ବାଇକ୍‌ ଧକ୍କାରେ ହକି ଖେଳାଳିଙ୍କ ମୃତ୍ୟୁ: ୪ ଗୁରୁତର

ରିଆମାଳ, ୧୪।୧୨(ଡି.ଏନ.ଏ)-ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ କିର୍ତ୍ତନପାଲି ଗ୍ରାମ(ବାଲିନାଳ) ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ରବିବାର ସନ୍ଧ୍ୟାରେ ଏକ ବାଇକ ଧକ୍କାରେ ଜଣେ ହକି ଖେଳାଳିଙ୍କର ମୃତ୍ୟୁ ଘଟିଛି ା ସେ ହେଲେ ଆଦାମ ଡାଙ୍ଗ(୧୬)। ସେହିପରି ସମ୍ପୃକ୍ତ ବାଇକ ଆରୋହୀଙ୍କ ସମେତ ୪ଜଣ ଆହତ ହୋଇ ଛତାବର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ରବିବାର ସନ୍ଧ୍ୟା ପ୍ରାୟ ୬ଟାରେ ଚିଙ୍ଗୁଡିଝରଣ ଗ୍ରାମର ଆଦାମ ଡାଙ୍ଗ(୧୬), ସନ୍ତୋଷ କୁଜୁର(୧୯), ପ୍ରତାପ ହସ(୧୭) ଓ କାଳିଆ ହସ(୧୮) ନାମକ ୪ ଜଣ ହକି ଖେଳାଳୀ କିତ୍ତର୍ର୍ନପାଲି ପଡିଆରେ ହକି ଖେଳିସାରି ୫୩ ନମ୍ବର ଜାତୀୟ ରାଜପଥ ଦେଇ ନିଜ ଘରକୁ ଫେରୁଥିଲେ ା ଏହି ସମୟରେ ପଛପଟୁ ଏକ ବାଇକ (ନଂ.ଓଆର୍‌ ୨୩-୪୨୬୯)ରେ ଆସୁଥିବା ଖଣ୍ଡାଧୁଅଁା ଗ୍ରାମର ସୁଶାନ୍ତ ପ୍ରଧାନ(୨୨)ନାମକ ଜଣେ ଯୁବକ ସେମାନଙ୍କୁ ପଛପଟୁ ଧକ୍କା ଦେବାରୁ ହକି ଖେଳାଳି ଆଦାମ,ସନ୍ତୋଷ,ପ୍ରତାପ ଓ କାଳିଆ ଗୁରୁତର ଆହତ ହୋଇଥିଲେ। ସେହିପରି ବାଇକ ଆରୋହୀ ସୁଶାନ୍ତ ମଧ୍ୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବାସହ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସରେ ନିକଟସ୍ଥ ଛତାବର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଆଦାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ା ରିଆମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଛି। ଏଥିସହ ଏକ ମାମଲା ରୁଜୁକରି ମୃତଦେହ ଜବତ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ପ୍ରେମର ପାଠପଢାଇ ଫସିଲେ ବିଜ୍ଞାନ ଶିକ୍ଷକ: ସ୍କୁଲ ଫାଟକରେ ତାଲା, ଥାନାରେ ପହଞ୍ଚିଲା ମାମଲା…

ଦେବଗଡ,୧୩।୨(ଶଶାଙ୍କ ଶେଖର ଝାଙ୍କର): ସ୍କୁଲ ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷକଙ୍କ ଅଶାଳୀନ ବ୍ୟବହାର। କୁଣ୍ଢେଇଗୋଳା ହାଇସ୍କୁଲ ଶିକ୍ଷକ ତପନ ମିଶ୍ର ଥାନାରେ ଅଟକ। ଛାତ୍ରୀଙ୍କ ମା’ ଦେଇଥିବା ଅଭିଯୋଗ…

ଦେବଗଡ ଥାନା ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଠାବ ସହ ୨ଜଣଙ୍କୁ ବାନ୍ଧିଲା

ଦେବଗଡ,୧୩|୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ପୋଲିସ ବହୁ ପରିମାଣର ଚୋରି ସାମଗ୍ରୀ ଉଦ୍ଧାର କରିବାସହ ବସାଲଇ ଗ୍ରାମର ଦୁଷ୍ମନ୍ତ ପ୍ରଧାନ (୨୨) ଓ ବଣିଆକିଲିଣ୍ଡା ଗ୍ରାମର…

ସ୍କୁଲରେ ବିଜ୍ଞାନ ଶିକ୍ଷକଙ୍କ ‘ପ୍ରେମ ପାଠ’: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଥାନାରେ ମାମଲା ରୁଜୁ

ଦେବଗଡ,୧୨।୨(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟାଳୟରେ ଶିକ୍ଷକଙ୍କ ଅଭଦ୍ରାମି। ବିଜ୍ଞାନ ପାଠ ବଦଳରେ ଛାତ୍ରୀଙ୍କୁ ପଚାରୁଛନ୍ତି ‘ହଗ୍‌-ଡେ’ ଓ ‘ପ୍ରପୋଜ୍‌-ଡେ’। ଦେବଗଡ଼ ଜିଲା ରିଆମାଳ ବ୍ଲକରୁ ଆସିଛି ଏଭଳି…

ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ, ଥାନାରେ ପହଞ୍ଚିଲା ପ୍ରେମିକା

ଦେବଗଡ,୧୧।୨(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ମଙ୍ଗଳବାର ଦେବଗଡ…

ଖେଳ ପଡିଆରୁ ଟେକି ନେଇ ନାବାଳିକାଙ୍କୁ ବଳାତ୍କାର, ୫୯ ବର୍ଷୀୟ ବ୍ୟକ୍ତି ଗିରଫ

ଦେବଗଡ,୧୦।୨(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୪ ବର୍ଷୀୟା ନାବାଳିକାକୁ ବଳାତ୍କାର ଅଭିଯୋଗରେ ଦେବଗଡ ଥାନା ପୋଲିସ ସୋମବାର ଖୁଂଟିଆପାଲି ଗ୍ରାମର ଗୌରହରୀ ବିଶ୍ୱାଳ(୫୯) ନାମକ ଜଣେ ବ୍ୟକ୍ତିକୁ…

ପଥର କୋଇଲା ବୋଝେଇ ପିକ୍‌ଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ଼,୨ା୨(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖିଲେଇ ନିକଟରୁ ବେଆଇନ ପଥର କୋଇଲା ବୋଝେଇ ଏକ ପିକ୍‌ଅପ୍‌କୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri