ହୋହଲ୍ଲା, ପ୍ରତିବାଦରେ ସରିଲା ‘ଦିଶା’ କମିଟି ବୈଠକ

ବଲାଙ୍ଗୀର ଅଫିସ,୨୧ା୧: ସ୍ଥାନୀୟ ସର୍କିଟ ହାଉସଠାରେ ଶୁକ୍ରବାର ଜିଲା ଉନ୍ନୟନ, ସମନ୍ବୟ ଏବଂ ପର୍ଯ୍ୟବେକ୍ଷଣ (ଦିଶା) କମିଟି ବୈଠକ ବଲାଙ୍ଗୀର ଲୋକସଭା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପ୍ରାରମ୍ଭରୁ ହୋ ହଲ୍ଲା, ବିରୋଧ, ପ୍ରତିବାଦ ଦେଖିବାକୁ ମିଳିଥିଲା।
ପ୍ରଥମେ ଏମ୍‌ପି ସିଂଦେଓ ବିଭିନ୍ନ ପ୍ରସଙ୍ଗ ଉଠାଇ ଅଧିକାରୀଙ୍କୁ ତାଗିଦ୍‌ କରିଥିଲେ। ଏଭଳି କି ଜିଲାପାଳ ଚଞ୍ଚଳ ରାଣା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ ସିଂଙ୍କୁ ରୋକ୍‌ଠୋକ ଶୁଣାଇଥିଲେ। ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଘୋର ଅବହେଳା ଏବଂ ମନମୁଖୀ କାର୍ଯ୍ୟ କରାଯିବା ଦର୍ଶାଇ ଜିଲା ଶିକ୍ଷା ଅଧିକାରୀଙ୍କୁ କଡା ଭାଷା ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା। ଜଣେ ଜିଲାସ୍ତରୀୟ ଅଧିକାରୀଙ୍କ ପ୍ରତି ସର୍ବସମ୍ମୁଖରେ ଏମ୍‌ପି ଆପତ୍ତିଜନକ ଭାଷା ବ୍ୟବହାର କରିଥିବା ଦର୍ଶାଇ ଏହାର ପ୍ରତିବାଦରେ କମିଟି ବୈଠକରେ ଉପସ୍ଥିତ ଥିବା ୫-୬ ଜଣ ବ୍ଲକ ଅଧ୍ୟକ୍ଷ ବୈଠକ ଅଧାରୁ ଉଠି ଚାଲି ଆସିଥିଲେ। ଏଜେଣ୍ଡା ଅନୁଯାୟୀ ବୈଠକ ଚାଲି ନ ଥିବା ଏବଂ ଏମ୍‌ପି ସିଂଦେଓ ଅନ୍ୟମାନଙ୍କୁ କିଛି କହିବାକୁ ସୁଯୋଗ ଦେଉ ନ ଥିବାରୁ ସେମାନେ ବୈଠକ ଅଧାରୁ ଉଠି ଆସିଲେ ବୋଲି ଦେଓଗଁା ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ଏବଂ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଜତିନ୍‌ ପଟେଲ ଗଣମାଧ୍ୟମକୁ କହିଥିଲେ। ବ୍ଲକ ଅଧ୍ୟକ୍ଷମାନେ ବୈଠକ ଅଧାରୁ ଛାଡି ଆସିବା ପରେ ମଧ୍ୟ ଦିଶା କମିଟି ବୈଠକ ଜାରି ରହିଥିଲା। ଏମ୍‌ପି ସିଂଦେଓ ଅଫିସରମାନଙ୍କୁ ତାଗିଦ୍‌ କରିଥିଲେ।
ବଲାଙ୍ଗୀର ଜିଲା କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲା ଭାବେ ଚିହ୍ନଟ ହୋଇଛି। ଏଠାକାର ତ୍ୱରିତ ଉନ୍ନୟନ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିବା ସହ ଅନୁଦାନ ଦେଉଛନ୍ତି। ମାତ୍ର ଅଫିସରଙ୍କ ଅବହେଳା ଯୋଗୁ ଏହି ଜନକଲ୍ୟାଣକାରୀ ଯୋଜନାଗୁଡିକ ଠିକଣା ସମୟରେ କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ତାଗିଦ୍‌ କରିଥିଲେ। ହିନ୍ଦୀ ଶିକ୍ଷକ ନିଯୁକ୍ତି ଅନ୍ୟ ଜିଲାଗୁଡିକରେ ସରି ଯାଇଥିବା ବେଳେ ଏଠାକାର ଜିଲା ଶିକ୍ଷା ଅଧିକାରୀଙ୍କ ଉଦାସୀନତା ପାଇଁ ଏହା କାର୍ଯ୍ୟକାରୀ ହୋଇନାହିଁ। ଫଳରେ ଛାତ୍ରୀଛାତ୍ରମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି ବୋଲି କହିଥିଲେ। ଏହାସହିତ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପରମ୍ପରାଗତ କୃଷି ବିକାଶ ଯୋଜନା, ମୃର୍ତ୍ତିକା ସ୍ବାସ୍ଥ୍ୟ କାର୍ଡ ଯୋଜନା ସମେତ ୨୫ଟି ଯୋଜନାର ସମୀକ୍ଷା ଏବଂ ତଦାରଖ କରିଥିଲେ।
ଏହାଛଡା ଉକ୍ତ ବୈଠକରେ ଦିଶା କମିଟି ବୈଠକ ସ୍ଥାନ ପରିବର୍ତ୍ତନ ଉପରେ ଜିଲାପାଳ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ସମାଲୋଚନା କରିଥିଲେ। ବେଲପଡା ବ୍ଲକରେ ଜିଲା ପରିଷଦ ସଦସ୍ୟାଙ୍କ ଧାରଣା ସମ୍ପର୍କରେ କଡା ସମାଲୋଚନା କରି ବିଡିଓ କିଭଳି ଭାବେ ଜନପ୍ରତିନିଧିଙ୍କ ପ୍ରକଳ୍ପ କାଟୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଜିଲାପାଳ ରାଣାଙ୍କୁ ବୈଠକରେ ହୋଇଥିତ୍ବା ହୋ ହଲ୍ଲା, ଅଧିକାରୀଙ୍କୁ ଦୁର୍ବ୍ୟବହାର ଏବଂ ବ୍ଲକ ଅଧ୍ୟକ୍ଷମାନେ ଅଧାରୁ ଉଠି ଆସିବା ପ୍ରସଙ୍ଗ ପଚରାଯିବାରୁ ନିୟମିତ ବୈଠକ ଉପରେ ଏମ୍‌ପି ଜୋର ଦେଇଥିଲେ। ଯେଉଁମାନେ ଅଧାରୁ ଉଠି ଯାଇଥିଲେ ସେମାନେ କେଉଁ କାରଣରୁ ଉଠିଲେ କହିପାରିବେ ନାହିଁ ବୋଲି କହି ଘଟଣାକୁ ହାଲୁକା କରିବାକୁ ଚେଷ୍ଟା କରିଥିଲେ। ଏନେଇ ଏମ୍‌ପି ସିଂଦେଓଙ୍କୁ ପଚରାଯିବାରୁ କହିଥିବା କଥା ଗାଳି ନୁହେଁ ବୋଲି ଗଣମାଧ୍ୟମକୁ କହିଥିଲେ। ଜିଲାରେ ପ୍ରଶାସକମାନେ ଜନପ୍ରତିନିଧିଙ୍କୁ ବାଇପାସ୍‌ କରି କାମ କରୁଛନ୍ତି କି ବୋଲି ଏମ୍‌ପିଙ୍କୁ ପ୍ରଶ୍ନ କରାଯିବାରୁ ସେ ଏଭଳି ହାଲୁକା ମନ୍ତବ୍ୟ ଦେବେ ନାହିଁ ବୋଲି କହିବା ସହ ଉଭୟଙ୍କ ମଧ୍ୟରେ ଅଧିକ ସମନ୍ବୟର ଆବଶ୍ୟକତା ରହିଛି ବୋଲି କହିଥିଲେ। ବୈଠକରେ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ବିଧାୟକ ଡ. ମୁକେଶ ମହାଲିଙ୍ଗ, ଜିଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଦିଶା କମିଟି ସଦସ୍ୟଙ୍କ ସହ ବ୍ଳକ ଅଧ୍ୟକ୍ଷା, ଅଧ୍ୟକ୍ଷ ଏବଂ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

ଜନ୍ମାଷ୍ଟମୀରେ ମହାସଂଯୋଗ: ଚମକିବ ୫ ରାଶିର ଭାଗ୍ୟ, କାହ୍ନାଙ୍କ କୃପାରେ ହୋଇଯିବେ ମାଲାମାଲ!

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ ଚଳିତ ବର୍ଷ ୪ ସେପ୍ଟେମ୍ୱରରେ ଶ୍ରଦ୍ଧା ଓ ଉଲ୍ଲାସର ସହିତ ପାଳିତ ହେବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ଏହି ଦିନ ଧାର୍ମିକ ଆସ୍ଥା…

୧୬.୭୨ ଲକ୍ଷ ଟଙ୍କା ଆତ୍ମସାତ: ପ୍ୟାକ୍ସର ପୂର୍ବତନ ସମ୍ପାଦକ ଶ୍ରୀପତି ପ୍ରଧାନ ଗିରଫ

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): ସାର ବିକ୍ରି ଓ ସରକାରୀ ପାଣ୍ଠି ହେରଫେର ମାମଲାରେ ଭିଜିଲାନ୍ସକୁ ବଡ଼ ସଫଳତା। ୧୬.୭୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ…

ବୁଧ-ମଙ୍ଗଳଙ୍କ ଯୋଗରେ ୪ ରାଶିଙ୍କ ଖୋଲିବ ଭାଗ୍ୟ, ୨ଗୁଣା କରିବେ ଇନକମ୍‌! ମାସେ ଯାଏ ଧନଯୋଗ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳବାର ୧ ସେପ୍ଟେମ୍ୱର, ୨୦୨୬ ସଂଧ୍ୟା ୬ଟା ୪୮ ମିନିଟରୁ ବୁଧ ଏବଂ ମଙ୍ଗଳ ଗ୍ରହ ପରସ୍ପରଠାରୁ ୬୦ଓ ଦୂରତାରେ ଅବସ୍ଥାନ କରିବେ,…

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ୟୁକ୍ରେନ୍‌ରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ୧୨ ମୃତ

କିଭ୍‌,୧ା୯: ୟୁକ୍ରେନ୍‌ରେ ରୁଷିଆର ଆକ୍ରମଣରେ ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ମଙ୍ଗଳବାର କହିଛନ୍ତି। ୟୁକ୍ରେନ୍‌ର ବିଭିନ୍ନ ସହର…

କାହିଁକି ବାରମ୍ୱାର ୨୬ ତାରିଖରେ ଘଟୁଛି ପ୍ରଳୟ? ଭେଙ୍ଗାବାବା ଖୋଲିଲେ ରହସ୍ୟ…

ନୂଆଦିଲ୍ଲୀ,୧।୯: ନେପାଳ-ତିବ୍ଦତ ସୀମାରେ ହିମାଳୟର ହିମବାହ (ଗ୍ଲେସିୟର) ଭାଙ୍ଗି ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ପରେ ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳିଯାଇଛି। ଶହ ଶହ…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri