୟବେକ୍ଷଣ (ଦିଶା) କମିଟି ବୈଠକ ବଲାଙ୍ଗୀର ଲୋକସଭା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପ୍ରାରମ୍ଭରୁ ହୋ ହଲ୍ଲା, ବିରୋଧ, ପ୍ରତିବାଦ ଦେଖିବାକୁ ମିଳିଥିଲା।
ପ୍ରଥମେ ଏମ୍‌ପି ସିଂଦେଓ ବିଭିନ୍ନ ପ୍ରସଙ୍ଗ ଉଠାଇ ଅଧିକାରୀଙ୍କୁ ତାଗିଦ୍‌ କରିଥିଲେ। ଏଭଳି କି ଜିଲାପାଳ ଚଞ୍ଚଳ ରାଣା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ ସିଂଙ୍କୁ ରୋକ୍‌ଠୋକ ଶୁଣାଇଥିଲେ। ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଘୋର ଅବହେଳା ଏବଂ ମନମୁଖୀ କାର୍ଯ୍ୟ କରାଯିବା ଦର୍ଶାଇ ଜିଲା ଶିକ୍ଷା ଅଧିକାରୀଙ୍କୁ କଡା ଭାଷା ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା। ଜଣେ ଜିଲାସ୍ତରୀୟ ଅଧିକାରୀଙ୍କ ପ୍ରତି ସର୍ବସମ୍ମୁଖରେ ଏମ୍‌ପି ଆପତ୍ତିଜନକ ଭାଷା ବ୍ୟବହାର କରିଥିବା ଦର୍ଶାଇ ଏହାର ପ୍ରତିବାଦରେ କମିଟି ବୈଠକରେ ଉପସ୍ଥିତ ଥିବା ୫-୬ ଜଣ ବ୍ଲକ ଅଧ୍ୟକ୍ଷ ବୈଠକ ଅଧାରୁ ଉଠି ଚାଲି ଆସିଥିଲେ। ଏଜେଣ୍ଡା ଅନୁଯାୟୀ ବୈଠକ ଚାଲି ନ ଥିବା ଏବଂ ଏମ୍‌ପି ସିଂଦେଓ ଅନ୍ୟମାନଙ୍କୁ କିଛି କହିବାକୁ ସୁଯୋଗ ଦେଉ ନ ଥିବାରୁ ସେମାନେ ବୈଠକ ଅଧାରୁ ଉଠି ଆସିଲେ ବୋଲି ଦେଓଗଁା ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ଏବଂ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଜତିନ୍‌ ପଟେଲ ଗଣମାଧ୍ୟମକୁ କହିଥିଲେ। ବ୍ଲକ ଅଧ୍ୟକ୍ଷମାନେ ବୈଠକ ଅଧାରୁ ଛାଡି ଆସିବା ପରେ ମଧ୍ୟ ଦିଶା କମିଟି ବୈଠକ ଜାରି ରହିଥିଲା। ଏମ୍‌ପି ସିଂଦେଓ ଅଫିସରମାନଙ୍କୁ ତାଗିଦ୍‌ କରିଥିଲେ।
ବଲାଙ୍ଗୀର ଜିଲା କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲା ଭାବେ ଚିହ୍ନଟ ହୋଇଛି। ଏଠାକାର ତ୍ୱରିତ ଉନ୍ନୟନ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିବା ସହ ଅନୁଦାନ ଦେଉଛନ୍ତି। ମାତ୍ର ଅଫିସରଙ୍କ ଅବହେଳା ଯୋଗୁ ଏହି ଜନକଲ୍ୟାଣକାରୀ ଯୋଜନାଗୁଡିକ ଠିକଣା ସମୟରେ କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ତାଗିଦ୍‌ କରିଥିଲେ। ହିନ୍ଦୀ ଶିକ୍ଷକ ନିଯୁକ୍ତି ଅନ୍ୟ ଜିଲାଗୁଡିକରେ ସରି ଯାଇଥିବା ବେଳେ ଏଠାକାର ଜିଲା ଶିକ୍ଷା ଅଧିକାରୀଙ୍କ ଉଦାସୀନତା ପାଇଁ ଏହା କାର୍ଯ୍ୟକାରୀ ହୋଇନାହିଁ। ଫଳରେ ଛାତ୍ରୀଛାତ୍ରମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି ବୋଲି କହିଥିଲେ। ଏହାସହିତ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପରମ୍ପରାଗତ କୃଷି ବିକାଶ ଯୋଜନା, ମୃର୍ତ୍ତିକା ସ୍ବାସ୍ଥ୍ୟ କାର୍ଡ ଯୋଜନା ସମେତ ୨୫ଟି ଯୋଜନାର ସମୀକ୍ଷା ଏବଂ ତଦାରଖ କରିଥିଲେ।
ଏହାଛଡା ଉକ୍ତ ବୈଠକରେ ଦିଶା କମିଟି ବୈଠକ ସ୍ଥାନ ପରିବର୍ତ୍ତନ ଉପରେ ଜିଲାପାଳ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ସମାଲୋଚନା କରିଥିଲେ। ବେଲପଡା ବ୍ଲକରେ ଜିଲା ପରିଷଦ ସଦସ୍ୟାଙ୍କ ଧାରଣା ସମ୍ପର୍କରେ କଡା ସମାଲୋଚନା କରି ବିଡିଓ କିଭଳି ଭାବେ ଜନପ୍ରତିନିଧିଙ୍କ ପ୍ରକଳ୍ପ କାଟୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଜିଲାପାଳ ରାଣାଙ୍କୁ ବୈଠକରେ ହୋଇଥିତ୍ବା ହୋ ହଲ୍ଲା, ଅଧିକାରୀଙ୍କୁ ଦୁର୍ବ୍ୟବହାର ଏବଂ ବ୍ଲକ ଅଧ୍ୟକ୍ଷମାନେ ଅଧାରୁ ଉଠି ଆସିବା ପ୍ରସଙ୍ଗ ପଚରାଯିବାରୁ ନିୟମିତ ବୈଠକ ଉପରେ ଏମ୍‌ପି ଜୋର ଦେଇଥିଲେ। ଯେଉଁମାନେ ଅଧାରୁ ଉଠି ଯାଇଥିଲେ ସେମାନେ କେଉଁ କାରଣରୁ ଉଠିଲେ କହିପାରିବେ ନାହିଁ ବୋଲି କହି ଘଟଣାକୁ ହାଲୁକା କରିବାକୁ ଚେଷ୍ଟା କରିଥିଲେ। ଏନେଇ ଏମ୍‌ପି ସିଂଦେଓଙ୍କୁ ପଚରାଯିବାରୁ କହିଥିବା କଥା ଗାଳି ନୁହେଁ ବୋଲି ଗଣମାଧ୍ୟମକୁ କହିଥିଲେ। ଜିଲାରେ ପ୍ରଶାସକମାନେ ଜନପ୍ରତିନିଧିଙ୍କୁ ବାଇପାସ୍‌ କରି କାମ କରୁଛନ୍ତି କି ବୋଲି ଏମ୍‌ପିଙ୍କୁ ପ୍ରଶ୍ନ କରାଯିବାରୁ ସେ ଏଭଳି ହାଲୁକା ମନ୍ତବ୍ୟ ଦେବେ ନାହିଁ ବୋଲି କହିବା ସହ ଉଭୟଙ୍କ ମଧ୍ୟରେ ଅଧିକ ସମନ୍ବୟର ଆବଶ୍ୟକତା ରହିଛି ବୋଲି କହିଥିଲେ। ବୈଠକରେ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ବିଧାୟକ ଡ. ମୁକେଶ ମହାଲିଙ୍ଗ, ଜିଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଦିଶା କମିଟି ସଦସ୍ୟଙ୍କ ସହ ବ୍ଳକ ଅଧ୍ୟକ୍ଷା, ଅଧ୍ୟକ୍ଷ ଏବଂ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri