Posted inଖେଳ

ପୁଣି ଆୟୋଜିତ ହେବ ହକି ଇଣ୍ଡିଆ ଲିଗ୍‌: ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ, ୧୪ା୬: ଦୀର୍ଘ ୮ ବର୍ଷ ପରେ ଆୟୋଜିତ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍‌(ଏଚ୍‌ଆଇଏଲ୍‌)। ଏଥିରେ ୮ ପୁରୁଷ ଓ ୬ ମହିଳା ଦଳ ଅଂଶଗ୍ରହଣ କରିବେ। ପଞ୍ଜୀକରଣ ପାଇଁ ଅନ୍ତିମ ଦିବସ ଜୁନ୍‌ ୩୦ ରଖାଯାଇଛି।

ଲିଗ୍‌ରେ ଭାଗ ନେବାକୁ ଆଗ୍ରହୀ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କଠାରୁ ହକି ଇଣ୍ଡିଆ ଦରଖାସ୍ତ ଆହ୍ବାନ କରିଛି। ଏଚ୍‌ଆଇଏଲ୍‌ ଡିସେମ୍ବର ୨୦୨୪ ଓ ୨୦୨୫ ଫେବୃଆରୀ ମଧ୍ୟରେ ହେବ। ଲିଗ୍‌ ଯେଉଁ ସମୟରେ ହେବ ତାହା ଇଣ୍ଟରନ୍ୟାଶନାଲ ହକି ମହାସଂଘ (ଏଫ୍‌ଆଇଏଚ୍‌) ଦ୍ୱାରା ଅନୁମୋଦନ ଲାଭ କରିଛି।

ଏହି ପରିପ୍ରେକ୍ଷୀରେ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ ଏକ ପ୍ରେସ୍‌ ଇସ୍ତାହାରରେ କହିଛନ୍ତି ଯେ, ଏଚଆଇଏଲ୍‌ ବିଶ୍ୱବ୍ୟାପୀ ହକି ଖେଳାଳି ଓ ସମର୍ଥକ ମାନଙ୍କ ଦ୍ୱାରା ବେଶ୍‌ ଆଦୃତ ଲାଭ କରିପାରିଥିଲା। ଆମେ ଏଚ୍‌ଆଇଏଲ୍‌ର ପୁନଃ ଆରମ୍ଭ କରିବାକୁ ଯାଉଛି ବୋଲି ନିଆଯାଇଥିବା ପଦକ୍ଷେପରୁ ସୂଚୀତ ହେଉଛି।

ଭାରତର ଉଦୀୟମାନ ଖେଳାଳିମାନେ ଏହି ଲିଗ୍‌ରେ ଅଂଶଗ୍ରହଣ କରିବା ଦ୍ୱାରା ସେମାନେ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନଙ୍କ ସହ ଖେଳିବାର ସୁଯୋଗ ପାଇବେ। ଏଚ୍‌ଆଇଏଲ୍‌ ପ୍ରଥମେ ୨୦୧୩ରେ ଆରମ୍ଭ ହୋଇଥିଲା। ଶେଷଥର ପାଇଁ ଏହା ୨୦୧୭ରେ ଖେଳାଯାଇଥିଲା। ଏଥିରେ କଳିଙ୍ଗ ଲାନ୍‌ସର୍ସ ଟାଇଟଲ ବିଜୟୀ ହୋଇଥିଲା। ସମସ୍ତ ୫ଟି ସଂସ୍କରଣରେ ଭିନ୍ନ ଭିନ୍ନ ଦଳ ଚାମ୍ପିୟନ ହୋଇଛନ୍ତି। ରାଞ୍ଚି ଦୁଇଥର ଟାଇଟଲ ଜିତିଥିଲା। ରାଞ୍ଚି ରାଇନୋଜ ଉଦ୍‌ଘାଟନୀ ସଂସ୍କରଣରେ ଚାମ୍ପିୟନ ହୋଇଥିଲା। ଏହାପରେ ଦଳ ଅଂଶଗ୍ରହଣରୁ ବିରତ ରହିଥିଲା। ପରେ ଏକ ନୂଆ ରାଞ୍ଚିଫ୍ରାଞ୍ଚାଇଜ୍‌ ଗଠିତ ହୋଇଥିଲା। ଏହାର ନାମ ରଖାଯାଇଥିଲା ରାଞ୍ଚି ରେଜ୍‌। କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଏହାର ମାଲିକ ରହିଥିଲେ। ଏହି ଦଳ ୨୦୧୫ରେ ଏହାର ପଦାର୍ପଣ ବର୍ଷରେ ଟାଇଟଲ ବିଜୟୀ ହୋଇପାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri